ETV Bharat / state

ବିପ୍ଲବ ଆଣିବା ପାଇଁ ଇ-ଚାଷ ଆପ ଓ ପୋର୍ଟାଲ; ସାରା ରାଜ୍ୟର ଚାଷ ଓ ଚାଷୀଙ୍କ ବାବଦରେ ମିଳିବ ତଥ୍ୟ - E chasa App Launched

author img

By ETV Bharat Odisha Team

Published : Aug 21, 2024, 9:11 PM IST

E-chasa App Launched: ଚାଷ କ୍ଷେତ୍ରରେ ଆସିବ ବିପ୍ଲବ । ସାରା ରାଜ୍ୟରେ ଆରମ୍ଭ ହେଲା ଡିଜିଟାଲ ଫସଲ ସର୍ବେକ୍ଷଣ । ଓୟୁଏଟି ଭୁବନେଶ୍ବର ପରିସରରୁ ଡିଜିଟାଲ ଇ-ଫସଲ ସର୍ବେକ୍ଷଣର ଶୁଭାରମ୍ଭ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଅଧିକ ପଢନ୍ତୁ

E CHASA APP LAUNCHED
E CHASA APP LAUNCHED (ETV Bharat Odisha)

ଭୁବନେଶ୍ବର: ସାରା ରାଜ୍ୟର ଆରମ୍ଭ ହୋଇଛି ଇ-ଚାଷ ଡିଜିଟାଲ ଫସଲ ସର୍ବେକ୍ଷଣ । ପ୍ରାଥମିକ ଭାବେ ୪ ଜିଲ୍ଲାରେ ଆରମ୍ଭ ହୋଇଥିବା ପାଇଲଟ ପ୍ରୋଜେକ୍ଟ ସଫଳତା ହାସଲ କରିବା ପରେ ଏବେ ସାରା ରାଜ୍ୟର ଆରମ୍ଭ ହୋଇଛି ଇ-ଚାଷ ଫସଲ ସର୍ବେକ୍ଷଣ । ଫଳରେ ମୋବାଇଲ ଆପରେ ରହିବ ଚାଷୀଙ୍କ ଚାଷ ସମ୍ବନ୍ଧୀୟ ତଥ୍ୟ । ଚାଷୀଙ୍କୁ ମିଳିବ ଚାଷ ସମ୍ବନ୍ଧୀୟ ସହାୟତା, ସାର, ବିହନ, କିଟ ନାଶକ ଓ ଫସଲ ବିମା ଭଳି କୃଷି ସମ୍ବନ୍ଧୀୟ ତଥ୍ୟ । ଓୟୁଏଟି ଭୁବନେଶ୍ବର ପରିସରରୁ ଡିଜିଟାଲ ଇ-ଫସଲ ସର୍ବେକ୍ଷଣର ଶୁଭାରମ୍ଭ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ।

ଚାଷ କ୍ଷେତ୍ରରେ ଆସିବ ବିପ୍ଲବ (ETV Bharat Odisha)

ଆପ୍‌ରେ ରହିବ ଚାଷୀଙ୍କ ଚାଷ ସମ୍ବନ୍ଧୀୟ ତଥ୍ୟ:

ସାରା ଓଡିଶାରେ ଆରମ୍ଭ ହୋଇଛି ଡିଜିଟାଲ କ୍ରପ ସର୍ଭେକ୍ଷଣ । ଏଣିକି ମୋବାଇଲ ଆପରେ ରହିବ ଚାଷୀଙ୍କ ଚାଷ ସମ୍ବନ୍ଧୀୟ ତଥ୍ୟ । ଡିଜିଟାଲ ଫସଲ ସର୍ବେକ୍ଷଣ ପାଇଁ ଇ-ଚାଷ ଆପ ଓ ପୋର୍ଟାଲ ଉନ୍ମୋଚନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଦନ ସିଂ ଦେଓ କହିଛନ୍ତି, "ରାଜ୍ୟରେ ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ସମୃଦ୍ଧ କୃଷକ ନୀତିକୁ ପ୍ରୋତ୍ସାହନ ଯୋଗାଇବ । ଏହା ସହ ଦୁର୍ଗମ ତଥା ଅପହଞ୍ଚ ଇଲାକାରେ ହେଉଥିବା ଫସଲର ମଧ୍ୟ ସଠିକ ତଥ୍ୟ ପ୍ରଦାନ କରିବ । ଯେଉଁ ତଥ୍ୟକୁ ଆଧାର କରି ପରବର୍ତ୍ତୀ ସମୟରେ କୃଷି କ୍ଷେତ୍ରରେ ସୁଦୃଢ ନୀତି ପ୍ରଣୟନ କରିବାରେ ଏହା ସହାୟକ ହେବ । ଇ-ଚାଷ ଆପ ଓ ପୋର୍ଟାଲ ଡିଜିଟାଲ ଫସଲ ସର୍ବେକ୍ଷଣ ରାଜ୍ୟର ପ୍ରଯୁକ୍ତିଭିତ୍ତିକ କୃଷି ସେବାକୁ ତ୍ବରାନ୍ବିତ କରିବ ।"

ଡିଜିଟାଲ ଫସଲ ସର୍ବେକ୍ଷଣ
ଡିଜିଟାଲ ଫସଲ ସର୍ବେକ୍ଷଣ (ETV Bharat Odisha)

ଓଡ଼ିଶା ପ୍ରଥମ ରାଜ୍ୟ:

କୃଷି ଓ କୃଷକ ସଶକ୍ତି କରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ କହିଛନ୍ତି, "କୃଷି କ୍ଷେତ୍ରରେ ଡିଜିଟାଲ ସର୍ବେକ୍ଷଣ ନୀତି ଆପଣେଇବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ । ଏହି ଆପ ଓ ପୋର୍ଟାଲ ଯୋଗୁଁ ପ୍ରାୟ ୪୮ ଲକ୍ଷ ଚାଷୀ ଉପକୃତ ହେବେ । କୃଷି କ୍ଷେତ୍ରରେ ଇ-ଚାଷ ଆପ ଓ ପୋର୍ଟାଲ ଏକ ନିର୍ଣ୍ଣାୟକ ପଦକ୍ଷେପ । ଏହା ଦ୍ବାରା କୃଷକଙ୍କୁ ଏକ ବିସ୍ତୃତ, ସିଙ୍ଗଲ ୱିଣ୍ଡୋ ପ୍ଳାଟଫର୍ମ ପ୍ରଦାନ କରିବ । ଏହା ଦ୍ବାରା ଯେକୌଣସି ସମୟରେ ଓ ପାଣିପାଗରେ ମଧ୍ୟ ଫସଲ ସମ୍ବନ୍ଧୀୟ ତଥ୍ୟ ଓ ସୂଚନା ଯାଞ୍ଚ କରାଯାଇପାରିବ । ୨୦୨୩ ରେ ଭଦ୍ରକ, ଦେବଗଡ଼, ନୂଆପଡ଼ା ଓ ନୟାଗଡ଼ ଜିଲ୍ଲାରେ ଏହି ସର୍ବେକ୍ଷଣକୁ ପାଇଲଟ ପ୍ରୋଜେକ୍ଟ ଭାବେ ପରୀକ୍ଷଣ କରାଯାଇଥିଲା । ଏଥିରେ ପ୍ରାୟ ୩୦ ଲକ୍ଷ ପ୍ଲଟକୁ ସଫଳ ଭାବେ ସର୍ବେକ୍ଷଣ କରାଯାଇଥିଲା । ଏହା ପରେ ବର୍ତ୍ତମାନ ସାରା ଓଡ଼ିଶାରେ ଏହାକୁ ସମ୍ପ୍ରସାରିତ କରାଯାଇଛି ।"

ଉପକୃତ ହେବେ ଚାଷୀ:

କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୈଧୁରୀ କହିଛନ୍ତି, "ଏଥିରେ ପ୍ରାୟ ୩ କୋଟି ଭୂ-ପ୍ରସଙ୍ଗ କୃଷି ପ୍ଳଟ ୪୮ ଲକ୍ଷ ହେକ୍ଟର ଜମିରେ ସର୍ବେକ୍ଷଣ କରାଯିବ । ଏଥିପାଇଁ ୨୮ ହଜାର ସର୍ବେକ୍ଷଣକାରୀ ୮ ହଜାର ସୁପରଭାଇଜର ଓ ୧୪୦୦ ଯାଞ୍ଚକାରୀ ନିୟୋଜିତ ହୋଇଛନ୍ତି । ଚାଷୀ ଭାଇମାନେ ଡିଜିଟାଲ ଫସଲ ସର୍ବେକ୍ଷଣ ସମ୍ବନ୍ଧରେ ସଠିକ ତଥ୍ୟ ପାଇପାରିବେ । ସେମାନଙ୍କ ସମସ୍ୟା ବିଷୟରେ ଜଣାଇ ପାରିବେ ଓ ମାର୍ଗଦର୍ଶନ ପାଇପାରିବେ । ଏଥି ନିମନ୍ତେ କୃଷକ ସମୃଦ୍ଧି ହେଲ୍ପ ଲାଇନ ନମ୍ବର ୧୫୫୩୩୩ ମାଧ୍ୟମରେ ସୂଚନା ଓ ପରାମର୍ଶ ପାଇପାରିବେ ।" କାର୍ଯ୍ୟକ୍ରମରେ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ ରାଉଳଙ୍କ ସହ ବହୁ କୃଷି ବୈଜ୍ଞାନିକ, ଚାଷୀ ଓ କୃଷି ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ: ଡିଜିଟାଲି ହେବ ଫସଲ ସର୍ବେକ୍ଷଣ, ତାଲୁକସ୍ତରୀୟ ପ୍ରଶିକ୍ଷକଙ୍କୁ ତାଲିମ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.