ETV Bharat / state

ବାର୍ ପରେ ଯାତ୍ରା: ଯାତ୍ରା ପେଣ୍ଡାଲରେ ଅଶ୍ଳୀଳତାକୁ ନା, ଖୁବ ଶୀଘ୍ର ଆସୁଛି ଗାଇଡଲାଇନ୍ - OBSCENITY AT JATRA PENDAL

ବାରରେ ବାରଗାର୍ଲ ଡାନ୍ସ କଟକଣା ପରେ ଏବେ ଯାତ୍ରା ମଞ୍ଚ (jatra pendal) ପାଇଁ ଗାଇଡଲାଇନ ଆଣିବେ ରାଜ୍ୟ ସରକାର । 'ମନୋରଞ୍ଜନ ଆଳରେ ଅଶ୍ଳୀଳତାକୁ ଦିଆଯିବନାହିଁ ଅନୁମତି ।'

ଆଉ ଯାତ୍ରା ମଞ୍ଚରେ ଚଳିବନି ଅଶ୍ଳୀଳତା, ସରକାର ଆଣୁଛନ୍ତି ଗାଇଡଲାଇନ୍‌
ଆଉ ଯାତ୍ରା ମଞ୍ଚରେ ଚଳିବନି ଅଶ୍ଳୀଳତା, ସରକାର ଆଣୁଛନ୍ତି ଗାଇଡଲାଇନ୍‌ (ETV Bharat Odisha)
author img

By ETV Bharat Odisha Team

Published : Nov 4, 2024, 10:53 AM IST

ଭୁବନେଶ୍ୱର: ଯାତ୍ରା ମଞ୍ଚରେ ମନୋରଞ୍ଜନ ଆଳରେ ଆଉ ହୋଇପାରିବନି ଅଶ୍ଳୀଳତା ପ୍ରଦର୍ଶନ । ଖୁବଶୀଘ୍ର ଆସିବାକୁ ଯାଉଛି ଏହା ସମ୍ପର୍କିତ ଏକ ଗାଇଡଲାଇନ୍‌ । ସରକାର ଏହି ପ୍ରସଙ୍ଗରେ ଚିନ୍ତା କରୁଛନ୍ତି ଓ ଖୁବଶୀଘ୍ର ଏକ ନିର୍ଦ୍ଦେଶାବଳୀ ଆଣିବାକୁ ଯାଉଛନ୍ତି । ଏହି ନିର୍ଦ୍ଦେଶାବଳୀ ଅନୁସାରେ ହିଁ ଯାତ୍ରା କମିଟିମାନେ ଆୟୋଜନ କରିବେ ବୋଲି କହିଛନ୍ତି ଉଚ୍ଚଶିକ୍ଷା ତଥା ଭାଷା-ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

  • କେବଳ ଆୟୋଜକ ନୁହନ୍ତି, ଦର୍ଶକ ମଧ୍ୟ ମାନସିକତାରେ ପରିବର୍ତ୍ତନ ଆଣନ୍ତୁ: ମନ୍ତ୍ରୀ

ଏହି ଗାଇଡଲାଇନ ସମ୍ପର୍କରେ ସଂସ୍କୃତି ମନ୍ତ୍ରୀ ସୂରଜ କହିଛନ୍ତି,‘‘ ସଂସ୍କୃତି ବିଭାଗ ପକ୍ଷରୁ ଯେଉଁ ସହଯୋଗ ଆବଶ୍ୟକ ପଡିବ, ଆଇନ ବିଭାଗକୁ ଆମେ ସହଯୋଗ କରିବୁ । ଅଶ୍ଳୀଳତାକୁ ନେଇ କେବଳ କମିଟିକୁ ଦାୟୀ କଲେ ହେବନି, ଦର୍ଶକମାନେ ମଧ୍ୟ କିଛି ମାତ୍ରାରେ ଦାୟୀ । ତେଣୁ ଆମେ ଆମ ମାନସିକତାରେ ସ୍ୱଚ୍ଛତା ଆଣିଲେ, ଯାତ୍ରାରେ ଅଶ୍ଳୀଳତା ହ୍ରାସ ପାଇବ । ’’ ଏହା ସହ ମନ୍ତ୍ରୀ ସୂରଜ ଏହି ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଯାହା କହିଥିଲେ, ତାକୁ ସମର୍ଥନ ମଧ୍ୟ କରିଛନ୍ତି ।

ଆଉ ଯାତ୍ରା ମଞ୍ଚରେ ଚଳିବନି ଅଶ୍ଳୀଳତା, ଆସୁଛି ଗାଇଡଲାଇନ୍‌ (ETV Bharat Odisha)
  • ମନୋରଞ୍ଜନ ନାମରେ ଅଶ୍ଳୀଳତା ଓ ଲଗାମଛଡା ପ୍ରଦର୍ଶନ:-

କିଛି ଦିନ ହେବ ଯାତ୍ରା ମଞ୍ଚରେ ନୃତ୍ୟ ଓ ବ୍ୟଙ୍ଗ ଆଳରେ ଏକ ଅପସଂସ୍କୃତି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଅଶ୍ଳୀଳ ତଥା ଉତ୍ତେଜନାପୂର୍ଣ୍ଣ ନୃତ୍ୟ ପରିବେଷଣ କରାଇ ଅଧିକ ଦର୍ଶକଙ୍କୁ ଏକାଠି କରାଯିବାର ପ୍ରୟାସ ମଧ୍ୟ କରାଯାଉଛି । ଅନ୍ୟପଟେ ଆଇଟମ୍‌ ଡାନ୍ସରଙ୍କ ଅଶ୍ଳୀଳ ନୃତ୍ୟ ଓ ଲଗାମଛଡା ଉତ୍ତେଜକ ପ୍ରଦର୍ଶନ ଯାତ୍ରାରେ ଅପ୍ରୀତିକର ସ୍ଥିତି ମଧ୍ୟ ସୃଷ୍ଟି କରୁଛି । ନିକଟ ଅତୀତରେ ଏକାଧିକ ସ୍ଥାନରେ ଉତ୍ତେଜନା, ବିଶୃଙ୍ଖଳା ଓ ବିବାଦ ମଧ୍ୟ ସୃଷ୍ଟି ହେବାର ଅନେକ ରହିଛି । ଏହାକୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ସଚେତନ ତଥା ସଂସ୍କୃତିପ୍ରେମୀଙ୍କ ଦ୍ୱାରା କଡା ବିରୋଧ ଓ ନିନ୍ଦା ମଧ୍ୟ କରାଯାଉଛି । ତଥାପି ଏକାଧିକ ଯାତ୍ରା ପାର୍ଟି ଓ ଆୟୋଜକ କମିଟି ଏହି ପ୍ରୟାସରୁ କ୍ଷାନ୍ତ ହେଉନାହାନ୍ତି ।

ଏହା ମଧ୍ୟ ପଢନ୍ତୁ:-ବିନା ଠୁମକାରେ ଚାଲିବ ଡ୍ୟାନ୍ସ ବାର, ନାଚି ପାରିବେନି ବାରଗାର୍ଲ

ଏହା ମଧ୍ୟ ପଢନ୍ତୁ:- ବେଳାଭୂମିରେ ଖୋଲିବନି ମଦ ଦୋକାନ: ବିରୋଧ ପରେ ନିଷ୍ପତ୍ତି ବଦଳାଇଲେ ରାଜ୍ୟ ସରକାର, ବୁଦ୍ଧିଜୀବୀଙ୍କ ସ୍ବାଗତ - Odisha Govt Drops Plan Beach Shacks

  • ଅଶ୍ଳୀଳତା ପାଇଁ ମୁହଁ ଫେରାଇଲେଣି ମଞ୍ଚ କଳାପ୍ରେମୀ !

ଯାତ୍ରା ରାଜ୍ୟର ଗ୍ରାମାଞ୍ଚଳର ଏକ ପୁରାତନ ମନୋରଞ୍ଜନର ଲୋକପ୍ରିୟ ମାଧ୍ୟମ । ମାତ୍ର ଅଶ୍ଳୀଳ ପ୍ରଦର୍ଶନ କାରଣରୁ ବର୍ତ୍ତମାନ ସ୍ଥିତିରେ ସପରିବାର ଯାତ୍ରା ଦେଖିବା ସମ୍ଭବ ହେଉନାହିଁ । ବରିଷ୍ଠ ମଞ୍ଚ କଳାପ୍ରେମୀ ଦର୍ଶକ ବର୍ଗ ମଧ୍ୟ ଏହି କାରଣରୁ ଯାତ୍ରା ଦେଖିବା ବନ୍ଦ କରିସାରିଲେଣି । ଏବେ ସରକାର କେଉଁ ପ୍ରକାରର ନିର୍ଦ୍ଦାଶାବଳୀ ଆଣୁଛନ୍ତି ଓ ଫଳରେ ଅଶ୍ଳୀଳତାରେ କେତେ ରୋକ ଲାଗିବ, ତାହା ଉପରେ ସମସ୍ତଙ୍କ ନଜର ।

ବେଳାଭୂମିରେ ବିଚ ସାକ୍ସ, ଶଙ୍କରାଚାର୍ଯ୍ୟ କହିଲେ ମହୋଦଧି କୂଳରେ ମଦ ଦୋକାନ ନିନ୍ଦନୀୟ

ପୁରୀ ବେଳାଭୂମିରେ Beach shacks: ବିଚ୍‌ରେ ମିଳିବ ବିୟର ମଜା, ଚେତାଇଲେ ବୁଦ୍ଧିଜୀବୀ, ପୂର୍ବରୁ ବ୍ୟାକଫୁଟକୁ ଯାଇଥିଲେ ନବୀନ ସରକାର -

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.