ETV Bharat / state

ମୁଣ୍ଡିଆ ମାରି ଲୋକସେବା ଭବନ କାର୍ଯ୍ୟାଳୟରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ; ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ତମାମ ଅଧିକାରୀ କଲେ ସ୍ବାଗତ - CM MOHAN MAJHI GETS NEW CMO OFFICE

author img

By ETV Bharat Odisha Team

Published : Jul 4, 2024, 11:22 AM IST

Updated : Jul 4, 2024, 1:11 PM IST

Odisha Chief Minister Mohan Majhi receives a grand welcome upon his arrival at Loka Seva Bhawan: 20 ଦିନ ପରେ ଅସ୍ଥାୟୀ କାର୍ଯ୍ୟାଳୟରୁ ଲୋକସେବା ଭବନରେ ଥିବା ସରକାରୀ କାର୍ଯ୍ୟାଳୟକୁ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଣ୍ଡିଆ ମାରି ପ୍ରବେଶ କଲେ । ତମାମ ମନ୍ତ୍ରୀ ଓ ଅଧିକାରୀ କଲେ ସ୍ବାଗତ । ଅଧିକ ପଢନ୍ତୁ

ସରକାରୀ କାର୍ଯ୍ୟାଳୟରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ତମାମ ଅଧିକାରୀ କଲେ ସ୍ବାଗତ
ସରକାରୀ କାର୍ଯ୍ୟାଳୟରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ତମାମ ଅଧିକାରୀ କଲେ ସ୍ବାଗତ (ETV Bharat Odisha)

ଭୁବନେଶ୍ବର: କାର୍ଯ୍ୟ ଆରମ୍ଭ କରିବାର ଦୀର୍ଘ 20ଦିନ ପରେ ଆଜି ସରକାରୀ କାର୍ଯ୍ୟାଳୟକୁ ବିଧିବଦ୍ଧ ଭାବେ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟ ପ୍ରଶାସନର ମୁଖ୍ୟାଳୟ ଲୋକସେବା ଭବନ (ସଚିବାଳୟ)ର ତୃତୀୟ ମହଲାରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଆଜିଠାରୁ ମୁଖ୍ୟମନ୍ତ୍ରୀ ମୋହନ କାର୍ଯ୍ୟ କରିବେ । ଏହା ପୂର୍ବରୁ ସେ ଦାୟିତ୍ବ ନେବା ପରେ ରାଜ୍ୟ ଅତିଥି ଭବନରେ ଅସ୍ଥାୟୀ କାର୍ଯ୍ୟାଳୟରେ କାମ କରୁଥିଲେ । ଆଜି କାର୍ଯ୍ୟାଳୟ ପ୍ରବେଶ ସମୟରେ ମୋହନ ମୁଣ୍ଡିଆ ମାରିବା ସହ ବେଶ ଭାବପ୍ରବଣ ଢଙ୍ଗରେ ପ୍ରବେଶ କରିଥିବା ଦେଖିବାକୁ ମିଳିଥିଲା ।

ମୁଣ୍ଡିଆ ମାରି ଲୋକସେବା ଭବନ କାର୍ଯ୍ୟାଳୟରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ; ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ତମାମ ଅଧିକାରୀ କଲେ ସ୍ବାଗତ (ETV Bharat Odisha)

ମୁଖ୍ୟମନ୍ତ୍ରୀ ମୋହନ ଲୋକସେବା ଭବନରେ ପହଞ୍ଚିବା ପୂର୍ବରୁ ଦୁଇ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଓ ପ୍ରଭାତୀ ପରିଡାଙ୍କ ସମେତ ତମାମ ମନ୍ତ୍ରୀମାନେ ପହଞ୍ଚିଥିଲେ । ସେହିପରି ପୁରା ରାଜ୍ୟ ପ୍ରଶାସନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଅପେକ୍ଷା କରିଥିଲା । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ବିଭିନ୍ନ ବିଭାଗର ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ କାର୍ଯ୍ୟାଳୟକୁ ମୁଣ୍ଡିଆ ମାରି ପ୍ରବେଶ କରିଛନ୍ତି ମୋହନ । ପରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି । ବିଭିନ୍ନ ବିଭାଗର ସଚିବ, ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ।

ମୁଣ୍ଡିଆ ମାରି ଲୋକସେବା ଭବନ କାର୍ଯ୍ୟାଳୟରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ; ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ତମାମ ଅଧିକାରୀ କଲେ ସ୍ବାଗତ

ଏହା ମଧ୍ୟ ପଢନ୍ତୁ :- ବିଶ୍ବକପ ଧରି ଭାରତକୁ ଫେରିଲା ଟିମ ଇଣ୍ଡିଆ; ଆଜି ଚମ୍ପିଆନ ଦଳକୁ ଭେଟିବେ ପ୍ରଧାନମନ୍ତ୍ରୀ, ମୁମ୍ବାଇରେ ରୋଡ ସୋ’ - Indian Cricket Team lands at Delhi

4ଥର ବିଧାୟକ ହୋଇଥିବା ବିଜେପିର ଏହି ବରିଷ୍ଠ ନେତା ମୋହନ ଚରଣ ମାଝୀ ଗତ ମାସ 12 ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଶପଥଗ୍ରହଣ ସମାରୋହ ଦିବସ ସଂଧ୍ୟାରେ ହିଁ ଲୋକସେବା ଭବନରେ ସେ ପ୍ରଥମ କ୍ୟାବିନେଟ ବୈଠକ କରିଥିଲେ । ଏହା ଥିବା ବିଜେପି ସରକାରର ପ୍ରଥମ ସରାକରୀ ବୈଠକ । ଏଥିରେ 4ଟି ବଡ ପ୍ରସ୍ତାବ ଉପରେ ମୋହର ବାଜିଥିଲା । ଏହା ମଧ୍ୟରେ ଶ୍ରୀମନ୍ଦିର 4 ଦ୍ବାର ଖୋଲାଯିବ ନିଷ୍ପତ୍ତି ଥିଲା ସବୁଠୁ ଚର୍ଚ୍ଚିତ । ତେବେ ରାଜ୍ୟ ଅତିଥି ଶାଳାରେ ଅସ୍ଥାୟୀ ଅଫିସରେ 20ଦିନ କାର୍ଯ୍ୟ କରିବା ପରେ ଆଜି ଲୋକସେବା ଭବନରେ ସରକାରୀ କାର୍ଯ୍ୟାଳୟକୁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 4, 2024, 1:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.