ETV Bharat / state

6 ମାସ ବି ତିଷ୍ଠିଲାନି ବିମାନବନ୍ଦର ପାଚେରୀ, 9ରେ ଉଦଘାଟନ ହୋଇଥିଲା 9ରେ ଭୁଶୁଡି ପଡିଲା - Malkangiri Airport Wall Collapses

author img

By ETV Bharat Odisha Team

Published : Jun 9, 2024, 6:25 PM IST

Malkangiri Airport Wall Collapses: ଗତକାଲି ରାତିରେ ବର୍ଷା ହେବା କାରଣରୁ ନୂଆ କରି ନିର୍ମାଣ ହୋଇଥିବା ମାଲକାନଗିରି ଏୟାରପୋର୍ଟର ପାଚେରୀ ଭୁଶୁଡି ଯାଇଛି । ଏହା ଗତ ଜାନୁଆରୀ ୯ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିଲା । ଅଧିକ ପଢନ୍ତୁ

Malkangiri Airport Wall Collapses
Malkangiri Airport Wall Collapses (ETV Bharat Odisha)

ମାଲକାନଗିରି: ସ୍ବଳ୍ପ ବର୍ଷାରେ ଭାଙ୍ଗିଲା ନବନିର୍ମିତ ବିମାନବନ୍ଦର ପାଚେରୀ । ମାଲକାନଗିରି ନୂତନ ନିର୍ମାଣଧୀନ ବିମାନବନ୍ଦରର ପାଚେରି ଭୁଶୁଡି଼ ପଡ଼ିଛି । ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି ଜିଲ୍ଲାରେ ସ୍ବଳ୍ପ ବର୍ଷା ହୋଇଛି ଯେଉଁଥିରେ ମାଲକାନଗିରି ବିମାନବନ୍ଦରର ପାଚେରି ସମ୍ପୂର୍ଣ୍ଣ ଭାବରେ ଭୁଶୁଡି ପଡ଼ିଛି । ପୂର୍ବ ପାର୍ଶ୍ବରେ ୪୦ ମିଟରରୁ ଊର୍ଦ୍ଧ୍ବ ଭୁଶୁଡି ପଡ଼ିଥିବା ବେଳେ ସମାନ ଭାବରେ ପଶ୍ଚିମ ପାର୍ଶ୍ବରେ ମଧ୍ୟ ପାଖାପାଖି ୪୦ମିଟରରୁ ଊର୍ଦ୍ଧ୍ବ ଭୁଶୁଡିଛି ।

ନିର୍ବାଚନର କିଛି ଦିନ ପୂର୍ବେ ଏହି ବିମାନବନ୍ଦରକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତାଙ୍କର ଶାସନରେ ଲୋକାର୍ପଣ କରିଥିଲେ । ୨୩୩ ଏକର ଜମିରେ ନିର୍ମିତ ବିମାନବନ୍ଦର ୭୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା । ନିର୍ବାଚନକୁ ଆଖି ଆଗରେ ରଖି ତରବରିଆ ଭାବରେ ଏହାକୁ ଲୋକାର୍ପଣ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ଘରୋଇ ସଂସ୍ଥା ହାତରେ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ଟେକି ଦେଇଥିଲେ ସରକାର । ଟିଟିସିପିଏଲ (ତାରା ତାରିଣୀ କନଷ୍ଟ୍ରକସନ ପ୍ରାଇଭେଟ୍ ଲିମିଟେଡ) ନାମକ କମ୍ପାନୀ ଦ୍ଵାରା ନିର୍ମିତ କାର୍ଯ୍ୟର ତୀକ୍ଷ୍ଣ ନଜର ରଖିବା ସହିତ ଜିଲ୍ଲା ପ୍ରଶାସନ ବିମାନବନ୍ଦର ନିର୍ମାଣ କାର୍ଯ୍ୟର ତଦାରଖ କରୁଥିଲେ । ତେବେ ବର୍ତ୍ତମାନ କାନ୍ଥ ଭୁଶୁଡିବା ଘଟଣା ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ସମୟରେ ସମାନ ଭାବରେ କାନ୍ଥ ଭୁଶୁଡି ୨ ଶ୍ରମିକ ମୃତ୍ୟୁବରଣ କରିଥିଲେ । ଏହାସହ ବହୁ ଶ୍ରମିକ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ପୁଣି ସ୍ବଳ୍ପ ବର୍ଷାରେ ଏଭଳି କାନ୍ଥ ଭୁଶୁଡି ପଡ଼ିବା ଘଟଣା କେଉଁଠି ନାଁ କେଉଁଠି ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଏହା ମଧ୍ୟ ପଢନ୍ତୁ .... ମାର୍ଚ୍ଚ 5ରୁ ମାଲକାନାଗିରିରୁ ଉଡ଼ିବ ବିମାନ !

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ଆରମ୍ଭରୁ ନିମ୍ନ ମାନର ହୋଇ ଆସୁଅଛି । ତେବେ ଏଥିରେ ସ୍ପଷ୍ଟ ହେଉଛି କେଉଁଠି ନାଁ କେଉଁଠି ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାରଙ୍କ ସଲାସୁତୁରାରେ ବିମାନବନ୍ଦର କାର୍ଯ୍ୟ ସମ୍ପୁର୍ଣ୍ଣ ଭାବରେ ନିମ୍ନ ମାନର କରାଯାଉଛି । ଅନ୍ୟପଟେ ବିମାନବନ୍ଦରର କାନ୍ଥ ଭୁଶୁଡି ନିକଟସ୍ଥ ଚାଷୀଙ୍କ ଜମି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ବିମାନବନ୍ଦରର ପାଚେରୀ ଭାଙ୍ଗିବା ଖବର ପାଇ ଜିଲ୍ଲା କଂଗ୍ରେସର ଏକ ଟିମ୍ ଘଟଣାସ୍ଥଳ ଯାଇ ପରିଦର୍ଶନ କରିଥିଲେ । ଏହା ପରେ ସ୍ଥାନୀୟ କଂଗ୍ରେସ ଭବନ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ପୂର୍ତ୍ତ ବିଭାଗର ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ଉପରେ ବର୍ଷିଥିଲେ କଂଗ୍ରେସ ଜିଲ୍ଲା ସଭାପତି । ଏଥି ସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି କଂଗ୍ରେସ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.