ETV Bharat / state

ନଭେମ୍ବରରୁ ନୂଆ ରାସନ କାର୍ଡ, କାହାର କଟିବ-କାହାର ଆସିବ ସସପେନ୍ସ ଜାରି - NEW RATION CARD

ଓଡ଼ିଶାରେ ରାସନ କାର୍ଡ ପାଇଁ ଜାରି ରହିଛି ଇ-କେୱାଇସି (E-KYC) । ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷରୁ ଅଧିକ ହିତାଧିକାରୀ ଆବେଦନ କରିଥିବା ବେଳେ ନଭେମ୍ବରରୁ ମିଳିବ ।

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : Oct 30, 2024, 4:16 PM IST

Updated : Oct 30, 2024, 7:01 PM IST

ଭୁବନେଶ୍ବର: ରାସନ କାର୍ଡକୁ ନେଇ ଆସିଲା ବଡ଼ ଖବର । ନଭେମ୍ବରରୁ ମିଳିବ ନୂଆ ରାସନ କାର୍ଡ । ୧୦ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏହି କାର୍ଡ । ବର୍ତ୍ତମାନ ଇକେଓ୍ବାଇସି ( e-kyc) ଚାଲିଥିବା ବେଳେ ପରେ ଜଣାପଡିବ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

RATION CARD (ETV Bharat Odisha)

ରାସନ କାର୍ଡ E-KYCର ଶେଷ ତାରିଖ:

ରାସନ କାର୍ଡରେ E-KYC କରିବାର ଶେଷ ତାରିଖ ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇ ନାହିଁ । ଶେଷ ଲୋକ ଇ-କେଓ୍ବାଇସି ନ କରିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ। ଏହା ସରିବା ପରେ ଯାଞ୍ଚ କରାଯାଇ ଅଯୋଗ୍ୟଙ୍କ ନାମ ରାସନ କାର୍ଡରୁ ହଟାଇ ଦିଆଯିବ । ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ ବୋଲି କହିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ।

10 ଲକ୍ଷ କରିଛନ୍ତି ଆବେଦନ:

ନୂଆ ରାସନ କାର୍ଡ ପାଇଁ ବର୍ତ୍ତମାନ ସୁଦ୍ଧା 10 ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ଆବେଦନ କରିଛନ୍ତି । 2016-2017ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 16 ଲକ୍ଷ 27 ହଜାର 920ଟି ରାସନ କାର୍ଡକୁ ଅଯୋଗ୍ୟ ଘୋଷଣା କରାଯାଇଛି । ସେଥିମଧ୍ୟରେ ଅନେକ ମୃତ ବ୍ୟକ୍ତିଙ୍କ ନାମ ମଧ୍ୟ ରହିଥିଲା । ମୃତ ବ୍ୟକ୍ତିଙ୍କ ନାମରେ ଆସୁଥିବା ରାସନ ବାଟ ମାରଣା ହେଉଥିବା ଅଭିଯୋହ ହୋଇ ଆସୁଥିଲା । ବର୍ତ୍ତମାନ ରାସନ କାର୍ଡରେ ଆଧାର କାର୍ଡ ସଂଯୋଗ କରିବା ଦ୍ବାରା ଯୋଗ୍ୟ ହିତାଧିକାରୀ ବାଛି ହୋଇଯିବେ ଏବଂ ସେମାନଙ୍କୁ ନୂଆ କାର୍ଡ ମଧ୍ୟ ପ୍ରଦାନ କରାଯିବ । ନୂଆ ରାସନ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "ନଭେମ୍ବରରୁ ମିଳିବ ନୂଆ ରାସନ କାର୍ଡ । ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ କାର୍ଡ । ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି ୧୦ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ । ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ କାର୍ଡ । ଇ-କେୱାଇସି ପ୍ରକ୍ରିୟା ଚାଲିଛି । ପ୍ରକ୍ରିୟା ପରେ ଅଯୋଗ୍ୟଙ୍କ ସଂଖ୍ୟା ଜଣାପଡିବ । ଅଯୋଗ୍ୟଙ୍କୁ ତାଲିକାରୁ ବାଦ ଦିଆଯିବ ।"

ଏହା ମଧ୍ୟ ପଢନ୍ତୁ-କେବେ ସରିବ ଇ-କେୱାଇସି, କେବେ ମିଳିବ ନୂଆ ରାସନ କାର୍ଡ, ଫିଜିକାଲ କେୱାଇସି କଣ ? ଜାଣନ୍ତୁ - Ration Card E KYC

ଏହା ମଧ୍ୟ ପଢନ୍ତୁ-ରାସନ କାର୍ଡ EKYCକୁ ନେଇ ଆସିଲା ବଡ଼ ଅପଡେଟ୍, ଏମିତି କହିଲେ ମନ୍ତ୍ରୀ - RATION CARD VERIFICATION

ଏହା ମଧ୍ୟ ପଢନ୍ତୁ ....ଅକ୍ଟୋବରରୁ ଓଡ଼ିଶାରେ ରାସନରେ ଗହମ, ମୋହନ ମାଝୀ ସରକାରଙ୍କ କଥା ରଖିଲା କେନ୍ଦ୍ର - wheat for Ration card holders

ରାସନ କାର୍ଡ ଫିଜିକାଲ ଭେରିଫିକେସନ:

ଯେଉଁମାନେ ରାସନ କାର୍ଡରେ ଇ-କେଓ୍ବାଇସି କରିନଥିବେ ସେମାନଙ୍କ ଫିଜିକାଲ ଭେରିଫିକେସନ ହେବ । ଏକ ସ୍ବତନ୍ତ୍ର ଟିମ୍‌ ଘର ଘର ବୁଲିବେ ଓ କାହିଁକି ରାସନକାର୍ଡ ରେ ଇ-କେଓ୍ବାଇସି କରିନାହାନ୍ତି ତାହା ପରଖିବେ । ଯଦି କୌଣସି ରାସାନ କାର୍ଡ ହିତାଧିକାରୀ ଫିଜିକାଲ ଭେରିଫିକେସନରେ ଫେଲ୍ ହୁଅନ୍ତି, ତେବେ ସେମାନଙ୍କ ନାମ ରାସନ କାର୍ଡରୁ ବାଦ୍ ପଡ଼ିବ ।

କୃଷକଙ୍କ ଖାତାକୁ ଯିବ ୩୧୦୦ ଟଙ୍କା:

ସେହିପରି ଧାନ ମଣ୍ଡି ବ୍ୟବସ୍ଥାକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି , "ରାଜ୍ୟରେ ଖୁବଶୀଘ୍ର ଖୋଲିବାକୁ ଯାଉଛି ଧାନ ମଣ୍ଡି । ଧାନ ସଂଗ୍ରହ ଲାଗି ନୀତି ନିୟମ ପ୍ରସ୍ତୁତ ହେଉଛି । ଧାନ ସଂଗ୍ରହ ଲାଗି ଆମେ ପ୍ରସ୍ତୁତ ହେଉଛି । ଧାନ କିଣାବିକା ସମୟରେ ସକ୍ରିୟ ହେବେ ଦଲାଲ । ଦଲାଲଙ୍କ ଉପରେ ସରକାରଙ୍କ ନଜର ରହିଛି । ଦଲାଲଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମୋହନ ସରକାରରେ ଦଲାଲିରାଜ ଚାଲିବ ନାହିଁ । କୃଷକଙ୍କ ଖାତାକୁ ୩୧୦୦ ଟଙ୍କା ଯିବ । ଧାନ ଠିକ ଢଙ୍ଗରେ ହେବ । ଦିନେ ଦୁଇଦିନ ମଧ୍ୟରେ ଚଳିତ ବର୍ଷ ଲାଗି ଧାନ କିଣା ନୀତି ଜାରୀ ହେବ । ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିଲେ ଧାନ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ ।"

ଧାନ ମଣ୍ଡିରେ ହେବ ଅତ୍ୟାଧୁନିକ ବ୍ୟବସ୍ଥା :

ଯୋଗାଣ ମନ୍ତ୍ରୀ ଆହୁରି କହିଛନ୍ତି, "ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି । ସବୁ ମଣ୍ଡିରେ ସିସିଟିଭି ଲଗାଯିବ । ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଗାଡିରେ ଜିପିଏସ ବ୍ୟବସ୍ଥା କରାଯିବ । ମଣ୍ଡିକୁ ଅଫିସର ଯିବେ । ମଣ୍ଡିରେ ଉଠିବ ଅଫିସରଙ୍କ ଫଟୋ । ଏନେଇ ପ୍ରସ୍ତୁତ ହୋଇଛି ଆପ । ଅଫିସର ଗଲେ କି ନାହିଁ ଜଣାପଡିଯିବ । ଜଣେ ମନ୍ତ୍ରୀଙ୍କୁ ଦୁଇଟି ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ପ୍ରତ୍ୟେକ ତୃଣମୂଳ ଅଫିସରଙ୍କୁ ମିଳିବ ଗୋଟେ ଗୋଟେ ଲେଖାଏଁ ମଣ୍ଡି ଦାୟିତ୍ୱ । ୪ରୁ ୫ ମଣ୍ଡିକୁ ନେଇ ପ୍ରସ୍ତୁତ ହେବ ଜୋନ । ଜୋନ ଦାୟିତ୍ୱରେ ରହିବେ ବରିଷ୍ଠ ଅଧିକାରୀ । ଅନୁଧ୍ୟାନ କରିବେ ଜିଲ୍ଲାପାଳ ।

ମଣ୍ଡିର ଉନ୍ନତି ପାଇଁ ପ୍ରଥମ ପର୍ଯ୍ୟାୟରେ 560 କୋଟି :

"ଦଲାଲଙ୍କ କାର୍ଯ୍ୟକଳାପ ଉପରେ ନଜର ସହ ମଣ୍ଡିର ଉନ୍ନୟନ ଲାଗି ବ୍ୟବସ୍ଥା କରାଯାଉଛି । ମଣ୍ଡିର ଉନ୍ନତି ପାଇଁ ପ୍ରଥମ ପର୍ଯ୍ୟାୟରେ ୫୬୦ କୋଟି ବ୍ୟବସ୍ଥା । ପରବର୍ତ୍ତୀ ସମୟରେ ଆଉ ଅର୍ଥ ବରାଦ ହୋଇ ଅନ୍ୟାନ୍ୟ ମଣ୍ଡି କାର୍ଯ୍ୟ କରାଯିବ । ସବୁ ମଣ୍ଡିକୁ ଅତ୍ୟାଧୁନିକ କରିବା ଲାଗି ଯୋଜନା ରହିଛି । ସେଡ ବ୍ୟବସ୍ଥା ସହ ଗୋଦାମ ଘର ରହିବ । ଚାଷୀ ମାନେ ବସିବା ପାଇଁ ବ୍ୟବସ୍ଥା ସହ ଶୌଚାଳୟ କରାଯିବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 30, 2024, 7:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.