ETV Bharat / state

ଫୋକସରେ କଣ୍ଟାବାଞ୍ଜି; ଲଢ଼ିଛନ୍ତି ମୁଖ୍ୟମନ୍ତ୍ରୀ, ଦାଦନ ଓ ମାଓଗଡରେ ଉଇଁବ ତ ବିକାଶର ସୂର୍ଯ୍ୟ ? - Kantabanji Assembly Result - KANTABANJI ASSEMBLY RESULT

Kantabanji Assembly Result 2024 CM Naveen Patnaik: ରାଜ୍ୟବାସୀଙ୍କ ନଜରରେ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ବିଧାନସଭା ଆସନ । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରୁ ଲଢ଼ିଛନ୍ତି । ଯାହାକୁ ନେଇ ଏଠାରେ ଏଥର ରାଜନୈତିକ ହାଇଡ୍ରାମା ଦେଖିବାକୁ ମିଳିଥିଲା । ତେବେ କଣ୍ଟାବାଞ୍ଜି ଆସନରୁ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢୁଥିବା ବେଳେ ଫଳାଫଳ ଆସିବା ପରେ କଣ୍ଟାବାଞ୍ଜିରେ ବିକାଶର ସୂର୍ଯ୍ୟୋଦୟ ହେବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ।

Kantabanji constituency
Kantabanji constituency (ETV Bharat Odisha)
author img

By ETV Bharat Odisha Team

Published : May 18, 2024, 9:50 AM IST

Updated : Jun 3, 2024, 10:40 PM IST

ବଲାଙ୍ଗୀର: ଆଉ କେଇ ଘଣ୍ଟାର ଅପେକ୍ଷା । କାହା ଭାଗ୍ୟର ପେଡି ଖୋଲିବ ଆଉ କାହା ଉପରେ ଜନତାଙ୍କ ଆଶୀର୍ବାଦ ବର୍ଷା ହେବ ତାହା କିଛି ଘଣ୍ଟା ପରେ ସ୍ପଷ୍ଟ ହେବ । ଏହାରି ଭିତରେ ସମସ୍ତଙ୍କ ଫୋକସରେ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ବିଧାନସଭା ଆସନ । କାରଣ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନରେ ରାଜନୀତି ରଣାଙ୍ଗନରେ ଲଢିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଏହି ଆସନର ଦାୟିତ୍ବରେ ଥିବାବେଳେ ଏଥର ଏଠାରେ ବିଜେଡି ବିଜୟ ବାନା ଉଡ଼ିବା ଏକ ପ୍ରକାର ନିଶ୍ଚିନ୍ତ ବୋଲି ଚର୍ଚ୍ଚା ହେଉଛି । ଗତ ନିର୍ବାଚନରେ କଂଗ୍ରେସ କଣ୍ଟାବାଞ୍ଜିକୁ କବ୍ଜା କରିଥିବା ବେଳେ ଶେଷ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ଏଠାରୁ ଲଢ଼ିବା ନେଇ ଘୋଷଣା କରିବା ପରେ କଂଗ୍ରେସର ଅଙ୍କ ବିଗିଡ଼ିଯାଇଥିଲା । ତଥାପି ଆଶା ହରାଇନି ଦଳ । କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ସିଂ ସଲୁଜା ନବୀନଙ୍କୁ କଡ଼ା ଟକ୍କର ଦେବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଥିଲେ । କିନ୍ତୁ ସବୁ ପରେ ବି ବିଜେଡିର ପଲ୍ଲା ଭାରି ରହିଛି ।

Kantabanji constituency (ETV Bharat Odisha)

ବଲାଙ୍ଗୀର ଜିଲ୍ଲାର ପାଞ୍ଚଟି ବିଧାନସଭା କ୍ଷେତ୍ର ମଧ୍ୟରୁ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ । ଯେଉଁଠି ମୁଖ୍ୟମନ୍ତ୍ରୀ ନିଜେ ନିର୍ବାଚନ ଲଢିଛନ୍ତି । ସେହିପରି 2019 ନିର୍ବାଚନରେ କଂଗ୍ରେସରୁ ଲଢ଼ି ବିଧାୟକ ହୋଇଥିଲା ସନ୍ତୋଷ ସିଂ ସଲୁଜା । ଏଥର ମଧ୍ୟ କଂଗ୍ରେସ ସନ୍ତୋଷଙ୍କୁ ଦୋହରାଇଥିବା ବେଳେ ତାଙ୍କ ଭାଗ୍ୟ ଇଭିଏମର୍ ସିଲ ହୋଇଛି । ସେପଟେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ମଧ୍ୟ ନବୀନ ଓ ସନ୍ତୋଷ ଟକ୍କର ଦେଇଛନ୍ତି । ତେବେ ଖୋଦ ନବୀନଙ୍କୁ ଟକ୍କର ଦେବା ଏତେ ସହଜ ନଥିଲେ ବି 2 ବିରୋଧୀ ଦଳ ବିଜେଡି ସହ ଜୋରଦାର ମୁକାବିଲା କରିଛନ୍ତି ।

Kantabanji constituency
Kantabanji constituency (ETV Bharat Odisha)

କଣ୍ଟାବାଞ୍ଜିର ସମସ୍ୟା:

କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ସଂଖ୍ୟା 2 ଲକ୍ଷ 45 ହଜାରରୁ ଊର୍ଦ୍ଧ୍ୱ । ହେଲେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସ୍ବାଧୀନତାର 76 ବର୍ଷ ବିତିଥିଲେ ସୁଦ୍ଧା ବିକାଶ ସୂର୍ଯ୍ୟ ଏଠାରେ ଉଇଁ ପାରିନି । ଆଜି ବି ଏହି ଅଞ୍ଚଳର ହଜାର ହଜାର ଲୋକ ପେଟପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି । ଜଳ ସେଚନ ସୁବିଧା ଆଜି ବି ନଥିବା ଭଳି ସ୍ଥିତିରେ ଅଛି । ସେହିପରି ଅନେକ ଗାଁ ପକ୍କା ରାସ୍ତା ଦେଖିନି । ଶିକ୍ଷା, ସ୍ୱାସ୍ଥ୍ୟର ଅବସ୍ଥା ବି ଅତି ଶୋଚନୀୟ । ସରକାରୀ ଯୋଜନା ଅନେକ କିନ୍ତୁ ଏହା କଣ୍ଟାବାଞ୍ଜିକୁ ରାସ୍ତା ପାଉନି । ପିଇବା ପାଣି, ବିଦ୍ୟୁତ ଯୋଗାଣ ମଧ୍ୟ ଏଠି ଚିନ୍ତାର ବିଷୟ ପାଳିଟିଛି । ଅନେକ ଗାଁରେ ଏବେବି ମୋବାଇଲ ନେଟୱାର୍କ ନାହିଁ । ଏଭଳି ପଛୁଆ ଅଞ୍ଚଳକୁ ସରକାର ନିଜେ ଦାଦନଗଡ଼ ଭାବରେ ପରିଗଣିତ କରି ଆସୁଛନ୍ତି । ତେବେ ଦାଦନ ସମସ୍ୟାରେ ଯୁଝୁ ଥିବା କଣ୍ଟାବାଞ୍ଜି ମାଓବାଦୀଙ୍କର ଆଡ୍ଡାସ୍ଥଳୀ ମଧ୍ୟ ଅଟେ । କଣ୍ଟାବାଞ୍ଜି ଛତିଶଗଡ଼, କଳାହାଣ୍ଡି ସୀମାରେ ଥିବା ବେଳେ ଅନେକ ସମୟରେ ଏଠାରେ ମାଓବାଦୀ ନିଜର ଉପସ୍ଥିତି ଜାହିର କରିଥାନ୍ତି ।

ବିଭିନ୍ନ ସମସ୍ୟା ମଧ୍ୟରେ କଣ୍ଟାବାଞ୍ଜିର ଲୋକେ ଆଜିବି ପେଶୀ ହେଉଛନ୍ତି । କଣ୍ଟାବାଞ୍ଜିର ସାନବାଙ୍କିର ଗାଁ ଲୋକଙ୍କ କହିବାନୁଯାୟୀ, ଏଠି ପିଇବା ପାଣି ମିଳୁନାହିଁ । ଗାଁକୁ ରାସ୍ତା ହୋଇ ପାରିନାହିଁ ଏବଂ ଲୋକେ ଜଙ୍ଗଲ ଭିତରେ ଥିବା ଏକ ନାଳରେ ଜୀବନକୁ ବାଜିରେ ଲଗାଇ ଯିବା ଆସିବା କରୁଛନ୍ତି । କେହି ଅସୁସ୍ଥ ହେଲେ ତାକୁ ଖଟିଆରେ ବୋହି ଚାରି କିମି ରାସ୍ତା ଚାଲିବାକୁ ବାଧ୍ୟ ହେଉଛନ୍ତି । ସେହିପରି ଶିକ୍ଷା ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଜରୁରୀ କାମ ପାଇଁ ରାସ୍ତା ନଥିବାରୁ ସେମାନେ ନାନାଦି ହଇରାଣ ହେଉଛନ୍ତି । ସେହିପରି ଜଳ ସେଚନ ସୁବିଧା ନ ଥିବା ଯୋଗୁଁ ଚାଷୀ ବର୍ଷା ଉପରେ ନିର୍ଭର କରିଥାଏ । ଚାଷ ନ ହେଲେ ପୁରା ଗାଁ ଲୋକ ପେଟପଟଣା ପାଇଁ ଗାଁ ଛାଡୁଥିବାର ଏମାନେ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ନେତା ତିଆରି କରୁଥିବା ମାଟି ଅବହେଳିତ ! ସମସ୍ୟାର ପାହାଡ ତଳେ ଲୋଇସିଂହା, ପ୍ରତାରଣା ପାଲଟିଛି ପ୍ରତିଶ୍ରୁତି - LOISINGHA ASSEMBLY CONSTITUENCY

କଣ୍ଟାବାଞ୍ଜିରେ ଏଭଳି ଅନେକ ଗାଁ ଏଠି ରହିଛି ଯେଉଁଠି ଏହିସବୁ ସମସ୍ୟା ଦେଖିବାକୁ ମିଳିବ । ସବୁ ନିର୍ବାଚନରେ ନେତା ବିକାଶ ଓ ଉନ୍ନତି କଥା କହି ଭୋଟ ମାଗିଥାନ୍ତି । ନିର୍ବାଚନ ସରିଗଲେ ‘ତମେ କିଏ ନା ଆମେ କିଏ’ ନୀତି ଆପଣାଇ ଆଉ ଗାଁ ମାଟି ମାଡନ୍ତି ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । ହେଲେ ଏଥର ନିର୍ବାଚନ କିଛି ଭିନ୍ନ ଥିବାର କୁହାଯାଉଛି । କାରଣ ଏହି ଦାଦନ ଓ ମାଓ ଗଡରୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇ ଲଢ଼ିଛନ୍ତି ଏବଂ କଣ୍ଟାବାଞ୍ଜିର ରୂପାନ୍ତରଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ସେପଟେ ବିଜେପି ଓ କଂଗ୍ରେସ ମଧ୍ୟ ପ୍ରଚାର ଜୋରଦାର କରିଥିଲେ । ହେଭିଓ୍ବେଟ ନେତାମାନେ କଣ୍ଟାବାଞ୍ଜିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଥିଲେ । ଦାଦନଗଡରେ ରାଜନୈତିକ ଲଢେଇ ଜୋରଦାର ହୋଇଥିଲା । ଏନେଇ ସ୍ଥାନୀୟ ନେତା ସୁରଥ ବେହେରା କହିଛନ୍ତି ଯେ, ବିଜେଡି ସରକାର ହେବା 24 ବର୍ଷ ହୋଇସାରିଛି । ଏଠି ଏଯାଏଁ ମୌଳିକ ସୁବିଧା ଲୋକେ ପାଇ ପାରିନାହାନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଏଠୁ ପ୍ରାର୍ଥୀ ହେବା ପରେ କ'ଣ ବିକାଶ ହେବ ତାହା ସମୟ କହିବ ।

ସେପଟେ କଣ୍ଟାବାଞ୍ଜି ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ କହିଛନ୍ତି ଯେ, ଲୋକଙ୍କ ଉପରେ ଆଶା ଅଛି କାରଣ ସେ ଲୋକଙ୍କ ସହିତ ସବୁ ବେଳେ ଦୁଃଖ ସୁଖର ସାଥି ହୋଇ ଛିଡା ହୋଇଛନ୍ତି । ମୋଦି ଗ୍ୟାରେଣ୍ଟିରେ ଲୋକେ ବିଶ୍ୱାସ କରନ୍ତି ତେବେ ଏଥର ଏଠି ପରିବର୍ତ୍ତନ ହେବ ଓ ସେ ଜିତିବେ ବୋଲି ଆଶା ରଖିଛନ୍ତି ଲକ୍ଷ୍ମଣ ବାଗ ।

ବିଜେଡି ଦଳର ପୂର୍ବତନ ବିଧାୟକ ଆୟୁବ ଖାନ ଓ ପୂର୍ବତନ ବିଧାୟକ ପ୍ରାର୍ଥୀ ଅଜୟ ଦାସ କହିଛନ୍ତି, "କଣ୍ଟାବାଞ୍ଜି ଏବେ ବିକାଶ ଧାରାରେ ଯୋଡି ହୋଇ ସାରିଛି । ପୂର୍ବରୁ କଂଗ୍ରେସ ନେତା ଏହି ଅଞ୍ଚଳର କୌଣସି ବିକାଶ କରି ନଥିଲେ । ବିଜେଡି ଆସିବା ପରେ ଏଠି ଗମନାଗମନ, ଶିକ୍ଷା ସ୍ୱାସ୍ଥ୍ୟ ସବୁର ବିକାଶ ହୋଇଛି ।"

ଇଟିଭି ଭାରତ, ବଲାଙ୍ଗୀର

Last Updated : Jun 3, 2024, 10:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.