ETV Bharat / state

ଅନାସ୍ଥା ରାଜନୀତି; ଦୋଷ ଲଦାଲଦି ହେଲେ ବିଜେଡି-ବିଜେପି, ଆଇନ କଥା କହିଲା କଂଗ୍ରେସ, ମୁଁହ ଖୋଲିଲେ ନିମାପଡା NAC ଅଧ୍ୟକ୍ଷା - no confidence motion politics

author img

By ETV Bharat Odisha Team

Published : Aug 14, 2024, 10:25 AM IST

No-confidence-motion against nac chairperson politics in odisha: ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରେ ବିକଶିତ ଓଡିଶା ଲାଗି ଭିଜନ ରହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ କାର୍ଯ୍ୟ ଆରମ୍ଭ ହୋଇଛି । ଏହାକୁ ଦେଖି ବିଭିନ୍ନ ଦଳର ନେତା ଓ କର୍ମୀ ବିଜେପି ଆଡ଼କୁ ଆକୃଷ୍ଟ ହେଉଛନ୍ତି ବୋଲି ଅନାସ୍ଥା ରାଜନୀତି ଉପରେ ମତ ରଖିଲା ବିଜେପି । ଅଧିକ ପଢନ୍ତୁ

ଅନାସ୍ଥା ରାଜନୀତି
ଅନାସ୍ଥା ରାଜନୀତି (ETV Bharat Odisha)

ଭୁବନେଶ୍ବର/ନିମାପଡା: ରାଜ୍ୟର ବିଭିନ୍ନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅନାସ୍ଥା ପ୍ରସ୍ତାବ ଆସିବାରେ ଲାଗିଛି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଭିନ୍ନ ଏନଏସିକୁ ଶାସକ ଦଳ ବିଜେପି ଭାଙ୍ଗୁଥିବା ବିଜେଡି ଅଭିଯୋଗ କରିଛି । ବିକାଶ କାର୍ଯ୍ୟରେ ଆକୃଷ୍ଟ ହୋଇ ଲୋକେ ଆସୁଥିବା ବିଜେପି କହିଛି । କଂଗ୍ରେସ କହିଛି ଏନେଇ ଆଇନ କଣ ରହିଛି ଦେଖିବାକୁ ପଡିବ ।

ଫିଟିଂ, ସେଟିଂ କରୁଛି ବିଜେପି :-
ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, "ବିଜେଡି 51 ଟି ବିଧାୟକ ସିଟ ବିଜେଡି ଜିତିଛି । ସମସ୍ତ ଜିଲ୍ଲା ପରିଷଦ ବିଜେଡି ଦଖଲରେ ରହିଛି । ଲୋକେ ନବୀନ ପଟ୍ଟନାୟକଙ୍କୁ ଚାହୁଁଛନ୍ତି । ପ୍ରତ୍ୟେକ ଦିନ ଦଳର କାର୍ଯ୍ୟକ୍ରମ ଜାରୀ ରହିଛି । ସିଧାସଳଖ କ୍ଷମତାକୁ ଆସିବା ବିଜେପିର ଅଭ୍ୟାସ ନୁହେଁ । ବିଭିନ୍ନ ସ୍ଥାନରେ ଅନାସ୍ଥା ଆଣିବାକୁ ବିଜେପି ଉଦ୍ୟମ କରୁଛି । ଜୁନାଗଡ଼ ପରି ସ୍ଥାନରେ ବିଜେପି ବାହାରିବ, ସେଠି ଅଧିକାରୀ ଆସୁନାହାନ୍ତି । ଯେଉଁ ସ୍ଥାନରେ ଫିଟିଂ, ସେଟିଂ କରିଛନ୍ତି, ସେଠି ଅଫିସ ଆସୁଛନ୍ତି । ଭବାନୀପାଟଣା ପରି ଅବସ୍ଥା କରିବାକୁ ବିଜେପି ପଛାଉନାହିଁ ।"

ଅଧ୍ୟାଦେଶ ଆଣି ଭାଙ୍ଗିବା କେତେ ଯୁକ୍ତିଯୁକ୍ତ ଆଇନ କହିବ :-
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ବିଜେଡ଼ିର କିଛି ନେତା ଏବେ ଭୟଭୀତ ହୋଇଛନ୍ତି । ଏହା ସତ୍ୟ । ବିଜେଡ଼ିରେ ଭୟଭୀତ ହେବା ସ୍ବାଭାବିକ । ବିଜେଡିରେ ଏକଛତ୍ର ଶାସନ ଚାଲିଥିଲା । ବିଜେଡି ଭାବୁଥିଲେ ଆମେ ସରକାରରୁ ଯିବୁନି । ହଠାତ ସରକାରରୁ ପଳେଇଗଲେ । ବିଜେପି ଭାବିନଥିଲା ସରକାରକୁ ଆସିବୁ, ଆସିଗଲେ । ଅନାସ୍ଥା ନେଇ ଆଇନ କଣ କହୁଛି ଦେଖିବାକୁ ପଡିବ । ବିଜେପିର ମୂଳରୁ ନାହିଁ, କେଉଁଆଡୁ ମାଡିବେ । ଅଧ୍ୟାଦେଶ ଆଣି ଭାଙ୍ଗି ପାରିବେ । ଏଥିପାଇଁ ମଧ୍ୟ ଆଇନକୁ ମଧ୍ୟ ଦେଖିବାକୁ ପଡିବ । ଅଧ୍ୟାଦେଶ ଆଣି ଭାଙ୍ଗିବା କେତେ ଯୁକ୍ତିଯୁକ୍ତ ହେବ ଦେଖିବାକୁ ପଡିବ । ହାଇକୋର୍ଟ ଓ ସୁପ୍ରିମକୋର୍ଟ ମଧ୍ୟ ଏହା ଉପରେ ଅଛନ୍ତି । ଏହା ଏତେ ସହଜ କଥା ନୁହେଁ ।"

ତାରା ଏହା ମଧ୍ୟ କହିଛନ୍ତି, "ବିଜେଡିର ଶକ୍ତି ଆଉ ନାହିଁ । ସରକାର ଥିଲା, ଲୋକ ଥିଲେ । ସେଥିପାଇଁ ନବୀନ ବାବୁଙ୍କୁ ଏବେ ଆଗକୁ ଦଳ ଅଣୁଛି । କଂଗ୍ରେସର ସଂଖ୍ୟା ମାତ୍ର 7 ରହିଛି । ଭାଙ୍ଗିଲେ ଢୋ ଓ ନଭାଙ୍ଗିଲେ ମଧ୍ୟ ଢୋ । ଭାଙ୍ଗିଲେ ଲଢେଇ କରିବୁ ଓ ନଭାଙ୍ଗିଲେ ଲଢେଇ କରିବୁ ।"

କଳଙ୍କିତ ଶାସନକୁ ପ୍ରତ୍ୟାଖ୍ୟାନ କରି ବିକାଶ କାର୍ଯ୍ୟରେ ଆକୃଷ୍ଟ ହେଉଛନ୍ତି ଲୋକେ :-
ବିଜେପି ବିଧାୟକ ଆଶ୍ରିତ ପଟ୍ଟନାୟକ କହିଛନ୍ତି, "ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରେ ବିକଶିତ ଓଡିଶା ଲାଗି ଭିଜନ ରହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ କାର୍ଯ୍ୟ ଆରମ୍ଭ ହୋଇଛି । ଏହାକୁ ଦେଖି ବିଭିନ୍ନ ଦଳର ନେତା ଓ କର୍ମୀ ବିଜେପି ଆଡ଼କୁ ଆକୃଷ୍ଟ ହେଉଛନ୍ତି । ପଂଚାୟତ ସମିତି ଓ ଏନଏସିରେ ଚାଲିଥିବା କାର୍ଯ୍ୟରେ ଯୋଡି ହେବାକୁ ଆଗ୍ରହ ଦେଖାଉଛନ୍ତି । ବିଜେପି ସେମାନଙ୍କୁ ସ୍ୱାଗତ କରୁଛି । ବିକଶିତ ଓଡିଶାରେ ସମସ୍ତେ ସାମିଲ ହେବାକୁ ଆମେ ଆହ୍ୱାନ ହେଉଛୁ । ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି । ବହୁତ ଲୋକ ବହୁତ କଥା କହିବେ । କିଏ କାହାକୁ କିଣିକି ନେଇ ପାରେ ସମସ୍ତେ ଜାଣିଛନ୍ତି । କିଣାବିକାର ପ୍ରଶ୍ନ ନାହିଁ । 24 ବର୍ଷର କଳଙ୍କିତ ଶାସନରେ ଲୋକଙ୍କୁ ପ୍ରତ୍ୟାଖ୍ୟାନ କରାଯାଉଥିଲା । ବିକାଶ କାର୍ଯ୍ୟରେ ଲୋକେ ଆକୃଷ୍ଟ ହେଉଛନ୍ତି, କିଣାବିକାର ପ୍ରଶ୍ନ ଉଠୁନାହିଁ ।"

ଏହା ବି ପଢନ୍ତୁ- ନିମାପଡ଼ା NAC ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ - No confidence motion in Nimapara

ଅନାସ୍ଥା ପ୍ରସ୍ତାବକୁ ନେଇ ମୁଁହ ଖୋଲିଲେ ନିମାପଡା ଏନଏସି ଅଧ୍ୟକ୍ଷା-

ଅନାସ୍ଥା ପ୍ରସ୍ତାବକୁ ନେଇ ମୁଁହ ଖୋଲିଲେ ନିମାପଡା ଏନଏସି ଅଧ୍ୟକ୍ଷା । ଗତକାଲି ଅପରାହ୍ନରେ ନିମାପଡ଼ା ବଳଙ୍ଗା ରାସ୍ତା କୋର୍ଟ ଛକ ସ୍ଥିତ ନକ୍ଷେତ୍ର କଲ୍ୟାଣ ମଣ୍ଡପ ନିକଟରେ ବିଜୁ ଜନତା ଦଳ ଏନଏସି ଅଧ୍ୟକ୍ଷାଙ୍କ ଦ୍ଵାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଥିଲା । ଏହି ସାମ୍ୱାଦିକ ସମ୍ମିଳନୀରେ ନିମାପଡ଼ା ପୌରାଞ୍ଚଳ ଅଧ୍ୟକ୍ଷା ସସ୍ମିତା ସାହୁ ତାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ମୁଁହ ଖୋଲିବା ସହିତ ତାଙ୍କ ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ । ଅନାସ୍ଥା ପଛରେ ରାଜନୈତିକ ଆକ୍ରୋଶ ଓ ଉଦ୍ଦେଶ୍ୟ ମୂଳକ ଭାବେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରାଯାଉଛି ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ ଗତ ପୌର ନିର୍ବାଚନରେ ବିଜେଡି ବିଜେପି କଡ଼ା ମୁକାବିଲା ଭିତରେ ସସ୍ମିତା ସାହୁ ବିଜେପି ପ୍ରାର୍ଥୀଙ୍କୁ ପରାଜିତ କରି ବିଜୟ ହୋଇଥିଲେ । ବିଜେଡିର ୭ଟି କାଉନସିଲର ନିର୍ବାଚିତ ହୋଇଥିବା ବେଳେ ବିଜେପି ଖାତାକୁ ଯାଇଥିଲା ୩ଟି ଏବଂ ସ୍ଵାଧୀନ ଭାବେ ଜଣେ ନିର୍ବାଚିତ ହୋଇଥିଲେ । ନିର୍ବାଚନର କିଛିଦିନ ପରେ ନାଁ ନନେଇ ବିଜେଡିରୁ ବିଜେପିକୁ ଯାଇଥିବା ଜଣେ କାଉନସିଲ ଠିକାଦାର ଙ୍କ ମିଥ୍ୟା ବିଲ୍ ରେ ଦସ୍ତଖସ୍ତ କରିବା ପାଇଁ ଚାପ ପ୍ରୟୋଗ କରୁଥିଲେ। ପରବର୍ତ୍ତୀ ଅବସ୍ଥାରେ ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାସ ବିଜେଡି ଛାଡ଼ି ବିଜେପିରେ ଯୋଗଦେବା ସହ ୭ଜଣରୁ ୬ଜଣ କାଉନସିଲର ବିଜେପିରେ ଯୋଗଦେଇଥିଲେ । ଦୁର୍ନୀତିକୁ ପ୍ରଶୟ ନଦେବାରୁ ସମ୍ପୃକ୍ତ କାଉନସିଲର ଆକ୍ରୋଶ ମୂଳକ ଭାବେ ତାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ସେ କହିଛନ୍ତି ।କାଉନସିଲର ମାନେ ଚାପରେ ନରହି ତାଙ୍କୁ ସମର୍ଥନ ଦେବେ ବୋଲି ସେ ଦୃଢ଼ ଆଶାବାଦୀ ଥିବା କଥା କହିଛନ୍ତି । ସୁଚନା ଥାଉକି ଗତକାଲି ଚେୟାରମ୍ୟାନଙ୍କ ବିରୁଦ୍ଧରେ ପୁରୀ ଜିଲ୍ଲାପାଳଙ୍କ ପାଖରେ ଆଠ ଜଣ କାଉନସିଲର ତାଙ୍କ ବିରୁଦ୍ଧ ରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର/ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.