ETV Bharat / state

SCB ପରିସରରୁ ନବଜାତ ଉଦ୍ଧାର: କୁଳସଚିବ କହିଲେ ଏସସିବି ଜନ୍ମିତ ନୁହେଁ ଶିଶୁ, ବାହାରୁ ଆସି କିଏ ଫିଙ୍ଗିଛି - NEWBORN BABY WAS FOUND FROM SCB

author img

By ETV Bharat Odisha Team

Published : Aug 29, 2024, 7:58 PM IST

NEWBORN BABY WAS FOUND IN SCB: ଗତକାଲି ସନ୍ଧ୍ୟାରେ SCB ମେଡିକାଲ ପରିସରରୁ ମିିଳିଥିଲା ଏକ ନବଜାତ । ହେଲେ କିଏ ଏବଂ କାହିଁକି ଫିଙ୍ଗିଲା ତାହା ଜଣାପଡି ନଥିବାବେଳେ କୁଳସଚିବ ଅଭିନାସ୍ ରାଉତ୍ କହିଛନ୍ତି ଶିଶୁଟି ଏସସିବିରେ ଜନ୍ମିତ ନୁହେଁ । ବର୍ତ୍ତମାନ ନବଜାତର ଚିକିତ୍ସା ଜାରି ରହିଛି । ଅଧିକ ପଢନ୍ତୁ

NEWBORN BABY WAS FOUND IN SCB
NEWBORN BABY WAS FOUND IN SCB (ETV Bharat Odisha)

କଟକ: ମେଡିକାଲ ପରିସରରୁ ମିଳିଲା ନବଜାତ ଶିଶୁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ SCB ମେଡିକାଲରେ । ହେପାଟୋଲୋଜି ବିଭାଗ ପାର୍ଶ୍ଵ ଝରକା ନିକଟରେ ପଡିଥିଲା ଏକ ନବଜାତ । ପ୍ରାଥମିକସ୍ତରରୁ ଏହି ଶିଶୁର ଓଜନ ଦେଢ଼ କେଜି ବୋଲି ଜଣାପଡିଛି । ଏହାସହ 7 ମାସର ପ୍ରିମ୍ୟାଚୁଆର ବେବି ବୋଲି ସ୍ପଷ୍ଟ ହୋଇଛି । ସ୍ତ୍ରୀ ଓ ପ୍ରସୂତି ବିଭାଗର ରେଣୁକା ପରିଡା ବୋଲି ଜଣେ କର୍ମଚାରୀ ଏହି ଶିଶୁକୁ ଦେଖିଲା ପରେ ତଙ୍କୁ ଉଦ୍ଧାର କରି ସ୍ତ୍ରୀ ଓ ପ୍ରସୂତି ବିଭାଗର SNCUରେ ଭର୍ତ୍ତି କରିଛନ୍ତି ।

ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ଯେ, ତାଙ୍କର ପରିବାର ସଦସ୍ୟ ହେପାଟୋଲୋଜି ବିଭାଗରେ ଆଡ଼ମିସନ ହୋଇଥିବାବେଳେ ତାଙ୍କୁ ଦେଖା କରିବା ପାଇଁ ଆସିଥିଲେ । ହେଲେ ଦେଖିବା ବେଳକୁ ବିଭାଗ ଝରକା ପାଖରେ ଏକ ଶିଶୁ ପଡିଥିବାର ଦେଖିବାକୁ ପାଇଥିଲେ । ସଙ୍ଗେସଙ୍ଗେ ତାହାକୁ ଉଦ୍ଧାର କରିବା ସମୟରେ ପେଡ଼ିଆଟିକ ବିଭାଗର କର୍ମଚାରୀ ଉକ୍ତ ନବଜାତ ଶିଶୁକୁ ଉଦ୍ଧାରକାରୀ ଟିମ ଏକ ଆମ୍ବୁଲାନ୍ସ ଜରିଆରେ ସ୍ତ୍ରୀ ଓ ପ୍ରସୂତୀ ବୁଭାଗକୁ ସ୍ଥାନାନ୍ତରିତ କରିଥିଲେ ।"

‘SCB ଜନ୍ମିତ ହୋଇଥିବା ନେଇ କୌଣସି ପ୍ରମାଣ ନାହିଁ’

ସେପଟେ SCB କୁଳସଚିବ ଅଭିନାସ ରାଉତ୍ କହିଛନ୍ତି,"ଏହି ନବଜାତ ଶିଶୁ SCB ଜନ୍ମିତ ହୋଇଥିବା ନେଇ କୌଣସି ପ୍ରମାଣ ନାହିଁ । ବାହାରୁ କିଏ ଫିଙ୍ଗିଛି କିମ୍ବା ଏହି ଘଟଣାରେ SCBର କଣ ସମ୍ପୃକ୍ତି ରହିଛି ସେନେଇ ପୋଲିସର ସହାୟତା ନିଆଯାଇଛି । ଗୋଟିଏ ପଟେ ସିସିଟିଭି ଯାଞ୍ଚ ଚାଲିଥିଲାବେଳେ ଏପର୍ଯ୍ୟନ୍ତ ମିଳି ପାରିଲା ନାହିଁ ଶିଶୁର ବାପା-ମାଆଙ୍କ ପରିଚୟ । ତେବେ ଶିଶୁଟି ୨୬ ମାସରେ ଜନ୍ମ ଗ୍ରହଣ କରିଥିବା ସହ ଓଜନ ୧୫୦୦ ଗ୍ରାମ ରହିଥିବା କାରଣରୁ ସ୍ବାସ୍ଥ୍ୟାବସ୍ଥା ଠିକ୍ ନଥିବା ଜଣାପଡ଼ିଛି । "

ଏହା ମଧ୍ୟ ପଢନ୍ତୁ....SCB ଲଜ୍ଜା ଘଟଣାରେ କାର୍ଯ୍ୟାନୁଷ୍ଠାନ: ଡାକ୍ତର ଦିଲବାଗ ବହିଷ୍କୃତ, କୋର୍ଟରେ ଦୋଷୀ ସାବ୍ୟସ୍ତ ପରେ କ'ଣ ହେବ ଭବିଷ୍ୟତ ? - SCB Patient Rape Case

କଣ କହିଲେ ଡିସିପି:

ତେବେ ନବଜାତ କେଉଁଠୁ ଆସିଲା ଓ କିଏ କେଉଁ ପରିସ୍ଥିତିରେ ଛାଡ଼ିଲା, ତାହାକୁ ନେଇ ମଙ୍ଗଳାବାଗ ଥାନାକୁ ଅବଗତ କରାଯାଇଛି । ଶିଶୁଟି SCBରେ ଜନ୍ମ ହୋଇନଥିବା ବେଳେ କିପରି ଏଠାକୁ ଆସିଲା ତାହାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ । ଏନେଇ ମଙ୍ଗଳାବାଗ ଥାନାରେ ନବଜାତ ଶିଶୁ ମିଳିବା ନେଇ ଏକ ଷ୍ଟେସନ ଡାଏରି କରାଯାଇଛି । SCB ଓ ଏହାର ଆଖପାଖରେ ଥିବା ସମସ୍ତ CC TVକୁ ଯାଞ୍ଚ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.