ETV Bharat / state

ବିଜେପି ଛାଡ଼ିଲେ କୋରେଇ ପୂର୍ବତନ ବିଧାୟକ ପ୍ରାର୍ଥୀ ବିଶ୍ବଜିତ - BISWAJEET NAYAK QUITS BJP

author img

By ETV Bharat Odisha Team

Published : May 5, 2024, 10:38 PM IST

BISWAJEET NAYAK QUITS BJP: ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ିଲେ କୋରେଇର ପୂର୍ବତନ ବିଧାୟକ ପ୍ରାର୍ଥୀ ବିଶ୍ବଜିତ ନାୟକ । ଦଳୀୟ ଅଣଦେଖା ଅଭିଯୋଗ ଆଣି ଶହ ଶହ ସମର୍ଥକଙ୍କ ସହ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଲେ । ଅଧିକ ପଢନ୍ତୁ

କୋରେଇ ବିଜେପିକୁ ବଡ଼ ଧକ୍କା ,ଦଳ ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରାର୍ଥୀ ବିଶ୍ବଜିତ
କୋରେଇ ବିଜେପିକୁ ବଡ଼ ଧକ୍କା ,ଦଳ ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରାର୍ଥୀ ବିଶ୍ବଜିତ (ETV BHARAT ODISHA)

ଯାଜପୁର: କୋରେଇ ନିର୍ବାଚନ ମଣ୍ଡଳୀରେ ଦୁର୍ବଳ ହେଉଛି ବିଜେପି । ଯାଜପୁର ଜିଲ୍ଲା ବିଜେପିକୁ ଲାଗିଛି ଝଟକା । ନିର୍ବାଚନ ପୂର୍ବରୁ ଦଳ ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରାର୍ଥୀ । ଆଜି ଶହ ଶହ ସମର୍ଥକଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ ବୈଠକରେ ବିଜେପିରୁ ଇସ୍ତଫା ଘୋଷଣା କରିଛନ୍ତି ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ବିଶ୍ବଜିତ ନାୟକ । ବିଜେପି ତାଙ୍କୁ ଅଣଦେଖା କରିଥିବା ନେଇ ଅଭିଯୋଗ ଆଣିଛନ୍ତି । ବିଶ୍ବଜିତଙ୍କ ସମେତ ବୈଠକରେ ଉପସ୍ଥିତ ୮ ଶହରୁ ଊର୍ଦ୍ଧ୍ବ ନେତା ଓ କର୍ମୀ ମଧ୍ୟ ବିଜେପି ଛାଡ଼ିବା ନେଇ ଘୋଷଣା କରିଛନ୍ତି ।

ବିଶ୍ବଜିତ ଗତ ୨୦୧୯ ନିର୍ବାଚନରେ ବିଜେପି ଟିକଟରୁ କୋରେଇ ବିଧାନସଭା ଆସନ ପାଇଁ ଲଢିଥିଲେ । ତେବେ ଚଳିତ ଥର ବିଜେପି ତାଙ୍କୁ ଟିକେଟ ନ ଦେବାରୁ ସେ ଏପରି ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି । ଦଳ ଚଳିତ ଥର ଆକାଶ ଦାସ ନାୟକଙ୍କୁ କୋରେଇରୁ ପ୍ରାର୍ଥୀ କରିଛି । ତେବେ ବିଜେପିରୁ ଇସ୍ତଫା ଘୋଷଣା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଶ୍ବଜିତ କହିଛନ୍ତି ଯେ, ଦଳର 'ମେରି ରାୟ' ନିତୀ ପାଇଁ ସମସ୍ତେ ଇସ୍ତଫା ଦେଇଛୁ । ଦୀର୍ଘ ବର୍ଷ ଧରି ନିଷ୍ଠାର ସହ ଦଳ ପାଇଁ କାର୍ଯ୍ୟ କରିବା ପରେ ମଧ୍ୟ ଦଳ ତାଙ୍କୁ ଉପେକ୍ଷା ବା ଅଣଦେଖା କହିଛି । ତାଙ୍କ ସହ ବା କୌଣସି ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଦଳ ଆଲୋଚନା ନକରି ଜଣେ ଅନ୍ୟଦଳରୁ ଆସିଥିବା ନେତାଙ୍କୁ ଦଳ ଟିକଟ ଦେଇଥିବାରୁ ସେ ଦଳ ଛାଡ଼ିଛନ୍ତି । ତେବେ ତାଙ୍କର ଆଗାମୀ କାର୍ଯ୍ୟ ପନ୍ଥା କ'ଣ ରହିବ ତାହା ସମୟ କହିବ ।

ଏହା ମଧ୍ୟ ପଢନ୍ତୁ ....ମା’ ବିରଜାଙ୍କ ଆଶୀର୍ବାଦ ନେଲେ କୋରେଇ ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ - Korei Assembly Constituency

ଏହା ମଧ୍ୟ ପଢନ୍ତୁ .....ଜୟଦେବରେ ବିଜେପିର ରଣନୀତି, ମୋଦିଙ୍କ ଗ୍ୟାରେଣ୍ଟି ଆଧାରରେ ଏକାଠି ଲଢିବ ଦଳ - Jayadev Assembly Constituency

ସେପଟେ ବିଜେଡି କୋରେଇ ଆସନ ପାଇଁ ଅଶୋକ ଦାସଙ୍କ ପତ୍ନୀ ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସ ପ୍ରାର୍ଥୀ କରିଛି । ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ରାଜନୀତିରେ ଓହ୍ଲାଇଛନ୍ତି ସନ୍ଧ୍ୟାରାଣୀ । ପୂର୍ବରୁ କୌଣସି ବି ରାଜନୈତିକ ସଭା ସମିତିରେ ତାଙ୍କୁ ଦେଖିବାକୁ ମିଳେ ନାହିଁ । ସେପଟେ କଂଗ୍ରେସ ବନ୍ଦିତା ପରିଡା ପ୍ରାର୍ଥୀ କରିଛି । ଚଳିତ ଥର କୋରେଇ ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.