ETV Bharat / state

Nuakhai 2024: ପିଠାପଣାରେ ମହକିଲା ପଶ୍ଚିମ ଓଡ଼ିଶା, ସବୁଠି ନୂଆଖାଇ ଧୂମ, ଏକାଠି ନୂଆ ଖାଇଲେ ରାଜ ପରିବାର - nuakhai 2024

author img

By ETV Bharat Odisha Team

Published : Sep 8, 2024, 7:30 PM IST

NUAKHAI FESTIVAL 2024: ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା' ସମଲେଶ୍ଵରୀ ଓ ମା' ପାଟଣେଶ୍ୱରୀଙ୍କ ଠାରେ ଲାଗିଲା ନବାନ୍ନ । କଳାହାଣ୍ଡି ଠାରୁ ବୌଦ୍ଧ ସବୁଠି ହସ ଉଲ୍ଲାସରେ ପାଳନ ହେଲା ନୂଆଖାଇ ପର୍ବ । ଅଧିକ ପଢନ୍ତୁ

NUAKHAI FESTIVAL 2024
NUAKHAI FESTIVAL 2024 (ETV Bharat Odisha)

ବଲାଙ୍ଗୀର/ବୌଦ୍ଧ/ରାଉରକେଲା/ବରଗଡ଼/ଭବାନୀପାଟଣା: ଆଜି ସାରା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ଏହି କୃଷି ଭିତ୍ତିକ ଗଣପର୍ବକୁ ସମଗ୍ର ପଶ୍ଚିମ ଓଡ଼ିଶାବାସୀ ବହୁ ଧୁମଧାମର ସହ ପାଳନ କରିଛନ୍ତି । ବଲାଙ୍ଗୀରରେ ମଧ୍ୟ ଏହି ଗଣ ପର୍ବରେ ରାଜା ଠାରୁ ପ୍ରଜା ସମସ୍ତେ ମିଳି ମିଶି ନୂଆ ଖାଉଛନ୍ତି । ଇଷ୍ଟଦେବୀ ମା' ସମଲେଶ୍ଵରୀ ଓ ମା' ପାଟଣେଶ୍ୱରୀଙ୍କ ଠାରେ ଧାର୍ଯ୍ୟ ଲଗ୍ନର ଅମୃତବେଳା ସକାଳ 9ଟା 30 ମିନିଟରେ ମହାଆଳତୀ ପରେ ନୂଆ ଅନ୍ନର ଭୋଗ ଲାଗି ଥିଲା । ଏହାପରେ ଘରେ ଘରେ ସମସ୍ତେ ନିଜ ଇଷ୍ଟଦେବୀଙ୍କ ଠାରେ ଅନ୍ନ ଭୋଗ ଲାଗି କରିଥିଲେ । ନୂଆ ଅନ୍ନ ପ୍ରସାଦ ଖାଇବା ପରେ ସମସ୍ତେ ପରସ୍ପରକୁ ନୂଆଖାଇର ଶୁଭେଚ୍ଛା ଜଣାଇଛନ୍ତି ।

ରାଜ ପରିବାର ପାଳିଲେ'ନୂଆଖାଇ':

ବଲାଙ୍ଗୀର ପାଟଣା ମହାରାଜା ପରିବାର ମଧ୍ୟ ଆଜି ଏକାଠି ନୂଆ ଖାଇଛନ୍ତି । ପାଟଣା ମହାରାଜା ତଥା ଓଡ଼ିଶା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ତାଙ୍କ ଧର୍ମ ପତ୍ନୀ ସାଂସଦ ସଂଗୀତା କୁମାରୀ ସିଂହ ଦେଓ, ତାଙ୍କ କାକା ତଥା ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂଦେଓ, ତାଙ୍କ ଭାଇ ବିଜେଡ଼ି ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହ ଦେଓ, ତାଙ୍କ ସ୍ତ୍ରୀ ମେଘନା ସିଂଦେଓ ଏବଂ କଳିକେଶଙ୍କ ଭାଇ ମନ୍ନଥ ସିଂଦେଓ ପ୍ରମୁଖ ବଲାଙ୍ଗୀର ସୈଲେଶ୍ରୀ ରାଜ ଉଆସରେ ଏକାଠି ନୂଆ ଖାଇଥିଲେ ।

ଏହା ମଧ୍ୟ ପଢନ୍ତୁ....Ganesh Puja 2024: ମାସେ ଧରି ସ୍ଵତନ୍ତ୍ର ରୀତିନୀତି ଅନୁଯାୟୀ ପୂଜା ପାଇବେ ଐତିହାସିକ ବୁଢ଼ା, ଟୋକା ଓ ପିଲା ଗଣେଶ - Unique Ganesh puja

ବୌଦ୍ଧରେ ନୂଆଖାଇ ଉଲ୍ଲାସ:

ନୂଆଖାଇ ପାଇଁ ଚଳଚଞ୍ଚଳ ବୌଦ୍ଧ ଜିଲ୍ଲାର ପୁରପଲ୍ଲୀ । ଆରାଧ୍ୟ ଦେବୀ ମା' ଭୈରବୀଙ୍କ ନିକଟରେ ନିର୍ଦ୍ଧାରିତ ଲଗ୍ନରେ ନବାନ୍ନ ଲାଗି ହେବା ପରେ ସମସ୍ତେ ନବାନ୍ନ ଭକ୍ଷଣ କରି ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି । କୃଷକର ପ୍ରଥମ ଉତ୍ପାଦିତ ଶସ୍ୟକୁ ପ୍ରଥମେ ନିଜ ଆରାଧ୍ୟା ତଥା ଇଷ୍ଟଦେବୀଙ୍କୁ ଅର୍ପଣ କରି ନିଜର ପରିବାର ସହିତ ମିଳିତ ନବାନ୍ନ ଭକ୍ଷଣର ପ୍ରାଚୀନ ପରମ୍ପରାକୁ ନୂଆଖାଇ ଭାବେ ପାଳନ କରାଯାଏ । ମା' ଭୈରବୀଙ୍କ ନିକଟରେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ସକାଳ ୯ ଘଣ୍ଟା ୪୫ ମିନିଟ ସମୟରେ ନୂଆ ଧାନରୁ ପ୍ରସ୍ତୁତ ଭୋଗ ଅର୍ପଣ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ....CM Kisan Yojana: ନୂଆଖାଇରେ ଚାଷୀଙ୍କୁ ମୋହନ ସରକାରଙ୍କ ଭେଟି, ସିଏମ କିଷାନ ଯୋଜନା ଶୁଭାରମ୍ଭ, 46 ଲକ୍ଷ ଚାଷୀ ପରିବାର ପାଇଲେ ସହାୟତା - Nuakhai Gift For Farmers

ରାଉରକେଲାରେ ନୂଆଖାଇ ପାଳନ:

ଆଜି ହେଉଛି ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଖାଇ ପର୍ବ । ଆଜିର ଦିନରେ ମା' ସମଲେଶ୍ବରୀ,ମା'ମାନିକେଶ୍ୱରୀ ଏବଂ ମା' ପାଟଣେଶ୍ୱରୀଙ୍କ ନିକଟରେ ନବାନ୍ନ ଭୋଗ ଲଗାଯାଏ । ସେହିପରି ରାଉରକେଲା ସମଲେଶ୍ବରୀ ମନ୍ଦିରରେ ମଧ୍ୟ ଧୁମଧାମରେ ପାଳନ ହେଇଛି ନୂଆଖାଇ ପର୍ବ । ମା'ଙ୍କ ପାଖରେ ପୂଜା ଅର୍ଚ୍ଚନା କରି ରାଉରକେଲା ସହରର ବସବାସ କରୁଥିବା ସମସ୍ତ ପଶ୍ଚିମ ଓଡିଶା ଲୋକେ ଏକାଠି ହୋଇ ସପରିବାର ସହ ନୂଆଖାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ....Nuakhai 2024: ଦୁଲୁକୁଛି ସମଗ୍ର ପଶ୍ଚିମ-ଓଡିଶା, ସମଲେଶ୍ୱରୀଙ୍କୁ ଲାଗି ହେଲା ନବାନ୍ନ, ନୂଆ ଖାଇଲେ ମୁଖ୍ୟମନ୍ତ୍ରୀ - Nabanna offered to Maa Samaleswari

ବରଗଡ଼ରେ ନୂଆଖାଇ ଧୂମ:

ଭାଦ୍ରବ ମାସ ପଞ୍ଚମୀ ତିଥିରେ ପାଳିତ ହୋଇଥାଏ ଗଣପର୍ବ ନୂଆଁଖାଇ । ପ୍ରଥମେ ଇଷ୍ଟଦେବୀ ମା' ସମଲେଶ୍ଵରୀଙ୍କ ଠାରେ ନବାନ୍ନ ଲାଗି ହେବା ପରେ ଲୋକେ ନବାନ୍ନ ଭକ୍ଷଣ କରିଥାନ୍ତି । ଆଜିର ଏହି ଗଣପର୍ବରେ ବରଗଡରେ ଦେବୀ ମାଆଙ୍କ ଠାରେ ସରିଆ ଧାନର ନବାନ୍ନ ଭୋଗ ଲାଗିଛି । ଆଜି ସକାଳ 9 ଘଣ୍ଟା 35 ମିନିଟ ସମୟରୁ 10 ଘଣ୍ଟା 04 ମିନିଟ ମଧ୍ୟରେ ଅମୃତ ବେଳାରେ ଜନସାଧାରଣଙ୍କ ପାଇଁ ନବାନ୍ନ ଅର୍ପଣ ସହିତ ନବାନ୍ନ ଭକ୍ଷଣର ସମୟ ରହିଥିଲା ।

ଏହା ମଧ୍ୟ ପଢନ୍ତୁ....Nuakhai 2024: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ - Nuakhai wish

ନୂଆଖାଇ ମହକରେ ମହକୁଛି କଳାହାଣ୍ଡି:
ନୂଆଁଖାଇ ରଙ୍ଗରେ ରଙ୍ଗେଇ ହୋଇଛି ସାରା ପଶ୍ଚିମ ଓଡ଼ିଶା । ଏହି ଅବସରରେ ନୂଆ ଖାଇଛନ୍ତି କଳାହାଣ୍ଡିବାସୀ । ଜୁନାଗଡ଼ର ଆରାଧ୍ୟା ଦେବୀ ମା' ଲଙ୍କେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ପରେ ଘରେ ଘରେ ପରିବାର ସହ ମିଶି ନୂଆଖାଇ ପର୍ବ କଳାହାଣ୍ଡିବାସୀ । ଏହି ମହାନ ଗଣପର୍ବ ନୂଆଖାଇ ସପ୍ତପୁରୀ ଅମାବାସ୍ୟା ଠାରୁ ଆରମ୍ଭ ହୋଇ ଦଶହରାର ଦଶମୀରେ ଶେଷ ହୋଇଥାଏ । ଆଜି ପଞ୍ଚମୀ ତିଥିରେ ଜିଲ୍ଲାର ଅନେକ ଅଞ୍ଚଳରେ ନୂଆଖାଇ ପର୍ବ ପାଳନ ହୋଇଛି । ପିଠାପଣା ଖିରି, ପୁରୀରେ ମହକି ଉଠିଛି ଗାଁଦାଣ୍ଡ । ସେପଟେ ଅନେକ ଗାଁରେ ସାମୂହିକ ନୂଆଖାଇ ପାଳନ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲାର କଲମପୁର ଠାରେ ଦକ୍ଷିଣୀ ସୁଣ୍ଡି ସମାଜ ପକ୍ଷରୁ ସାମୂହିକ ନୂଆଖାଇ ପାଳନ କରିଥିବା ବେଳେ ଗାଁ ଗାଁ ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା କରିବା ପରେ ନୂଆଁ ଖାଇଥିଲେ ସଭିଏଁ ।

ଇଟିଭି ଭାରତ, ବଲାଙ୍ଗୀର/ବୌଦ୍ଧ/ରାଉରକେଲା/ବରଗଡ଼/କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.