ETV Bharat / state

ନବୀନ ପଟ୍ଟନାୟକଙ୍କ ଗିରଫ ଦାବି କଲେ ମନ୍ତ୍ରୀ ମହାଲିଙ୍ଗ, ପ୍ରବଳ ବିରୋଧ କଲା ବିଜେଡି - Demand for arrest of LoP Naveen

author img

By ETV Bharat Odisha Team

Published : Jul 24, 2024, 7:49 AM IST

Demand for the arrest of LoP Naveen Patnaik: ବଜେଟ ଅଧିବେଶନ ଆରମ୍ଭରେ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ନବୀନଙ୍କ ଆଚରଣ ପାଇଁ ତାଙ୍କୁ ଗିରଫ କରାଯିବ ଉଚିତ ବୋଲି ଗତକାଲି କହିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମହାଲିଙ୍ଗ । ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ପ୍ରବଳ ବିରୋଧ କରିଛି ବିଜେଡି । ଅଧିକ ପଢନ୍ତୁ

Demand for the arrest of LoP Naveen Patnaik
Demand for the arrest of LoP Naveen Patnaik (Etv Bharat Odisha)

ଭୁବନେଶ୍ବର: ଗୃହରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ ଦାବି । ଚଳିତ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ଦନରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗିରଫ ଦାବି କରିଛନ୍ତି ସଂସଦୀୟ ବ୍ୟାପାରମନ୍ତ୍ରୀ ମୁକେଶ ମହାଲିଙ୍ଗ । ବଜେଟ ଅଧିବେଶନ ଆରମ୍ଭରେ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ନବୀନଙ୍କ ଆଚରଣ ପାଇଁ ତାଙ୍କୁ ଗିରଫ କରାଯିବ ଉଚିତ ବୋଲି ଗତକାଲି କହିଥିଲେ ମନ୍ତ୍ରୀ ମହାଲିଙ୍ଗ । ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ପ୍ରବଳ ବିରୋଧ କରିଛି ବିଜେଡି । ଦଳୀୟ ନେତା ତଥା ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଟ୍ବିଟ୍ କରି ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି । ଏପଟେ ବିଜେଡି ବିଧାୟକ ଅରୁଣ ସାହୁ ମଧ୍ୟ ଏହାକୁ ହସ୍ୟାସ୍ପଦ କହିବା ସହିତ ପ୍ରୋସିଡିଙ୍ଗରେ ସଂସଦ କିମ୍ବା ବିଧାନସଭାରେ ଗିରଫ କେବେ ଦେଖିନଥିବା କହିଛନ୍ତି ।

ଗତକାଲି ବି ଧୋଇଗଲା ପ୍ରଶ୍ନକାଳ ଶୂନ୍ୟକାଳ । ହୋହଲ୍ଲା ଭିତରେ ସରିଲା ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଲେ ବିଜେଡି ବିଧାୟକ ଯୋଗେଶ ସିଂ । ଏପଟେ ବିରୋଧୀ ଦଳ ନେତାଙ୍କ ଗିରଫ କରିବାକୁ ଦାବି କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବାଧା ସୃଷ୍ଟି କରୁଥିଲେ ନବୀନ ପଟ୍ଟନାୟକ । ଯାହା ସଂସଦୀୟ ନିୟମକୁ ଉଲଙ୍ଘନ କରୁଛି । ତେଣୁ ତାଙ୍କୁ ଗିରଫ କରିବାକୁ ମୁଁ ଦାବି କରୁଛି ବୋଲି କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ । ବିଜେଡ଼ି ଓ କଂଗ୍ରେସ ବିଧାୟକଙ୍କ ଗୃହ ମଧ୍ୟ ଭାଗରେ ନାରାବାଜି ।

ପରେ ବାଚସ୍ପତିଙ୍କ ମାଇକ ଫୋଫାଡ଼ିଲେ ଧ୍ରୁବ ସାହୁ । ଅପରାହ୍ନରେ ବି ଗୃହରେ ସମାନ ସ୍ଥିତି । ଗୃହ ମଧ୍ୟ ଭାଗକୁ ଆସି ବିଜେଡ଼ି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଜାରି । ହଟ୍ଟଗୋଳ ଭିତରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରୁଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଏହା ବି ପଢନ୍ତୁ- ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା; ଗୃହ ହୁଲୁସ୍ତୁଲ, ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେଡି ବିଧାୟକ - Day 2 of 17th Odisha Assembly

ତେବେ ବିରୋଧୀ ଦଳ ନେତା ଗିରଫ ଦାବି କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ । ଏହା ଉପରେ ବିଜେଡ଼ିର ପ୍ରତିକ୍ରିୟା ଆସିଛି । ସେମାନେ ଅନଭିଜ୍ଞ, ବିଧାନସଭା କି ସାଂସଦର ପ୍ରସିଡିଙ୍ଗ ଭିତରେ ଗିରଫଦାରୀ କେବେ ଦେଖିନି । ବୋଲି କହିଲେ ବିଜେଡି ନେତା ଅରୁଣ ସାହୁ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ ଦାବି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଧାୟକ ଅରୁଣ ସାହୁ । ସେମାନେ ଅନଭିଜ୍ଞ କହିଲେ ଅରୁଣ ସାହୁ । ବିଧାନସଭା କି ସାଂସଦର ପ୍ରୋସିଡିଙ୍ଗରେ ଗିରଫଦାରୀ କେବେ ଦେଖିନି ।

ଅନ୍ୟପଟେ ଉପ ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି ଯେ, ମନ୍ତ୍ରୀ ମହାଲିଙ୍ଗଙ୍କ କହିବା ଅନୁସାରେ ନବୀନ ପଟ୍ଟନାୟକ ନିଶ୍ଚୟ ଗିରଫ ହେବା ଦରକାର। କାରଣ ସେ ଓଡ଼ିଆ ଅସ୍ମିତା ପାଇଁ ଲଢ଼ିଲେ । ରାଜ୍ୟପାଳଙ୍କ ଅଫିସ ଏବଂ ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଲୋକଙ୍କୁ ମାରିଲେ । ନବୀନ ଆଇନକୁ ସୁରକ୍ଷା ଦେବାକୁ ଲଢ଼ିଲେ ଏବଂ ଓଡ଼ିଶାର ସ୍ୱାର୍ଥ ପାଇଁ କାର୍ଯ୍ୟ କଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.