ETV Bharat / state

ମନମୋହନଙ୍କ ପାଇଁ ଭୋଟ ମାଗିଲେ ଧର୍ମେନ୍ଦ୍ର - bjp campaign in Chandabali - BJP CAMPAIGN IN CHANDABALI

BJP CAMPAIGN IN CHANDABALI: ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନୀର ଶେଷ ପ୍ରଚାର । ଭଦ୍ରକ ଚାନ୍ଦବାଲି ବିଧାନସଭାରେ ଜୋରଦାର ପ୍ରଚାର କଲା ବିଜେପି । ଅଧିକ ପଢନ୍ତୁ

BJP CAMPAIGN IN CHANDABALI
BJP CAMPAIGN IN CHANDABALI (ETV Bharat Odisha)
author img

By ETV Bharat Odisha Team

Published : May 30, 2024, 6:19 PM IST

ଭଦ୍ରକ: ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରର ଶେଷ ଦିନ ରହି ଥିବାବେଳେ ଭଦ୍ରକର ବିଭିନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାରାଥନ ପ୍ରଚାର କରିଛନ୍ତି । ସ୍ଥାନୀୟ ବାଲିଗାଁ ପଡ଼ିଆରେ ଅବତରଣ କରିବା ପରେ ରାଜ୍ୟ ବିଜେପି ସଭାପତି ତଥା ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମନମୋହନ ସାମଲଙ୍କୁ ସାଙ୍ଗରେ ଧରି ଏକ ରୋଡ ସୋ' କରିଥିଲେ । ଏହି ରୋଡ ସୋ' ବାଲିଗାଁରୁ ଆରମ୍ଭ ହୋଇ ଚାନ୍ଦବାଲି ସହର, ମଧୁବାବୁ ଛକ ଅତିକ୍ରମ କରି ପାଞ୍ଚପଡା, କୁଆଁରସର, ଉଗ୍ରତାରା, ମହୁଲିଆ, ମତୋ ଆଦି ଅଞ୍ଚଳ ପରିକ୍ରମା କରିଥିଲା । ଯାହାକି 15 କିଲୋମିଟର ଧରି 9 ନମ୍ବର ରାଜ୍ୟ ରାଜ ପଥରେ ଏହି ରୋଡ ସୋ' ଅନୁଷ୍ଠିତ ହୋଇଥିଲା ।

BJP CAMPAIGN IN CHANDABALI (ETV Bharat Odisha)

ଏହି ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଜ୍ୟ ବିଜେପି ସଭାପତି ତଥା ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ମନମୋହନ ସାମଲ, ବିଜେପିର ନାରୀ ନେତ୍ରୀ ତଥା ଅଭିନେତ୍ରୀ ପିଙ୍କି ପ୍ରଧାନ, ଜିଲ୍ଲା ସମ୍ପାଦକ କମଳାକାନ୍ତ ସୂତାର ପ୍ରମୁମ ଯୋଗ ଦେଇଥିଲେ । ଏହାପରେ ଧର୍ମେନ୍ଦ୍ର ପ୍ରଧାନ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କ ପାଇଁ ମଧ୍ୟ ପ୍ରଚାର କରିଥିଲେ । ଶେଷରେ ଧୂସୁରୀ ବାସନ୍ତୀ ପଡ଼ିଆ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ....କାହା ମୁଣ୍ଡରେ ନିଆଳି ତାଜ୍‌ ? ବିଜେଡିର ପାରମ୍ପରିକ ଆସନକୁ ଦୋହଲାଇବା ଲକ୍ଷ୍ୟରେ କଂଗ୍ରେସ-ବିଜେପି - NIALI ASSEMBLY CONSTITUENCY

ଏହା ମଧ୍ୟ ପଢନ୍ତୁ....ବାଲେଶ୍ବରରେ ଗର୍ଜିଲେ ରାହୁଲ, 'ମୋଦି-ନବୀନଙ୍କ ପାର୍ଟନରସିପ୍ ଭାଙ୍ଗି ଦେବାକୁ ଚାହୁଁଛୁ' - Rahul Gandhi Balasore Visit

ସେପଟେ ଗତକାଲି କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିଥିଲା । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଭଦ୍ରକ ଜିଲ୍ଲା ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ସମ୍ୱୋଧନ କରିବା ସହ ଉଭୟ ବିଜେଡି ଏବଂ ବିଜେପି ଉପରେ ବର୍ଷିଥିଲେ । ସେ କହିଥିଲେ ଯେ, ଏହି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତ ଛାଡ଼ ଆନ୍ଦୋଳନରେ ଶହୀଦଙ୍କୁ ନମନ କରି ଶେଷ ପର୍ଯ୍ୟାୟରେ ନିର୍ବାଚନ ପ୍ରଚାର କରିଥିଲେ । ତେବେ ଏଥର କଂଗ୍ରେସ ପ୍ରାର୍ଥୀ ଜିତିବେ । ବିଜେପି ଏବଂ ନବୀନ ବାବୁଙ୍କୁ ହରାଇବେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.