ETV Bharat / state

Odisha Assembly: ନିମ୍ନମାନର ଛତୁଆ ନେଇ ଗୃହରେ ଉଦବେଗ, ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ, ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି - LOW QUALITY Chhatua

author img

By ETV Bharat Odisha Team

Published : Aug 31, 2024, 12:50 PM IST

Updated : Aug 31, 2024, 4:16 PM IST

Odisha Assembly Budget Session: ବିଧାନସଭାରେ ନିମ୍ନମାନର ଛତୁଆ ବଣ୍ଟନ ପ୍ରସଙ୍ଗ ଉଠାଇଲେ ତାରା । ଗଠିତ କମିଟି ଛତୁଆର ମାନ ଯାଞ୍ଚ କରୁଛି ବୋଲି ଉତ୍ତର ରଖିଛନ୍ତି ମନ୍ତ୍ରୀ ପ୍ରଭାତୀ ପରିଡା । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ଭୁବନେଶ୍ବର: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନର ଆଜି ଦଶମ ଦିନ । ପ୍ରଶ୍ନକାଳ ଗୃହରେ ଉଠିଲା ମିମ୍ନ ମାନର ଛତୁଆ ପ୍ରସଙ୍ଗ । ଡ଼ିଶାରେ ନିମ୍ନମାନର ଛତୁଆ ଦିଆଯାଉଥିବାନେଇ ଗୃହରେ ଉଦବେଗ । ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକରେ ଶିଶୁ ମାନଙ୍କୁ ଦିଆଯାଉଥିବା ଛତୁଆର ମାନ ନେଇ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ଛତୁଆର ମାନ ଯାଞ୍ଚ ପାଇଁ ତଦାରଖ ଓ ମାତୃ କମିଟି ଗଠିତ ହୋଇଛି । ଗଠିତ କମିଟି ଛତୁଆର ମାନ ଯାଞ୍ଚ କରୁଛି ବୋଲି ଉତ୍ତର ରଖିଛନ୍ତି ମନ୍ତ୍ରୀ ପ୍ରଭାତୀ ପରିଡା ।

Odisha Assembly (ETV Bharat Odisha)

ନିମ୍ନମାନର ଛତୁଆ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ:

ଛତୁଆର ମାନ ନେଇ ଗୃହରେ ପ୍ରଶ୍ନ ଉଠାଇଥିଲେ ତାରା। ମାଣ୍ଡିଆ ହେଉଛି ଏକ ପୁଷ୍ଟିକର ଏବଂ ପ୍ରିୟ ଖାଦ୍ୟ, ବିଭିନ୍ନ ଅଞ୍ଚଳର ଖାଦ୍ୟ ଦେଖି ଯଦି ସରକାର ଦେବେ ତାହେଲେ ଭଲ ହୁଅନ୍ତା । ଛତୁଆ ପରିବର୍ତ୍ତେ ଅନ୍ୟ ଏକ ପୁଷ୍ଟିକର ଖାଦ୍ୟ ଦିଅନ୍ତୁ ରାଜ୍ୟ ସରକାର ବୋଲି ତାରା ଦାବି କରିଥିଲେ। ଏହି ପ୍ରଶ୍ନର ଉତ୍ତର ଦେଇ ଛତୁଆର ସାମ୍ପଲ କଲେକ୍ସନ ମାନକୁ ନେଇ ଯାଞ୍ଚ କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୃହରେ ଉତ୍ତର ରଖିଥିଲେ ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା । ସେ ଆହୁରି ମଧ୍ୟ କହିଥିଲେ, ''ଶିଶୁ ମାନଙ୍କୁ ଦିଆଯାଉଥିବା ଛତୁଆର ମାନ ପରୀକ୍ଷଣ ଲାଗି ଗ୍ରାମ ଯାଞ୍ଚ କମିଟି, ମାତୃ କମିଟି ବ୍ୟବସ୍ଥା ଅଛି । ଏମାନେ ଛତୁଆର ମାନକୁ ପରୀକ୍ଷା କରିଥାନ୍ତି । ସୁପରଭାଇଜର ମାନେ ପ୍ରସ୍ତୁତି ବେଳେ ମାନ ଯାଞ୍ଚ କରିଥାନ୍ତି ।'' ଅନ୍ୟପଟେ ଛତୁଆ ଯୋଗାଇବାରେ ଅବହେଳା କରିଥିବା କେତୋଟି ଏଜେନ୍ସି ମାନଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଓ ଆଗକୁ କଣ ନିଆଯିବ ସେ ତଥ୍ୟ ଦେବାକୁ ବାଚସ୍ପତି ଉପମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଦଶହରା ପୂର୍ବରୁ ସମସ୍ତ ପୂର୍ତ୍ତ ବିଭାଗର ରାସ୍ତା ମରାମତି ହେବ:

ଆଗକୁ ଆସୁଛି ଦଶହରା। ହା ପୂର୍ବରୁ ସମସ୍ତ ପୂର୍ତ୍ତ ବିଭାଗର ରାସ୍ତା ମରାମତି ହେବ ବୋଲି ଗୃହରେ ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ତା ସହିତ ଗୃହ ରେ ଥିବା ସମସ୍ତ ବିଧାୟକମାନଙ୍କୁ PWD ରାସ୍ତା ଖରାପ ଥିଲେ ମରାମତି ନିମନ୍ତେ ସୂଚନା ଦେବାକୁ ଅନୁରୋଧ କରିଥିଲେ ପୂର୍ତ୍ତ ମନ୍ତ୍ରୀ । ସୂଚନା ଥାଉକି ଗ୍ରାମାଞ୍ଚଳ ହେଉ ବା ସହରାଞ୍ଚଳ ହେଉ ପୂର୍ତ୍ତ ବିଭାଗର ରାସ୍ତା ଗୁଡିକ ଏବେ ଶୋଚନୀୟ ଅବସ୍ଥା ରହିଛି । ରାସ୍ତା ଗୁଡ଼ିକ ଏବେ ଖାଲ ଖମାରେ ପରିଣତ ହୋଇଛି।

ଶୂନ୍ୟକାଳରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିରୋଧୀ ବିଜେଡି:

ଆଜି ପୁଣି ଗୃହରେ ଉଠିଲା ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ । ଅବକାରୀ ମନ୍ତ୍ରୀ ଇସ୍ତଫା ଦାବି କରିଥଲା ବିଜୁ ଜନତା ଦଳ । ଶୂନ୍ୟକାଳରେ ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ନୀତି ନୈତିକତା ଓ ନିଶା ମୁକ୍ତ କଥା କହି ସରକାରକୁ ଆସୁଥିବା ବିଜେପି, ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗରେ କୁଆଡେ ଗଲା ନୀତି ନୈତିକତା ବୋଲି ପ୍ରଶ୍ନ କରିଛନ୍ତି। ମଦ ପିଇ ଯେଉଁମାନେ ଚିକିତ୍ସତି ହେଉଥିଲେ, ତାଙ୍କ ଭିତରୁ ଆଜି ଜଣଙ୍କର ମୃତ୍ୟୁ ଘଟିଛି । ଆଉ ୪ ଜଣଙ୍କ ଅବସ୍ଥା କହିହେବନି । ନୀତି ନୈତିକତା ଦୃଷ୍ଟିରୁ ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ସରକାର ଏ ବିଷୟରେ ଗୃହରେ ବିବୃତ୍ତି ରଖନ୍ତୁ ବୋଲି କହିଥିଲେ ପ୍ରମିଳା ।

ଏହା ମଧ୍ୟ ପଢନ୍ତୁ-Odisha Assembly: ବିଧାନସଭାରେ ଗୃହ ବିଭାଗର ଶ୍ବେତପତ୍ର ଉପସ୍ଥାପିତ, ମାଓ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ - BJP Govt stops Nua O programme

ବେଦାନ୍ତ ବିଶ୍ୱ ବିଦ୍ୟାଳୟକୁ ଜଗନ୍ନାଥଙ୍କ ଜମି ଦିଆଯାଇଥିବା ପ୍ରସଙ୍ଗ:

ଶୂନ୍ୟକାଳରେ ବେଦାନ୍ତ ବିଶ୍ୱ ବିଦ୍ୟାଳୟକୁ ଜଗନ୍ନାଥଙ୍କ ଜମି ଦିଆଯାଇଥିବା ପ୍ରସଙ୍ଗ ଉଠାଇଲା କଂଗ୍ରେସ। ବିଜେପି ସରକାର ଆସିଛି, ମହାପ୍ରଭୁ ଜଗନ୍ନାଥଙ୍କ କଥା କହି । ସରକାରଙ୍କୁ ମାସଧିକ କାଳ ହେଲାଣ, ଆଜି ପର୍ଯ୍ୟନ୍ତ ସରକାର କର୍ଣ୍ଣପାତ କରୁନାହାନ୍ତି । ଏହି ଜମିଜମା କେସରେ ହାଇକୋର୍ଟ ଗଲେ ସେଠାରୁ ହାରିବା ପରେ ବେଦାନ୍ତ କର୍ତ୍ତୃପକ୍ଷ ସୁପ୍ରିମକୋର୍ଟ ଯାଇଥିଲେ, ହାଇକୋର୍ଟ ରାୟକୁ ସୁପ୍ରିମକୋର୍ଟ କାୟମ ରଖିଥିଲେ । କିଛିଦିନ ତଳେ ପୁନର୍ବାର ହାଇକୋର୍ଟ ଜମି ଫେରାଇବାକୁ ନିର୍ଦେଶ ଦେଇଛନ୍ତି, ଆଜି ପର୍ଯ୍ୟନ୍ତ ଜମି ଫେରିଲା ନାହିଁ, ତେଣୁ ଖୁବଶୀଘ୍ର ଜମି ଫେରାଇବକୁ ବାଚସ୍ପତିଙ୍କୁ ରୁଲିଂ ମାଗିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି | ବାଚସ୍ପତି କହିଛନ୍ତି, ଏହା ଉପରେ ବିଚାର କରାଯିବ ।

ନାରୀ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କଲେ କଂଗ୍ରେସ ବିଧାୟକ:

ଶୂନ୍ୟକାଳରେ ନାରୀ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କଲେ କଂଗ୍ରେସ ବିଧାୟକ ଦଳ ନେତା । ଏଥିସହ ଅଢେଇ ମାସର ଶ୍ୱେତ ପତ୍ର ଜାରି କରିବାକୁ ସରକାରଙ୍କୁ ଦାବି କଲା କଂଗ୍ରେସ । ଅଢେଇ ମାସରେ ଛଅ ଜଣଙ୍କୁ ଦୁଷ୍କର୍ମ ହୋଇଛି । ନୂଆ ତଥା ବିଜେପି ସରକାର ଆସିବା ଦିନଠାରୁ ଆଇନ ଶୃଙ୍ଖଳା ପରିସ୍ଥିତି କେଉଁଠି ? ମହିଳା ଦୁଷ୍କର୍ମ ବଢୁଛି, ଛଅ ଜଣ ଦୁଷ୍କର୍ମ ହୋଇଥିବା ପୀଡ଼ିତଙ୍କ ମଧ୍ୟରୁ ତିନି ଜଣ ନାବାଳିକା ଯାହା ଚିନ୍ତାର କାରଣ । ନାରୀ ସୁରକ୍ଷାକୁ ସରକାର ଗୁରୁତ୍ବ ଦିଅନ୍ତୁ । କଲିକତା ଘଟଣା ଦେଶରେ ଚିନ୍ତାର କାରଣ ପାଲଟି ଥିବା ବେଳେ ଏଠି ଆଇନ ମନ୍ତ୍ରୀ ଓ ପୋଲିସ ମହା ନିର୍ଦ୍ଦେଶକ ଉପସ୍ଥିତ ଅଛନ୍ତି । ତେବେ ଏ ଦିଗକୁ ଗୁରୁତ୍ୱର ସହ ନେଇ ଗୃହ ବିଭାଗର ମୁଖିଆ ତଥା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏଥିରେ ରୋକ୍ ଲଗାଇ ନାରୀ ସମାଜକୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର ।

JSW ବିଦୁତ୍ ଚାଳିତ ଗାଡ଼ି କାରଖାନା ପ୍ରକଳ୍ପ ଫେରିଯିବା ପ୍ରସଙ୍ଗ:

ଶୂନ୍ୟକାଳରେ ଉଠିଲା JSW ବିଦୁତ୍ ଚାଳିତ ଗାଡ଼ି କାରଖାନା ପ୍ରକଳ୍ପ ଫେରିଯିବା ପ୍ରସଙ୍ଗ। ବିଜେଡି ବିଧାୟକ ପ୍ରତାପଦେବ ପ୍ରସଙ୍ଗ ଉଠାଇ କହିଲେ ପ୍ରଥମ କରି ବିଦ୍ୟୁତ ଚାଳିତ ଗାଡ଼ି ଉତ୍ପାଦନ କରିବା ପାଇ ପୂର୍ବର ସରକାର ଚୁକ୍ତି କରିବା ସହିତ ଜମି ଚିହ୍ନଟ କରିଥିଲେ । ବର୍ତ୍ତମାନ ସେ ରାଜ୍ୟରୁ ଚୁକ୍ତି ଭାଙ୍ଗି ଫେରିଯିବା ସମ୍ବାଦ ପତ୍ରର ପ୍ରକାଶ ପାଇଛି । ଯଦି ସେ ଫେରିଯାଏ ତାହେଲେ ଓଡ଼ିଶାର ସ୍ବାର୍ଥ ହାନି ହେବା ସହିତ ପ୍ରତିକୂଳ ବାତାବରଣ ସୃଷ୍ଠ ହେବା, ରାଜ୍ୟ ଶିଳ୍ପର ସ୍ବାର୍ଥ ହାନି ହେବା । ଯାହା ଫଳରେ ଓଡ଼ିଶାକୁ ଆଉ ଶିଳ୍ପପତି ଆସିବେ ନାହିଁ ।

ଚିନ୍ତା ବଢାଇଲା ଅପପୁଷ୍ଟି:

୨୦୨୪-୨୫ ଆର୍ଥିକ ବର୍ଷରେ ୯୮୬୨୦ ସଂଖ୍ୟକ ଶିଶୁ ଅପପୃଷ୍ଟିର ଶିକାର । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଅପପୃଷ୍ଟି ରୋକିବାକୁ ସରକାର ଏହି ସବୁ ପଦକ୍ଷେପ ନେଉଥିବା କହିଛନ୍ତି ଉପ ମୁଖ୍ୟମନ୍ତ୍ରୀପରିପୂରକ ପୁଷ୍ଟି ଯୋଜନା ମାଧ୍ୟମରେ ଅଙ୍ଗନୱାଡି କେନ୍ଦ୍ରରେ ପଞ୍ଜୀକୃତ ସମସ୍ତ ଶିଶୁ (୬ ମାସରୁ ୬ ବର୍ଷ) ମାନଙ୍କୁ ପ୍ରତି ମାସରେ ୨୫ ଦିନ ହିସାବରେ ବର୍ଷକୁ ୩୦୦ ଦିନ ପାଇଁ ପରିପୂରକ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି । ଏହି ଯୋଜନା ମାଧ୍ୟମରେ ୬ ମାସରୁ ୩ ବର୍ଷ ବୟସର ସାଧାରଣ ଶିଶୁଙ୍କୁ THR ଛତୁଆ, ଅଣ୍ଡା, ଲଡୁ, ଶୁଖିଲା ରାସନ ଇତ୍ୟାଦି ଯୋଗାଇ ଦିଆଯାଉଅଛି । ଯେଉଁ ଶିଶୁମାନେ ଅଣ୍ଡା ଖାଇବେ ନାହିଁ ସେମାନଙ୍କୁ ମାସକୁ ଅତିରିକ୍ତ ଲଡୁ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । 3 ବର୍ଷରୁ 6 ବର୍ଷର ଶିଶୁଙ୍କୁ ଅଙ୍ଗନୱାଡିକେନ୍ଦ୍ରରେ ଗରମ ରନ୍ଧା ଖାଦ୍ୟରେ ସପ୍ତାହକୁ ୫ ଟି ଅଣ୍ଡା ଦିଆଯାଉଛି ବୋଲି ଉତ୍ତରରେ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ପୁଷ୍ଟି ଯୋଜନା ମାଧ୍ୟମରେ SAM ଶିଶୁ (୬ ମାସରୁ ୫ ବର୍ଷ) ମାନଙ୍କୁ ପ୍ରତିଦିନ ୧୦୦ ଗ୍ରାମ Augmented ଛତୁଆ ଓ ଗୋଟେ ଅଣ୍ଡା ହିସାବରେ ୧୧୨ ଦିନ ପାଇଁ ଖାଦ୍ୟ ଯୋଗାଇ ଦିଆଯାଉଅଛି । ଏତତବ୍ୟତୀତ, ପଡା ପୁଷ୍ଟି କାର୍ଯ୍ୟକ୍ରମ ଦୂରାଗମ୍ୟ ଗ୍ରାମରେ ବାସ କରୁଥିବା 3-6 ବର୍ଷ ବୟସର ଶିଶୁ, ଯେଉଁମାନେ ଅଙ୍ଗନୱାଡି କେନ୍ଦ୍ରକୁ ଆସି ପାରନ୍ତି ନାହିଁ, ସେମାନଙ୍କୁ ଉକ୍ତ ଗ୍ରାମରେ ଉଭୟ ସକାଳ ଜଳଖୁଆ ଏବଂ ଗରମ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥାଏ | ସମ୍ପ୍ରତ୍ତି, ଏହି କାର୍ଯ୍ୟକ୍ରମ ରାଜ୍ୟର 1843 ଦୂରାଗମ୍ୟ ଗ୍ରାମରେ କାର୍ଯ୍ୟକ୍ଷମ ଅଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 31, 2024, 4:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.