ETV Bharat / state

ଓଡ଼ିଆ ପିଲାଙ୍କ ପାଇଁ ଅପହଞ୍ଚ ଓଡିଆ, ଘର ଓଡ଼ିଶାରେ ପଢୁଛନ୍ତି ଝାଡ଼ଖଣ୍ଡରେ - No school In Remote village

author img

By ETV Bharat Odisha Team

Published : Sep 15, 2024, 6:16 PM IST

Updated : Sep 15, 2024, 8:14 PM IST

No school In Mayurbhanj Remote village: ଓଡ଼ିଆ ଶିକ୍ଷାରୁ ବଞ୍ଚିତ ଓଡ଼ିଆ ଛାତ୍ରଛାତ୍ରୀ । ଘର ଓଡ଼ିଶାରେ ପଢୁଛନ୍ତି ଝାଡଖଣ୍ଡରେ । ଓଡ଼ିଆ ଶିକ୍ଷାର ବାଟ ଓଗାଳୁଛି ଗାଁ ରାସ୍ତା । ସୀମାରେ କେମିତି ଚାଲିଛି ଓଡ଼ିଆ ଶିକ୍ଷା । ଦେଖନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ ।

ଓଡ଼ିଆ ପିଲାଙ୍କ ପାଇଁ ଅପହଞ୍ଚ ଓଡିଆ
ଓଡ଼ିଆ ପିଲାଙ୍କ ପାଇଁ ଅପହଞ୍ଚ ଓଡିଆ (ETV Bharat Odisha)

ରାଇରଙ୍ଗପୁର: ଫେରିଯିବା 2000 ମସିହାକୁ । ଟିଭି, ଖବରକାଗଜ, ରେଡିଓ ଖୋଲି ଦେଲେ ଆସୁଥିଲା ଏକ ସୁନ୍ଦର ବିଜ୍ଞାପନ ‘ସ୍କୁଲ ଚଲେ୍‌ ହମ୍‌’ । ପିଲାଙ୍କୁ ସ୍କୁଲକୁ ଡାକି ଆଣିବାକୁ ଅଟଳ ବିହାରୀ ବାଜପେୟୀ ସରକାର ଏହି ବିଜ୍ଞାପନ ଆଣିଥିଲେ । ଏହି ସୁନ୍ଦର ଗୀତଟି ଆଜିବି ପ୍ରାୟ ସମସ୍ତଙ୍କ ମନରେ ବସା ବାନ୍ଧି ରହିଛି । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ‘ସ୍କୁଲ ଚଲେ ହମ୍‌’ କଥା ଏଠି କାହିଁକି ଆଲୋଚନା ହେଉଛି । ହଁ ଆଜ୍ଞା ଏଠି ପିଲା ସ୍କୁଲ ଯିବା ପାଇଁ ଓଡ଼ିଶା ଡେଇଁ ପଡୋଶୀ ରାଜ୍ୟ ଝାଡଖଣ୍ଡରେ ପହଞ୍ଚିଛନ୍ତି । ଭାରତ ସରକାରଙ୍କ ‘ସ୍କୁଲ ଚଲେ ହମ୍‌’ ଉକ୍ତିକୁ ମର୍ମେ ମର୍ମେ ବୁଝି ଡେଇଁଛନ୍ତି ରାଜ୍ୟ ସୀମା । କାରଣ ଏଠାକୁ ପହଞ୍ଚିନି ବିକାଶର ଗାଡ଼ି । ଓଡ଼ିଶାରେ ଜନ୍ମ ହୋଇ ବି ଓଡ଼ିଆ ପଢିବା ପିଲାଙ୍କ ଭାଗ୍ୟରେ ଜୁଟିନି । ଗାଁରେ ସ୍କୁଲ ନଥିବାରୁ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡରେ ହିନ୍ଦୀ ପାଠ ପଢୁଛନ୍ତି ମୟୂରଭଞ୍ଜ ଜିଲ୍ଲା ଯାମଦା ବ୍ଲକ ଅନ୍ତର୍ଗତ କୁଦରସାହି ଗ୍ରାମର ପିଲା । ପଢନ୍ତୁ ‘ଇଟିଭି ଭାରତ’ର ଗ୍ରାଉଣ୍ଡ ଜିରୋ ରିପୋର୍ଟ ।

ସୀମାରେ ଦୋଛକିରେ ଜୀବନ:

ଗ୍ରାମାଞ୍ଚଳ ଗୁଡ଼ିକର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଜନହିତକର ଯୋଜନା ମାଧ୍ୟମରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ବାସ୍ତବରେ ସରକାରଙ୍କ ଜନହିତକର ଯୋଜନା ସବୁ ଗ୍ରାମାଞ୍ଚଳ ଗୁଡିକରେ ପହଞ୍ଚି ପାରୁନାହିଁ । ଯାହାର ଜ୍ବଳନ୍ତ ଉଦାହରଣ ହେଉଛି କୁଦରସାହି । କାରଣ ଗାଁଟି ଯେମିତି ‘ଓଡ଼ିଶାର ସାବତ ପୁଅ’ ପରି ମନେ ହେଉଛି । ନାଁ ଏଠି ଅଛି ରାସ୍ତାଘାଟ ନା ମିଳୁଛି ମୌଳିକ ସୁବିଧା । ଏକଥା ଆମେ କହୁନୁ ଏଠିକା ବାସିନ୍ଦା ଆଣିଛନ୍ତି ଏମିତି ଅଭିଯୋଗ ।

ସାବତ ପୁଅ କୁଦରସାହି !

ଶୀର୍ଷଟି ପଢି ଆପଣ ଭାବୁଥିବେ କାହିଁକି କୁଦରସାହିକୁ ସାବତ ପୁଅ କହୁଛୁ । ହଁ ଆଜ୍ଞା ମୟୂରଭଞ୍ଜ ଜିଲ୍ଲା ଯାମଦା ବ୍ଲକ ଅନ୍ତର୍ଗତ ରହିଛି ମୋରଣ୍ଡା ପଞ୍ଚାୟତ । ତାହାର ପଡାଗ୍ରାମ ହେଉଛି କୁଦରସାହି । ଗାଁଟି ଓଡ଼ିଶା ସୀମାରେ ଅବସ୍ଥିତ । ଏଠାରେ ପାଖାପାଖି 20ରୁ 25 ପରିବାର ବସବାସ କରୁଛନ୍ତି । ମୋରଣ୍ଡାରେ ରହିଛି ସ୍କୁଲ, ଅଙ୍ଗନବାଡି କେନ୍ଦ୍ର । ଯାହା କୁଦରସାହିଠୁ 3 କିଲୋମିଟର ଦୂରରେ ଅବସ୍ଥିତ । କୁଦରସାହିର ପିଲାମାନେ ଯଦି ଓଡ଼ିଶାରେ ପଢିବାକୁ ଚାହିଁବେ ତାହାଲେ 3 କିଲୋମିଟର ଯିବାକୁ ପଡିବ । କିନ୍ତୁ ଘରଠୁ ମାତ୍ର 500 ମିଟର ଦୂରରେ ଅବସ୍ଥିତ ଝାଡ଼ଖଣ୍ଡ । ଫଳରେ ଏଠିକାର ପିଲା ଝାଡ଼ଖଣ୍ଡ ସ୍କୁଲ ଉପରେ ନିର୍ଭର କରୁଛନ୍ତି ।

କୁଦାରସାହି
କୁଦାରସାହିରୁ ମୋରଣ୍ଡାକୁ ସଂଯୋଗ କରୁଥିବା ରାସ୍ତା (ETV Bharat Odisha)

ନା ଅଛି ରାସ୍ତା ନା ମିଳୁଛି ସୁବିଧା:

ମୋରଣ୍ଡା ଗ୍ରାମପଞ୍ଚାୟତ ଠାରୁ 3 କିଲୋମିଟର ଦୂରରେ ଥାଇ ବି ଏଠି ଲୋକଙ୍କ ପାଇଁ ମୌଳିକ ସୁବିଧା ନାହିଁ । ମୋରଣ୍ଡାରୁ କୁଦରସାହି ସଂଯୋଗ କରୁଥିବା ରାସ୍ତା କାଦୁ ପଚପଚ । ଅନ୍ୟଦିନେ ତ ଯେଣତେଣ ଲୋକେ ଯାଆସ କରନ୍ତି । ହେଲେ ବର୍ଷା ଦିନ ହେଲେ କଥା ସରିଲା । କାଦୁଆ ରାସ୍ତା ଦେଇ ଯାତାୟତ କରିବା କଷ୍ଟସାଧ୍ୟ ହୋଇପଡେ ।

କାଠଭାରୀ ସ୍କୁଲ
କାଠଭାରୀ ସ୍କୁଲ (ETV Bharat Odisha)

ଝାଡ଼ଖଣ୍ଡରେ ପଢୁଛନ୍ତି ଓଡ଼ିଆ ପିଲା:

ଘର ଓଡ଼ିଶାରେ ପାଠଶାଳା କିନ୍ତୁ ଝାଡଖଣ୍ଡରେ । ଗାଁରେ ସ୍କୁଲ କିମ୍ବା ଅଙ୍ଗନବାଡି କେନ୍ଦ୍ର ନାହିଁ । ଫଳରେ କୁଦରସାହିର ୧୦ ଜଣରୁ ଅଧିକ ଛାତ୍ରଛାତ୍ରୀ କାଠଭାରୀରେ ଥିବା ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି । ସାମାନ୍ୟ ରାସ୍ତା ଖଣ୍ଡିଏ ପାଇଁ ଓଡିଶାରେ ରହି ଓଡ଼ିଆ ପାଠପଢାରୁ ବଞ୍ଚିତ ରହିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ କହିବା ସହିତ ପକ୍କା ରାସ୍ତା ସହିତ ଅଙ୍ଗନବାଡ଼ି ଓ ପ୍ରାଥମିକ ବିଦ୍ୟାଳୟ ତୁରନ୍ତ ନିର୍ମାଣ କରିବାକୁ ‘ଇଟିଭି ଭାରତ’ ମାଧ୍ୟମରେ ସରକାରଙ୍କ ନିକଟରେ ଦାବି କରିଛନ୍ତି କୁଦରସାହି ବାସିନ୍ଦା ।

ସମସ୍ୟାରେ ପେଶି ହେଉଛି କୁଦରସାହି:

କେବଳ ରାସ୍ତା କିମ୍ବା ସ୍କୁଲ ସମସ୍ୟା ନୁହେଁ । ବିଭିନ୍ନ ସମସ୍ୟାରେ ପେଶି ହେଉଛି ଏହି ଗାଁ । କେବଳ ସେତିକି ନୁହେଁ ଗ୍ରାମରେ ପାନୀୟ ଜଳର ସମସ୍ୟା ମଧ୍ୟ ରହିଛି । ଗୋଟିଏ ମାତ୍ର ସୋଲାର ଚାଳିତ ନଳକୂପ ଥିବାରୁ ଖରାଦିନେ ପାନୀୟ ଜଳ ପାଇଁ ହନ୍ତସନ୍ତ ହୋଇଥାନ୍ତି ଏଠାକାର ବାସିନ୍ଦା ।

କାଠଭାରୀ ସ୍କୁଲରେ ପ୍ରାର୍ଥନା
କାଠଭାରୀ ସ୍କୁଲରେ ପ୍ରାର୍ଥନା (ETV Bharat Odisha)

କଣ କହିଲେ ଛାତ୍ରୀ ?

ଏନେଇ ଛାତ୍ରୀ ପ୍ରୀତି ଲୋହାର କହିଛନ୍ତି, ‘ରାସ୍ତା ଖରାପ ଅଛି, ସ୍କୁଲ ଦୂର ହେଉଛି । ବର୍ଷା ହେଲେ ରାସ୍ତା କାଦୁଅ ହୋଇଛି । ସ୍କୁଲ ଦୂର ହେଉଥିବାରୁ ଆମେ ଝାଡଖଣ୍ଡରେ ପଢୁଛୁ ।’ ସେହିପରି ଆଉ ଜଣେ ଛାତ୍ରୀ ସରିତା ତିୟୁ କହିଛନ୍ତି, ସ୍କୁଲ ନଥିବାରୁ ଆମେ ଝାଡଖଣ୍ଡ ଯାଉଛୁ।

କଣ କହିଲେ ଝାଡ଼ଖଣ୍ଡର ଶିକ୍ଷକ:

ରାଜକୀୟ ବାଲିକା ମଧ୍ୟ ବିଦ୍ୟାଳୟ, କାଠଭାରୀର ସହକାରୀ ଶିକ୍ଷୟତ୍ରୀ ସାବିତ୍ରୀ ଗୁଆ ହେମ୍ରମ କହିଛନ୍ତି, ‘ସ୍କୁଲ ନଥିବାରୁ ପିଲା ଝାଡ଼ଖଣ୍ଡ ପଢିବାକୁ ଆସୁଛନ୍ତି । ଏଠି ଓଡ଼ିଆ ନୁହେଁ ହିନ୍ଦୀରେ ପଢାଯାଉଛି । ଆପଣଙ୍କ ସେଠାରେ ସ୍କୁଲ ହେବା କଥା । ସ୍କୁଲ ନଥିବା ପିଲା ଏଠିକି ପଢିବାକୁ ଆସୁଛନ୍ତି । କାରଣ ଏହି ସ୍କୁଲଟା ଗାଁ ପାଖରେ । ଓଡ଼ିଶା ସ୍କୁଲ ଯିବା ପାଇଁ ଦୂର, ରାସ୍ତା ନାହିଁ ।’

କଣ କହିଲେ ପ୍ରଧାନଶିକ୍ଷକ:

ରାଜକୀୟକୃତ କନ୍ୟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ, ବିଦ୍ୟାଧର କେଶରୀ କଟଭାରୀ କହିଛନ୍ତି, ସ୍କୁଲ ପିଲା ମାନଙ୍କୁ ପାଖ ହେଉଛି । ସେମାନଙ୍କ ଘର ପାଖରେ ସ୍କୁଲ ନାହିଁ । ମାତୃଭାଷା କଥା କହିଲେ ଏଠାରେ ଓଡିଆରେ ପାଠ ପଢା ହେଉନାହିଁ । ଝାଡଖଣ୍ଡର ଅନ୍ୟ କିଛି ସ୍କୁଲରେ ପଢା ଯାଉଛି କିନ୍ତୁ କାଠଭାରୀ ସ୍କୁଲରେ ଓଡ଼ିଆ ପଢାଯାଉନି ।

‘ଭଲ ରାସ୍ତା ଦରକାର’

ଏନେଇ କୁଦରସାହି ବାସିନ୍ଦା ନିଳମଣି ଲୋହାର କହିଛନ୍ତି, ‘ଆମେ ଓଡ଼ିଶା ଝାଡଖଣ୍ଡ ମଝିରେ ରହିଛୁ, ଆମ ଗାଁ କୁଦରସାହି । ଆମ ଗାଁରେ ସ୍କୁଲ ନାହିଁ ଅଙ୍ଗନବାଡି ନାହିଁ । ଓଡ଼ିଶା ସ୍କୁଲ 3 କିଲୋମିଟର ହେଉଛି ଆଉ ଝାଡଖଣ୍ଡ ସ୍କୁଲ 200 କି 400 ମିଟର ଭିତରେ ହେବ । ରାସ୍ତା କାଦୁଆ, ଆମକୁ ଏଠି ଭଲ ରାସ୍ତା ସ୍କୁଲ ଦରକାର । ବହୁତ ଅସୁବିଧାରେ ରହୁଛୁ ଛୁଆପିଲା ଯିବା ଆସିବାରେ ବହୁତ କଷ୍ଟ ହେଉଛି । ସ୍କୁଲ ନଥିବାରୁ ଆମ ଛୁଆଙ୍କୁ ଏଠି ପଢାଇ ପାରୁନାହୁଁ ।’

‘ଜଣାଇଛୁ ସମସ୍ୟା ସମାଧାନ ହେଇନି’

ପଞ୍ଚାୟତ ସମିତି ସଭ୍ୟ ବିରେନ୍ଦ୍ର ବେହେରା କହିଛନ୍ତି, ‘ବଡ ଦୁଃଖର ବିଷୟ କୁଦରସାହିରେ ସ୍କୁଲ ନଥିବାରୁ ଓଡିଆ ପିଲା ଯାଇ ଝାଡଖଣ୍ଡରେ ପାଠ ପଢୁଛନ୍ତି । ଏନେଇ ମୁଁ ଜଣାଇଥିଲି, ଖୁବ ଶୀଘ୍ର ସମାଧାନ ହେବ ବୋଲି କହିଥିଲେ କିନ୍ତୁ ଏ ପର୍ଯ୍ୟନ୍ତ ହୋଇନାହିଁ । ’

‘ଖୁବ ଶୀଘ୍ର ସମସ୍ୟା ସମାଧାନ ହେବ ବୋଲି ଆଶା’

ଯାମଦାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ପଣ୍ଡା କହିଛନ୍ତି, ‘ମୋରଣ୍ଡା ଗ୍ରାମପଞ୍ଚାୟତରେ ଥିବା କୁଦରସାହି ବିଷୟରେ ଆମେ ଜାଣିଛୁ । ବହୁତ ଦିନରୁ ପଞ୍ଚାୟତ ସମିତି ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଛି । ସେମାନଙ୍କର ରାସ୍ତା ସମସ୍ୟା ରହିଛି । ଆଗାମୀ ଦିନରେ ରାସ୍ତା ସମସ୍ୟା ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବୁ । ଆଉ ଏକ ଖବର ଅଛି କୁଦରସାହିର କିଛି ପିଲା ଝାଡଖଣ୍ଡର କୋଠଭାରୀରୁ ପଢିବାକୁ ଯାଉଛନ୍ତି । ଗାଁ ପାଖରେ ସ୍କୁଲ ଅଙ୍ଗନବାଡି କରାଇବା ପାଇଁ ଆଲୋଚନା କରିଛୁ ଯେହୁତୁ ସେଟା ସୀମାରେ ଅଛି ତାହା ସମ୍ବେଦନଶୀଳ ଅଞ୍ଚଳ । ଆମେ ବି ଚାହୁଁବୁ ଏଠି ସ୍କୁଲ ହେଉ । ଏସମ୍ପର୍କରେ ଆମେ ବିଭାଗୀୟ ଅଧିକାରୀଙ୍କୁ ଜଣାଇବୁ ଖୁବ ଶୀଘ୍ର ତାଙ୍କ ସମାଧାନ ହେବ ବୋଲି ମୁଁ ଆଶା କରେ ।’

ଏଥିସହ ଏସମ୍ପର୍କରେ ଆମେ ଯାମଦା ବିଇଓ ସୁରେଶ ମୁଣ୍ଡାଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରିଥିଲୁ । ସେ ଆମଠୁ ଏସମ୍ପର୍କରେ ଖବର ପାଇବା ପରେ ବିହିତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ସ୍ବାଧୀନତାର 78 ବର୍ଷ ପରେ ବି ଓଡ଼ିଶାରେ ରହି ଓଡିଆ ପଢିବାରୁ ବଞ୍ଚିତ ହେବା ବିଡମ୍ବନାର ବିଷୟ । ଏଥିପ୍ରତି ସରକାର ଦୃଷ୍ଟି ଦେଲେ ଆଗକୁ କୁଦରସାହି ପିଲାଙ୍କ ଭାଗ୍ୟରେ ଓଡ଼ିଆ ପଢିବା ଜୁଟନ୍ତା । ଏଥିପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଦେବା ଆବଶ୍ୟକତା ରହିଛି ।

ଅଧିକ ପଢନ୍ତୁ:

ମହାନଦୀ କୂଳରେ ଘର: ମିଳୁନି ସ୍ବଚ୍ଛ ପାଣି, ଗାଁକୁ ନାହିଁ ରାସ୍ତା, ଲୋକଙ୍କ ଭରସା ବିଲ ହିଡ଼

ବିଦ୍ୟାଳୟକୁ ନୁହେଁ ଯମପୁରୀକୁ ରାସ୍ତା ! ପିଲାଙ୍କ ଭବିଷ୍ୟତ ସହ ଖେଳ, ବର୍ଷା ହେଲେ ରାସ୍ତାରେ ସ୍କୁଲ ଯିବା ବନ୍ଦ

ବିକାଶକୁ ଉପହାସ: ଗାଁକୁ ନାହିଁ ପକ୍କା ରାସ୍ତା, ଖଟିଆରେ ବୁହା ହେଲେ ଗର୍ଭବତୀ ଓ ରୋଗୀ

ଗାଁକୁ ନାହିଁ ରାସ୍ତା; ଦାବି କରି ନୟାନ୍ତ ଗାଁଲୋକେ, କାଠ ପୋଲ ହିଁ ଭରସା

ଇଟିଭି ଭାରତ, ମୟୂରଭଞ୍ଜ

Last Updated : Sep 15, 2024, 8:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.