ETV Bharat / state

କାଲି ତୃତୀୟ ଓଡ଼ିଆ ସିନେ ଆୱାର୍ଡ; ସ୍ୱର୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କୁ କରାଯିବ ସମ୍ମାନିତ - Odia Cine Award In Bhubaneswar

author img

By ETV Bharat Odisha Team

Published : Jun 19, 2024, 2:29 PM IST

3rd Odia Cine Award On 2oth June: ଜୁନ ୨୦ ଅର୍ଥାତ୍ ଆସନ୍ତାକାଲି ତୃତୀୟ ଓଡିଆ ସିନେ ଆୱାର୍ଡ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମ ଉତ୍କଳ ମଣ୍ଡପରେ ଆୟୋଜିତ ହୋବାକୁ ଥିବାବେଳେ ସ୍ୱର୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଖାସ୍ ସମ୍ମାନରେ ସମ୍ମାନିତ କରାଯିବ । ଅଧିକ ପଢନ୍ତୁ,

କାଲି ତୃତୀୟ ଓଡ଼ିଆ ସିନେ ଆୱାର୍ଡ; ସ୍ୱର୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କୁ କରାଯିବ ସମ୍ମାନିତ
କାଲି ତୃତୀୟ ଓଡ଼ିଆ ସିନେ ଆୱାର୍ଡ; ସ୍ୱର୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କୁ କରାଯିବ ସମ୍ମାନିତ (ETV Bharat Odisha)

ଭୁବନେଶ୍ୱର: ଜୁନ ୨୦ ଅର୍ଥାତ୍ ଆସନ୍ତାକାଲି ଉତ୍କଳ ମଣ୍ଡପରେ ଆୟୋଜିତ ହେବ ତୃତୀୟ ଓଡିଆ ସିନେ ଆୱାର୍ଡ । ରାଜ୍ୟରେ ଓଡିଆ ଚଳଚ୍ଚିତ୍ର ଜଗତରେ କାର୍ଯ୍ୟରତ କଳାକାରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ଆୱାର୍ଡ କାର୍ଯ୍ୟକ୍ରମ ହେଉଛି । 'ଆଣ୍ଡ୍ ରିଲସ୍' ଓ 'ଅନିସ୍ ଏଣ୍ଟର ଟେନମେଣ୍ଟ'ର ମିଳିତ ସହଯୋଗରେ କାର୍ଯ୍ୟକ୍ରମ କରାଯିବ । ଯେଉଁଥିରେ ଦିବଙ୍ଗତ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ସମ୍ମାନିତ କରାଯିବ । ଅଭିନେତାଙ୍କୁ ମରଣୋତ୍ତର ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯିବ । ଏହାସହ ଜୀବନବ୍ୟାପି ସାଧନା ପାଇଁ ଜଣାଶୁଣା ସିନେମା ଆଉଟଗ୍ରଫେର ଯୁଗଳ ଦେବତାଙ୍କୁ ଦିଆଯିବ ଜୀବନବ୍ୟାପୀ ସାଧନା ପୁରସ୍କାର ।

ପିଣ୍ଟୁ ନନ୍ଦଙ୍କୁ କରାଯିବ ସମ୍ମାନିତ

ଓଡିଆ ସିନେ ଜଗତ ପାଇଁ ଉତ୍ସର୍ଗୀକୃତ ଅବଦାନ ପାଇଁ ସ୍ବର୍ଗୀୟ ପିଣ୍ଟୁ ନନ୍ଦଙ୍କୁ ମରୋଣତ୍ତର ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯିବ ବୋଲି କହିଛନ୍ତି ପ୍ରଯୋଜକ ସ୍ଥିତ ପଟ୍ଟନାୟକ କହିଛନ୍ତି । ଏହି ଅବସରେ ଓଲିଉଡରେ ନିଜର ନୀରବଛିନ୍ନ ସୃଜନଶୀଳତା ପାଇଁ ଶ୍ରେଷ୍ଠ ଅଭିନୟ, ସଙ୍ଗୀତ, କାହାଣୀ ଓ କମେଡି ସମେତ ମୋଟ ୭୫ଟି ବର୍ଗରେ କଳାକାରଙ୍କୁ ସମ୍ମାନିତ କରାଯିବ ।

ଯୋଗଦେବେ ଓଲିଉଡର ବହୁ କଳାକାର

ଓଡ଼ିଆ ସିନେମା ଶିଳ୍ପକୁ ନିଜ ଅଭିନୟ ତ୍ୟାଗ ଭଲପାଇବା ଭିତରେ ଯେଉଁମାନେ ଗଢି ତୋଳିଛନ୍ତି । ଆଉ ସିନେମା ଜଗତକୁ ଆଗକୁ ବଢ଼ାଇ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି । ଓଡିଶା ନୁହେଁ, ଭାରତ ଓ ବିଶ୍ୱରେ ବି ଓଡ଼ିଆ ଚଳଚିତ୍ରର ପାରଦର୍ଶିତାକୁ ପ୍ରତିପାଦିତ କରି ପ୍ରଶଂସା ସାଉଣ୍ଟିଛନ୍ତି । ବିଶେଷ କରି ଓଡ଼ିଆ ଭାଷାକୁ ସିନେମା ମାଧ୍ୟମରେ ଯେଉଁମାନେ ରୁଦ୍ଧିମନ୍ତ କରିଛନ୍ତି ସେମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ତେବେ ଏହି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦେବେ ଓଡିଶାର ସୁନାମଧନ୍ୟ ପ୍ରଯୋଜକ ଓ କଳାକାର । ଉତ୍ସବରେ ମୁଖ୍ୟ ଅତିଥି ଭାବେ ବର୍ଷିଆନ୍ ସିନେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଯୋଗଦେବେ । ଏଥିସହ ସନ୍ଧ୍ୟା ୭ଟାରୁ ରାତି ୧୦ ପର୍ଯ୍ୟନ୍ତ ଉତ୍କଳ ମଣ୍ଡପରେ ଓଲିଉଡ୍ କଳାକାରଙ୍କ ରଙ୍ଗାରଙ୍ଗ କାର୍ଯକ୍ରମ ଅନୁଷ୍ଠିତ ହେବ ।

ଗତବର୍ଷ ପିଣ୍ଟୁ ନନ୍ଦଙ୍କ ହୋଇଥିଲା ଦେହାନ୍ତ

କହିରଖୁଛୁ କି, ଓଲିଉଡ ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ । ଯିଏ ପ୍ରଥମେ ଆଲବମ ପରେ ଅନେକ ଓଡ଼ିଆ ସିନେମାରେ ଅଭିନେତା ଏବଂ ଖଳନାୟକ ଭୂମିକାରେ ବେଶ ଲୋକପ୍ରିୟତା ସାଉଁଟିଛନ୍ତି । ୧୯୯୬ରେ`କୋଇଲି' ଓଡିଆ ଫିଲ୍ମ ସହ ସେ ଓଲିଉଡ ଦୁନିଆରେ ପାଦ ଦେଇଥିଲେ । ପରେ ପରେ 'ରାମ ଲକ୍ଷ୍ମଣ', 'ତୋ ଆଖି ମୋ ଆଇନା', ‘ଜୟ ଜଗନ୍ନାଥ’, ‘ବାହୁଡ଼ିବେ ମୋ ଜଗାବଳିଆ’, ‘ସାଥୀରେ’, ‘ଲଭ୍ ମାଷ୍ଟର’, ‘ପ୍ରେମ ଋତୁ ଆସିଲା ‌ରେ’, ‘ହାତ ଧରି ଚାଲୁଥା’ ଓ ‘ଲଭ୍‌ ଏକ୍ସପ୍ରେସ୍‌’ ଭଳି ଅନେକ ହିଟ୍‌ ଓଡ଼ିଆ ଫିଲ୍ମରେ କାମ କରି ଲୋକଙ୍କ ମନ ଜିତିଥିଲେ । ଅଭିନେତା ସିରୋସିସ୍ ରୋଗରେ ପୀଡ଼ିତ ହୋଇଥିବା ବେଳେ ତାଙ୍କର ଲିଭର ନଷ୍ଟ ହୋଇଯାଇଥିଲା । ଯାହା ପରେ ସେ ଚିକିତ୍ସାଧୀନ ଅବସ୍ଥାରେ ୧ ମାର୍ଚ୍ଚ ୨୦୨୩ରେ ଆଖି ବୁଜିଥିଲେ ।

ଏହା ମଧ୍ୟ ପଢନ୍ତୁ: ପଞ୍ଚଭୂତରେ ବିଲୀନ ହେଲେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.