ETV Bharat / state

ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ରଖ ଶୂନ୍ୟ ସହନଶୀଳତା: ମୁଖ୍ୟ ଶାସନ ସଚିବ - ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା

Zero Tolerance in 10th and Plus Two Exam: ଆଗକୁ ରହିଛି ମାଟ୍ରିକ ଏବଂ +2 ପରୀକ୍ଷା । ପରୀକ୍ଷା ପରିଚାଳନାରେ ଶୂନ୍ୟ ସହନଶୀଳତା ରଖିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ,

Chief Secretary Chairs Meeting
Chief Secretary Chairs Meeting
author img

By ETV Bharat Odisha Team

Published : Feb 7, 2024, 10:54 AM IST

Updated : Feb 7, 2024, 12:23 PM IST

ଭୁବନେଶ୍ୱର : ଚଳିତ ମାସ ୧୬ ତାରିଖରେ ଯୁକ୍ତ ଦୁଇ ଏବଂ ୨୦ ତାରିଖରେ ଅନୁଷ୍ଠିତ ହେବ ମାଟ୍ରିକ ପରୀକ୍ଷା । ଦୁଇ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାକୁ ସୂଚାରୁରୂପେ ସମ୍ପାଦାନ କରିବା ପାଇଁ ଲୋକସେବା ଭବନରେ ବସିଥିଲା ସମୀକ୍ଷା ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ପରୀକ୍ଷା ପରିଚାଳନା ବୈଠକ ଭିସି ଜରିଆରେ ଅନୁଷ୍ଠିତ ହୋଇଥିଲା । ପରୀକ୍ଷା ପରିଚାଳନକୁ ଶୂନ୍ୟ ସହନଶୀଳତା ରଖିବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି ।

ପରୀକ୍ଷା ପରିଚାଳନକୁ ଶୂନ୍ୟ ସହନଶୀଳତା ଭାବରେ ସର୍ବାଧିକ ଗୁରୁତ୍ଵ ଦେବାକୁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଏଥି ନିମନ୍ତେ ସାମାନ୍ୟ ତ୍ରୁଟିକୁ ବରଦାସ୍ତ କରାଯିବନାହିଁ । ପରୀକ୍ଷା ପ୍ରଶ୍ନ ପତ୍ର ନୋଡାଲ ସେଣ୍ଟରରେ କଡା ସୁରକ୍ଷା ବଳୟ ମଧ୍ୟରେ ଯତ୍ନର ସହିତ ରଖାଯିବ । ପରୀକ୍ଷା ଅନୁଷ୍ଠିତ ହେଉଥିବା କେନ୍ଦ୍ରରେ ନିୟୋଜିତ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ସେଣ୍ଟର ସୁପରିଟେଣ୍ଡେଣ୍ଟ ପ୍ରଶ୍ନପତ୍ର ଗ୍ରହଣ କରିବେ । ପରୀକ୍ଷା ଦିନରୁ ଆରମ୍ଭ କରି ପରୀକ୍ଷା ଉତ୍ତର ଖାତା ମୂଲ୍ୟାୟନ କେନ୍ଦ୍ରରେ ରଖାଯିବ । ପରୀକ୍ଷା ସମ୍ପର୍କିତ ସବୁ କାର୍ଯ୍ୟ ନିର୍ଭୁଲ ଭାବରେ ପରିଚାଳିତ ହେବ ସେସବୁ ବ୍ୟବସ୍ଥାକୁ କଡାକଡି ଅନୁପାଳନ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ପରୀକ୍ଷା ଦାଇତ୍ୱରେ ଥିବା ଅଧିକାରୀ, ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ କାର୍ଯ୍ୟରେ ଅବହେଳା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ଏବଂ ଏସପିଙ୍କୁ ପରାମର୍ଶ ଦେଇଛନ୍ତି । ମାଟ୍ରିକ ପରୀକ୍ଷାରେ 551611 ଜଣ, ମୁକ୍ତ ବିଦ୍ୟାଳୟରେ 7831 ଜଣ, ମାଧ୍ୟମାରେ 3037 ଜଣଙ୍କୁ ମିଶାଇ ମୋଟ 562000 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେହିପରି ଯୁକ୍ତ ଦୁଇ ପରୀକ୍ଷାରେ 237750 ଜଣ କଳା, 116620 ଜଣ ବିଜ୍ଞାନ, 26089 ଜଣ ବାଣିଜ୍ୟ ଓ 5791 ଜଣ ଧନ୍ଦାମୂଳକକୁ ମିଶାଇ 386250 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିପାଇଁ ମାଟ୍ରିକ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମାକୁ ମିଶାଇ 3047 ଟି ପରୀକ୍ଷା କେନ୍ଦ୍ର ଓ 313 ଟି ନୋଡାଲ ସେଣ୍ଟର କରାଯାଇଛି । ସେହିପରି +2 ରେ 202 ଟି ପରୀକ୍ଷା ପରିଚାଳନା କେନ୍ଦ୍ର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା, ସିସିଟିଭି ନଜରରେ ପରୀକ୍ଷା କେନ୍ଦ୍ର

ପରୀକ୍ଷା କେନ୍ଦ୍ରରେ ସିସିଟିଭି, ଲାଇଭ ସିସିଟିଭି ଏବଂ ଇଣ୍ଟେଲିଜେଏନସି ମାଧ୍ୟମ, ପ୍ରତି କେନ୍ଦ୍ରରେ ପର୍ଯ୍ୟବେକ୍ଷକ ମୁତୟନ, ପୋଲିସ ବାହିନୀ ନିୟୋଜନ ଏବଂ ପୋଲିସ ପାଟ୍ରୋଲିଂର ବ୍ୟବସ୍ଥା ସହିତ ପରୀକ୍ଷା ସୁପରିଚାଳନା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥାର ତଦାରଖ ପାଇଁ ବୈଠକରେ ଆଲୋଚନା କରଯାଇଛି । ସମୀକ୍ଷା ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ଵଥି .ଏସ୍, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅଶ୍ଵିନୀ କୁମାର ମିଶ୍ର, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ, ଉପସଭାପତି ଡାଃ ନିହାର ରଞ୍ଜନ ମହାନ୍ତି, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ ସୁଶାନ୍ତ ଦାଶ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର ଆୟାର, ସ୍ଵତନ୍ତ୍ର ଶାସନ ସଚିବ ଶୁଭଶ୍ରୀ ନନ୍ଦଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ ୩୦ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପି ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 7, 2024, 12:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.