ETV Bharat / state

ନିର୍ବାଚନୀ ପରବର୍ତ୍ତୀ ସମୀକ୍ଷା କଲା ଶାସକ ବିଜେପି, ସଫଳତା-ବିଫଳତାର ଖୋଜିଲା କାରଣ - bjp election review meeting

author img

By ETV Bharat Odisha Team

Published : Jun 19, 2024, 4:37 PM IST

Updated : Jun 19, 2024, 5:20 PM IST

BJP ELECTION REVIEW MEETING: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା ନିର୍ବାଚନୀ ପରବର୍ତ୍ତୀ ସମୀକ୍ଷା ବୈଠକ । ଯୋଗ ଦେଲେ ବହୁ ତୁଙ୍ଗ ନେତା । ଚଳିତ ନିର୍ବାଚନ ଉପରେ ହେଲା ପୁଙ୍ଖାନୁପୁଙ୍ଖ ଆଲୋଚନା ଏବଂ ପର୍ଯ୍ୟାଲୋଚନା । ଅଧିକ ପଢନ୍ତୁ

BJP ELECTION REVIEW MEETING
BJP ELECTION REVIEW MEETING (ETV Bharat Odisha)

ଭୁବନେଶ୍ବର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନିର୍ବାଚନୀ ପରବର୍ତ୍ତୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଯୋଗ ଦେଇଛନ୍ତି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ଓ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ-ପ୍ରଭାରୀ ଲତା ଉଷେଣ୍ଡି ଏବଂ ରାଜ୍ୟ ସଭାପତି ମନମୋହନ ସାମଲ । ରାଜ୍ୟରେ ବିଜେପି ଏକାକି ସରକାର ଗଠନ କଲା ପରେ ପ୍ରଥମ ଥର ପାଇଁ ଦଳର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।

ପ୍ରଥମ ପର୍ଯାୟରେ ନିର୍ବାଚନୀ ପରିଚାଳନା କମିଟିର ସଦସ୍ୟଙ୍କ ସହିତ ନିର୍ବାଚନର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ଦଳର ନେତୃବୃନ୍ଦ । ନିର୍ବାଚନ ମ୍ୟାନେଜମେଣ୍ଟ ଉପରେ ବୈଠକରେ ଆଲୋଚନା । ବୈଠକରେ ନିର୍ବାଚନ ପରିଚାଳନା, ସାଙ୍ଗଠନିକ କାର୍ଯ୍ୟ ଓ ବିଜେପି ପରାଜୟ କରିଥିବା ସିଟ୍ ଗୁଡିକର ସମୀକ୍ଷା ହୋଇଥିବା ସୂଚନା । ପ୍ରଥମେ ପଦାଧିକାରୀ ବୈଠକ ପରେ ଅପରାହ୍ନରେ ବିଧାୟକ, ମନ୍ତ୍ରୀଙ୍କୁ ନେଇ ବୈଠକ ହୋଇଛି । ରାଜ୍ୟ ସଭାପତି ନିର୍ବାଚନ ଫଳାଫଳର କରିଛନ୍ତି ସମୀକ୍ଷା । ତେବେ ହାରଜିତର ହୋଇଛି କାରଣ ଖୋଜା ।

ଏହାସହ ଶାସକ ଦଳ ହିସାବରେ ଆଗାମୀ ଦିନରେ ଦଳର ରୋଡ଼ ମ୍ୟାପ୍ ନେଇ ବି ହୋଇଛି ଆଲୋଚନା କରାଯାଇଥିବା କହିଛନ୍ତି ବିଜେପି ନେତା । ବୈଠକରେ ଉପସ୍ଥିତ ଦଳର ସମସ୍ତ ନେତୃବୃନ୍ଦ ନିଜର ମତ ସ୍ତାବ୍ୟସ୍ତ କରିଛନ୍ତି । କେଉଁଠି କ'ଣ କମ୍ ରହିଲା । କେଉଁଠି କ'ଣ ଉପଲବ୍ଧି ରହିଲା ସବୁ ବିଷୟରେ ଫିଡ୍ ବ୍ୟାକ୍ ପ୍ରଦାନ କରିଛନ୍ତି ନେତା ଓ କର୍ମୀ ।

ଏହା ମଧ୍ୟ ପଢନ୍ତୁ .....ବିରୋଧୀ ଦଳ ନେତା ନବୀନ ନା ଆଉ କିଏ ? 'ନବୀନଙ୍କ ନିଷ୍ପତ୍ତି ସର୍ବମାନ୍ୟ' କହିଲେ ବରିଷ୍ଠ ନେତା - Opposition Leader Odisha Assembly

ନିର୍ବାଚନ ପରିଚାଳନା କିମିତି ବୈଠକ ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ଦେଇଛନ୍ତି । ମନମୋହନ କହିଛନ୍ତି ଯେ, 24 ନିର୍ବାଚନ ପ୍ରସଙ୍ଗରେ ହେଲା ଆଲୋଚନା । ସମସ୍ତ ନେତା ନିଜ ନିଜ ମତ ଦେଲେ । କେଉଁଠି କ'ଣ କମ୍ ରହିଲା, କେଉଁଠି କଣ ଉପଲବ୍ଧି ରହିଲା ସବୁ ବିଷୟରେ ଫିଡ୍ ବ୍ୟାକ୍ ଦେଇଛନ୍ତି । ଦଳର ଭଲ ଫଳାଫଳ ପଛରେ ଥିବା କାରଣ ବିଷୟରେ ନିର୍ବାଚନ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି । ସମସ୍ତଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଦିଆଗଲା । ସାଧାରଣ କାର୍ଯ୍ୟକର୍ତ୍ତା ଅସାଧାରଣ କାମ କରିଛନ୍ତି । ପର୍ଯ୍ୟାୟ କ୍ରମେ ଆଜି ବୈଠକ ବସିବ । ଆହୁରି 4ଟି ବୈଠକ ହେବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 19, 2024, 5:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.