ETV Bharat / state

6 ମାସରେ ରାଜ୍ୟରେ 769 ନାବାଳିକା ଦୁଷ୍କର୍ମ ଓ 459 ହତ୍ୟାକାଣ୍ଡ, ଗୃହରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ଅପରାଧିକ ସ୍ଥିତିର ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଲେ ଭ୍ରଷ୍ଟ ଅଧିକାରୀଙ୍କ ବିରୋଧରେ ଗ୍ରହଣ କରାଯାଉଛି କଡା କାର୍ଯ୍ୟାନୁଷ୍ଠାନ ।

6 ମାସରେ ରାଜ୍ୟରେ 769 ନାବାଳିକା ଦୁଷ୍କର୍ମ ଓ 459 ହତ୍ୟାକାଣ୍ଡ, ଗୃହରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ
6 ମାସରେ ରାଜ୍ୟରେ 769 ନାବାଳିକା ଦୁଷ୍କର୍ମ ଓ 459 ହତ୍ୟାକାଣ୍ଡ, ଗୃହରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : 24 hours ago

ଭୁବନେଶ୍ବର: ରାଜ୍ୟରେ ଗତ 6 ମାସ (ଜୁନ-ନଭେମ୍ବର) ମଧ୍ୟରେ 509 ଟି ଧର୍ଷଣ, 41 ଧର୍ଷଣ ଉଦ୍ୟମ, 769 ନାବାଳିକା ଦୁଷ୍କର୍ମ ମାମଲା ପଞ୍ଜୀକୃତ ହେଇଛି । ସେହିପରି ରାଜ୍ୟରେ ମୋଟ 459 ହତ୍ୟା ମାମଲା ପଞ୍ଜୀକୃତ ହୋଇଥିବା ବେଳେ ସେଥିମଧ୍ୟରେ 161ଟି ମହିଳା ହତ୍ୟାକାଣ୍ଡ ରହିଛି । ମୋଟ ମହିଳା ନିର୍ଯାତନା ମାମଲା 9248 ଟି ପଞ୍ଜୀକୃତ ହୋଇଥିବା ବେଳେ ସେଥିମଧ୍ୟରେ ଯୌତୁକଜନିତ ହତ୍ୟାକାଣ୍ଡ 24 ଟି ଓ 5398 ଟି ଯୌତୁକଜନିତ ନିର୍ଯାତନା ମାମଲା ରହିଛି । ଆଜି ବିଧାନସଭାରେ ଗୃହ ବିଭାଗ ନିଜ ଅଧୀନରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି । ଜଣେ ସଦସ୍ୟଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବର୍ତ୍ତମାନ ଅପରାଧିକ ସ୍ଥିତି ସମ୍ପର୍କରେ ଲିଖିତ ଉତ୍ତରରେ ଗୃହକୁ ଏହି ତଥ୍ୟ ଆଧାରରେ ଅବଗତ କରିଛନ୍ତି ।

  • 90 ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

ଦୁର୍ନୀତି ମାମଲାରେ ରାଜ୍ୟ ସରକାର ଅନେକ ଭ୍ରଷ୍ଟ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ତଥ୍ୟ ରଖିଛନ୍ତି । ବିରୋଧୀ ଦଳ ବିଜେଡି ବିଧାୟକ ତଥା ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବଙ୍କ ଏହି ସମ୍ପର୍କିତ ପ୍ରଶ୍ନରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, କ୍ଷମତାକୁ ଆସିବାର 5 ମାସ ଭିତରେ 90 ସରକାରୀ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି । ଏମାନଙ୍କ ମଧ୍ୟରେ ସର୍ବାଧିକ ରାଜସ୍ବ ବିଭାଗର 20 ଅଧିକାରୀ ରହିଛନ୍ତି । ଏହାପଛକୁ 18 ଅଧିକାରୀଙ୍କ ସହ ପଞ୍ଚାୟତିରାଜ ବିଭାଗ କାର୍ଯ୍ୟାନୁଷ୍ଠାନର ଦ୍ବିତୀୟ ସ୍ଥାନରେ ରହିଛି ।

  • 10 ବର୍ଷରେ ୧୨୩ ଜଣ ମାଓବାଦୀ ନିପାତ

ସେହିପରି ଗତ 10 ବର୍ଷ ମଧ୍ୟରେ ରାଜ୍ୟରେ ମାଓ-ବିରୋଧୀ ଅପରେସନ ହୋଇଛି ଓ ଏହାର ପରିଣାମ ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୃହକୁ ସୂଚିତ କରିଛନ୍ତି । 2014 ରୁ 2024 ନଭେମ୍ବର ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ସୁରକ୍ଷାକର୍ମୀ- ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟଣାରେ ରାଜ୍ୟରେ ମୋଟ ୧୨୩ ଜଣ ମାଓବାଦୀ ନିହତ ହୋଇଛନ୍ତି । ବିଭିନ୍ନ ଅପରେସନରେ ୧୧ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟ କରିଛନ୍ତି ।

  • ଗୃହରେ ଉଠିଲା ମନ୍ତ୍ରୀ ନବ ଦାସ ହତ୍ୟା ମାମଲା:-

ବିଧାନସଭାରେ ପୁଣି ଉଠିଲା ବହୁଚର୍ଚ୍ଚିତ ପୂର୍ବ ସରକାର ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ । ଶାସକ ଦଳର ବିଧାୟକ ଟଙ୍କଧର ତ୍ରିପାଠୀ ଏହି ମାମଲାର ତଦନ୍ତର ସ୍ଥିତାବସ୍ଥା ସମ୍ପର୍କରେ ଜାଣିବାକୁ ପ୍ରଶ୍ନ କରିଥିଲେ । ଏହି ହତ୍ୟା ଘଟଣାର ତଦନ୍ତ ବର୍ତ୍ତମାନ କେଉଁ ସ୍ତରରେ ରହିଛି ଓ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଏହି ଘଟଣାରେ କାହା ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ତଦନ୍ତ ସମୟରେ ମୃତ ପରିବାରର କେଉଁ କେଉଁ ସଦସ୍ୟଙ୍କ ବୟାନ ରେକର୍ଡ ହୋଇଛି, ଏହି ହତ୍ୟାକଣ୍ଡ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଆମେରିକାର ତଦନ୍ତକାରୀ ସଂସ୍ଥା ‘ଏଫବିଆଇ’କୁ କେବେ କେଉଁ ଉପାୟରେ ତଦନ୍ତ ପାଇଁ ଅନୁରୋଧ କରିଥିଲେ ବୋଲି ଏକ ଲିଖିତ ପ୍ରଶ୍ନ କରିଥିଲେ ଟଙ୍କଧର । ମାତ୍ର ସରକାରଙ୍କ ପକ୍ଷରୁ ଟଙ୍କଧରଙ୍କ ପ୍ରଶ୍ନରେ କୌଣସି ତତ୍କାଳ ଉତ୍ତର ପ୍ରଦାନ କରାଯାଇ ନାହିଁ । ଏହି ମାମଲାରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

  • ଖାଲି ପଡ଼ିଛି ୧୩ ହାଜର ପୋଲିସ ପଦବୀ

ରାଜ୍ୟରେ ୧୩ ହାଜର ୩୭୩ ପୋଲିସ ପଦବୀ ବର୍ତ୍ତମାନ ସୁଦ୍ଧା ଖାଲି ପଡିଛି । ସେଥିମଧ୍ୟରୁ ଅଗ୍ନିଶମ ବିଭାଗରେ ୪୮୧ ପଦବୀ ପଡିଛି ଖାଲି ରହିଛି । ୨୪୧୬ ହୋମଗାର୍ଡ (ଗୃହରକ୍ଷୀ) ପଦବୀ ଖାଲି ପଡ଼ିଛି । ଜେଲଗୁଡିକରେ ମଧ୍ୟ ୮୬୨ ପଦବୀ ଖାଲି ପଡ଼ିଛି । କଂଗ୍ରେସ ବିଧାୟକ ପବିତ୍ର ସାଉଁଟାଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ତଥ୍ୟ ରଖିବା ସହ ଖାଲି ପଡିଥିବା ପଦବୀଗୁଡିକ ପାଇଁ ନୂତନ ଚୟନ ଓ ପଦୋନ୍ନତି ଆଧାରରେ ପୂରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ବିଧାନସଭାରେ ଆଳୁ ତାତି, ସରକାରଙ୍କୁ ପ୍ରଶ୍ନବାଣରେ ଘେରିଲେ ବିରୋଧୀ

ଏହା ମଧ୍ୟ ପଢନ୍ତୁ-ଉତ୍ତରପ୍ରଦେଶରୁ ଆସୁଛି ୩୦୦ ଟ୍ରକ ଆଳୁ, କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଏହା ମଧ୍ୟ ପଢନ୍ତୁ-‘ପଶ୍ଚିମବଙ୍ଗକୁ ମାଗିବୁନି ଆଳୁ, ୨ ବର୍ଷରେ ଆତ୍ମନିର୍ଭରଶୀଳ ହେବ ଓଡ଼ିଶା’

  • ରାଜ୍ୟରେ ଖାଲି ପଡ଼ିଛି ମାଳ ମାଲ ଡାକ୍ତରୀ ପଦବୀ

ଦୀର୍ଘ ଦିନ ଛୁଟିରେ ଥିବା ଡାକ୍ତରଙ୍କୁ ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର । ଆଜି ବିଧାନସଭାରେ ଉତ୍ତର ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଳିଙ୍ଗ କହିଛନ୍ତି, ଦୀର୍ଘ ଦିନ ଧରି ଛୁଟିରେ ଥିବା 196 ଡାକ୍ତରଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ । ସରକାରୀ ନିୟମ ଅନୁସାରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପକ୍ଷରୁ ଗୃହରେ ଏହି ଉତ୍ତର ରଖାଯାଇଛି ।

  • ରାଜ୍ୟରେ ଖାଲି ପଡିଛି 5 ହଜାର ଡାକ୍ତର ପଦବୀ

ରାଜ୍ୟରେ 1114 ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ମୋଟ 5 ହଜାର 14 ଡାକ୍ତର ପଦବୀ ଖାଲି ପଡିଛି । 30ଟି ଜିଲ୍ଲାର 375 ଟି ‘ସିଏଚସି’ରେ ଏହି ପଦବୀଗୁଡିକ ଖାଲି ପଡିଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 450ଟି ପଦବୀ, ମୟୁରଭଞ୍ଜରେ 309ଟି, ଖୋର୍ଦ୍ଧାରେ 12ଟି, କଟକରେ 281ଟି ଡାକ୍ତର ପଦବୀ ଖାଲି ପଡିଛି । ସେହିପରି ସ୍ପେଶାଲ ଡାକ୍ତର ପଦବୀ ସର୍ବାଧିକ ମୟୁରଭଞ୍ଜରେ 87, ଗଞ୍ଜାମରେ 87, ଖୋର୍ଦ୍ଧାରେ 29, କଟକରେ 43 ଖାଲି ପଡିଛି । ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖି ସ୍ୱାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ ଗୃହକୁ ଏହି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.