ETV Bharat / state

୨୬ରେ ମାଟ୍ରିକ ରେଜଲ୍ଟ, ସେହିଦିନ ମିଳିବ ସାର୍ଟିଫିକେଟ - Odisha Matric Result

Odisha Matric Result date: ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ଚଳିତବର୍ଷ ମାଟ୍ରିକ ପରୀକ୍ଷାଫଳ । ସକାଳ ୯ ଟାରେ କମିଟି ବସିବା ପରେ ୧୦ ଟା ୩୦ ରେ ପ୍ରକାଶ ପାଇବ ଫଳ । ଦିନ ୧୧.୩୦ ରେ ୱେବ ସାଇଟରେ ଫଳ ଉପଲବ୍ଧ ହେବ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 24, 2024, 11:58 AM IST

Updated : May 24, 2024, 2:13 PM IST

Odisha Matric Result date
Odisha Matric Result date (ETV Bharat Odisha)

କଟକ: ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ଚଳିତବର୍ଷ ମାଟ୍ରିକ ରେଜଲ୍ଟ । HSC ,ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପାଇଁ ଛାତ୍ରଛାତ୍ରୀଙ୍କର ଫଳ ପ୍ରକାଶ ପାଇବ। ସକାଳ ୧୦ ଟା ୩୦ ରେ ରେଜଲ୍ଟ କମିଟି ବସିବା ପରେ ଫଳ ପ୍ରକାଶିତ ହେବ । ବୋର୍ଡ ୱେବ ସାଇଟ www.bseodisha.ac.in ରେ ଛାତ୍ରଛାତ୍ରୀମାନେ ନିଜ ରେଜଲ୍ଟ ଦେଖିପାରିବେ । ସକାଳ ୧୧ ଟା ୩୦ ପରଠାରୁ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଜାରି କରାଯାଇଛି ।

୨୬ରେ ମାଟ୍ରିକ ରେଜଲ୍ଟ (ETV Bharat Odisha)

ନିଜର ମୋବାଇଲରୁ ମଧ୍ୟ ରେଜଲ୍ଟ ଜାଣି ପାରିବେ ଛାତ୍ରଛାତ୍ରୀ । OR10 space ନିଜର ରୋଲ ନମ୍ବର କୁ ଟାଇପ କରି 5676750 କୁ ମେସେଜ କଲେ ରେଜଲ୍ଟ ଜାଣିହେବ । ସ୍କୁଲ ପ୍ରଧାନ ଶିକ୍ଷକ ମାନେ ମଧ୍ୟ ଅପରାହ୍ନ ୧୨ ଟା ୩୦ ରୁ ନିଜର ୟୁଜର ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ରେଜଲ୍ଟ ମଧ୍ୟ ଜାଣି ପାରିବେ ।

ଏହାମଧ୍ୟ ପଢନ୍ତୁ..ଏଥର ଅନଲାଇନ ଓ ହ୍ୱାଟ୍ସଆପରେ ମିଳିବ ମାଟ୍ରିକ ସାର୍ଟିଫିକେଟ, ଜାଣନ୍ତୁ କେମିତି କରିବେ ଡାଉନଲୋଡ - How To Download Matric Certificate

ପ୍ରଥମ ଥର ପାଇଁ ରେଜଲ୍ଟ ବାହାରିବା ଦିନ ସାର୍ଟିଫିକେଟ ପାଇପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ଅନଲାଇନରେ ଏବଂ whatsapp ମାଧ୍ୟମରେ କିଛି ଜରୁରୀ ତଥ୍ୟ ଦେଇ ସାର୍ଟିଫିକେଟ ଡାଉନଲୋଡ କରିହେବ । ଅପରାହ୍ନ ୪ ଟା ପରଠାରୁ ଡିଜିଟାଲ ସାର୍ଟିଫିକେଟ ମିଳିବ । ନିଜର whatsapp ରେ 7710058192କୁ ସେଭ କରି ପରେ ଉକ୍ତ ନମ୍ବରରୁ BSE ଟାଇପ କରନ୍ତୁ । ପରବର୍ତ୍ତୀ ସମୟରେ ଏହି ପଦ୍ଧତି ଦ୍ୱାରା ସାର୍ଟିଫିକେଟ ପାଇପାରିବେ ।

ଏହାମଧ୍ୟ ପଢନ୍ତୁ.. ୨୦ରୁ ମାଟ୍ରିକ ପରୀକ୍ଷା: ବୋର୍ଡର ଚରମବାଣୀ, 'କପି ହେଲେ ପ୍ରଧାନ ଶିକ୍ଷକ ଦାୟୀ'

ସେହିପରି ରିଚେକିଂ ପାଇଁ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ମେ ୨୯ ରୁ ଜୁନ ୧୨ ତାରିଖ ମଧ୍ୟରେ ରିଚେକିଂ ପାଇଁ ଆବେଦନ କରିପାରିବେ । ଛାତ୍ରଛାତ୍ରୀଙ୍କର ଯଦି କୌଣସି ସମସ୍ୟା ଥାଏ ତେବେ ବୋର୍ଡ କାର୍ଯ୍ୟାଳୟରେ ଥିବା ଟୋଲ ଫି ନମ୍ବରକୁ ଯୋଗାଯୋଗ କରିପାରିବେ । ଦୁଇଟି ନମ୍ବର ବୋର୍ଡ ପକ୍ଷରୁ ଜାରି କରାଯାଇଛି । 8763446292 ଏବଂ 9437228187କୁ କଲ କରି ତଥ୍ୟ ପାଇପାରିବେ । ସକାଳ ୧୦ ରୁ ଅପରାହ୍ନ ୫ ଟା ମଧ୍ୟରେ ଉକ୍ତ ନମ୍ବର ସହ ଯୋଗାଯୋଗ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ହାଇସ୍କୁଲ ମଧ୍ୟମା ଓ ଷ୍ଟେଟ ଓପନ ସ୍କୁଲ ପାଇଁ ମୋଟ 5 ଲକ୍ଷ 60 ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ସେଥିପାଇଁ ବୋର୍ଡ ପକ୍ଷରୁ 3 ହଜାର 47ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା ।

ଇଟିଭି ଭାରତ, କଟକ

Last Updated : May 24, 2024, 2:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.