ETV Bharat / state

ସକାଳେ ହଁ ସନ୍ଧ୍ୟାରେ ନାଁ ! ଜୁଲାଇ ୮ରେ ଖୋଲିବନି ରତ୍ନଭଣ୍ଡାର, ଆଇନ ମନ୍ତ୍ରୀଙ୍କ ବଡ ବୟାନ - Srimandir Ratna Bhandar

Puri Srimandir Ratna Bhandar Will Not Open: ଜୁଲାଇ ୮ରେ ରତ୍ନଭଣ୍ଡାର ଖୋଲିବା ଖବରକୁ ଖଣ୍ଡନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jun 19, 2024, 8:18 PM IST

Updated : Jun 19, 2024, 9:55 PM IST

Srimandir Ratna Bhandar
Srimandir Ratna Bhandar (ETV Bharat Odisha)

ପୁରୀ: ଜୁଲାଇ 8 ତାରିଖରେ ଖୋଲିବ ନାହିଁ ରତ୍ନଭଣ୍ଡାର । ରତ୍ନ ଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି ସରକାର । ଛତିଶା ନିଯୋଗ ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇନି । ବିଶୃଂଖଳିତ ଭାବରେ ଜଣେ ASI ଅଧିକାରୀ ଏ ବାବଦରେ ବିଭ୍ରାନ୍ତିକର ବିବୃତି ଦେଇଛନ୍ତି । ତାଙ୍କ ଉପରେ ସରକାରୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଖୋଲିବନି ରତ୍ନଭଣ୍ଡାର । ଏନେଇ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଛତିଶା ନିଯୋଗ ବୈଠକରେ କୌଣସି ନିଷ୍ପତ୍ତି ହୋଇନାହିଁ । ବିଶୃଙ୍ଖଳିତ ଭାବରେ ଜଣେ ଏଏସଆଇ ଅଧିକାରୀ ଏ ବାବଦରେ ଏକ ଭ୍ରାନ୍ତ ଖବର ଦେଇଛନ୍ତି । ଏ ବାବଦରେ ସରକାର ଏପର୍ଯ୍ୟନ୍ତ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଅଛନ୍ତି । କେବେ ରତ୍ନଭଣ୍ଡାର ଖୋଲିବ ତାହା ବହୁତ ଶୀଘ୍ର ଜଣାପଡ଼ିବ । ସରକାରଙ୍କ ନିଷ୍ପତ୍ତି ପୂର୍ବରୁ ଯେଉଁ ଅଧିକାରୀ ବିଭ୍ରାନ୍ତିକର ତଥ୍ୟ ଦେଇଛନ୍ତି ତାଙ୍କ ବିରୋଧରେ ଯଥା ବିଦ୍ଧି କାର୍ଯ୍ୟନୁଷ୍ଠାନ ନିଆଯିବ । ରତ୍ନଭଣ୍ଡାର ଖୋଲିବା ନେଇ ସରକାର ନିଷ୍ପତ୍ତି ନେଲେ ଏ ବାବଦରେ ସ୍ପଷ୍ଟତା ଆସିବ ।"

ଏହା ମଧ୍ୟ ପଢ଼ନ୍ତୁ...ଜୁଲାଇ 8 ତାରିଖରେ ଖୋଲିବ ରତ୍ନଭଣ୍ଡାର, ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି - RATNA BHANDAR TO OPEN

ସୂଚନାଯୋଗ୍ୟ ଯେ, ଆସନ୍ତା ଜୁଲାଇ ୮ ତାରିଖରେ ଅର୍ଥାତ ଶ୍ରୀଗୁଣ୍ଡିଚା ପରଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବ ନେଇ ସୂଚନା ଦେଇଥିଲା ଭାରତୀୟ ପ୍ରତ୍ନତାତ୍ତିକ ବିଭାଗ ‘ଏଏସଆଇ’ ସୁପରିଟେଣ୍ଡେଣ୍ଟ ଡି.ବି ଗଡନାୟକ । ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଭାରତୀୟ ପ୍ରତ୍ନତାତ୍ତିକ ବିଭାଗ ‘ଏଏସଆଇ’ ସୁପରିଟେଣ୍ଡେଣ୍ଟ ଡି.ବି ଗଡନାୟକ କହିଥିଲେ ଯେ, ସ୍ୱତନ୍ତ୍ର ଟିମ୍‌ ଓ ଟେକ୍ନିକାଲ ଟିମ୍‌ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ । ୨୦୧୮ ମସିହାରେ ପ୍ରଥମ ଭଣ୍ଡାର ଅନୁଧ୍ୟାନ ବେଳେ କ୍ରାକ୍ ଥିବା ଜଣାପଡିଥିଲା । ଯେତେ ଶୀଘ୍ର ହେବ କାମ ହେବ । ଲେଜର ସ୍କାନିଂ କରାଯାଇଛି । ଆବଶ୍ୟକ ପଡିଲେ ଇଣ୍ଡୋର ସ୍କାନିଂ କରାଯିବ । ରତ୍ନଭଣ୍ଡାରର କଣ୍ଡିସନ୍ ଠିକ୍ ନାହିଁ । ରତ୍ନଭଣ୍ଡାର ଖୋଲାଯାଇ ଅନୁଧ୍ୟାନ ପରେ ମରାମତି କରାଯିବ । ‘ଏଏସଆଇ’ ଅଧିକାରୀଙ୍କ ସୂଚନା ପରେ ପ୍ରତିକ୍ରିୟା ରଖି ଏହା ବିଭ୍ରାନିକର ସୂଚନା ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

ଇଟିଭି ଭାରତ, ପୁରୀ

Last Updated : Jun 19, 2024, 9:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.