ETV Bharat / state

ଆଜି ରାଜ୍ୟ ବିଜେପି ନିର୍ବାଚନ କମିଟି ବୈଠକ; ନିର୍ବାଚନ ପ୍ରସ୍ତୁତି ଉପରେ ହେବ ଚର୍ଚ୍ଚା

author img

By ETV Bharat Odisha Team

Published : Mar 16, 2024, 9:55 AM IST

Updated : Mar 16, 2024, 12:34 PM IST

Odisha BJP Election Committee Meeting: ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବ ରାଜ୍ୟ ବିଜେପି । ଆଜି ବସୁଛି ଦଳର ନିର୍ବାଚନ କମିଟି ବୈଠକ ଏବଂ କୋର କମିଟି ବୈଠକ । ଅଧିକ ପଢନ୍ତୁ

ରାଜ୍ୟ ବିଜେପିର ନିର୍ବାଚନ କମିଟି ବୈଠକ
ରାଜ୍ୟ ବିଜେପିର ନିର୍ବାଚନ କମିଟି ବୈଠକ
ବିଜେପି ନିର୍ବାଚନ କମିଟି ବୈଠକ

ଭୁବନେଶ୍ବର: ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କସରତ ଆରମ୍ଭ କଲା ରାଜ୍ୟ ବିଜେପି । ଆଜି ବସିବ ବିଜେପିର ନିର୍ବାଚନ କମିଟି ବୈଠକ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦିନ ୧୧ ଟା ବେଳେ ଏହି ବୈଠକ ବସିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ତେବେ ଏହା ପୂର୍ବରୁ ପ୍ରଥମେ ରାଜ୍ୟ ବିଜେପିର କୋର କମିଟି ବୈଠକ ବସିବା ନେଇ ସୂଚନା ରହିଛି । ଆଜି ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାକୁ ଥିବା ବେଳେ ବିଜେପିର ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ । ତେବେ ଏହି ବୈଠକରେ ନିର୍ବାଚନ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇପାରେ । ବୈଠକ ପାଇଁ ଆଜି ଧର୍ମେନ୍ଦ୍ର ପ୍ରଧାନ ଏବଂ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଭୁବନେଶ୍ବରରେ ପହଞ୍ଚିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା: ଶାହଙ୍କ ବଡ଼ ବୟାନ, କହିଲେ ଏଯାଏଁ ହୋଇନି ନିଷ୍ପତ୍ତି

ସୂଚନା ଅନୁସାରେ, ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦିନ ୧୧ଟା ବେଳେ ଏହି ବୈଠକ ବସିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ତେବେ ଏହା ପୂର୍ବରୁ ରାଜ୍ୟ ବିଜେପିର କୋର କମିଟି ବୈଠକ ଅନୁଷ୍ଠିତ ହେବ । ରାଜ୍ୟ କୋର କମିଟି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ନିର୍ବାଚନ ପ୍ରଭାରୀ, ସହ ପ୍ରଭାରୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହିବେ ।

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ଯୁଦ୍ଧ ପାଇଁ ବିଗୁଲ ବାଜିବ କାଲି, ଯୁଦ୍ଧର ସୀମାରେଖା ନିର୍ଦ୍ଧାରଣ କେବେ ?

ନିିର୍ବାଚନ କମିଟି ବୈଠକରେ ୨୧ ଲୋକସଭା କ୍ଷେତ୍ର ଏବଂ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ୱାରି ସ୍ଥିତି ସମୀକ୍ଷା ହେବା ନେଇ ଚର୍ଚ୍ଚା ହେଉଛି । ଏଥିସହ ନିର୍ବାଚନ ରୋଡ ମ୍ୟାପ ପ୍ରସ୍ତୁତ ନେଇ ବୈଠକରେ ଆଲୋଚନା କରିବେ ବିଜେପି ତୁଙ୍ଗ ନେତା । ତେବେ ଆଗାମୀ ନିର୍ବାଚନରେ ବିଜେପି କିଭଳି ଲଢିବ ସେନେଇ ଦଳର ବରିଷ୍ଠ ନେତା ଜିଲ୍ଲା ସ୍ତରରେ ଥିବା ନେତା ଓ କର୍ମୀଙ୍କୁ ସଂକେତ ଦେଇ ପାରନ୍ତି । ତେବେ ଆଜି ବସିବାକୁ ଥିବା ଦୁଇଟି ଗୁରୁତ୍ବପୂର୍ଣ୍ଣ ବୈଠକରେ କିଛି ନିଷ୍କର୍ଷ ବାହାରି ପାରେ । ମେଣ୍ଟ ଚର୍ଚ୍ଚା ଏବେ ବି ସସପେନ୍ସ ଥିବାବେଳେ ଆଜିର ବୈଠକ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି । ପ୍ରକାଶଥାଉକି, ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାକୁ ନେଇ ଅମିତ ଶାହଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରୀୟ ଅଧ୍ୟକ୍ଷ ଏନେଇ କିଛି ନିଷ୍ପତ୍ତି ନେଇ ନାହାନ୍ତି ବୋଲି ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଗୃହମନ୍ତ୍ରୀ ।

ଏନେଇ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି, " ଭାରତୀୟ ଜନତା ପାର୍ଟି ପୂରା ରାଜ୍ୟରେ ପ୍ରସ୍ତୁତ ରହିଛି । ତୃଣମୂଳ ସ୍ତରରେ ସଂଗଠନ ସୁଦୃଢ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଚାରଧାରା, କାର୍ଯ୍ୟଶୈଳୀ ଏବଂ ସୁଦକ୍ଷ ନେତୃତ୍ବ ପ୍ରତି ଜନସାଧାରଣଙ୍କ ଶ୍ରଦ୍ଧା ରହିଛି । ବିଜେପି ଆଜି ସଶକ୍ତ ଭାବେ ଲଢିବା ପାଇଁ ପ୍ରସ୍ତୁତ ରହିଛି । ଆମ ଘରର ମୁରବି ଉପରେ ଆମର ଭରସା ରହିଛି । "

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 16, 2024, 12:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.