ETV Bharat / state

ପ୍ରତିଶ୍ରୁତି ପୂରଣ ପାଇଁ ନୂଆ ସରକାରଙ୍କ ରୋଡମ୍ୟାପ୍, କାର୍ଯ୍ୟକାରିଣୀ ବୈଠକରେ ହେବ ଆଲୋଚନା - BJP Executive Meeting

author img

By ETV Bharat Odisha Team

Published : Jul 18, 2024, 5:03 PM IST

BJP Executive Meeting: ଆସନ୍ତାକାଲିଠାରୁ ୨ ଦିନ ଧରି ଚାଲିବ ବିଜେପିର କାର୍ଯ୍ୟକାରିଣୀ ବୈଠକ । ଏହି ବୈଠକରେ କେଉଁ ସବୁ ପ୍ରସଙ୍ଗରେ ଆଲୋଚନା କରାଯିବ ଜାଣନ୍ତୁ ।

BJP Executive Meeting
BJP Executive Meeting (ETV Bharat Odisha)

ଭୁବନେଶ୍ବର: ଆସନ୍ତାକାଲି ବିଜେପି କାର୍ଯ୍ୟକାରିଣୀ ବୈଠକ । ଏହାକୁ ଉଦଘାଟନ କରିବେ ଜେପି ନଡ୍ଡା । ୨ ଦିନ ଧରି ଚାଲିବ କାର୍ଯ୍ୟକାରିଣୀ ବୈଠକ । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଆଜି ଭୁବନେଶ୍ଵରରେ ପହଞ୍ଚିଛନ୍ତି । ଗତକାଲି (ବୁଧବାର) ସହ ପ୍ରଭାରୀ ଲତା ଉସେଣ୍ଡି ଆସିଥିଲେ । ବିମାନବନ୍ଦରରେ ପହଞ୍ଚି ପ୍ରଭାରୀ ବିଜୟପାଲ ସିଂହ ତୋମାର କହିଛନ୍ତି, "ସ୍ଥିତି ସମୀକ୍ଷା କରାଯିବ । ଆଗକୁ କ'ଣ କରାଯିବ ତାକୁ ନେଇ ରୋଡମ୍ୟାପ ପ୍ରସ୍ତୁତ କରାଯିବ । ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା କିପରି ନିର୍ଦ୍ଧାରିତ ସମୟ ଭିତରେ ସେନେଇ ଆଲୋଚନା ହେବ । ଏହି କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଗଲାଣି ।"

ସେ ଆହୁରି କହିଛନ୍ତି, "ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା କଥା ହେଉ, କି ରତ୍ନଭଣ୍ଡାର କିମ୍ବା ସୁଭଦ୍ରା ଯୋଜନା ସବୁ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଗାମୀ ଦିନରେ ରାଜ୍ୟରେ ବିଜେପି ସରକାର କେମିତି ଶାସନ କରିବ ସେନେଇ ରୋଡମ୍ୟାପ୍ ପ୍ରସ୍ତୁତ ହେବ । ଲୋକମାନଙ୍କ ପାଖରେ କେନ୍ଦ୍ର ଯୋଜନା ପହଞ୍ଚାଇବାକୁ ରଣନୀତି ପ୍ରସ୍ତୁତ ହେବ ।" ତେବେ 19 ଏବଂ 20 ତାରିଖରେ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ହେବ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ବୈଠକକୁ ଉଦଘାଟନ କରିବେ । ଏହି ବୈଠକ ପୁରୀର ବଳିଆପଣ୍ଡା ସ୍ଥିତ ଏକ ହୋଟେଲରେ ହେବ । ନିର୍ବାଚନ ପରବର୍ତ୍ତୀ ଅବସ୍ଥାରେ କେନ୍ଦ୍ରରେ ତୃତୀୟ ଥର ଏବଂ ଓଡ଼ିଶାରେ ବିଜେପି ପ୍ରଥମ ଥର ସରକାର ଗଠନ ହେବା ପରେ ବୈଠକ ହେଉଛି । ସୂଚନା ଅନୁସାରେ, 19 ତାରିଖ ସକାଳ 10 ଟା 30ରେ ପଦାଧିକାରୀ ବୈଠକ ହେବ । ଅପରାହ୍ନ 2ଟା 30ରେ କାର୍ଯ୍ୟକାରିଣୀ ବୈଠକ ଉଦଘାଟନ ହେବ ଏବଂ ଏହା 20 ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ।

ଏହା ବି ପଢନ୍ତୁ...ଓଡ଼ିଶା ବିକାଶରେ ଲାଗିବ ଡେଣା, କେନ୍ଦ୍ରରୁ ମିଳିବ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ! ଜାଣନ୍ତୁ କଣ ଦାବି ରଖିଥିଲା ବିଜେଡି, କଣ ମାଗିଛି ବିଜେପି ?

ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ସମସ୍ତ ବିଜେପି ନେତା ବୈଠକରେ ଉପସ୍ଥିତ ରହିବେ । 2024 ନିର୍ବାଚନବେଳେ ବିଧାନସଭା ଏବଂ ଲୋକସଭା ସଂଯୋଜକ, ଜିଲ୍ଲା ସାଧାରଣ ସମ୍ପାଦକ, ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସମସ୍ତ ମୋର୍ଚ୍ଚା ସଭାପତି, ମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକ, କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ । କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଓ ସହ ପ୍ରଭାରୀ ଲତା ଉସେଣ୍ଡି ଉପସ୍ଥିତ ରହିବେ । ବୈଠକରେ ରାଜନୈତିକ ପରିସ୍ଥିତି, ସାମ୍ପ୍ରତିକ ସରକାରର ଜନକଲ୍ୟାଣ କାର୍ଯ୍ୟକ୍ରମ ବିଷୟରେ ଚର୍ଚ୍ଚା ଆଲୋଚନା ହୋଇ ଆଗାମୀ ରଣନୀତି ପ୍ରସ୍ତୁତ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.