ETV Bharat / state

ଆଉ ୬ ପ୍ରାର୍ଥୀ ଦେଲା ବିଜେପି: ବାରବାଟୀ-କଟକରୁ ପୂର୍ଣ୍ଣଚନ୍ଦ୍ର, ବେଗୁନିଆରୁ ପ୍ରକାଶ ଚନ୍ଦ୍ର, ଝୁଲିଲା ନୀଳଗିରି ଆସନ - BJP Candidate List

author img

By ETV Bharat Odisha Team

Published : May 2, 2024, 5:10 PM IST

Updated : May 2, 2024, 5:50 PM IST

BJP Candidate List
BJP Candidate List(etv bharat)

BJP Candidate List: ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଆଜିର ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୪୬ଟି ସିଟରେ ପ୍ରାର୍ଥୀ ଘୋଷଣା କରିଛି ଦଳ । ଜାଣନ୍ତୁ କେଉଁଠୁ କାହାକୁ ମିଳୁଛି ଟିକଟ ।

ଭୁବନେଶ୍ବର: ଆସିଲା ବିଜେପିର ଆଉ ଏକ ପ୍ରାର୍ଥୀ ତାଲିକା । ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଘଷିପୁରା ଆସନ ପାଇଁ ସମ୍ଭୁନାଥ ରାଉତଙ୍କୁ ପ୍ରାର୍ଥୀ କରିଛି ଦଳ । ଭୋଗରାଇ ବିଧାନସଭା ଆସନରୁ ଆଶିଷ ପାତ୍ର ଓ ଭଣ୍ଡାରିପୋଖରୀରୁ ସୁଧାଂଶୁ ନାୟକ ପ୍ରାର୍ଥୀ ହୋଇଛନ୍ତି । ସେହିପରି ବରୀ ଆସନରୁ ଉମେଶ ଚନ୍ଦ୍ର ଜେନାଙ୍କୁ ଦଳ ପ୍ରାର୍ଥୀ କରିଛି । ବାରବାଟୀ-କଟକର ନିର୍ବାଚନ ମଣ୍ଡଳୀରୁ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଟିକଟ ମିଳିଛି । ବେଗୁନିଆ ଆସନରୁ ପ୍ରକାଶ ଚନ୍ଦ୍ର ରଣବିଜୁଳି ପ୍ରାର୍ଥୀ ହୋଇଛନ୍ତି ।

BJP Candidate List
BJP Candidate List (BJP Candidate List)

ଦେଖିବାକୁ ଗଲେ ଆଜି ବିଜେପି ଘୋଷଣା କରିଥିବା ସମସ୍ତ ପ୍ରାର୍ଥୀ ନୂଆ ଚେହେରା । ଏଥି ମଧ୍ୟରୁ କଟକ-ବାରବାଟୀରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏକ ଚର୍ଚ୍ଚିତ ଚେହେରା । ବାରବାଟୀ-କଟକ ଆସନ କଂଗ୍ରେସ କବଜାରେ ରହିଆସିଥିବାବେଳେ ଏଠାରେ ବିଧାୟକ ରହିଛନ୍ତି ମହମ୍ମଦ ମୋକିମ । ଚଳିତ ନିର୍ବାଚନରେ କଂଗ୍ରେସ ମୋକିମଙ୍କ ଝିଅ ସୋଫିଆ ଫିରଦୋସଙ୍କୁ ପ୍ରାର୍ଥୀ କରିଥିବାବେଳେ ଏଥର ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ତାଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବେ । ଏହି ଆସନ ପାଇଁ କଡ଼ା ଟକ୍କର ହେବାକୁ ଯାଉଥିବାବେଳେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ପ୍ରକାଶ ଚନ୍ଦ୍ର ବେହେରା ମଧ୍ୟ ସମାନ ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

BJP Candidate List
BJP Candidate List (etv bharat)

ଏହା ବି ପଢନ୍ତୁ...୩ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି, ବଦଳିଲେ ଦେବଗଡ଼ ପ୍ରାର୍ଥୀ - BJD CANDIDATE LIST

ସେହିପରି ଆଉ ଏକ ଗୁରୁତ୍ବପୂର୍ଣ୍ଣ ଆସନ ହେଉଛି ବେଗୁନିଆ ଆସନ । ଏଠାରେ ଅନେକ ଆଶାୟୀ ରହିଥିବାବେଳେ ଦଳ ପ୍ରକାଶ ଚନ୍ଦ୍ର ରଣବିଜୁଳିଙ୍କୁ ପ୍ରାର୍ଥୀ କରିଛି । ସେହିପରି ପୂର୍ବ ପ୍ରାର୍ଥୀ ତାଲିକା ଘୋଷଣା ପରେ ବିଜେପି ଶିବିରରେ ଫାଟ ଦେଖାଦେଇଥିଲା । ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ପ୍ରବଳ ମାତ୍ରାରେ ବିରୋଧ ପ୍ରଦର୍ଶନ କରିଥିଲେ ଦଳୀୟ କର୍ମୀ । କାରଣ ଖୋର୍ଦ୍ଧାରୁ ଆଶାୟୀ ଥିବା କାଳୁ ଚରଣ ଖଣ୍ଡାୟତଙ୍କୁ ଟିକଟ ଦିଆଯାଇନଥିଲା । ବରଂ ବିଜେଡିରୁ ବିଧାୟକ ହୋଇଥିବା ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ନିକଟରେ ମିଶିଥିବାବେଳେ ତାଙ୍କୁ ଦଳ ଟିକଟ ପ୍ରଦାନ କରିଥିଲା । ଯାହାକୁ ବିରୋଧ କରିଥିଲେ କାଳୁ ଚରଣଙ୍କ ସମର୍ଥକ ।

ତେବେ ଆଜି ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ଏହାରି ଭିତରେ ପର୍ଯ୍ୟାୟକ୍ରମେ 146ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେପି । କେବଳ ନୀଳଗିରି ଆସନ ବାକି ରହିଛି । ଆଜି ବିଜେଡି ପକ୍ଷରୁ ମଧ୍ୟ ଶେଷ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା । ପରେ ପରେ ବିଜେପି ମଧ୍ୟ ୬ଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

ଇଟିଭି ଭାରତ, ଭୁବନେଶ୍ବର

Last Updated :May 2, 2024, 5:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.