ETV Bharat / state

ବର୍ଷାଦିନେ ବଢିପାରେ ସଡକ ଦୁର୍ଘଟଣା, ଏଡାଇବାକୁ ଦିଅନ୍ତୁ ଏସବୁ ଦିଗ ପ୍ରତି ଧ୍ୟାନ - Road accident in rainy day

author img

By ETV Bharat Odisha Team

Published : Aug 4, 2024, 10:07 AM IST

Ways to avoid accident on a rainy day: ବର୍ଷା ଦିନେ ଅଘଟଣ ଘଟିବାର ଅଧିକ ଆଶଙ୍କା ଥାଏ । ବେଳେ ବେଳେ ଆମେ ଛୋଟ ଛୋଟ କଥାକୁ ଅଣଦେଖା କରିଥାଉ । କିନ୍ତୁ ସେହି ଛୋଟ କଥା ଜୀବନ ପାଇଁ ବିପଦ ଆଣିଦିଏ । ତେଣୁ ଯଦି ଆପଣ ଗାଡିନେଇ ଘରୁ ବାହାରକୁ ବାହାରୁଛନ୍ତି ତେବେ ଏହି ସବୁ ଦିଗପ୍ରତି ସାବଧାନତା ଅବଲମ୍ବନ କରନ୍ତୁ । ନଚେତ ବଡ ଅଘଟଣର ଶିକାର ହୋଇପାରନ୍ତି ।

Ways to avoid accidents on a rainy day
Ways to avoid accidents on a rainy day (ETV Bharat Odisha)

ଭୁବନେଶ୍ବର: ବର୍ଷା ଦିନେ ଅଘଟଣ ଘଟିବାର ଆଶଙ୍କା ଅଧିକ । ବର୍ଷା ଯୋଗୁଁ ରାସ୍ତା ଉପରେ ଛୋଟବଡ ଅନେକ ଦୁର୍ଘଟଣା ଘଟିଥାଏ । ତେଣୁ ଯଦି ଆପଣ ଗାଡି ନେଇ ଘରୁ ବାହାରକୁ ବାହାରୁଛନ୍ତି ତେବେ ଏହି ସବୁ ଦିଗ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ । ଏହି ଛୋଟ ଛୋଟ ସଚେତନତା ଆପଣ ଓ ଆପଣଙ୍କ ପ୍ରିୟଜନଙ୍କୁ ସୁରକ୍ଷିତ ରଖିପାରିବ । ଘରୁ ବାହାରୁଥିଲେ ଏହି ସବୁ ଦିଗ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ । ନଚେତ ବଡ ଅଘଟଣର ଶିକାର ହୋଇପାରନ୍ତି । ବାଇକ୍‌, କାର୍‌ କିମ୍ବା କୌଣସି ଯାନରେ ଯିବା ବେଳେ ବର୍ଷା ସମୟରେ କିଭଳି ଦୁର୍ଘଟଣାରୁ ବର୍ତ୍ତିବେ ସେନେଇ ନଜର ପକାନ୍ତୁ କିଛି ଟିପ୍ସ୍‌ ଉପରେ ।

Ways to avoid accident on a rainy day (ETV Bharat Odisha)

ଏନେଇ ଭୁବନେଶ୍ୱର ପରିବହନ ଅଧିକାରୀ ବିକାଶ କୁମାର‌ ଚୌଧୁରୀ କହିଛନ୍ତି,"ବର୍ଷା ଦିନେ ଯେଉଁମାନେ ଗାଡି ଚଲାଉଛନ୍ତି, ସେମାନେ ଗାଡି ଚଳାଇବା ପୂର୍ବରୁ ଗାଡ଼ିର ବ୍ରେକ, ଟାୟାର ଆଦି ଚେକ୍ କରନ୍ତୁ । ଗାଡି ଚଳାଇବା ସମୟରେ ସାବଧାନ ସହ ଗାଡି ଚଳାଇବେ । ହଠାତ୍ ବ୍ରେକ ମାରିବେ ନାହିଁ, କାରଣ ଗାଡି ଖସି ଦୁର୍ଘଟଣା ହେବାର ସମ୍ଭାବନା ରହିଥାଏ । ସଚେତନ ହେଲେ ଦୁର୍ଘଟଣାରୁ ବଞ୍ଚିପାରିବେ ।"

ଅନ୍ୟପଟେ ସଡକ ସୁରକ୍ଷା ଓ ନିରାପତ୍ତା ବିଶେଷଜ୍ଞ ସୟଦ ମୁକବଲ ଅଲ୍ଲୀ କହିଛନ୍ତି,"ବର୍ଷା ଦିନେ ଭାରିଯାନଗୁଡ଼ିକର ଧୂଆଁ ନଳିରୁ ତେଲ ଛିଟା କିମ୍ବା ମୋବିଲ ପଡି ବର୍ଷା ପାଣିରେ ରାସ୍ତାରେ ଭାସିଥାଏ । ଖରାଦିନେ ଏହା ଶୁଖିଲା ଥାଏ ଧୁଳି ପଡ଼ି ଶୁଖିଯାଏ, କିନ୍ତୁ ହାଲକା ବର୍ଷା ହେଲେ ସେହି ତେଲ ଛିଟାଗୁଡ଼ିକ ରାସ୍ତାରେ ଭାସିଥାଏ । ଯାହାଦ୍ବାରା ଗାଡି ଚଳାଇବା ସମୟରେ ଚକାଗୁଡିକ ଖସିବାର ଆଶଙ୍କା ଅଧିକ ଥାଏ । ସେହିପରି ଦ୍ରୁତ ଗତିରେ ଗାଡି ଚଳାଇଲେ ଗାଡ଼ିର ଚକା ରାସ୍ତା ସହ କମ ସ୍ପର୍ଷ ଥାଏ । ଫଳରେ ଏଭଳି ତେଲ ଛିଟା ଦୁର୍ଘଟଣା ଘଟାଇବାରେ ସମସ୍ୟା ବଢାଇଥାଏ ବା କେଉଁଠି ବୁଲାଣି ଥାଏ ସେଠି ଖସିଲା ଭଳି ସ୍ଥିତି ଉପୁଜିଥାଏ । ସେହିପରି ବର୍ଷାଦିନେ ରାସ୍ତାରେ କାଦୁଅ ପଡ଼ି ରାସ୍ତାରେ ଖସିବା ଭଳି ସ୍ଥିତି ହୁଏ । ସେହିପରି କେଉଁଠି ଖାଲ ଥାଏ, ବର୍ଷା ପାଣିରେ ତାହା ଜଣାପଡ଼ି ନଥାଏ ତେଣୁ ଅଧିକ ପାଣି ଜମା ହୋଇଥିବା ସ୍ଥାନରେ ଗାଡି ଚଳାନ୍ତୁ ନାହିଁ । ହେଲମେଟ ବ୍ୟବହାର କରିବା ସହ ଟାୟାର, ଓ୍ବିଣ୍ଡ ସିଲ୍ ଚେକ‌୍‌ କରିବା ଆଦି ଦିଗ‌ ପ୍ରତି ଧ୍ୟାନ ଦେବା ଉଚିତ ।"

Ways to avoid accident on a rainy day

ଗାଡି ଚକାର ଗ୍ରିପ ବା ବିଟ୍‌ ପ୍ରତି ଧ୍ୟାନ ଦିଅନ୍ତୁ:-

ବିଶେଷ କରି ବର୍ଷା ସମୟରେ ରାସ୍ତାରେ ଯିବା ପୂର୍ବରୁ ଆପଣ ବ୍ୟବହାର କରୁଥିବା ଦୁଇ ଚକିଆ ବା ଚାରିଚକିଆ ଯାନକୁ ସବୁବେଳେ ଯାଞ୍ଚ କରନ୍ତୁ । କାରଣ ରାସ୍ତାରେ ଯିବା ବେଳେ ଚକା ଖସିବା ଭଳି ପରିସ୍ଥିତି ଉପୁଜିଥାଏ । ଏହାର ମୁଖ୍ୟ କାରଣ ଥାଏ ଗାଡ଼ି ଚକାର ବିଟ । ଅର୍ଥାତ୍ ଯଦି ଟାୟାର ଫ୍ଲାଟ୍ ବା ଚକାର ଗ୍ରିପ୍‌ ସରିଯାଇଥିବା ତେବେ ବର୍ଷା ସମୟରେ ବ୍ରେକ ଲଗାଇବା ସମୟରେ ହେଉ ବା ରାସ୍ତାରେ ଯିବା ବେଳେ ଚକା ଖସିବା ଭଳି ସ୍ଥିତି ସୃଷ୍ଟି ହୁଏ । ତେଣୁ ଗାଡି ଚଲାଇବା ପୂର୍ବରୁ ଚକର ଗ୍ରିପକୁ ଧ୍ୟାନ ଦିଅନ୍ତୁ ।

ଭୀଷଣ ବର୍ଷାରେ ଧିରେ ଗାଡି ଚଲାନ୍ତୁ:-
ଜୋର ବର୍ଷା ଯୋଗୁଁ ରାସ୍ତାରେ ଯିବା ସମୟରେ ଦୃଶ୍ୟମାନତା ହ୍ରସ ପାଇଥାଏ । ଯେଉଁଥି ପାଇଁ ଦୁର୍ଘଟଣାର ଆଶଙ୍କା ଅଧିକ ଥାଏ । ଏନେଇ ଅଧିକ ବର୍ଷା ସମୟରେ କମ ବେଗରେ ଓ ସତର୍କ ସହ ଗାଡି ଚଳାଇବାକୁ ଚେଷ୍ଟା କରନ୍ତୁ । ଚାରିଚକିଆ ଗାଡି ଚାଳକମାନେ ଗାଡ଼ିର ଓ୍ବିଣ୍ଡ ସିଲ୍ ସଠିକ ଯାଞ୍ଚ କରନ୍ତୁ ଓ ବାଇକ ଚାଳକମାନେ ହେଲମେଟ୍‌ ପିନ୍ଧି ଗାଡି ଚଳାନ୍ତୁ ।

ଏହାମଧ୍ୟ ପଢନ୍ତୁ.. ଜଟିଆ ବାବା ମଥାରେ ଢାଲି ପାରିଲେନି ପବିତ୍ର ଜଳ; ଟ୍ରକ ଧକ୍କାରେ ଚାଲିଗଲା 2 କାଉଡିଆଙ୍କ ସମେତ 3 ଜଣଙ୍କ ଜୀବନ, ପୋଲିସର ତଦନ୍ତ ଆରମ୍ଭ - Truck accident in Ganjam

ଚାଷ ଜମି ଥିବା ଅଞ୍ଚଳରେ ସତର୍କ ହୁଅନ୍ତୁ:

ରାସ୍ତାକଡରେ ଯଦି ଚାଷ ଜମି ଥାଏ ତେବେ ସତର୍କ ହୋଇ ଗାଡି ଚଳାନ୍ତୁ । କାରଣ ବର୍ଷା ଦିନେ ଚାଷ ଜମିଗୁଡିକରେ ହଳ କରାଯାଇଥାଏ । ଟ୍ରାକ୍ଟର ବା ପାଓ୍ବାର-ଟିଲର ଭଲି ଗାଡି ଜମିରେ ଚାଷ କରି ରାସ୍ତା ଉପରକୁ ଆସିବା ବେଳେ ଚକାରେ କାଦୁ ଲାଗିଥାଏ । ଏଭଳି ସମୟରେ ଅନ୍ୟ ଗାଡିଗୁଡିକର ଚକା ଖସିବା ଆଶଙ୍କା ଅଧିକ ଥାଏ ।

ରାଜପଥରେ ମିରର ପ୍ରତି ଧ୍ୟାନ ଦିଅନ୍ତୁ:-
ଅନେକ ସମୟରେ ବର୍ଷାରେ ଜାତୀୟ ରାଜପଥ ବା ରାଜ୍ୟ-ରାଜପଥରେ ଯିବା ବେଳେ ଆଗ ପଛ, ଡାହାଣ ଓ ବାମ ପଟେ ଓଭରଟେକ୍‌ କରିବା ବେଳେ ଗାଡିର ମିରରରେ ପାଣି ଲାଗିଯିବା ଯୋଗୁଁ ସଠିକ ଦୃଶ୍ୟମାନ ନଥାଏ । ଫଳରେ ଦୁର୍ଘଟଣାର ଆଶଙ୍କା ଉପୁଜିଥାଏ ।

ତଥ୍ୟ ଅନୁସାରେ ଦୁର୍ଘଟଣାରେ ଚଳିତବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ୧୧୨ଜଣଙ୍କର ମୃତ୍ୟୁ ହୋଇସାରିଛି । ଯେଉଁଥିରେ 95ଜଣ ପୁରୁଷ ଓ ୧୭ ଜଣ ମହିଳା ରହିଥିଲେ । ଗତବର୍ଷ 2023ରେ ସଡକ ଦୁର୍ଘଟଣାରେ ଭୁବନେଶ୍ୱରରେ ମୋଟ ୨୨୩‌ ଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରେ ୧୭୬ଜଣ ପୁରୁଷ ଓ ୬୧ଜଣ ମହିଳା ପ୍ରାଣ ହରାଇଥିଲେ । ମଞ୍ଚେଶ୍ବର ଓ ଖଣ୍ଡଗିରି ସହ ଇନଫୋଭ୍ୟାଲି ଓ ଜଟଣୀ ଥାନା ଅଞ୍ଚଳରେ ଅଧିକାଂଶ ଦୁର୍ଘଟଣା ଘଟୁଥିବା ନଜିର ରହିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.