ETV Bharat / state

ଆକ୍ସନ ମୋଡରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ: ରଥରେ ମୋବାଇଲ ମନା, ନୀତି ବିଶୃଙ୍ଖଳା ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ - Arabinda Padhee on Pahandi Mishap

author img

By ETV Bharat Odisha Team

Published : Jul 12, 2024, 6:40 PM IST

Arabinda Padhee on Pahandi Mishap: ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁର ପଡ଼ିଯିବା ଘଟଣାରେ କଠୋର ହେଲା ଶ୍ରୀମନ୍ଦିର ପ୍ରଶାସନ । ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳାର ସହ କରିବାକୁ ଚେତାବନୀ ଦେଲେ ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ । ସେପଟେ ସ୍ବତ୍ତ୍ବଲିପି ଅନୁଯାୟୀ ମହାପ୍ରଭୁଙ୍କ ପହଣ୍ଡି ନୀତି ସଂପାଦନ କରିବାକୁ ବରିଷ୍ଠ ସେବାୟତ ରଖିଲେ ମତ । ଅଧିକ ପଢ଼ନ୍ତୁ

Arabinda Padhee on Pahandi Mishap
Arabinda Padhee on Pahandi Mishap (ETV Bharat Odisha)

ପୁରୀ: ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁର ବଳଭଦ୍ର ରଥ ଚାରମାଳ ଉପରେ ପଡ଼ିଯିବା ଘଟଣା ଏବେ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ହୋଇଛି । ଅନଭିଜ୍ଞ ଯୁବ ସେବାୟତ ରଥରେ ଗହଳି କରି ମୋବାଇଲରେ ବ୍ୟସ୍ତ ରହୁଥିବା ଅଭିଯୋଗ ହେଉଛି । ଅନାବଶ୍ୟକ ଭିଡ଼ ଏଭଳି ଅଘଟଣର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି । ଏହାପରେ ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ରାତାରାତି ବଦଳି ହୋଇଛି । ସେପଟେ ଦାୟିତ୍ବ ନେଉ ନେଉ ଆକ୍ସନ ମୋଡ୍‌ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ବଡ଼ ଠାକୁରଙ୍କୁ କ୍ଷମା ମାଗିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ:-

ବିଶେଷ କରି ରଥ ଉପରେ କିଭଳି ମୋବାଇଲ ଫୋନ ବ୍ୟବହାର ହେବ ନାହିଁ ଓ କେହି ସେଲଫି ନେଇପାରିବେ ନାହିଁ, ସେନେଇ ଆଲୋଚନା କରିବାକୁ କହିଛନ୍ତି ନୂଆ ପ୍ରଶାସକ । ସେବା ସହ ଜଡ଼ିତ ନଥିଲେ ରଥ ଉପରକୁ କେହି ଯାଇପାରିବେନି ବୋଲି ମଧ୍ୟ ସେ କହିଛନ୍ତି । ପହଣ୍ଡି ବେଳେ ଘଟିଥିବା ଅଘଟଣ ପାଇଁ ଠାକୁରଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବା ସହ ମହାପ୍ରଭୁଙ୍କ ନୀତି କିଭଳି ଶୃଙ୍ଖଳିତ ହେବ, ତାହା ତାଙ୍କର ମୁଖ୍ୟ କାର୍ଯ୍ୟ ହେବ ବୋଲି ସେ କହିଛନ୍ତି ।

ରଥ ଉପରେ ଅଧିକ ସେବାୟତ ଥିଲେ:-

ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ କହିଛନ୍ତି ମହାପ୍ରଭୁଙ୍କ ପହଣ୍ଡି କେଉଁମାନେ କରିବେ, ତାହା ଶ୍ରୀମନ୍ଦିର ସ୍ବତ୍ତ୍ବଲିପିରେ ଉଲ୍ଲେଖ ରହିଛି । ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟ୍‌ ଅନୁଯାୟୀ ପହଣ୍ଡି କାର୍ଯ୍ୟରେ କେବଳ ଦଇତାପତି, ସୁଆର, ସିଂହାରୀ, ପୂଜାପଣ୍ଡା ସେବକଙ୍କ ସହ ପହଣ୍ଡି କାର୍ଯ୍ୟରେ ସଂପୃକ୍ତ ଥିବା ଅଳ୍ପକିଛି ସେବାୟତ ଏହି ପହଣ୍ଡିରେ ରୁହନ୍ତି । ହେଲେ ପହଣ୍ଡିରେ ସେହିଦିନ ଅଧିକ ସେବାୟତ ରଥ ଉପରେ ଥିଲେ । ତେବେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ରଥଯାତ୍ରା ଶେଷ ହେବାପରେ ତର୍ଜମା କରାଯାଇ ଯାହା କିଛି କାର୍ଯ୍ୟନୁଷ୍ଠାନ ହେବ । ନୂଆ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଅରବିନ୍ଦ ପାଢୀ ଦାୟିତ୍ବ ନେଇଛନ୍ତି । ସେ ଜଣେ ଦକ୍ଷ ଅଫିସର ।" ତେଣୁ ସେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଆଶା ରଖିଛନ୍ତି ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ।

ସ୍ବତ୍ତ୍ବଲିପି ଅନୁଯାୟୀ ସ୍ଥିର ହେଉ ସଂଖ୍ୟା:-

ସେପଟେ ଆଡ଼ପ ପହଣ୍ଡିରେ ବିଭ୍ରାଟକୁ ନେଇ ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି, "ଏହି ଘଟଣା ମାଧ୍ୟମରେ ମହାପ୍ରଭୁ ସେବାୟତଙ୍କୁ ସଚେତନ କରାଇ ଦେଇଛନ୍ତି । ପହଣ୍ଡିବେଳେ ନିଷ୍ଠାର ସହ କାର୍ଯ୍ୟ କରିବା ସହ ଯେତିକି ସେବାୟତ ଆବଶ୍ୟକ, ସେତିକି ରଥ ଉପରେ ରହିବା ଉଚିତ । ସେହିପରି ଯୁବ ସେବାୟତମାନେ ରଥ ଉପରେ ମୋବାଇଲ ବ୍ୟବହାର କରିବା ଉଚିତ୍ ନୁହେଁ ।" ତେବେ ଏଭଳି ଅଘଟଣ ତାଙ୍କ ଜୀବନ କାଳରେ ସେ କେବେ ଦେଖିନଥିବା କହିଛନ୍ତି । ମହାପ୍ରଭୁଙ୍କ ପ୍ରତି ସମର୍ପଣ ମନୋଭାବ ନେଇ କାର୍ଯ୍ୟ କଲେ ଆଗାମୀ ଦିନରେ ଏଭଳି ଅଘଟଣ ହେବ ନାହିଁ ବୋଲି ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି । ତେବେ ସ୍ବତ୍ତ୍ବଲିପି ଅନୁଯାୟୀ ଯେଉଁ ସେବାୟତଙ୍କ ସେବା ଅଧିକାର ରହିଛି, ଏକ ସଂଖ୍ୟା ନିର୍ଦ୍ଧାରିତ କରି ପହଣ୍ଡି କାର୍ଯ୍ୟ ହେଉ ବୋଲି ବରିଷ୍ଠ ସେବାୟତ କହିଛନ୍ତି ।

ନୀତି ବିଶୃଙ୍ଖଳା ହେଲେ କଡ଼ା କାର୍ଯ୍ୟନୁଷ୍ଠାନ:-

ସେପଟେ ଏହି ପହଣ୍ଡି ଅଘଟଣ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ବୀର ବିକ୍ରମ ଯାଦବଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ନୂଆ ପ୍ରଶାସକ ଭାବରେ ବରିଷ୍ଠ ଆଇଏଏସ୍‌ ଅରବିନ୍ଦ ପାଢୀଙ୍କୁ ଦାୟିତ୍ଵ ଦିଆଯାଇଛି । ଦାୟିତ୍ଵ ନେବା ପରେ ସେ ପ୍ରଥମେ ଗୁଣ୍ଡିଚା ମନ୍ଦିର ଯାଇ ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିଛନ୍ତି । ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, "ମୋତେ ମହାପ୍ରଭୁଙ୍କ ସେବା ପାଇଁ ଦାୟିତ୍ବ ମିଳିଥିବାରୁ ମୁଁ ରାଜ୍ୟ ସରକାରଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି । ମହାପ୍ରଭୁଙ୍କ ନୀତି କିଭଳି ଭଲରେ ଅନୁଷ୍ଠିତ ହେବ ସେନେଇ ବିଭିନ୍ନ ସେବାୟତ ନିଯୋଗ, ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ପଦକ୍ଷେପ ନିଆଯିବ । ଏଥିପାଇଁ ମୁଁ ସମସ୍ତଙ୍କ ସହଯୋଗ ଲୋଡୁଛି । ମହାପ୍ରଭୁଙ୍କ ନୀତି କିଭଳି ଶୃଙ୍ଖଳିତ ହୋଇପାରିବ, ତାହା ଆମର ମୁଖ୍ୟ କାର୍ଯ୍ୟ ହେବ ।" ତେବେ ନୀତି ବିଶୃଙ୍ଖଳା ହେଲେ କଡ଼ା କାର୍ଯ୍ୟନୁଷ୍ଠାନ ହେବ ବୋଲି ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି । ରଥ ଉପରକୁ ସେବା ନଥିବା ସେବାୟତ କିଭଳି ନଯିବେ, ମୋବାଇଲ ଫୋନ ରଥ ଉପରକୁ କେହି ନନେବେ, ସେନେଇ ସବୁ ସେବାୟତ ନିଯୋଗ ସହ ସେ ଆଲୋଚନା କରିବେ ବୋଲି କହିଛନ୍ତି ।

କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା:-

ଆଡ଼ପ ମଣ୍ଡପ ବିଜେ ପହଣ୍ଡି ବେଳେ ବଡ଼ ଠାକୁର ପ୍ରଭୁ ବଳଭଦ୍ରଙ୍କୁ ଯେଭଳି ଦାୟିତ୍ଵହୀନ ଭାବେ ସେବାୟତ ପହଣ୍ଡି କାର୍ଯ୍ୟ କଲେ ଏହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ଭୁଲ କାର୍ଯ୍ୟ କରିଥିବା ସେବାୟତଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ଦାବି ଜୋର ଧରିଛି । ତେବେ ରଥ ଉପରେ ପହଣ୍ଡି କାର୍ଯ୍ୟରେ ସେବା ନଥିବା ଅନେକ ସେବାୟତ ଅଯଥାରେ ଗହଳି ସୃଷ୍ଟି କରିବାରୁ ଏହି ଅଘଟଣ ହୋଇଥିବା କୁହାଯାଉଛି । ସେହିପରି ସେବାୟତମାନେ ମୋବାଇଲ ଫୋନ୍ ନେଇ ସେଲ୍‌ଫି ଉଠାଇବା, ରିଲ୍ସ କରିବା ଯୋଗୁଁ ମହାପ୍ରଭୁଙ୍କ ସେବାରେ ମନ ରହୁନଥିବା ଅଭିଯୋଗ ମଧ୍ୟ ଉଠିଛି । ତେବେ ଏହି ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ତଦନ୍ତ ଆରମ୍ଭ କରିଥିବାବେଳେ କେବେ ଓ କାହା ବିରୋଧରେ କାର୍ଯ୍ୟନୁଷ୍ଠାନ ହେଉଛି ତାକୁ ଏବେ ଭକ୍ତଙ୍କ ଅପେକ୍ଷା ।

ଏହା ମଧ୍ୟ ପଢ଼ନ୍ତୁ...ବଡଠାକୁର ପଡିଯିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ରାତିଅଧିଆ ବଦଳି, ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ଗୁରୁଦାୟିତ୍ବ - ARABINDA PADHEE SJTA Chief Admini

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.