ETV Bharat / state

ଶ୍ରୀଲଙ୍କାଠୁ ଅଧିକ ରେଳ ସଂଯୋଗ ଓଡ଼ିଶାରେ ହୋଇଛି: କେନ୍ଦ୍ରମନ୍ତ୍ରୀ - Union Minister Ashwini Vaishnaw

author img

By ETV Bharat Odisha Team

Published : Jun 30, 2024, 8:12 PM IST

Ashwini Vaishnaw on Odisha Railway: ପୂର୍ବ ବିଜେଡି ଓ କଂଗ୍ରେସ ସରକାରକୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । କହିଲେ ପୂର୍ବ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ରାଜ୍ୟରେ ଅଟକିଛି ଅନେକ କାମ । ଏବେ ଡବଲ ଇଞ୍ଜିନ ସରକାର କରିବେ ପୂରଣ । ଅଧିକ ପଢ଼ନ୍ତୁ

Ashwini Vaishnaw on Odisha Railway
Ashwini Vaishnaw on Odisha Railway (ETV Bharat Odisha)

ଭୁବନେଶ୍ବର: ଇଲେକ୍ଟ୍ରୋନିକ୍ସ ହେଲା ଭବିଷ୍ୟତର ଇଣ୍ଡଷ୍ଟ୍ରି । ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ ଇଣ୍ଡଷ୍ଟ୍ରିରେ ଯୁବକମାନଙ୍କୁ ଏକ ବଡ଼ ସୁଯୋଗ ମିଳିବ । ଓଡ଼ିଶାରେ ଗୋଟିଏ ଇଲୋକ୍ଟ୍ରୋନିକ୍ସ ମାନ୍ୟୁଫ୍ୟାକ୍‌ଚରିଂ କ୍ଲଷ୍ଟର ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏନେଇ ଫଣ୍ଡସ୍‌ ମଧ୍ୟ ରହିଥିବା ସେ କହିଛନ୍ତି । ଯାହା କେନ୍ଦ୍ର ୨୦୧୬ରୁ ଦେଇସାରିଛନ୍ତି । କିନ୍ତୁ ପୂର୍ବ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ କାମ ହୋଇପାରିନଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ସେହି କାମକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଶି କାର୍ଯ୍ୟ କରିବା ସହ ଓଡ଼ିଶାକୁ ଆଗକୁ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିଭଳି ରେଳ କ୍ଷେତ୍ରରେ ଶ୍ରୀଲଙ୍କା ସହ ଓଡ଼ିଶାକୁ ତୁଳନା କରିଛନ୍ତି ମନ୍ତ୍ରୀ ।

ରେଳମନ୍ତ୍ରୀ କହିଛନ୍ତି, "ଓଡ଼ିଶାରେ ରେଳ ସ୍ବପ୍ନ ଅଛି, ସେ ସ୍ବପ୍ନକୁ ଗୁରୁତ୍ଵ ଦିଆଯାଉଛି । ୧୦ ବର୍ଷ ତଳେ ଓଡ଼ିଶା ଭଳି ରାଜ୍ୟକୁ ଦିଆଯାଉଥିଲା ୮ ଶହ କୋଟି ଟଙ୍କା । ଏତେ କମ ଟଙ୍କାରେ କଣ ବା ହୋଇପାରିବ । ହେଲେ ଏହି ୧୦ ବର୍ଷ ମଧ୍ୟରେ ଓଡ଼ିଶାକୁ ସବୁଥିରେ ଗୁରୁତ୍ଵ ଦେଇଆସୁଛନ୍ତି ମୋଦି ସରକାର । ୩ ବର୍ଷ ହେଲାଣି ଓଡ଼ିଶାକୁ ପ୍ରତ୍ୟେକ ବର୍ଷ ୧୦ ହଜାର କୋଟି ଟଙ୍କାର ଅନୁଦାନ ମିଳୁଛି । ଚଳିତ ବର୍ଷ ରେକର୍ଡ ୧୦ ହଜାର ୫୩୬ କୋଟି ଟଙ୍କା ଓଡ଼ିଶାକୁ ମିଳିଛି । ସେହି ପରିମାଣରେ କାମ ମଧ୍ୟ କରାଯଉଛି । ଓଡ଼ିଶାରେ ନୂଆ ରେଳ ଲାଇନ କରାଯାଉଛି । ତାହା ବଡ଼ ରେକର୍ଡ । ୧୮୨୬ କିଲୋମିଟର ନୂଆ ରେଳ ଲାଇନ୍ ପ୍ରସ୍ତୁତ କରାଯାଇଛି ।"

ଏହି କାର୍ଯ୍ୟକ୍ରମରେ ଶ୍ରୀଲଙ୍କା ସହ ଓଡ଼ିଶାକୁ ତୁଳନା କଲେ କେନ୍ଦ୍ର ରେଳମନ୍ତ୍ରୀ । ସେ କହିଛନ୍ତି, "ଶ୍ରୀଲଙ୍କା ଭଳି ଗୋଟିଏ ଦେଶରେ ଯେତିକି ରେଳ ନେଟୱାର୍କ ରହିଛି, ଓଡ଼ିଶାରେ ଗତ ୧୦ ବର୍ଷରେ ତା'ଠାରୁ ଅଧିକା ରେଳ ଲାଇନ ଯୋଗ କରାଯାଇଛି । ପୂର୍ବରୁ ମୋଦି ଯାହା ଦେବାକୁ ଇଚ୍ଛା ପ୍ରକାଶ କରୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କଠାରୁ ଜମି ମିଳିବା କଷ୍ଟକର ହୋଇପଡୁଥିଲା । କିନ୍ତୁ ଏବେ ବିଜେପି ସରକାର ହେଲା । ଏବେ କାମ ଆଗକୁ ବଢିବ । ଆଗାମୀ ୫ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାର ନୂଆ ଯୋଜନା ଓଡ଼ିଶାରେ ଆଣିବା । ଯାହା ଓଡ଼ିଶା ପ୍ରତି କଂଗ୍ରେସ ସରକାର ଓ ବିଜେଡି ସରକାର ଅବହେଳା କରୁଥିଲେ ତାହା ଦୂରେଇ ଦେବା ।"

ଏହା ମଧ୍ୟ ପଢ଼ନ୍ତୁ...ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଶୁଭାରମ୍ଭ ହେବ 'ସୁଭଦ୍ରା' ଯୋଜନା - Subhadra Yojana Lunch Date

ଆଗାମୀ କିଛିଦିନ ପରେ ପୁରୀରେ ଅନୁଷ୍ଠିତ ହେବ ପବିତ୍ର ରଥଯାତ୍ରା । ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ବୈଠକ କରାଇଛନ୍ତି । ଏନେଇ ପୁରୀକୁ ୩୧୫ଟି ସ୍ବତନ୍ତ୍ର ରେଳ ଚାଲିବ । ୧୦ ବର୍ଷ ତଳେ ପୁରୀକୁ ଏହି ସମୟରେ ୮୯ ରେଳ ଚାଲୁଥିଲା । ଏଥର ୨୫ ଜିଲ୍ଲାରୁ ସ୍ବତନ୍ତ୍ର ଟ୍ରେନ୍ ଚାଲିବ । ଦଶପଲ୍ଲାରୁ ମଧ୍ୟ ପୁରୀ ଆସିବ ରେଳ । କେନ୍ଦୁଝର, ବାଲେଶ୍ବର, ସୁନ୍ଦରଗଡ଼, ବରଗଡ଼, ଖୋର୍ଦ୍ଧା, ଯାଜପୁର, ରାୟଗଡ଼ା, ଗଜପତି, ଝାରସୁଗୁଡ଼ା, ଢେଙ୍କାନାଳ, ନୂଆପଡ଼ା ଓ କେନ୍ଦ୍ରାପଡ଼ା ଭଳି ୨୫ଟି ଜିଲ୍ଲାରୁ ସ୍ବତନ୍ତ୍ର ରେଳ ରଥଯାତ୍ରାରେ ପୁରୀକୁ ଗଡିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.