ETV Bharat / state

ମହାନଦୀ କୂଳରେ ଘର; ମିଳୁନି ପିଇବା ପାଣି, ଭୋଟ ବର୍ଜନ ପାଇଁ ଚେତାବନୀ - WATER PROBLEM

author img

By ETV Bharat Odisha Team

Published : May 7, 2024, 8:10 PM IST

Water Problem In Boudh: ମହାନଦୀ କୂଳିଆଙ୍କୁ ପିଇବା ପାଣି ସମସ୍ୟା । ପାଣି ପାଇଁ ପୋଖରୀ ଗାଡିଆ ଉପରେ ଭରସା । ପାଣି ସମସ୍ୟା ସମାଧାନ ନକଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ ଚେତାବନୀ । ଅଧିକ ପଢ଼ନ୍ତୁ

ମହାନଦୀ କୂଳରେ ଘର; ମିଳୁନି ପିଇବା ପାଣି, ଭୋଟ ବର୍ଜନ ପାଇଁ ଚେତାବନୀ
ମହାନଦୀ କୂଳରେ ଘର; ମିଳୁନି ପିଇବା ପାଣି, ଭୋଟ ବର୍ଜନ ପାଇଁ ଚେତାବନୀ (ETV Bharat Odisha)

ବୌଦ୍ଧ: ବୈଶାଖ ମାସ ଟାଣ ଖରାରେ ଚିନ୍ତା ବଢାଇଛି ପାଣି ସମସ୍ୟା । ପୋଖରୀ ଗାଡ଼ିଆର ପାଣି ପାନୀୟ ଭାବରେ ବ୍ୟବହାର କରୁଛନ୍ତି ଗ୍ରାମବାସୀ । ଦୀପତଳ ଅନ୍ଧାର ଭଳି ଖୋଦ ମହାନଦୀ କୂଳରେ ଥାଇ ମଧ୍ୟ ପାଣି ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଜଳ ସମସ୍ୟାକୁ ନେଇ ଅନେକ ଥର ଜନପ୍ରତିନିଧିମାନଙ୍କୁ ଜଣାଇଛନ୍ତି । ହେଲେ ସେମାନଙ୍କ କଥାକୁ କାହାର କର୍ଣ୍ଣପାତ ନାହିଁ । ଆଉ ଏଭଳି ସ୍ଥିତିରେ ପାଣି ସମସ୍ୟା ସମାଧାନ ନକଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ସିଧାସିଧା ଶୁଣାଇ ଦେଇଛନ୍ତି ବୌଦ୍ଧ ଜିଲ୍ଲା ସଦର ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତବାସୀ ।

ତେବେ ବୌଦ୍ଧ ଜିଲ୍ଲା ସଦର ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ବେନ୍ଦିରିପାଲି ଓ ସରଧାପୁର ଗ୍ରାମର ପ୍ରାୟ 200 ପରିବାର ବସବାସ କରନ୍ତି । ମହାନଦୀ କୂଳରେ ଅବସ୍ଥିତ ଏହି 2ଟି ଗ୍ରାମରେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଇଛି । ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ଦୁଇ ଗ୍ରାମଠାରୁ ମାତ୍ର 3 କିଲୋମିଟର ଦୂରରେ ଥିବା ମହାନଦୀ କୂଳରେ ନିର୍ମାଣ ହୋଇଛି ମେଗା ପାନୀୟଜଳ ପ୍ରକଳ୍ପ । କିନ୍ତୁ ଦୀପ ତଳ ଅନ୍ଧାର ଭଳି ଏହି ଦୁଇ ଗ୍ରାମକୁ ପାଣି ପାଇପ ପକାଯାଇଥିଲେ ମଧ୍ୟ ଦୀର୍ଘ ଦୁଇ ବର୍ଷ ହେଲା ପାନୀୟ ଜଳ ଯୋଗାଣ ହେଉନାହିଁ । ସେପଟେ ଦୁଇ ଗ୍ରାମର ନଳକୂପ ଜଳସ୍ତର ହ୍ରାସ ଯୋଗୁଁ ପ୍ରାୟ ଅଚଳ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି । ଗୋଟିଏ ପଟରେ ଜିଲ୍ଲାର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ଅନ୍ୟପଟରେ ପାଣି ମୁନ୍ଦାଏ ପାଇଁ ସ୍ଥାନୀୟ ଅଧିବାସୀମାନେ ଦୂର ଦୂରାନ୍ତରୁ ନଚେତ ଗାଁ ନିକଟରେ ଥିବା ପୋଖରୀର ଦୂଷିତ ପାନୀୟ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ, ଭୋଟ ବର୍ଜନର ଚେତାବନୀ ଦେଲେ ଲୋକେ - Villagers Threat Election Boycott

ବର୍ତ୍ତମାନ ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଭୋଟ ଭିକ୍ଷା ପାଇଁ ଗାଁକୁ ଆସୁଥିବା ବେଳେ ଗ୍ରାମବାସୀମାନେ ପାନୀୟଜଳ ସଙ୍କଟ ଦୂର ନହେଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ସିଧାସଳଖ ଚେତାବନୀ ଦେଇଛନ୍ତି । ତେବେ ଆଜିଠାରୁ ପଞ୍ଚାୟତ ପକ୍ଷରୁ ଏହି ଦୁଇ ଗ୍ରାମର ଅଧିବାସୀଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ମଧ୍ୟ ନିଅଣ୍ଟିଆ ହେବାରୁ ଗ୍ରାମବାସୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ତୁରନ୍ତ ବୌଦ୍ଧ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.