ETV Bharat / state

ପରୀ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି; ବିରୋଧୀ କରୁଛନ୍ତି ହୀନ ରାଜନୀତି, ଲୋକେ କ୍ଷମା ଦେବେନି

author img

By ETV Bharat Odisha Team

Published : Feb 8, 2024, 7:48 AM IST

Budget Session: ବିଧାନସଭାରେ ବିରୋଧୀଙ୍କୁ ସିଧା ନିଶାନା କଲେ ନବୀନ । ପରୀ ଭଳି ସମ୍ବେଦନଶୀଳ ମାମଲାରେ ବିରୋଧୀ ହୀନ ରାଜନୀତି କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ବଜେଟ ଅଧିବେଶନ
Budget Session

ଭୁବନେଶ୍ୱର: ବଜେଟ ଅଧିବେଶନର ତୃତୀୟ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ରଖି ବିରୋଧୀଙ୍କୁ ସିଧା ନିଶାନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ''ପରୀ ଭଳି ସମ୍ବେଦନଶୀଳ ମାମଲାରେ ବିରୋଧୀ ହୀନ ରାଜନୀତି କରୁଛନ୍ତି । ଏହି ଘଟଣାରେ ଦୋଷୀ ଦଣ୍ଡ ପାଇଛି । ବିରୋଧୀ ଏନେଇ ହୀନ ରାଜନୀତି କରୁଛନ୍ତି । ଏଭଳି ହୀନ ରାଜନୀତି କରୁଥିବା ଦଳକୁ ଲୋକ କ୍ଷମା ଦେବେ ନାହିଁ । ''

କଡ଼ା ଭାଷାରେ ବିରୋଧୀଙ୍କୁ ଟାର୍ଗେଟ କଲେ ନବୀନ: ନିର୍ବାଚନ ପୂର୍ବରୁ ବିଧାନସଭାର ଶେଷ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ସିଧାସଳଖ ବିରୋଧୀଙ୍କୁ କଡ଼ା ଭାଷାରେ ଆକ୍ରମଣ କରିଥିଲେ ମୁଖ୍ୟମନ୍ତ୍ରୀ । ''୨୪ ବର୍ଷ ଧରି ବିଧାନସଭାର ସଦସ୍ୟ ଥିଲେ ମଧ୍ୟ ସମ୍ବେଦନଶୀଳ ପ୍ରସଙ୍ଗରେ ବିରୋଧୀଙ୍କ ଏଭଳି ରାଜନୀତିକରଣ କେବେ ଦେଖି ନାହିଁ । ଏଭଳି ସଂକୀର୍ଣ୍ଣ ରାଜନୀତିକ ସ୍ୱାର୍ଥ ପାଇଁ ଯିଏ ନିଜ ରାଜ୍ୟର ଭାବମୂର୍ତ୍ତି ନଷ୍ଟ କରୁଛନ୍ତି ସେମାନଙ୍କୁ ଲୋକେ କ୍ଷମା ଦେବେ ନାହିଁ । ବିରୋଧୀ ଦଳ ପ୍ରତ୍ୟେକ ଅପରାଧର ରାଜନୀତିକରଣ ଓ ରାଜ୍ୟ ତଥା ରାଜ୍ୟବାସୀଙ୍କୁ ବଦନାମ କରିବାରେ ବ୍ୟସ୍ତ । ପରୀ ମାମଲାରେ ଗତକାଲି ନୟାଗଡ଼ କୋର୍ଟଙ୍କ ରାୟ ଆସିଛି । ବିରୋଧୀ ସଦସ୍ୟମାନେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ । ସମ୍ବେଦନଶୀଳ ପ୍ରସଙ୍ଗର ରାଜନୀତିକରଣ କରିବା ପାଇଁ ପ୍ରୟାସ କରିଥିଲେ । ନ୍ୟାୟିକ ପ୍ରକ୍ରିୟାକୁ ବାଟବଣା କରିବା ପାଇଁ ପ୍ରୟାସ କରି ଅଭିଯୁକ୍ତକୁ ଜାମିନ ଦେବା ପାଇଁ ପ୍ରୟାସ କରୁଥିଲେ । ତାହା ଓଡ଼ିଶାବାସୀ ଭଲ ଭାବେ ଜାଣନ୍ତି । ଏବେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛି । ଯିଏ ପରୀକୁ ନ୍ୟାୟ ଦେବା ନାଁରେ ରାଜନୀତିକରଣ କରୁଥିଲା, ଏବେ ବିରୋଧୀ ଦଳ ବିଶେଷକରି ରାଜ୍ୟ ବିଜେପି ଯିବ କୁଆଡ଼େ । ''
ଏହା ମଧ୍ୟ ପଢନ୍ତୁ-ଚାଲିପାରିଲାନି ପ୍ରଶ୍ନକାଳ; ଅର୍ପଣ ରଥ ଓ ପରୀ ପ୍ରସଙ୍ଗରେ ବିଜେପି-ବିଜେଡି ମୁହାଁମୁହିଁ

ବିଏସକେୱାଇ କାର୍ଡ ଦେଶର ସବୁଠାରୁ ଭଲ ଯୋଜନା: ସେ ଆହୁରି ମଧ୍ୟ କହିଥିଲେ ଯେ, ନିର୍ବାଚନ ସମୟରେ ରାଜନୀତି କରିବା, କିନ୍ତୁ ସମ୍ବେଦନଶୀଳ ଅପରାଧ ଓ ରାଜ୍ୟର ବିକାଶ ପ୍ରସଙ୍ଗରେ ନୁହେଁ । କିମ୍ବା ରାଜ୍ୟବାସୀ ଓ ରାଜ୍ୟକୁ ଭାବମୂର୍ତ୍ତିକୁ ନେଇ ନୁହେଁ । ଆମେ ସମସ୍ତେ ଏକ ବୃହତ୍ ଉଦ୍ଦେଶ୍ୟ ପାଇଁ ନୂଆ ଓ ବିକଶିତ ଓଡ଼ିଶା ନିମନ୍ତେ ମିଳିତ ଭାବେ ସର୍ବଦା କାର୍ଯ୍ୟ କରିବା ଉଚିତ । ବିଏସକେୱାଇ କାର୍ଡ ଦେଶର ସବୁଠାରୁ ଭଲ ଯୋଜନା । ଏହି ଯୋଜନା ଆଦିବାସୀମାନଙ୍କ ଚିକିତ୍ସା ପାଇଁ ସହାୟକ ହେଉଛି । ସେପଟେ ଓଡ଼ିଶା ଆଜି ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି । ୨୦୦୦ ମସିହାରେ ୭୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବେଳେ ଏବେ ଏହା ୧୦ ପ୍ରତିଶତକୁ ଖସିଛି । ଏହା ରାଜ୍ୟ ସରକାରଙ୍କ ବଡ ସଫଳତା ।

ବିକାଶ ଓ ଅପରାଧକୁ ନେଇ ରାଜନୀତି କରିବା କଥା ନୁହେଁ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଲିଙ୍ଗରାଜ ପରିକ୍ରମା ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଉଦ୍ୟମ କରାଯାଇଥିଲା । ବିକାଶ ଓ ଅପରାଧକୁ ନେଇ ରାଜନୀତି କରିବା କଥା ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ଉତ୍ତରରେ କହିଥିଲେ । ରାଜ୍ୟରେ ମହିଳା ଅପରାଧ ହାର ୨୦ ପ୍ରତିଶତକୁ ହ୍ରାସ ପାଇଛି । ଦଣ୍ଡାଦେଶ ହାର ଦୁଇ ଗୁଣା ବୃଦ୍ଧି ପାଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୧୫ ହଜାର କୋଟି ଟଙ୍କାର ସୁଧମୁକ୍ତ ଋଣ ଯୋଗାଇ ଦିଆଯାଇଛି । ଓଡ଼ିଶା ଏବେ ଦେଶର ଏକ ନମ୍ବର ରାଜସ୍ୱ ବଳକା ରାଜ୍ୟ । ଦେଶର ଦ୍ୱିତୀୟ ସର୍ବବୃହତ ପୁଞ୍ଜି ନିବେଶ ହେଉଥିବା ରାଜ୍ୟ । ପଞ୍ଚାୟତ ଓ ପୌର ନିର୍ବାଚନରେ ଆମ ଦଳକୁ ଲୋକେ ବିପୁଳ ସମର୍ଥନ ଦେଇଛନ୍ତି । ବିଜେଡି ସବୁ ୩୦ଟି ଜିଲ୍ଲା ପରିଷଦ ଜିତିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.