ETV Bharat / state

ସୁନ୍ଦରଗଡ଼ ରାଜନୀତି: ମୈଦାନରେ ପୁଅ, ସାରଥୀ ସାଜିଛନ୍ତି ବାପା - Father Campaigning For Son

Father Campaigning For Son: ରାଜନୀତି ମୈଦାନରେ ପୁଅ ପାଇଁ ସାରଥୀ ସାଜିଛନ୍ତି ଦୁଇ ବରିଷ୍ଠ ଟାଣୁଆ ନେତା । ନିଜ ନିଜ ପୁଅ ପାଇଁ ନିର୍ବାଚନ ମୈଦାନରେ ଜର୍ଜ ଏବଂ ମଙ୍ଗଳା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 28, 2024, 4:31 PM IST

ସୁନ୍ଦରଗଡ଼ ରାଜନୀତି: ମୈଦାନରେ ପୁଅ ,ସାରଥୀ ସାଜିଛନ୍ତି ବାପା

ରାଉରକେଲା: ପୁଅ ପାଇଁ ସାରଥୀ ସାଜିଛନ୍ତି ବାପା । ନିଜ ପୁଅଙ୍କୁ ନିର୍ବାଚନ ବୈତରଣୀ ପାରି ହେବାକୁ ନେଇ ନିଜର ଜୋର ଲଗାଇ ଦେଇଛନ୍ତି ବାପା । ସୁନ୍ଦରଗଡ଼ ଜିଲ୍ଲାର ଦୁଇ ବରିଷ୍ଠ ଟାଣୁଆ ଆଦିବାସୀ ନେତା ବର୍ତ୍ତମାନ ନିଜ ପୁଅଙ୍କ ପାଇଁ ସାଜିଛନ୍ତି ସାରଥୀ । ରାଜନୀତି ମୈଦାନରେ କିଭଳି ଖେଳିବାକୁ ହୁଏ ଏବଂ କିଭଳି ଦଳକୁ ଧରି ଚାଲିବାକୁ ହୁଏ । କିଭଳି କ୍ଷେତ୍ର ରକ୍ଷା କରିବା ସହ ଭଲ ଆକ୍ରମକ ଖେଳ ଖେଳିବା ସବୁ ରଣନୀତି ନେଇ ସାଥ୍ ଦେଉଛନ୍ତି ଦୁଇ ଆଦିବାସୀ ଟାଣୁଆ ନେତା ଜର୍ଜ ତିର୍କୀ ଏବଂ ମଙ୍ଗଳ କିଷାନ ।

ଏକଦା ନିଜ ଗଡ଼ରେ ଆଧିପତ୍ୟ ଜାହିର କରିଥିବା ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ନେତାଙ୍କ ସମ୍ମାନ ଚଳିତ ନିର୍ବାଚନରେ ବାଜିରେ ଲାଗିଛି । ଜଣେ ହେଲେ ପୂର୍ବତନ ମନ୍ତ୍ରୀ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ମଙ୍ଗଳା କିଷାନ ଓ ଅନ୍ୟ ଜଣେ ହେଲେ ପୂର୍ବତନ ବୀରମିତ୍ରପୁରର ବିଧାୟକ ଜର୍ଜ ତିର୍କୀ । ଉଭୟ ଚଳିତ ନିର୍ବାଚନ ଲଢ଼ୁ ନାହାନ୍ତି । କିନ୍ତୁ ସେମାନଙ୍କ ବଦଳରେ ଉଭୟଙ୍କର ପୁଅ ନିର୍ବାଚନ ଲଢୁଥିବାରୁ ଏବେ ଉଭୟଙ୍କ ପ୍ରତିଷ୍ଠା ଓ ସମ୍ମାନ ପାଇଁ ଏହା ଆହ୍ବାନ ହୋଇଛି ।

ରାଜଗାଙ୍ଗପୁରକୁ ମଙ୍ଗଳା କିଷାନଙ୍କ ଗଡ଼ ବୋଲି କୁହାଯାଏ । ଉଭୟ ବିଜୁ ଓ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ । ମଙ୍ଗଳା କିଷାନ ଜନତା ଦଳ ଟିକଟରେ ୧୯୮୫ , ୧୯୯୦, ୧୯୯୫ ମସିହାରେ ବିଜୟ ଲାଭ କରିଥିବା ବେଳେ ୨୦୦୦ ଏବଂ ୨୦୧୪ ମସିହାରେ ବିଜେଡି ଟିକଟରେ ବିଜୟୀ ହୋଇଥିଲେ । ହେଲେ ୨୦୧୯ କଂଗ୍ରେସ ରାଜେନ ଏକ୍କାଙ୍କ ଠାରୁ ଅତି କମ୍ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ ମଙ୍ଗଳା । ତେବେ ଚଳିତ ନିର୍ବାଚନରେ ପୁଅ ଅନିଲ ବରୁଆ ମୈଦାନକୁ ଓହ୍ଲାଇଛନ୍ତି । ବିଜେଡି ଟିକଟରେ ଅନିଲ ଲଢୁଥିବାରୁ ନିଜର ପୁରୁଣାଗଡ଼କୁ ଫେରି ପାଇବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି ମଙ୍ଗଳ କିଷାନ ।

ଅନ୍ୟ ଜଣେ ହେଲେ ବୀରମିତ୍ରପୁରର ପୂର୍ବତନ ବିଧାୟକ ତଥା ପୁରୁଖା ଆଦିବାସୀ ନେତା ଜର୍ଜ ତିର୍କୀ । ଜର୍ଜ ତିର୍କୀ ମଧ୍ୟ ନିଜ ପୁଅ ପାଇଁ ଲଢେଇ କରୁଛନ୍ତି । ଓଡ଼ିଶାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଆନ୍ଦୋଳନର ଅନ୍ୟତମ ସୂତ୍ରଧର ସାଜି ଜର୍ଜ ତିର୍କୀ ୧୯୯୫ରେ ଜେଏଏମଏମର ପ୍ରାର୍ଥୀ ଭାବେ ବୀରମିତ୍ରପୁର ବିଧାନସଭା ଆସନରେ ବିଜୟୀ ହୋଇଥିବା ବେଳେ ୨୦୦୦ରେ ମଧ୍ୟ ଜେଏମଏମ ଟିକେଟରେ ବିଜୟୀ ହୋଇଥିଲେ । ଜେଏମଏମ ଛାଡ଼ିବା ପରେ ମଧ୍ୟ ୨୦୦୦ରେ ସ୍ବାଧୀନ ଏବଂ ୨୦୧୪ରେ ସମତାକ୍ରାନ୍ତି ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଜର୍ଜ । ୨୦୧୯ରେ କଂଗ୍ରେସରେ ସାମିଲ ହୋଇ ନିଜ ପୁଅ ରୋହିତ ଜୋସେଫ ତିର୍କୀଙ୍କୁ ବୀରମିତ୍ରପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ କରିଥିଲେ ମଧ୍ୟ ରୋହିତ ହାରି ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ......ଗର୍ଜିଲେ ରାହୁଲ: ବିଜେପି-ବିଜେଡି ବିବାହ ହୋଇଛି, ଓଡ଼ିଶାରେ ପାଣ୍ଡିଆନ ଶାସନ ଚଳାଉଛନ୍ତି - Rahul Gandhi In Odisha

ହେଲେ ୨୦୨୪ରେ ରାଜନୈତିକ ପଟ୍ଟ ପରିବର୍ତ୍ତନ ସହିତ ପୁଅ ରୋହିତ ଏବେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି । ପୁଅର ବିଜୟ ଏବେ ଜର୍ଜଙ୍କ ପାଇଁ ସବୁଠାରୁ ବଡ଼ ସମ୍ମାନର ପ୍ରଶ୍ନ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାର ୨ ପୁରୁଖା ଆଦିବାସୀ ନେତା ନିଜର ପୁତ୍ରଙ୍କ ଜରିଆରେ ରାଜନୈତିକ ପତିଆରାକୁ ଅକ୍ଷୁଣ୍ଣ ରଖୁବା ପାଇଁ ଆପ୍ରାଣ ଉଦ୍ୟମ କରୁଥିବାବେଳେ ଫଳାଫଳ ହିଁ କହିବ କାହାର ପଲ୍ଲା ଭାରି ।

ଇଟିଭି ଭାରତ,ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.