ETV Bharat / state

Odisha Assembly: ବ୍ଲକ ଉନ୍ନୟନ କାର୍ଯ୍ୟ ଠପ୍ ନେଇ ବିଧାନସଭାରେ ତାତି, ଏସବୁ ପ୍ରସଙ୍ଗରେ ସରଗରମ ରହିଲା ଗୃହ - HOUSE ADJOURNED - HOUSE ADJOURNED

Odisha Assembly Adjourned: ଆଜି ବ୍ଲକ ଉନ୍ନୟନ କାର୍ଯ୍ୟକୁ ନେଇ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ପରେ ପରେ ବିଜେଡିର ପ୍ରଚାର ଖର୍ଚ୍ଚ । ଓଡିଶାରେ କେତେ ରତ୍ନପଥପର ଉତ୍ତୋଳନ ହୋଇଛି । ତମାମ ପ୍ରସଙ୍ଗ ଗୃହରେ ଆଲୋଚନା ହୋଇଥିଲା ।

Assembly Updates
Assembly Updates (ETV Bharat Odisha)
author img

By ETV Bharat Odisha Team

Published : Aug 29, 2024, 1:16 PM IST

Updated : Aug 29, 2024, 9:20 PM IST

ଭୁବନେଶ୍ବର: ଆଜି ଅଧିବେଶନ ଆରମ୍ଭରୁ ସ୍ବାଭାବିକ ଚାଲିଥିଲା ପ୍ରଶ୍ନକାଳ । ହେଲେ ପରେ ବିରୋଧୀଙ୍କ ହୋହଲ୍ଲାକୁ ନେଇ ଗୃହ ମୁଲତବୀ ରହିଛି । ଅପରାହ୍ନ 4ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ । ରାଜ୍ୟର 314ଟି ଯାକ ବ୍ଲକରେ ଉନ୍ନୟନ କାର୍ଯ୍ୟ ଠପ୍ ହୋଇଯାଇଥିବା ବିରୋଧୀ ବିଜେଡି ଅଭିଯୋଗ ଆଣିବା ସହ ମୁଲତବୀ ଆଲୋଚନା ପାଇଁ ଦାବି କରିଥିଲା । ମାତ୍ର ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିଦେବାରୁ ଗୃହରେ ହଟ୍ଟଗୋଳ କରିଥିଲେ ବିଜେଡି ବିଧାୟକ । ତେବେ ଆଜି ବିଭିନ୍ନ ପ୍ରସଙ୍ଗରେ ଗୃହରେ ଆଲୋଚନା ହୋଇଛି ।

କ'ଣ ଥିଲା ବିରୋଧୀଙ୍କ ଦାବି ?

ବିରୋଧୀ ବିଜେଡିର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଦାବି ଉପରେ ବାଚସ୍ପତି ସୁରମା ପାଢ଼ୀ ଅଗ୍ରାହ୍ୟ କରିଦେଇଥିଲେ । 314 ବ୍ଲକରେ ଉନ୍ନୟନ କାର୍ଯ୍ୟ ଠପ ହୋଇଯାଇଛି । "ଏହା ଉପରେ କିଏ ନିର୍ଦ୍ଦେଶନାମା ଦେଇଛନ୍ତି କି ? ଏ ସଂକ୍ରାନ୍ତରେ ବାରମ୍ବାର ମୁଲତବି ନୋଟିସକୁ ବାଚସ୍ପତି କାହିଁକି ଗ୍ରହଣ କରୁ ନାହାନ୍ତି ? " ବୋଲି ଗୃହରେ ବିଜେଡି ବିଧାୟକ ଅରୁଣ ସାହୁ ଏବଂ ଗଣେଶ୍ୱର ବେହେରା ପ୍ରଶ୍ନ ଉଠାଇଥିଲେ । ପରେ ବାଚସ୍ପତିଙ୍କ ନିଷ୍ପତ୍ତିର ପ୍ରତିବାଦରେ ବିଜେଡି ବିଧାୟକମାନେ ଶୂନ୍ୟକାଳରେ ଗୃହରେ ପ୍ରତିବାଦ କରି ନାରାବାଜି କରିଥିଲେ । ବିଜେଡି ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ଆଗରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା ।

Ruckus in Assembly (ETV Bharat Odisha)

ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର:
ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ରଖି କହିଛନ୍ତି, "ସରକାର କେବେ ପଛଘୁଞ୍ଚା ଦେଉନାହାନ୍ତି ।" ବିଧାନସଭା ବିଧି ବ୍ୟବସ୍ଥାର ଉଦାହରଣ ଦେଇ ମନ୍ତ୍ରୀ କହିଛନ୍ତି, "ବାଚସ୍ପତି ହେଉଛନ୍ତି ଗୃହର ସର୍ବେସର୍ବା । ସେ ଯାହା ନିଷ୍ପତ୍ତି ନେଇଛନ୍ତି, ତାହା ଠିକ୍ । ତେଣୁ ବିରୋଧୀ ଦଳର ସଦସ୍ୟମାନଙ୍କୁ ନିଜ ନିଜ ସିଟକୁ ଯିବାକୁ ଅନୁରୋଧ ।"

4ଟା ଯାଏଁ ଗୃହ ମୁଲତବୀ:
ବିଜେଡି ବିଧାୟକଙ୍କ ହଟ୍ଟଗୋଳ ଭିତରେ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି । "ଯେହେତୁ ଏହି ପ୍ରସଙ୍ଗ ନିର୍ଦ୍ଦିଷ୍ଟ ବିଷୟ ଉପରେ ଆଧାରିତ ନୁହେଁ କିମ୍ବା ନିକଟ ଅତୀତର ଘଟଣା ବି ନୁହଁ, ସେଥିଲାଗି ବିଧାନସଭା ବିଧି ବ୍ୟବସ୍ଥାର 60 (ଗ) ଅନୁଯାୟୀ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କଲି" ବୋଲି କହିବା ସହ ବାଚସ୍ପତି ଗୃହକୁ 4 ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

Assembly Updates (ETV Bharat Odisha)

ପ୍ରଶ୍ନ ପଚାରି ଫସିଗଲେ ଅରୁଣ !

ରାଜ୍ୟରେ ଆରଆଇ ଏବଂ ଅମିନଙ୍କ ପଦବୀ ଖାଲି ଥିବାବେଳେ ନିଯୁକ୍ତି ନେଇ ପ୍ରଶ୍ନ କରିଥିଲେ ବିଜେଡି ସଦସ୍ୟ ଅରୁଣ ସାହୁ। ହେଲେ ତାଙ୍କ ପ୍ରଶ୍ନର କଟାକ୍ଷ କରି ଉତ୍ତର ଦେଇଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି, "ମୁଁ ଏତେ ଖାଲି ପଦବୀର କାରଣ ଖୋଜୁଛି। ହେଲେ ଏହା ମୋତେ ପୂର୍ବ ସରକାରରୁ ଉତ୍ତରାଧିକାରୀ ସୂତ୍ରରେ ମିଳିଛି। ପଦବୀ ପୂରଣ ପାଇଁ OSSSCକୁ ଵିଜ୍ଞାପନ ଦେଇ ପରୀକ୍ଷା କରି ନିଯୁକ୍ତି କରିବାକୁ କୁହାଯାଇଛି।

Ruckus in Assembly (ETV Bharat Odisha)

'ଯମ ନ ଚାହିଁଲେ ମୃତ୍ୟୁ ହେବନି, ଲିଫଲେଟ ବଣ୍ଟା ଭଳି ବଣ୍ଟାଯାଇଛି ଜମି ପଟ୍ଟା'

ଜମି ପ୍ରସଙ୍ଗରେ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଯମ ନଚାହିଁଲେ ମୃତ୍ୟୁ ହେବନି, ସରକାର ନଚାହିଁଲେ ଜମି ଜବର ଦଖଲ ହୋଇପାରିବନି। ଗରିବ ଲୋକ ପାଇଥିବା 4 ଡିସିମିଲ ପଟ୍ଟାକୁ ନେଇ ଉଠିଲା ପ୍ରଶ୍ନ। ଲାମିନେସନ ପଟ୍ଟା ଧରି ବୁଲୁଛନ୍ତି ଗରିବ ଭୂମିହୀନ ଲୋକ। କିନ୍ତୁ ଜମି ଚିହ୍ନଟ ଏବେ କାଠିକର ପାଠ ହୋଇଛି। ପୂର୍ବ ସରକାରରେ ମନଇଚ୍ଛା ପଟ୍ଟା ବଣ୍ଟାଯାଇଛି। ଦୁଇ ମାସର ସରକାର, ରାଜସ୍ବ ବିଭାଗ ସମସ୍ୟାର ପାହାଡ଼ ନେଇ ଛିଡା ହୋଇଛି। ସମସ୍ତ ସମସ୍ୟାର ସମାଧାନ ମୋଦି ଗ୍ୟାରେଣ୍ଟି। " ସେପଟେ ମନ୍ତ୍ରୀଙ୍କ ଉତ୍ତର ପରେ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର। ସେ କହିଛନ୍ତି, "OSSC ପରୀକ୍ଷା ଭଳି ତାହାଲେ ସବୁ ପର୍ଯ୍ୟାୟକ୍ରମେ ହେବାକୁ ସମୟ ଲାଗିବ।"

ଏହା ବି ପଢନ୍ତୁ...ସଂରକ୍ଷଣ ଓ ଜାତି ଭିତ୍ତିକ ଜନଗଣନା ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲୁ ; ବିରୋଧୀଙ୍କ ହଙ୍ଗାମା, ଗୃହ ମୁଲତବୀ, ବସିଲା ସର୍ବଦଳୀୟ ବୈଠକ - Assembly session

ଶୂନ୍ୟକାଳରେ ପୁଣି ଉଠିଲା ଆଦିବାସୀ ସଂରକ୍ଷଣ ପ୍ରସଙ୍ଗ:

ଆଦିବାସୀ,ଦଳିତ ଛାତ୍ରଛାତ୍ରୀଙ୍କୁ ଅଧିକାର ଦେବା ପାଇଁ ଶୂନ୍ୟକାଳରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସେ କହିଛନ୍ତି, "1990ରେ ମଣ୍ଡଳ କମିଶନ ଆସିଥିଲା। କେନ୍ଦ୍ରରେ 27 ପ୍ରତିଶତ ଲାଗୁ କରିଥିଲେ। MBA, MBBS, NIT ପରୀକ୍ଷାରେ ସଂରକ୍ଷଣ ଲାଗୁ କରିଥିଲେ । ହେଲେ ଓଡି଼ଶା ସରକାର OBC ମାନଙ୍କୁ ଶିକ୍ଷା କ୍ଷେତ୍ରରେ 27 ପ୍ରତିଶତ ନଦେଇ ତାଙ୍କ ଅଧିକାରରୁ ବଞ୍ଚିତ କରୁଛନ୍ତି ।"

ସଂରକ୍ଷଣ ଆଣିଲା କିଏ ? ପଚାରିଲେ ତାରା:

ଆଜିଠୁ MBBS ପରୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଛି। 55 ସିଟ୍ ଆମ ହାତରୁ ଯାଉଛି । OBC ଛାତ୍ରଛାତ୍ରୀଙ୍କ 366 ସିଟ ହାତରୁ ଯାଉଛି। ନିଯୁକ୍ତି କ୍ଷେତ୍ରରେ SCBC କଥା ରଖୁଛନ୍ତି, ମୂଳରୁ ପାଠ ପଢିବା ପାଇଁ ସୁଯୋଗ ନାହିଁ। ସଂରକ୍ଷଣ ଆଣିଲା କିଏ ? ସମ୍ବିଧାନ ତିଆରି କରିଥିଲା କଂଗ୍ରେସ । ଯଦି ଗରିବ, ଆଦିବାସୀ, ଖଟିଖିଆଙ୍କ ପାଇଁ ସଂରକ୍ଷଣ ଆଣିଥିଲା କଂଗ୍ରେସ। 9 ବର୍ଷ ଉଭୟ ବିଜେଡି ବିଜେପି ଶାସନ କରୁଥିଲେ। ବାଚସ୍ପତି ଦଳିତ , ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ହକ ଦିଅନ୍ତୁ।"

ବିଧାନସଭାରେ ଉଠିଲା ଗୁଣାତ୍ମକ ଶିକ୍ଷା ପ୍ରସଙ୍ଗ:

ଓଡ଼ିଶାର ସ୍କୁଲ ଗୁଡିକରେ ଡ୍ରପ ଆଉଟ ସଂଖ୍ୟା ପ୍ରମାଣିତ କରୁଛି ଓଡ଼ିଶାରେ ସ୍କୁଲରେ ଗୁଣାତ୍ମକ ଶିକ୍ଷା ମିଳୁନାହିଁ । ଶିକ୍ଷାରେ ରାଜନୀତି କରିବା ଠିକ ନୁହେଁ । ଯାହା ହେଲା 24 ବର୍ଷରେ,ଯେତେ ପଦବୀ ଖାଲି ପଡ଼ିଛି ତାକୁ ସରକାର ତୁରନ୍ତ ପୂରଣ କରନ୍ତୁ ବୋଲି ଆଜିରେ ଗୃହରେ କହିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଷ।ରେଭେନ୍ସା କଲେଜିଏଟ ସ୍କୁଲକୁ ଅଧିକ ପାଣ୍ଠି ଦେବାକୁ ଦାବି କରିଥିଲେ ବିଧାୟିକା ।

5 ବର୍ଷରେ କେତେ ରତ୍ନପଥର ଉତ୍ତୋଳନ ହୋଇଛି ?

୫ ବର୍ଷରେ ଓଡ଼ିଶାରୁ ୧୫୭ କେଜି ରତ୍ନପଥର ଉତ୍ତୋଳନ ହୋଇଛି । ଗୃହରେ କଳିକେଶ ସିଂଦେଓଙ୍କ ପ୍ରଶ୍ନରେ ଖଣି ମନ୍ତ୍ରୀ ବିଭୂତି ଜେନା ଏହି ଉତ୍ତର ଦେଇଛନ୍ତି ।ରାଜ୍ୟରେ ୩ଟି ରତ୍ନପଥର ଖଣି କାର୍ଯ୍ୟକ୍ଷମ ରହିଛି । ୮ଟି ରତ୍ନ ପଥର ଖଣି ଖୋଳିବାକୁ ଅନୁମତି ନଥିବାରୁ ଖୋଳା ଯାଇନି ବୋଲି ଗୃହରେ ଜଣାଇଥିଲେ ମନ୍ତ୍ରୀ ।

ଜରିମାନା ଦେଉ ନାହାନ୍ତି ୨୩ ଖଣି ମାଲିକ:

ରାଜ୍ୟରେ ବାକି ପଡ଼ିଛି ୨୭୨୩ କୋଟି ଟଙ୍କାର ଜରିମାନା ଅର୍ଥ । ଏହି ଖଣି ମାଲିକ ମାନଙ୍କ ବିରୁଦ୍ଧରେ କେସ ଦାୟର କରିଛନ୍ତି ରାଜ୍ୟ ସରକାର । ଖଣି ଦୁର୍ନୀତିକୁ ନେଇ ଶାହା କମିଶନଙ୍କ ତଦନ୍ତ ପରେ ଜରିମାନା ଅର୍ଥ ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ୧୩୩ଟି ଖଣି ମାଲିକ ୧୮ ହଜାର କୋଟି ଟଙ୍କାର ଜରିମାନା ଦେବା ପାଇଁ କହିଥିଲେ ରାଜ୍ୟ ସରକାର । କିନ୍ତୁ ବର୍ତ୍ତମାନ ସୁଦ୍ଧା ୨୭୨୩ କୋଟି ଟଙ୍କାର ଜରିମାନା ଅର୍ଥ ଆଦାୟ ହୋଇ ପାରିନି । ବିଧାନସଭାରେ ସ୍ୱାଧୀନ ବିଧାୟକ ଶାରଦା ନାୟକଙ୍କ ପ୍ରଶ୍ନରେ ଖଣି ମନ୍ତ୍ରୀ ବିଭୂତି ଜେନା ଏହି ଉତ୍ତର ଦେଇଛନ୍ତି ।

ମମତାଙ୍କ ପ୍ରତିକ୍ରିୟା ନେଇ ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟ:

ପଶ୍ଚିମବଙ୍ଗରେ ବିକ୍ଷୋଭ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା ନେଇ ଓଡିଶା ଆଇନ ମନ୍ତ୍ରୀ କହିଛନ୍ତି, "ପଶ୍ଚିମବଙ୍ଗରେ ଜଘନ୍ୟରୁ ଜଘନ୍ୟ ତମ ଘଟଣା ଘଟିଛି । ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ଥିଲା ଆଇନ ଶୃଙ୍ଖଳା ପରିସ୍ଥିତି କେମିତି ସୁଧରିବ ସେ ଦିଗରେ କାମ କରିବା । ସେଠାକାର କାର୍ଯ୍ୟ କରୁଥିବା ନାରୀ ମାନଙ୍କୁ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷା ଦେବା । ହେଲେ ମମତା ବାନାର୍ଜୀ ସେସବୁ ନକରି ଚିରାଚରିତ ଅଭିଯୋଗ କରିବା ତାଙ୍କ ଅଭ୍ୟାସ । ଏମିତି ସ୍ଥିତିରେ ତାଙ୍କର ଲଜ୍ଜା ଜନକ ମନ୍ତବ୍ୟ ଠିକ ନୁହେଁ କିନ୍ତୁ ଓଡିଶା ଶାନ୍ତି ପ୍ରିୟ ରାଜ୍ୟ । ଆମ ସରକାରରେ ପୂରା ପ୍ରଚେଷ୍ଟା ଅଛି ଆମ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କେମିତି ସୁରୁଖୁରୁ ରଖିବା ଏବଂ ମହିଳା ସୁରକ୍ଷା ପ୍ରତି ଅଗ୍ରାଧିକାର ଦେବା ।’

ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଖର୍ଚ୍ଚ ଦାବି ଗୃହିତ:

ଗୃହରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର 26 ହଜାର 391 କୋଟି 8 ଲକ୍ଷ 78 ହଜାର ଟଙ୍କାର ଖର୍ଚ୍ଚ ଦାବି ପାରିତ । ଖର୍ଚ୍ଚ ଦାବି ଆଲୋଚନା ବେଳେ ଗୃହରେ ଗଣ ଶିକ୍ଷା ମନ୍ତ୍ରୀଙ୍କ ବିବୃତି । ପୂର୍ବ ସରକାରଙ୍କ କାର୍ଯ୍ୟ କଳାପ ଯୋଗୁ କଲେଜରେ ପିଲା ମାନେ ଡ଼ାଲେମା ଡ଼ାଲେମା ସାଲାଡ଼ ସାଲାଡ଼ କରୁଥିଲେ । କିନ୍ତୁ ଆମେ ସରକାରରେ ସେ ସବୁ ଆଉ ଚଳିବ ନାହିଁ । ଆମ ସରକାର ଶିକ୍ଷା ବିକାଶ ପାଇଁ ବ୍ୟବସ୍ଥା କରିବା ସହ କାର୍ଯ୍ୟକାରୀ କରିବେ । ଆଗାମୀ ଦିନରେ ସମୁଦାୟ ୨୮୪୩୯ ଶିକ୍ଷକ ନିଯୁକ୍ତି ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ଯେଉଁ ୫୬୩୩ ସ୍କୁଲ ବନ୍ଦ ହୋଇଥିଲା ବିଜେଡି ସରକାର ସମୟରେ ତାହା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଅଛି । କୋର୍ଟର ରାୟ ଆସିବା ପରେ ଆମ ସରକାର ଖୋଲିବାକୁ ନିଷ୍ପତ୍ତି ନେବ ଗଁଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।

ପ୍ରତି ବ୍ଲକରେ ଏକଲବ୍ୟ ମଡେଲ ସ୍କୁଲ କରିବାକୁ ଯାଉଛନ୍ତି ରାଜ୍ୟ ସରକାର:

ମଧ୍ୟାହ୍ନ ଭୋଜନ ଟଙ୍କା ବୃଦ୍ଧିକୁ ନେଇ ମୋହନ ସରକାର ମଧ୍ୟ ଚିନ୍ତିତ ଅଛନ୍ତି । ଆଗାମୀ ଦିନରେ ମଧ୍ୟାହ୍ନ ଭୋଜନ ଟଙ୍କା ଅଧିକ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯିବ । ପିଲାଙ୍କୁ ପୃଷ୍ଟି କର ଖାଦ୍ୟ ଦେବା ଆମ ସରକାରଙ୍କ ପ୍ରାଥମିକତା । ରାଜ୍ୟର ଆଦିବାସୀ ବହୁଳ ଅଞ୍ଚଳରେ ୧୬୦୦ ନୂଆ ହଷ୍ଟେଲ ହେବ । ପ୍ରତି ହଷ୍ଟେଲ ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 29, 2024, 9:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.