ETV Bharat / state

ମେଣ୍ଟ ଚର୍ଚ୍ଚାର ପ୍ରଭାବ ! ରାୟଗଡ଼ା ରାଜନୀତିରେ କମିଛି ଉଷ୍ମତା

author img

By ETV Bharat Odisha Team

Published : Mar 16, 2024, 5:11 PM IST

Odisha Assembly Election: ବିଜେପି-ବିଜେଡି ମେଣ୍ଟକୁ ନେଇ ଅଙ୍କ ଛିଡ଼ୁ ନଥିବା ବେଳେ ନେତା ଏବଂ କର୍ମୀ ଦ୍ବନ୍ଦ୍ବରେ । ଏହାରି ଭିତରେ ରାୟଗଡ଼ା ଜିଲ୍ଲାରେ ଥଣ୍ଡା ପଢିଛି  ନିର୍ବଚନୀ ତାତି । ଅଧିକ ପଢନ୍ତୁ

ମେଣ୍ଟ ଚର୍ଚ୍ଚାରେ ଶିଥିଳ ନିର୍ବାଚନ ଝଡ
ମେଣ୍ଟ ଚର୍ଚ୍ଚାରେ ଶିଥିଳ ନିର୍ବାଚନ ଝଡ
ମେଣ୍ଟ ଚର୍ଚ୍ଚାରେ ଶିଥିଳ ନିର୍ବାଚନ ଝଡ

ରାୟଗଡ଼ା: ଚଳିତ ସାଧାରଣ ନିର୍ବାଚନ ପାଇଁ ସମୟ ଯେତିକି ପାଖେଇ ଆସୁଛି ନେତା ଏବଂ କର୍ମୀଙ୍କ ମନରେ ଉତ୍କଣ୍ଠା ସେତିକି ବଢିବାରେ ଲାଗିଛି । ସେପଟେ ଦିନକୁ ଦିନ ଜଟିଳ ହେଉଛି ବିଜେଡ଼ି-ବିଜେପି ମେଣ୍ଟ ଚର୍ଚ୍ଚା । ଏହାରି ଭିତରେ ରାୟଗଡ଼ା ଜିଲ୍ଲାରେ ଶୀତଳ ପଡ଼ିଛି ପ୍ରାକ ନିର୍ବଚନୀ ଝଡ଼ । ମେଣ୍ଟକୁ ନେଇ ଅଙ୍କ ଛିଡ଼ୁ ନଥିବାବେଳେ ନେତା ଏବଂ କର୍ମୀ ଦ୍ବନ୍ଦ୍ବରେ ପଡ଼ିଯାଇଛନ୍ତି । ତେବେ ଜିଲ୍ଲାରେ ରହିଛି ୩ଟି ନିର୍ବାଚନୀ ମଣ୍ଡଳୀ ଯଥା ଗୁଣପୁର, ବିଷମ କଟକ ଏବଂ ରାୟଗଡ଼ା । ଜିଲ୍ଲାରେ ବିଜେଡିର ଦବଦବା ରହି ଥିବାବେଳେ ବିରୋଧୀ ମଧ୍ୟ ନିଜ ବଳ ଦେଖାଉଛନ୍ତି ।

ଗୁଣୁପୁର ବିଧାନସଭା ସିଟ୍

ଗୁଣପୁର ବିଧାନସଭା ଆସନ କଥା ଯଦି ଆଲୋଚନା କରିବା, ତେବେ ଏହି ଆସନ ତେବେ 1957 ଠାରୁ 1995 ମସିହା ପର୍ଯ୍ୟନ୍ତ କଂଗ୍ରେସ ଅଧୀନରେ ରହିଥିଲା । ପରେ ଜନତା ଦଳ ଏବଂ 2000 ମସିହାଠାରୁ ଲଗାତର ଭାବେ ଏହି ଆସନ ବିଜେଡି ହାତରେ ରହିିଛି । ତେବେ ବର୍ତମାନ ରଘୁନାଥ ଗମଙ୍ଗ ଏହି ଆସନରେ ବିଧାୟକ ଅଛନ୍ତି ।

ବିଷମ କଟକ ବିଧାନସଭା ସିଟ୍

ବିଷମ କଟକ ବିଧାନସଭା ଆସନ କଥା ଯଦି ଆଲୋଚନା କରାଯାଏ । ତେବେ 1974 ରୁ 1985 ପର୍ଯ୍ୟନ୍ତ ଏହି ଆସନ କଂଗ୍ରେସ ହାତରେ ରହିଥିଲା । ପରେ 1990ରେ ଜନତା ଦଳ ଏବଂ 2000 ମସିହାରେ ଏଠାରେ ବିଜେଡି ବିଜୟ ହୋଇଥିଲା । ତେବେ ପୁଣି 2004 ଓ 2009ରେ ଏହି ଆସନ କଂଗ୍ରେସ ହାତକୁ ଚାଲିଯାଇଥିଲା । ସେହିଭଳି ପୁଣି 2014 ଏବଂ 2019 ମସିହାରେ ଏହି ଆସନ ପୁଣି ବିଜେଡି ହାତକୁ ଯାଇଥିଲା ।

ଏହା ମଧ୍ୟ ପଝନ୍ତୁ.........କେମିତି ରହିଥିଲା ଓଡ଼ିଶାରେ ପୂର୍ବ ୩ ନିର୍ବାଚନ, କାହାକୁ ମିଳିଥିଲା କେତେ ଆସନ ?

ରାୟଗଡ଼ା ବିଧାନସଭା ସିଟ୍

ରାୟଗଡା ବିଧାନସଭା ଆସନଟି ସବୁବେଳେ କଂଗ୍ରେସର ଗଡ଼ ହୋଇ ରହିଥିଲା । 1951 ମସିହାରୁ ଲଗାତାର ଭାବେ 1995 ମସିହା ପର୍ଯ୍ୟନ୍ତ କଂଗ୍ରେସ ହାତରେ ରହିଥିବା ବେଳେ 2004ରେ ପୁଣି ଏହି ଆସନ କଂଗ୍ରେସ ଖାତାକୁ ଆସିଥିଲା । ତେବେ 2000 , 2009 ଓ 2014 ମସିହାରେ ଏହି ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ । ସେହିଭଳି 2019 ମସିହାରେ ପ୍ରଥମଥର ପାଇଁ ଏହି ଆସନରୁ ମକରନ୍ଦ ମୁଦୁଲି ସ୍ଵାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇ ଓଡିଶାରେ ଏକମାତ୍ର ସ୍ଵାଧୀନ ପ୍ରାର୍ଥୀ ଭାବେ ଚର୍ଚ୍ଚାରେ ରହିଥିଲେ । ପରେ ଯଦିଓ ସେ ପ୍ରତ୍ୟକ୍ଷ ଭାରେ ବିଜେଡି ସଭ୍ୟ ହୋଇ ନାହାନ୍ତି ତଥାପି ବିଜେଡ଼ିର ସବୁ କାର୍ଯ୍ୟକ୍ରମରେ ଆଗଧାଡିରେ ନେତୃତ୍ଵ ନେବା ଦେଖିବାକୁ ମିଳିଛି ।

ତେବେ ମୋଟାମୋଟି ଭାବେ ଦେଖିବାକୁ ଗଲେ ରାୟଗଡ଼ ଜିଲ୍ଲାର ତିନୋଟି ଯାକ ଆସନରେ ଯଦିଓ କଂଗ୍ରେସର ନିଜସ୍ୱ ଭୋଟ ବ୍ୟାଙ୍କ ରହିଛି ତଥାପି ବିଗତ ତିନୋଟି ନିର୍ବାଚନରେ ନିଜ ସ୍ଥିତି ବଜାଇ ରଖିଛି ଏଠି ବିଜେଡି । ଆଗକୁ ଓଡିଶାରେ ସାଧାରଣ ନିର୍ବାଚନ ରହିଥିବା ବେଳେ ବିଜେଡି–ବିଜେପି ମେଣ୍ଟ ନେଇ ଚାଲିଥିବା କଳ୍ପନା ଜଳ୍ପନା ଏବେ ଜିଲ୍ଲାରେ ଗୋଟିଏ ପ୍ରକାର ରାଜନୈତିକ ନୀରବତା ଦେଖାଦେଇଛି । ବିଶେଷ କରି କର୍ମୀ ଏବଂ ଭୋଟରଙ୍କ ମଧ୍ୟରେ ଆଗାମୀ ନିର୍ବାଚନଙ୍କୁ ନେଇ ଦ୍ଵନ୍ଦ ସୃଷ୍ଟି କରିଛି । ବିଜେଡି-ବିଜେପି ନେତାଙ୍କ ମଧ୍ୟରେ ଗତ କିଛିଦିନ ହେବ କୌଣସି ପ୍ରକାର ରାଜନୈତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳୁନାହିଁ । ସେପଟେ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କର ନିଜର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ବିଜେଡି–ବିଜେପି ମେଣ୍ଟ ଆଲୋଚନାରୁ କଂଗ୍ରେସ ବେଶ ଫାଇଦା ନେବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.