ETV Bharat / state

ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା: ଆଖି ବୁଜିଲା ଶିଶୁକନ୍ୟା, ସ୍ୱାସ୍ଥ୍ୟ ବିଭାଗର ତନାଘନା - Newborn Dead

author img

By ETV Bharat Odisha Team

Published : Jul 14, 2024, 9:00 PM IST

Updated : Jul 14, 2024, 9:14 PM IST

Newborn Dead: କଟକ ଘରୋଇ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା । ଚିକିତ୍ସିତ ଶିଶୁମାନଙ୍କ ଭିତରୁ ଜଣଙ୍କର ଜୀବନ ଯାଇଛି । ଅଧିକ ପଢନ୍ତୁ

Newborn Dead
Newborn Dead (ETV Bharat Odisha)

କଟକ: ଘରୋଇ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା । ଆରମ୍ଭ ହୋଇଛି କାରଣ ଖୋଜା । ଚିକିତ୍ସିତ ଶିଶୁମାନଙ୍କ ଭିତରୁ ଜଣଙ୍କର ଜୀବନ ଯାଇଛି । ହସ୍ପିଟାଲରେ ଡିଏମଇଟିର ଏକ ତିନି ଜଣିଆ ଟିମ ପହଞ୍ଚି ସମସ୍ତ କାଗଜପତ୍ର ଯାଞ୍ଚ କରିଛନ୍ତି । ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀ ଏସସିବି ଓ ଶିଶୁଭବନରେ ପହଞ୍ଚି ଉଦ୍ଧାର ହୋଇଥିବା ସମସ୍ତ ରୋଗୀ ଓ ନବଜାତକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଏହାସହ ସମସ୍ତଙ୍କୁ ଉନ୍ନତମାନର ଚିକିତ୍ସା ଦିଆଯିବ ବୋଲି କହିଛନ୍ତି । ଏହି ଅଗ୍ନିକାଣ୍ଡ ଘଟଣା ପାଇଁ ଏକ ତଥ୍ୟ ଅନୁସନ୍ଧାନକାରୀ ଟିମ (Fact Finding Team) ଗଠନ କରାଯାଇଛି । ଏହି ଟିମ ତଦନ୍ତ କରି ରିପୋର୍ଟ ଦେବା ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଶିଶୁଭବନରେ ଚିକିତ୍ସା ହେଉଥିବା ନବଜାତଙ୍କ ମଧ୍ୟରୁ ଭଦ୍ରକ ଚାନ୍ଦବାଲିର 11 ଦିନର ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି ।

Newborn Dead (ETV Bharat Odisha)

ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା ଯୋଗୁଁ ଏତେ ସଂଖ୍ୟକ ରୋଗୀଙ୍କ ଜୀବନ ବିପଦରେ ପଡିଥିବା ପାଇଁ ଦାୟୀ କିଏ ? ସେନେଇ ଉଠିଛି ପ୍ରଶ୍ନ । ତେବେ ସେହି ହସ୍ପିଟାଲ ତିନିମହଲା ବିଶିଷ୍ଟ ଓ ରାସ୍ତା କଡରେ ରହିଥିବାବେଳେ ପାର୍କିଂର ସୁବିଧା ନାହିଁ କି ପ୍ରସ୍ଥାନ ନାହିଁ । ବିଲଡିଂ ଚାରିପଟେ ରାସ୍ତା ମଧ୍ୟ ନାହିଁ, ଯଦି କିଛି ଅଘଟଣ ଘଟୁଛି ତେବେ ହସ୍ପିଟାଲ ଭିତରକୁ ଅଗ୍ନିଶମ ବିଭାଗ ଗାଡି ଯିବାରେ ବାଧା ଉପୁଜୁଛି । ଏସବୁ ଅବ୍ୟବସ୍ଥା ଥିବା ସତ୍ତ୍ବେ ହସ୍ପିଟାଲକୁ କିପରି ଅଗ୍ନି ନିରାପତ୍ତା ସାର୍ଟିଫିକେଟ ଦିଆଗଲା ? ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ସେପଟେ ହସ୍ପିଟାଲରେ ଡିଏମଇଟିର ଏକ ତିନି ଜଣିଆ ଟିମ ପହଞ୍ଚି ସମସ୍ତ କାଗଜପତ୍ର ଯାଞ୍ଚ କରିଛନ୍ତି ।

ଏହା ବି ପଢନ୍ତୁ...ହସ୍ପିଟାଲ ଅଗ୍ନିକାଣ୍ଡ: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର - CUTTACK HOSPITAL FIRE

ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବ ଏସସିବି ଓ ଶିଶୁଭବନରେ ପହଞ୍ଚି ଉଦ୍ଧାର ହୋଇଥିବା ସମସ୍ତ ରୋଗୀ ଓ ନବଜାତଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ସମସ୍ତଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ତେବେ ଅଗ୍ନିକାଣ୍ଡ ଘଟଣା ପାଇଁ ଅଗ୍ନିଶମ ବିଭାଗ ଡିଜିଙ୍କୁ ନେଇ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରାଯାଇଛି । ଏହି ଟିମ ତଦନ୍ତ କରି ରିପୋର୍ଟ ଦେବା ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

ଇଟିଭି ଭାରତ, କଟକ

Last Updated : Jul 14, 2024, 9:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.