ETV Bharat / state

ଆଜି ମହାବିଷୁବ ସଂକ୍ରାନ୍ତି, ପଣା ପିଇ ନବବର୍ଷ ପାଳୁଛନ୍ତି ଓଡିଆ - Pana Sankranti - PANA SANKRANTI

Pana Sankranti 2024: ଆଜି ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି । ଓଡିଆ ନବବର୍ଷ ଅବସରରେ ଆଜିଠାରୁ ରାଜ୍ୟରେ ପ୍ରଚଳନ ହେବ ନୂଆ ପଞ୍ଜିକା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Apr 14, 2024, 7:37 AM IST

ଭୁବନେଶ୍ୱର: ଆଜି ମହାବିଷୁବ ସଂକ୍ରାନ୍ତି । ଏହାକୁ ଓଡିଆ ନବବର୍ଷ ବୋଲି ମଧ୍ୟ କୁହାଯାଏ । ଏନେଇ ଉତ୍ସବ ମୁଖର ଗାଁ ଠୁ ସହର । ଓଡିଆ ନବ ବର୍ଷ ଉପଲକ୍ଷେ ଆଜି ଠାରୁ ରାଜ୍ୟରେ ପ୍ରଚଳନ ହେବ ନୂଆ ପଞ୍ଜିକା । ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ବୋଲି କୁହାଯାଏ । ଆଜିଠୁ ନୂଆ ବର୍ଷ ଆରମ୍ଭ ହୋଇଥିବାରୁ ପ୍ରତିଟି ଓଡିଆଙ୍କ ଘରେ ଓ ମନ୍ଦିର ଗୁଡିକରେ ସ୍ବତନ୍ତ୍ର ରୀତିନୀତି ଅନୁଯାଇ ପୂଜାର୍ଚ୍ଚନା କରାଯାଏ । ଏହି ଦିନରେ ବସନ୍ତ ଯାଇ ଗ୍ରୀଷ୍ମ ପ୍ରବେଶ କରିଥାଏ । ତେଣୁ ଆଜିଠାରୁ ସୂର୍ଯ୍ୟଙ୍କ ପ୍ରଖରତା ଆହୁରି ବୃଦ୍ଧି ପାଇବା । ପଣା ସଂକ୍ରାନ୍ତି ଅବସରରେ ଆଜି ପ୍ରତିଟି ଓଡିଆ ପଣା ପିଇ ନୂଆବର୍ଷ ପାଳନ କରିବେ ।

ପୂଜା ବିଧି: ପ୍ରତିଟି ଓଡିଆ ଘରର ତୁଳସୀ ଚଉରାରେ ଆଜି ସ୍ବତନ୍ତ୍ର ପୂଜା କରାଯାଏ । ଏକ ଛୋଟ ଘଡାରେ ପଣା ରଖି ଚଉରାରେ ବାନ୍ଧି ଦିଆଯାଏ । ଏଥିରେ ଛୋଟ କଣାଟିଏ କରାଯାଇ କରାଯାଇ ବୃନ୍ଦାବତୀଙ୍କୁ ପାଖରେ ପାଣି ଲଗାଯାଏ । ଏହାକୁ ବସୁନ୍ଧରା ଠେକି କୁହାଯାଏ । ଚଉରା ମୂଳେ ଛତୁଆ ଓ ପଣା ଭୋଗ ହୋଇଥାଏ । ଦହି, ଗୁଡ , କଦଳୀ ଓ ନଡିଆରେ ତିଆରି ହୋଇଥିବା ପଣା ତୁଳସୀ ଦେବୀଙ୍କ ନିକଟରେ ଅର୍ପଣ କରାଯାଇଥାଏ । ଆଜି ଠାରୁ ସୂର୍ଯ୍ୟ ବିଷୁବ ରେଖା ଉପରେ ଅବସ୍ଥାନ କରିଥାନ୍ତି । ପଣା ସଂକ୍ରାନ୍ତିକୁ କେହି କେହି ଜଳ ସଂକ୍ରାନ୍ତି ମଧ୍ୟ କୁହାଯାଏ ।

ଏହା ମଧ୍ୟ ପଢନ୍ତୁ-ପଣା ସଂକ୍ରାନ୍ତିରେ ଖୋଲିବ ଏହି ରାଶିର ଭାଗ୍ୟ, ମିଳିବ ପଦୋନ୍ନତି - Horoscope

ପଣା ସଂକ୍ରାନ୍ତି: ଆଜି ପ୍ରତିଟି ଓଡିଆଙ୍କ ଘରେ ପ୍ରସ୍ତୁତ ହେବ ପଣା । ବେଲ ପଣା ଠାରୁ ଆରମ୍ଭ କରି ଦହି ପଣାର ମଜା ନେବେ ପ୍ରତିଟି ଓଡିଆ । ପଣାରେ ମହକିବ ପୁରଠୁ ପଲ୍ଲୀ । ବିଭିନ୍ନ ପ୍ରକାର ଫଳ, ଦହି, ଚିନି, ଛେନା ଗୁଡ ଆଦି ମିଶ୍ରଣରେ ପ୍ରସ୍ତୁତ ହୋଇଥାଏ ପଣା । ବେଲ ପଣାରେ ଭାଙ୍ଗ ମିଶାଇ ଏହାକୁ ମଧ୍ୟ ସେବନ କରାଯାଇଥାଏ ।

ଝାମୁଯାତ୍ରା: ଆଜି ଚଣ୍ଡୀ, ସାରଳା, ବିରଜା ଆଦି ମନ୍ଦିରମାନଙ୍କରେ ଝାମୁଯାତ୍ରା ପାଳନ କରାଯାଏ । ବ୍ରତଧାରୀମାନେ ମାନସିକ ପୂରଣ ପାଇଁ ଜଳନ୍ତା ଅଗ୍ନିରେ ଚାଲିଥାନ୍ତି । ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତି ପାଳନ କରାଯାଏ । ଦକ୍ଷିଣ ଓଡ଼ିଶାରେ ଏକ ମାସଧରି ଚାଲିଥିବା ଦଣ୍ଡ ନାଚର ଅନ୍ତ ଭାବେ ଏହି ଦିନ ମେରୁ ଯାତ ପାଳନ କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.