ETV Bharat / state

ବସିଲା ବିଜେପିର କୋର କମିଟି ବୈଠକ, ନିର୍ବାଚନ ପାଇଁ ଚାଲିଛି ରୋଡ଼ମ୍ୟାପ ପ୍ରସ୍ତୁତି - BJP core committee meeting

BJP Core Committee Meeting: ରାଜ୍ୟ କାର୍ଯ୍ୟାଳୟରେ ବସିଲା ବିଜେପିର କୋର କମିଟି ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ବେଳେ ବିଜେପି ତୁଙ୍ଗ ନେତା ଉପସ୍ଥିତ । ଅଧିକ ପଢନ୍ତୁ

ବିଜେପିର କୋର କମିଟି ବୈଠକ
ବିଜେପିର କୋର କମିଟି ବୈଠକ
author img

By ETV Bharat Odisha Team

Published : Mar 16, 2024, 12:31 PM IST

ବିଜେପିର କୋର କମିଟି ବୈଠକ

ଭୁବନେଶ୍ବର: ଆରମ୍ଭ ହେଲା ବିଜେପି କୋର କମିଟି ବୈଠକ । ରାଜ୍ୟ କାର୍ଯ୍ୟାଳୟରେ ଦଳର କୋର କମିଟି ବୈଠକ ଆରମ୍ଭ ହୋଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ଦଳର ସାଙ୍ଗଠନିକ ସ୍ଥିତି ମଜବୁତ କରିବା ଠାରୁ ଆରମ୍ଭ କରି 2024 ପାଇଁ ରୋଡ଼ମ୍ୟାପ ପ୍ରସ୍ତୁତି ଉପରେ ଆଲୋଚନା ଚାଲିଥିବା ସୂଚନା ରହିଛି ।

ତେବେ ବିଜେପିର କୋର କମିଟି ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶ୍ୱେଶ୍ୱର ଟୁଡୁ ଉପସ୍ଥିତ । ଏହାସହ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ଏବଂ ଅନ୍ୟ ସଦସ୍ୟମାନେ ବୈଠକରେ ଯୋଗ ଦେଇଛନ୍ତି । ତେବେ ଏହି ବୈଠକ ଶେଷ ହେବା ପରେ ରାଜ୍ୟ ନିର୍ବାଚନ କମିଟି ବୈଠକ ବସିବ । 24 ନିର୍ବାଚନକୁ ନେଇ ହେବ ମାନସମନ୍ଥନ । 147 ବିଧାନସଭା ଏବଂ 21 ଲୋକସଭାକୁ ନେଇ ପର୍ଯ୍ୟବେକ୍ଷକମାନଙ୍କ ରିପୋର୍ଟ ସମୀକ୍ଷା କରାଯିବା ନେଇ ସୂଚନା ରହିଛି । ଏହାସହ ପ୍ରାର୍ଥୀ ଚୟନ ନେଇ ମଧ୍ୟ ଆଲୋଚନା ହୋଇପାରେ । ବୈଠକ ପରେ ସବିଶେଷ ରିପୋର୍ଟ କେନ୍ଦ୍ରୀୟ ସଂସଦୀୟ ବୋର୍ଡ ନିକଟକୁ ପଠାଯିବ ।

ଏହା ମଧ୍ୟ ପଢନ୍ତୁ: ଆଜି ରାଜ୍ୟ ବିଜେପି ନିର୍ବାଚନ କମିଟି ବୈଠକ; ପହଞ୍ଚିଲେ ଧର୍ମେନ୍ଦ୍ର ଏବଂ ତୋମାର

ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ, ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ଵାଳ ବୈଠକରେ ଉପସ୍ଥିତ ଅଛନ୍ତି । ତେବେ ଆଗାମୀ ନିର୍ବାଚନରେ ବିଜେପି କିଭଳି ଲଢିବ ସେନେଇ ଦଳର ବରିଷ୍ଠ ନେତା ଜିଲ୍ଲା ସ୍ତରରେ ଥିବା ନେତା ଓ କର୍ମୀଙ୍କୁ ସଂକେତ ଦେଇ ପାରନ୍ତି । ତେବେ ଆଜି ବସିବାକୁ ଥିବା ଦୁଇଟି ଗୁରୁତ୍ବପୂର୍ଣ୍ଣ ବୈଠକରେ କିଛି ନିଷ୍କର୍ଷ ବାହାରି ପାରେ । ମେଣ୍ଟ ଚର୍ଚ୍ଚା ଏବେ ବି ସସପେନ୍ସ ଥିବାବେଳେ ଆଜିର ବୈଠକ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ: BJP କୋର କମିଟି ବୈଠକ ଆରମ୍ଭ, ଦଳର ସ୍ଥିତି ମଜବୁତ ପାଇଁ ଆଲୋଚନା

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.