ETV Bharat / state

ନିର୍ବାଚନ ବୈତରଣୀ ପାର ପାଇଁ ବିଜେଡି ସରକାରଙ୍କ ଆଦିବାସୀ ପ୍ରୀତି: ବିଜେପି - Tribal land law amendment

Mohan Majhi on Tribal land issue: ରାଜ୍ୟ ସରକାର ଆଦିବାସୀ ଜମି ବିକ୍ରି ଅଧିନିୟମକୁ ପ୍ରତ୍ୟାହାର କରିବା କେବଳ ନିର୍ବାଚନକୁ ଆଖି ଆଗରେ ରଖି କରିଛନ୍ତି ବୋଲି ଅଭିଯୋଗ ଆଣିଲା ବିଜେପି । ଅଧିକ ପଢନ୍ତୁ

Mohan Majhi on Tribal land issue
Mohan Majhi on Tribal land issue
author img

By ETV Bharat Odisha Team

Published : Jan 30, 2024, 7:26 PM IST

ନିର୍ବାଚନ ବୈତରଣୀ ପାର ପାଇଁ ବିଜେଡି ସରକାରଙ୍କ ଆଦିବାସୀ ପ୍ରୀତି

ଭୁବନେଶ୍ୱର: ରାଜ୍ୟ ସରକାର ସୋମବାର ବସିଥିବା କ୍ୟାବିନେଟ ବୈଠକରେ ଆଦିବାସୀ ଜମି ବିକ୍ରି ଅଧିନିୟମକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିଛନ୍ତି । ଏହା ବିଜେଡିର କେବଳ ନିର୍ବାଚନ ବୈତରଣୀ ପାର ପାଇଁ ଆଦିବାସୀ ପ୍ରୀତି ବୋଲି ଅଭିଯୋଗ କରିଛି ରାଜ୍ୟ ବିଜେପି । କ୍ୟାବିନେଟରେ ଆଦିବାସୀଙ୍କ ପାଇଁ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରି ଚାଲ ଖେଳିବା ସହ ଚକ୍ରାନ୍ତ କରିଛନ୍ତି ବୋଲି ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ।

ଏ ନେଇ ମୋହନ ମାଝୀ କହିଛନ୍ତି, " ଶିଳ୍ପପତିମାନଙ୍କୁ ଆଦିବାସୀଙ୍କ ଜମି ବିକ୍ରି କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ ରାଜ୍ୟ ସରକାର । ରାଜ୍ୟସାରା ଆଦିବାସୀ ଏବଂ ବିଧାନସଭାରେ ବିଜେପିର ପ୍ରବଳ ବିରୋଧ କାରଣରୁ ଜମି ହସ୍ତାନ୍ତର ବିଲ ସ୍ଥଗିତ କରିଥିଲେ ଏବଂ ଏବେ ସଂପୂର୍ଣ୍ଣ ପ୍ରତ୍ୟାହାର କରିଛନ୍ତି ସରକାର । କିନ୍ତୁ ଯେତେ ପ୍ୟାକେଜ ଘୋଷଣା କଲେ ବି ସରକାରଙ୍କ ଚକ୍ରାନ୍ତ ଏବଂ ଆଦିବାସୀ ବିରୋଧୀ ମନୋଭାବ ଲୁଚିଯିବ ନାହିଁ । ବିଜେଡି ଶାସନରେ ଆଦିବାସୀଙ୍କର କୌଣସି ବିକାଶ ହୋଇନାହିଁ । ୨୪ ବର୍ଷ ଧରି କଣ କରୁଥିଲେ ରାଜ୍ୟ ସରକାର ? ରାଜ୍ୟ ସରକାର ସବୁବେଳେ ଆଦିବାସୀଙ୍କୁ ଅବହେଳା କରିଛନ୍ତି । ଏବେ ନିର୍ବାଚନ ଆସୁଛି ବୋଲି ଆଦିବାସୀ ପ୍ରୀତି ଦେଖାଉଛନ୍ତି। ଆଜି ବି ଆଦିବାସୀ ଅବହେଳିତ ଅବସ୍ଥାରେ ରହିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ବ୍ୟବସ୍ଥା ନାହିଁ । ଆଜି ବି ରୋଗୀ ଖଟିଆରେ ବୁହା ହେଉଛନ୍ତି।"

ଏହା ବି ପଢନ୍ତୁ- ୫ ପ୍ରସ୍ତାବକୁ ମୋହର ମାରିଲା କ୍ୟାବିନେଟ; ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେଲା ଆଦିବାସୀ ଜମି ବିକ୍ରି ଅଧିନିୟମ

ସୂଚନା ଥାଉକି, ଗତକାଲି (ସୋମବାର) କ୍ୟାବିନେଟରେ ରାଜ୍ୟ ସରକାର ଆଦିବାସୀ ଜମି କିଣାବିକା ନେଇ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିଥିଲେ । ଗତବର୍ଷ ନଭେମ୍ବର ୧୪ରେ ରାଜ୍ୟ କ୍ୟାବିନେଟରେ ଆଦିବାସୀ ଜମି କିଣାବିକା ନିଷ୍ପତ୍ତି ନିଆଯାଇଥିଲା । ଯାହାକୁ ବିରୋଧ କରି ବିରୋଧୀ ବିଧାନସଭା ଅଚଳ କରିଥିଲେ । ଶୀତକାଳୀନ ଅଧିବେଶନ ଏକପ୍ରକାର ଧୋଇ ଯାଇଥିଲା । ବିଧାନସଭା ଚାଲିଥିବା ସମୟରେ ଏହି ନିଷ୍ପତ୍ତିକୁ ସରକାର ସ୍ଥଗିତ ରଖିଥିଲେ । ଅଧିକ ବିଚାର ବିମର୍ଶ କରିବାକୁ ବିଧାନସଭା କମିଟିକୁ ପଠାଇଥିଲେ । ସେହି ନିଷ୍ପତ୍ତିକୁ ଗତକାଲି କ୍ୟାବିନେଟ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେଇଛି ।

ନଭେମ୍ବର ୧୪ ରାଜ୍ୟ କ୍ୟାବିନେଟରେ ଆଦିବାସୀମାନେ ଅଣ ଆଦିବାସୀଙ୍କୁ ଜମି ହସ୍ତାନ୍ତର କରିବା ସହ ଶିକ୍ଷା, ଶିଳ୍ପ ଓ ବ୍ୟବସାୟ ପାଇଁ ବ୍ୟାଙ୍କରେ ଜମିକୁ ବନ୍ଧକ ରଖିପାରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହି ବିବାଦୀୟ ପ୍ରସ୍ତାବକୁ ବିଭିନ୍ନ ମହଲରୁ ବିରୋଧ ହେବା ପରେ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଛି । ବିଶେଷ କରି ଆଗକୁ ନିର୍ବାଚନ ଥିବାରୁ ଏହାର ପ୍ରଭାବ ପଡିବା ଆଶଙ୍କା କରି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.