ETV Bharat / state

ଶପଥ ନେଲେ ହାଇକୋର୍ଟ ବାରର ନବନିର୍ବାଚିତ କର୍ମକର୍ତ୍ତା - HIGH COURT BAR ASSOCIATION

author img

By ETV Bharat Odisha Team

Published : Apr 4, 2024, 8:12 AM IST

Oath Taking Program Of Bar Association: ଗତକାଲି ଓଡ଼ିଶା ହାଇକୋର୍ଟ ବାରର ନବନିର୍ବାଚିତ ସଦସ୍ୟମାନଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ତେବେ ବାରର ସଭାପତି ଭାବେ ଶପଥ ନେଲେ ବିଜୟ କୁମାର ଦାଶ । ଅଧିକ ପଢନ୍ତୁ

ଶପଥ ନେଲେ ହାଇକୋର୍ଟ ବାରର ନବନିର୍ବାଚିତ କର୍ମକର୍ତ୍ତା

କଟକ: ଶପଥ ନେଲେ ହାଇକୋର୍ଟ ବାରର ନବନିର୍ବାଚିତ କର୍ମକର୍ତ୍ତା । ହାଇକୋର୍ଟ କନଭେନସନ ହଲରେ ଆୟୋଜିତ ହୋଇଥିବା ଏହି ଶପଥ ଗ୍ରହଣ ଉତ୍ସବରେ ନିର୍ବାଚନ ଅଧିକାରୀ ପ୍ରଶାନ୍ତ ଜେନା ଶପଥ ପାଠ କରାଇଥିଲେ । ହାଇକୋର୍ଟ ବାର ସଭାପତି ଭାବରେ ବିଜୟ କୁମାର ଦାଶ, ଉପସଭାପତି କରୁଣାକର ରଥ,ସମ୍ପାଦକ ରଞ୍ଜନ ନାୟକ,ସହ ସମ୍ପାଦକ ଭାବରେ ସାରଦା ତ୍ରିପାଠୀ,ଯୁଗ୍ମ ସମ୍ପାଦକ ଭାବରେ ଅଶୋକ ଆପଟ,ଲାଇବ୍ରେରୀ ସହ ସମ୍ପାଦକ ଭବାନୀ ପ୍ରସାଦ ପାଣିଗ୍ରାହୀଙ୍କ ସମେତ ୯ ଜଣ କାର୍ଯ୍ୟନିର୍ବାହୀ ସଦସ୍ୟ ମାନେ ଶପଥ ନେଇଥିଲେ ।

ତେବେ ଶପଥ ନେବା ପରେ ହାଇକୋର୍ଟ ବାର ସଭାପତି ବିଜୟ ଦାଶ କହିଛନ୍ତି, ‘କାର୍ଯ୍ୟରତ ସମସ୍ତ ଆଇନଜୀବୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ କାର୍ଯ୍ୟ କରିବେ । ହାଇକୋର୍ଟରେ ଆଇନଜୀବୀ ମାନଙ୍କ ବସିବା ଏକ ବଡ଼ ସମସ୍ୟା । ଯାହାକି ଆଗାମୀ ଦିନରେ ଏହି ସମସ୍ୟା ଉପରେ ସେ ଧ୍ୟାନ ଦେବେ । ସେହିପରି ମହିଳା ଆଇନଜୀବୀ ମାନଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା କରିବାକୁ ସେ ପଦକ୍ଷେପ ନେବେ ।’ ସେହିପରି ବାର ବେଞ୍ଚ ମଧ୍ୟରେ କିପରି ସମନ୍ବୟ ରଖି କାର୍ଯ୍ୟକ୍ରମ କରାଯିବ ସେନେଇ ମଧ୍ୟ ପଦକ୍ଷେପ ନେବେ । ଅନ୍ୟପଟେ ସମ୍ପାଦକ ରଞ୍ଜନ ନାୟକ କହିଛନ୍ତି, ଆଇନଜୀବୀଙ୍କ ମୌଳିକ ସମସ୍ୟା ପୂରଣ ପାଇଁ ବାର ପଦକ୍ଷେପ ନେବ ।

ଓଡିଶା ହାଇକୋର୍ଟ ବାରର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଆଇନଜୀବୀ ବିଜୟ କୁମାର ଦାଶ । ନିକଟତମ ପ୍ରତିଦ୍ବନ୍ଦ୍ବୀ ବରିଷ୍ଠ ଆଇନଜୀବୀ ସୌର୍ଯ୍ୟକାନ୍ତ ପାଢ଼ୀଙ୍କୁ ୨୪୯ ଭୋଟ ବ୍ୟବଧାନରେ ହରାଇଛନ୍ତି । ବିଜୟଙ୍କୁ ସର୍ବାଧିକ ୧୪୬୨ ଖଣ୍ଡ ଭୋଟ ମିଳିଥିବା ବେଳେ ସୌର୍ଯ୍ୟଙ୍କୁ ୧୨୧୩ ଖଣ୍ଡ ମିଳିଥିଲା । ସେହିପରି ସମ୍ପାଦକ ଭାବରେ ରଞ୍ଜନ ନାୟକ ବିଜୟୀ ହୋଇଛନ୍ତି । ନିକଟତମ ପ୍ରତିଦ୍ବନ୍ଦୀ ଅଭିଜିତ ପଟ୍ଟନାୟକଙ୍କୁ ୫୫ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି । ସମ୍ପାଦକ ପଦବୀ ପାଇଁ କଡା ଟକ୍କର ଦେଖିବାକୁ ମିଳିଥିଲା ।ଉପସଭାପତି ଭାବରେ କରୁଣାକର ରଥ ନିର୍ବାଚିତ ହୋଇଛନ୍ତି । ଯୁଗ୍ମ ସମ୍ପାଦକ ଭାବରେ ଅଶୋକ କୁମାର ଆପଟ,ସହ ସମ୍ପାଦକ ଭାବରେ ସାରଦା ପ୍ରସାଦ ତ୍ରିପାଠୀ, ପାଠାଗାର ସହ ସମ୍ପାଦକ ଭାବରେ ଭବାନୀ ଶଙ୍କର ପାଣିଗ୍ରାହୀ ନିର୍ବାଚିତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...... ରାଜ୍ୟରେ ବଢୁଛି ପିଲା ଚୋରି ଗୁଜବ, ନିର୍ବାଚନ ପୁର୍ବରୁ ଭୟଙ୍କର ହେଉଛି ସ୍ଥିତି - Rumor Of Child Stealing

ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନରେ ମୋଟ ୪ ହଜାର ୪୪୧ ଭୋଟରଙ୍କ ମଧ୍ୟରୁ ୩ ହଜାର ୧୨୮ ଜଣ ମତ ଅଧିକାର ସାବ୍ୟସ୍ତ କରିଥିଲେ । ଉଆନ ବାର ଉଆନ ଭୋଟ ନିୟମ ଲାଗୁ ହେବା ପରଠାରୁ ଆଇନଜୀବୀ ମାନେ ରାଜ୍ୟର ଯେକୌଣସି ଗୋଟିଏ ବାରରେ ମତ ଦାନ କରିବାର ସୁଯୋଗ ରହିଛି ।ଏହି କ୍ରମରେ ରାଜ୍ୟର ୧୫୩ଟି ବାର ଆସୋସିଏସନରେ ବିଭିନ୍ନ ପଦପଦବୀ ପାଇଁ ନିର୍ବାଚନ କରାଯାଇଥିଲା ।ସମସ୍ତ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.