ETV Bharat / state

ନିଆଳିରେ ସ୍ଥିତି ସଜାଡୁଛି କଂଗ୍ରେସ, ଏକାଠି ହେଉଛନ୍ତି ନୂଆ-ପୁରୁଣା ନେତା - Odisha Assembly Election 2024

Odisha Assembly Election 2024: ପାଖେଇ ଆସୁଛି ବିଧାନସଭା ନିର୍ବାଚନ । ନିଆଳିରେ କଂଗ୍ରେସ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର । ଅଧିକ ପଢନ୍ତୁ

Congress Candidate Campaigning in Niali
Congress Candidate Campaigning in Niali
author img

By ETV Bharat Odisha Team

Published : Mar 15, 2024, 2:21 PM IST

Congress Candidate Campaigning in Niali

ନିଆଳି: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଆସନ୍ତାକାଲି ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ । ଏହା ପୂର୍ବରୁ ସ୍ଥିତି ସଜାଡିବାରେ ଲାଗିଛି ନିଆଳି କଂଗ୍ରେସ । ପୂର୍ବ ସ୍ଥିତିକୁ ଫେରିବା ପାଇଁ କଂଗ୍ରେସ ଆରମ୍ଭ କରିଛି ରଣକୌଶଳ । ଏକାଠି ହେଉଛନ୍ତି ନୂଆ ଓ ପୁରୁଣା ନେତା । ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଓ ରବିନ୍ଦ୍ର କୁମାର ମଲ୍ଲିକ ଧରିଛନ୍ତି ନିଆଳି ମଙ୍ଗ । ନିଆଳିରୁ ପ୍ରାର୍ଥୀ ହେଉଛନ୍ତି ଜ୍ୟୋତି ରଞ୍ଜନ ମଲ୍ଲିକ ।

୨୦୦୯ ମସିହା ଠାରୁ ନିଆଳି ସଂରକ୍ଷିତ ବିଧାନସଭା ଆସନ ହେବା ପର ଠାରୁ କଂଗ୍ରେସ ଆଉ ଉପରକୁ ଉଠିପାରୁନାହିଁ । ୨୪ ବର୍ଷ ଶାସନ ମଧ୍ୟରେ କେବଳ କଂଗ୍ରେସ ଥରୁଟିଏ ଗାଦି ହାତେଇଛି । ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ଗୋବିନ୍ଦପୁର ନିର୍ବାଚନ ମଣ୍ଡଳୀ ପାଇଁ ଶେଷ ଧର କଂଗ୍ରେସ ବିଧାୟକ ହୋଇଥିଲେ ରବିନ୍ଦ୍ର କୁମାର ମଲ୍ଲିକ । ଲଗାତର ଭାବରେ ୨୦୦୯ ଠାରୁ ବିଜେଡି ହାତରେ ରହିଛି ନିଆଳି । ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ପଞ୍ଚାନନ କାନୁନଗୋ ବିଧାୟକ ହୋଇ ରାଜ୍ୟର ଅର୍ଥମନ୍ତ୍ରୀ ଦାୟିତ୍ଵ ତୁଲାଇଥିଲେ । ଏବେ ସେ କଂଗ୍ରେସ ଦଳର ବରିଷ୍ଠ ନେତା । ଉଭୟ ପଞ୍ଚାନନ ଏବଂ ରବିନ୍ଦ୍ର ଇଞ୍ଜିନିୟର ଯୁବ ନେତା ତଥା ଜ୍ୟୋତି ରଞ୍ଜନ ମଲ୍ଲିକଙ୍କୁ ନିଆଳିରେ ବିଧାୟକ ପ୍ରାର୍ଥୀ ଭାବରେ ଛିଡା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବିଧାନସଭା ନିର୍ବାଚନ 2024: କଟକ-ଚୌଦ୍ବାର ନିର୍ବାଚନ ମଣ୍ଡଳୀରେ ଏଥର ପରିବର୍ତ୍ତନ ନା ପୁଣି ବିଜେଡି ?

ନିଆଳି ଆସନରୁ କଂଗ୍ରେସର ପ୍ରାର୍ଥୀ ହେଉଛନ୍ତି ଜ୍ୟୋତି ରଞ୍ଜନ ମଲ୍ଲିକ: ଜ୍ୟୋତି ରଞ୍ଜନ ମଲ୍ଲିକ ଏବେ ନିଆଳି ବ୍ଳକ ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଅଛନ୍ତି । ତାଙ୍କ ବାପା ଆର୍ତ୍ତତ୍ରାଣ ମଲ୍ଲିକ ୨୦୦୯ ମସିହାରେ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ ଏବଂ ସେ ୪୦ ହଜାରରୁ ଊର୍ଦ୍ଧ୍ବ ଭୋଟ ପାଇଥିଲେ । କଂଗ୍ରେସ ନେତାଙ୍କ ଗୋଡଟଣା ଯୋଗୁଁ ଆର୍ତ୍ତତ୍ରାଣ ପରାଜୟର ସମ୍ମୁଖୀନ ହୋଇଥିଲେ । ଏବେ ତାଙ୍କ ପୁଅ ଜ୍ୟୋତି ରଞ୍ଜନ ମଲ୍ଲିକ କଂଗ୍ରେସ ଦଳରୁ ପ୍ରାର୍ଥୀ । ଆର୍ତ୍ତତ୍ରାଣ ଦେହ ଅସୁସ୍ଥ ଯୋଗୁଁ ରାଜନୀତି ଠାରୁ ସେ ଦୂରରେ ରହିଛନ୍ତି ।

ନିଆଳି ଆସନରେ ୨୦୦୯ ମସିହା ଠାରୁ ଲଗାତର ଭାବରେ କଂଗ୍ରେସ ପରାଜୟର ସମ୍ମୁଖନ ହୋଇଛି । ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତନ କରି ଛବି ମଲ୍ଲିକଙ୍କୁ ଟିକେଟ ଦେଇଥିଲା । ୬୨ ହଜାରରୁ ଊର୍ଦ୍ଧ୍ବ ଭୋଟ ଦଳ ପକେଟକୁ ଆସିଥିଲା । ୨୦୧୯ ନିର୍ବାଚନରେ କଂଗ୍ରେସ ଦଳ ଲଜ୍ଜାଜନକ ଅବସ୍ଥାରେ ପହଞ୍ଚି ଥିଲା । ଦଳ ମମତା ଭୋଇଙ୍କୁ ପ୍ରାର୍ଥୀ କରି ୧୨୬୫୯ ଖଣ୍ତ ଭୋଟ ପାଇଥିଲା । ଏହା ଥିଲା କଂଗ୍ରେସ ଦଳ ପାଇଁ ବଡ଼ କ୍ଷତି । ଏବେ ସେ କ୍ଷତିକୁ ଭରଣା କରିବା ପାଇଁ କଂଗ୍ରେସ ଦଳ ରାଜନୈତିକ ଗୋଟି ଚାଳନା ଆରମ୍ଭ କରିଛି ସତ କିନ୍ତୁ ନିଆଳି ଭୋଟର କେତେ ଗ୍ରହଣ କରିବେ ସବୁଠାରୁ ବଡ ପ୍ରଶ୍ନ ।

2009 ପରଠାରୁ ଥରୁଟିଏବି ନିଆଳି ଆସନରେ କଂଗ୍ରେସ ବିଜୟୀ ହୋଇନି: ଦିନ ଥିଲା ନିଆଳି ଏବଂ ପୂର୍ବ ଗୋବିନ୍ଦପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଗଡ ବୋଲି ବିବେଚନା କରାଯାଉଥିଲା । କିନ୍ତୁ ଦାୟିତ୍ଵରେ ଥିବା ନେତା ମାନଙ୍କ ମନମାନି ଯୋଗୁଁ ୨୦୦୯ ମସିହା ଠାରୁ କଂଗ୍ରେସ ନିଆଳିରେ ଉପରକୁ ଉଠିପାରୁନାହିଁ । ଭୋଟ ହାର ହ୍ରାସ ପାଇବାର ମୁଖ୍ୟତଃ ଏଠାରେ ରିଜନୈତିକ ମଙ୍ଗ ଧରିଥିବା ବରିଷ୍ଠ କଂଗ୍ରେସ ନେତା ମାନଙ୍କ ମନମାନି ପାଇଁ ଏଭଳି ଶୋଚନୀୟ ବୋଲି ଚର୍ଚ୍ଚା ହେଉଛି । ୨୦୨୪ ସାଧାରଣ ନିର୍ବାଚନ କଂଗ୍ରେସ ଦଳ ପାଇଁ କର ବା ମର ପରିସ୍ଥିତି ।

ଏଥର ଯେ କୌଣସି ପରିସ୍ଥିତିରେ ଦଳକୁ ମଜବୁତ କରିବା ସହିତ ପୁରୁଖା ନେତା, କର୍ମୀ ଏବଂ ନୂଆ କର୍ମୀ ମାନଙ୍କୁ ଯୋଗାଡରେ ରହିଛି କଂଗ୍ରେସ । କଂଗ୍ରେସ ପୂର୍ବ ସ୍ଥିତିକୁ ଫେରିବା ପାଇଁ କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଓ କଂଗ୍ରେସ ଦଳର ପୂର୍ବତନ ବିଧାୟକ ରବିନ୍ଦ୍ର କୁମାର ମଲ୍ଲିକ ଆରମ୍ଭ କରିଛନ୍ତି ରାଜନୈତିକ ଗୋଟି ଚାଳନା । ସେହିପରି ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ଶଶିକାନ୍ତ ଲେଙ୍କା ମଧ୍ୟ ନିଆଳି ବିଧାନସଭା କଂଗ୍ରେସ ଦଖଲ କରିଥିବା ପାଇଁ ଅଣ୍ଟା ଭିଡିଛନ୍ତି । ଦଳ ପକ୍ଷରୁ ଗାଁ ଗଣ୍ଡାରେ ସଭା ସମିତି ସାଙ୍ଗକୁ ପରିବର୍ତ୍ତନ ସମାବେଶ କରି ଲୋକଙ୍କ ନିକଟକୁ ଯାଉଛି କଂଗ୍ରେସ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.