ETV Bharat / state

ବଜେଟରେ ବଡ ଘୋଷଣା; ଏହି କାମ କଲେ ଜାଳିବେ ମାଗଣା ବିଜୁଳି, ପଡୋଶୀଙ୍କୁ ବିକି ହେବେ ଲକ୍ଷପତି - Odisha Budget 2024 - ODISHA BUDGET 2024

PM Surjya Ghar Muft Bijli Yojana: ମୋହନ ସରକାର ରାଜ୍ୟ ବଜେଟରେ କେନ୍ଦ୍ର ସରକାରଙ୍କ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା କାର୍ଯ୍ୟକ୍ଷମ କରିବା ନେଇ ଘୋଷଣା କରିଛନ୍ତି । ଏହି ଯୋଜନା କଣ । ଏହାଦ୍ୱାରା କେଉଁମାନେ ଉପକୃତ ହେବେ ଓ ଏହାକୁ କିଭଳି ଆବଦେନ କରିପାରିବେ । ଜାଣନ୍ତୁ

PM Surjya Ghar Muft Bijli Yojana
PM Surjya Ghar Muft Bijli Yojana (ETV Bharat odisha)
author img

By ETV Bharat Odisha Team

Published : Jul 26, 2024, 1:03 PM IST

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକ୍ଷମ ହେବ ମାଗଣା ବିଜୁଳି ଯୋଜନା । ଉପକୃତ ହେବେ ଲୋକେ । ମୋହନ ସରକାର ରାଜ୍ୟ ବଜେଟରେ କେନ୍ଦ୍ର ସରକାରଙ୍କ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା କାର୍ଯ୍ୟକ୍ଷମ କରିବା ନେଇ ଘୋଷଣା କରିଛନ୍ତି । ରାଜ୍ୟର ପ୍ରତ୍ୟେକ ଉପଭୋକ୍ତାଙ୍କୁ ଗୁଣାତ୍ମକ, ନିର୍ଭରଯୋଗ୍ୟ ବିଜୁଳି ଶକ୍ତି ଯୋଗାଇଦେବା ପାଇଁ ଶକ୍ତି କ୍ଷେତ୍ରରେ ୩ ହଜାର ୩ ଶହ କୋଟି ଟଙ୍କାର ବୟ ବରାଦ ହୋଇଛି । ତେବେ ଆସନ୍ତୁ ଜାଣିବା ଏହି ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା କଣ । ଏହାଦ୍ୱାରା କିପରି ସାଧାରଣ ଲୋକେ ଉପକୃତ ହେବେ ଓ ଏହାକୁ କିଭଳି ଆବଦେନ କରିପାରିବେ ।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା ଏକ ସରକାରୀ ଯୋଜନା । ୨୦୨୪ ଫେବ୍ରୁଆରୀ ୧୫ତାରିଖରେ ଏହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଜନାର ଶୁଭାରମ୍ଭ କରିଥିଲେ ।ଏହି ଯୋଜନା ମାଧ୍ୟମରେ ଘରର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇଲେ ସରକାର ସବସିଡି ପ୍ରଦାନ କରିବେ । ସୋଲାର ପ୍ୟାନେଲ ମୋଟ୍ ଦାମ୍‌ର ୪୦ ପ୍ରତିଶତ ସବସିଡି ଦେବେ ସରକାର । ଦେଶର ଏକ କୋଟି ଉପଭୋକ୍ତାଙ୍କୁ ଏହି ଯୋଜନାରେ ସାମିଲ କରିବା ନେଇ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।

ଏହାମଧ୍ୟ ପଢନ୍ତୁ... ଲାଗୁ ହେବ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, କେଉଁଥିରେ ସାମିଲ ହେବେ BSKY ହିତାଧିକାରୀ ? ‘କର୍କଟ’କୁ ଚେକ୍ ପାଇଁ ବଡ ବ୍ୟବସ୍ଥା - Odisha Budget 2024

ଏହି ଯୋଜନାକୁ DISCOM ଓ OREDA ସଂସ୍ଥା କାର୍ଯ୍ୟକାରୀ କରୁଛନ୍ତି । କେନ୍ଦ୍ର ସରକାର ୧ କିଲୋଓ୍ବାଟ ପ୍ରକଳ୍ପ ପାଇଁ ୩୦ ହଜାର ଟଙ୍କା, ୨ କିଲୋଓ୍ବାଟ ପ୍ରକଳ୍ପ ପାଇଁ ୬୦ ହଜାର ଟଙ୍କା ଏବଂ ୩ କିଲୋଓ୍ବାଟ ପ୍ରକଳ୍ପ ପାଇଁ ୭୮ ହଜାର ଟଙ୍କାର ରିହାତି ପ୍ରଦାନ କରିବେ । ସୌର ଶକ୍ତି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ VGF ପ୍ରଦାନ କରାଯିବା ନେଇ ରାଜ୍ୟ ବଜେଟରେ ଘୋଷଣା କରିଛନ୍ତି ମୋହନ ସରକାର ।

ଯୋଜନାରୁ କଣ ମିଳିବ ଲାଭ:

ଘରେ ସୋଲାର ପ୍ୟାନେଲ ଲଗାଇଲେ ସରକାର ମାଗଣା ବିଜୁଳି ଯୋଗାଇଦେବେ

ନବୀକରଣ ଯୋଗ୍ୟ ଶକ୍ତି ସମ୍ବଳର ବ୍ୟବହାର ବୃଦ୍ଧି ପାଇବ

ଅଙ୍ଗାରକାମ୍ଳ ନିର୍ଗମନ କମିବ

କେଉଁମାନେ ଏହି ଯୋଜନା ପାଇବା ପାଇଁ ଯୋଗ୍ୟ:

ହିତାଧିକାରୀ ଭାରତୀୟ ହେବା ଆବଶ୍ୟକ

ଘରଟି ନିଜ ନାଁରେ ଥିବା ଆବଶ୍ୟକ

ଘରେ ବିଦ୍ୟୁତ ସଂଯୋଗ ହୋଇଥିବା ଆବଶ୍ୟକ

ହିତାଧିକାରୀ ପୂର୍ବରୁ କେବେ ସୋଲାଲ ପ୍ୟାନେଲରେ ସବସିଡି ପାଇନଥିବେ ।

ଆବଶ୍ୟକୀୟ ଡକ୍ୟୁମେଣ୍ଟ:

ପରିଚୟ ପତ୍ର

ଠିକଣା ପ୍ରମାଣ ପତ୍ର

ବିଦ୍ୟୁତ ବିଲ୍

ଛାତ ଓନରସିପ ସାର୍ଟିଫିକେଟ

କିଭଳି କରିବେ ଆବେଦନ:

ପ୍ରଥମ ପର୍ଯ୍ୟାୟ: ପ୍ରଥମେ ଅଫିସିଆଲ ଓ୍ବେବସାଇଟ https://www.pmsuryaghar.gov.in ଭିଜିଟ କରନ୍ତୁ

ଦ୍ୱିତୀୟ ପର୍ଯ୍ୟାୟ: ରାଜ୍ୟର ନାଁ, ବିଦ୍ୟୁତ ବିତରଣ କମ୍ପାନୀର ନାଁ, ବିଦ୍ୟୁତ ଉପଭୋକ୍ତାଙ୍କ ନମ୍ବର, ମୋବାଇଲ ନମ୍ବର , ଇମେଲ ଆଦି ଦିଅନ୍ତୁ

ତୃତୀୟ ପର୍ଯ୍ୟାୟ: ଉପଭୋକ୍ତା(Consumer) ନମ୍ବର ଓ ମୋବାଇଲ ନମ୍ବରରେ ଲଗିନ କରନ୍ତୁ...

ଚତୁର୍ଥ ପର୍ଯ୍ୟାୟ: ରୁଫଟପ ସୋଲାର ଫର୍ମ ଆବେଦନ କରନ୍ତୁ । ଏହାପରେ ଅନଲାଇନ ଫର୍ମ ପୂରଣ କରି ଆବେଦନ କରନ୍ତୁ

ପଞ୍ଚମ ପର୍ଯ୍ୟାୟ: DISCOMର ଅନୁମତିକୁ ଅପେକ୍ଷା କରନ୍ତୁ । ଅନୁମତି ପାଇବା ପରେ ନିକଟସ୍ଥ ରେଜିଷ୍ଟର୍ଡ ଦୋକାନରୁ ସୋଲାର ପ୍ଲାଣ୍ଟ କିଣି ଘରେ ଲଗାନ୍ତୁ । ଘରେ ସୋଲାର ପ୍ଲାଣ୍ଟ ଇନଷ୍ଟଲ କରି ସାରିବା ପରେ ପ୍ଲାଣ୍ଟର ଡିଟେଲ୍ସ ସବମିଟ କରନ୍ତୁ ଓ ନେଟ ମିଟର ପାଇଁ ଆବେଦନ କରନ୍ତୁ

ଷଷ୍ଠ ପର୍ଯ୍ୟାୟ: ନେଟ ମିଟର ଲାଗିବା ପରେ ଓ DISCOM ଯାଞ୍ଚ ପରେ ସେମାନେ କମିଶନିଙ୍ଗ ସାର୍ଚିଫିକେଟ ପ୍ରଦାନ କରିବେ

ସପ୍ତମ ପର୍ଯ୍ୟାୟ: କମିଶନିଙ୍ଗ ରିପୋର୍ଟ ପାଇବା ପରେ ଏଥିରେ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଦିଅନ୍ତୁ ଓ ଫୋର୍ଟାଲରେ ଚେକ କ୍ୟାନସେଲ କରନ୍ତୁ । ଏହାପରେ ୩୦ ଦିନ ମଧ୍ୟରେ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ସବସିଡି ଟଙ୍କା ଆସିଯିବ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.