ETV Bharat / state

ଧରଣୀଧର ବିଶ୍ବବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ, ଯୋଗଦେଲେ ମୁଖ୍ୟ ଶାସନ ସଚିବ

author img

By ETV Bharat Odisha Team

Published : Feb 11, 2024, 5:20 PM IST

Kendujhar Dharanidhar University: କେନ୍ଦୁଝର ଜିଲ୍ଲା ଧରଣୀଧର ବିଶ୍ବବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ପୁରୁଣା ସ୍ମୃତିକୁ ତାଜା କଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଅଧିକ ପଢନ୍ତୁ

Etv Bharat
Etv Bharat

ଧରଣୀଧର ବିଶ୍ବବିଦ୍ୟାଳୟ

କେନ୍ଦୁଝର: ୧୯୫୭ ମସିହାରେ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାରେ ଉଚ୍ଚଶିକ୍ଷାର ମୂଳଦୁଆ ପକାଇ ଆରମ୍ଭ ହୋଇଥିଲା ଧରଣୀଧର ମହାବିଦ୍ୟାଳୟର ଆଜି (ରବିବାର) ପ୍ରଥମ ପ୍ରତିଷ୍ଠା ଦିବସ । ଏହି ଅବସରରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ପଢ଼ିବା ସମୟର ଅନେକ ସ୍ମୃତି ମନେ ପକେଇ ଭାବବିହ୍ବଳ ହୋଇ ପଡିଥିଲେ । ନିଜ ପଢ଼ା ସମୟରେ କିପରି କେତେ ଘାତ ପ୍ରତିଘାତ ସହି ସଫଳତା ହାସଲ କରିଛନ୍ତି ତାହା କହିଥିଲେ । ଏହାସହ ଭଲ କାର୍ଯ୍ୟ କଲେ ସମାଜରେ ନିଜର ସ୍ଵତନ୍ତ୍ର ପରିଚୟ ମିଳିଥାଏ, ଏଣୁ ଭଲ କାମ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।

ଆଦର୍ଶ ଓ ସମର୍ପିତ ମନୋଭାବ ବଳବତ୍ତର ରହିଲେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଧରଣୀଧର ବିଶ୍ବବିଦ୍ୟାଳୟ ସୃଷ୍ଟି କରିବ ସ୍ବର୍ଣ୍ଣିମ ସ୍ବାକ୍ଷର ବୋଲି କହିଥିଲେ ପ୍ରତିଷ୍ଠା ଦିବସରେ ଉପସ୍ଥିତ ଅତିଥି । ମୁଖ୍ୟ ଅତିଥି ପ୍ରଦୀପ ଜେନା ଯୋଗ ଦେଇ ନିଜ ପଢ଼ିବା ସମୟର ଦିନକୁ ମନେ ପକାଇଥିଲେ । ଏହା ସହ ଛାତ୍ରଛାତ୍ରୀଙ୍କୁ ଜୀବନର କଠିନ ସମୟ ଆସିଲେ ଦୃଢ଼ତାର ମୁକାବିଲା କଲେ ସଫଳତା ମିଳିଥାଏ ବୋଲି ପ୍ରକାଶ କରିଥିଲେ । ପିଲାମାନେ କିପରି ପାଠ ପଢିଲେ ସଫଳତା ମିଳିବ ସେ ନେଇ ଅନେକ ଉପଦେଶ ଦେଇଥିଲେ ।

ଏହା ବି ପଢନ୍ତୁ- MSCBର ଦ୍ବିତୀୟ କ୍ୟାମ୍ପସ ନିଷ୍ପତ୍ତି, ଧରଣୀଧର ବିଶ୍ବବିଦ୍ୟାଳୟକୁ ହେବ ହସ୍ତାନ୍ତର

ଏହି ଅବସରରେ ମୁଖ୍ୟ ଅତିଥି ଜେନାଙ୍କୁ ବିଶ୍ବ ବିଦ୍ୟାଳୟର ଶ୍ରେଷ୍ଠ ପ୍ରାକ୍ତନ ଛାତ୍ର ଭାବେ କୁଳପତି ପ୍ରାଧ୍ୟାପକ ପ୍ରତାପ କୁମାର ମହାନ୍ତି ଟ୍ରଫି ଦେଇ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ । ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ଉପାଧ୍ୟକ୍ଷ ପ୍ରାଧ୍ୟାପକ ଅଶୋକ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ନିଜକୁ ଗବେଷଣାତ୍ମକ ଦିଗରେ ନିୟୋଜିତ ହେବାକୁ ପରାମର୍ଶ ଦେଇଥିଲେ । ବିଶ୍ବବିଦ୍ୟାଳୟର ଓ.ଏସ.ଡ଼ି ତଥା ଭାରପ୍ରାପ୍ତ କୂଳପତି ପ୍ରାଧ୍ୟାପକ ପ୍ରତାପ କୁମାର ମହାନ୍ତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବିଶ୍ବବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟ ଅତିଥି ଜେନାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହି ଜିଲ୍ଲାର ଜଳବାୟୁ ବହୁତ ଭଲ । ବନଜାତ ଦ୍ରବ୍ୟକୁ ନେଇ ଏଠାରେ କିଛି ଛୋଟ ଛୋଟ ପ୍ରକଳ୍ପ କଲେ ଏଠାର ଅଧିବାସୀମାନେ ରୋଜଗାର ପାଇବେ ବୋଲି ସୂଚନା ଦେଇଥିଲେ । ଅଧ୍ୟକ୍ଷ ସ୍ନାତକତ୍ତୋର ପ୍ରାଧ୍ୟାପକ ସତ୍ୟବ୍ରତ ମିଶ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ କରିଥିଲେ । ସହକାରୀ ପ୍ରାଧ୍ୟାପକା ଶୁଭସ୍ମିତା ଦାଶ ମଞ୍ଚ ସଂଯୋଜନା କରିଥିଲେ । ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରଥମ ସଂସ୍କୃତି ସମ୍ମାନରେ ନୀଳାଦ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନୂଆ ଓ ଏବଂ ନୂଆ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ମହାବିଦ୍ୟାଳୟଗୁଡ଼ିକୁ ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.