ETV Bharat / state

ୱାଇବି ଖୁରାନିଆ ହେଲେ ଓଡ଼ିଶାର ନୂଆ ପୋଲିସ ମହାନିର୍ଦ୍ଦେଶକ, ପୂର୍ବତନ BSF ସ୍ପେଶାଲ ଡିଜିଙ୍କୁ ବଡ଼ ଦାୟିତ୍ବ ଦେଲେ ମୋହନ ସରକାର - YB Khurania New DGP

author img

By ETV Bharat Odisha Team

Published : Aug 16, 2024, 12:41 PM IST

Updated : Aug 16, 2024, 5:40 PM IST

IPS YB Khurania Appointed Next Director General of Police of Odisha :୧୯୯୦ ବ୍ୟାଚ୍ IPS ଅଫିସର ୱାଇ.ବି ଖୁରାନିଆ ହେଲେ ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ । ପୂର୍ବରୁ BSF ସ୍ପେଶାଲ ଡିଜି ଥିଲେ ଖୁରାନିଆ । ଏହି ଅଫିସରଙ୍କୁ ବଡ ଦାୟିତ୍ବ ଦେଲେ ମୋହନ ସରକାର । ଅଧିକ ପଢନ୍ତୁ

Senior IPS Officer YB Khurania
Senior IPS Officer YB Khurania (ETV Bharat Odisha)

ଭୁବନେଶ୍ବର: ଯୋଗେଶ ବାହାଦୁର ଖୁରାନିଆ ହେଲେ ଓଡିଶାର ନୂଆ ପୋଲିସ ଡିଜି । ୧୯୯୦ ବ୍ୟାଚ୍ ଆଇପିଏସ୍ ହେଉଛନ୍ତି ଖୁରାନିଆ । ସେ ପୂର୍ବରୁ BSF ସ୍ପେଶାଲ ଡିଜି ଥିଲେ । ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ ଖୁରାନିଆ । ବର୍ତ୍ତମାନର ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କଠାରୁ ଦାୟିତ୍ବ ନେଇଛନ୍ତି ଖୁରାନିଆ । ୧୯୯୦ ବ୍ୟାଚର ଏହି ଅଫିସରଙ୍କୁ ଦାୟିତ୍ବ ଦେଲେ ମୋହନ ସରକାର ।

ୱାଇବି ଖୁରାନିଆ (ETV Bharat Odisha)

ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ଭାଳିଛନ୍ତି ଖୁରାନିଆ:

ପୂର୍ବରୁ ଖୁରାନିଆ ନୟାଗଡ଼, ଗଞ୍ଜାମ, ମୟୂରଭଞ୍ଜ, ଭଳି ଜିଲ୍ଲା ରାଉରକେଲା ଭଳି ସହରରେ ଏସପି ଭାବେ କାର୍ଯ୍ୟ ତୁଲାଇଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ସେ ଡିଆଇଜି ପଦୋନ୍ନତି ପରେ ଦକ୍ଷିଣାଞ୍ଚଳ ଡିଆଇଜି ବ୍ରହ୍ମପୁରରେ, ଉତ୍ତରାଞ୍ଚଳ ଡିଆଇଜି ସମ୍ବଲପୁରରେ ପରେ ଭୁବନେଶ୍ବର ରେଞ୍ଜ ଓ କମିସନରେଟ ପୋଲିସରେ ଅତିରକ୍ତ କମିସନର ଭାବେ ଦାୟିତ୍ବ ତୁଲାଇଥିଲେ । ପରେ ଆଇଜିକୁ ପଦୋନ୍ନତି ପରେ ଉତ୍ତରାଞ୍ଚଳ ସମ୍ବଲପୁର, ଷ୍ଟେଟ ଆର୍ମଡ ପୋଲିସର ଆଇଜି ଭାବେ ଓ ଅପରେସନ ଆଇଜି ଭାବେ ଭୁବନେଶ୍ୱରରେ କାର୍ଯ୍ୟ ତୁଲାଇଥାନ୍ତି । ପରେ ସେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମିର‌ ଆଇଜି ତଥା ଡାଇରେକ୍ଟର ଭାବେ ମଧ୍ୟ ପଦ ସମ୍ଭାଳିଥିଲେ । ପରେ‌ କମିସନରେଟ ପୋଲିସର ପୋଲିସ କମିସନର ଭାବେ‌ ଦାୟିତ୍ବ ତୁଲାଉଛନ୍ତି । ତା ସହିତ ସେ ବିଏସଏଫର‌ ସ୍ବତନ୍ତ୍ର ଡିଜି ଭାବେ ମଧ୍ୟ କେନ୍ଦ୍ରିୟ‌ ଡେପୁଟେସନରେ ଦାୟିତ୍ବ ସମ୍ଭାଳିବା ପରେ କିଛି ଦିନ‌ ପୂର୍ବରୁ ସେ କେନ୍ଦ୍ରୀୟ ଡେପୁଟେସନରୁ ଷ୍ଟେଟ କ୍ୟାଡ଼ରକୁ ଫେରିଥିଲେ । ଏପରିକି ପୂର୍ବରୁ ସେ ରାଜ୍ୟପାଳଙ୍କ ଦ୍ବାରା ପୋଲିସ ପଦକ ପାଇଥିଲେ ସେହିପରି ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପୋଲିସ ପଦକରେ ମଧ୍ୟ ସମ୍ମାନିତ ହୋଇଥିଲେ ।

ଏହା ବି ପଢନ୍ତୁ- କିଏ ହେବେ ରାଜ୍ୟ ପୋଲିସ ମୁଖିଆ ? ୩ ବରିଷ୍ଠ IPSଙ୍କୁ ତଥ୍ୟ ମାଗିଲା ଗୃହ ବିଭାଗ, ବଢିଲା ଚର୍ଚ୍ଚା, ଜାଣନ୍ତୁ କିଏ ଆଗରେ... - Odisha new DGP

ଓ୍ବାବି ଖୁରାନିଆଙ୍କ କ୍ୟାରିୟର-

୧୯୯୦ ବ୍ୟାଚ୍ IPS ୱାଇ.ବି ଖୁରାନିଆ । ପୂର୍ବରୁ କମିସନରେଟ ପୋଲିସର କମିସନର ଭାବେ ଦାୟିତ୍ବ ତୁଲାଇଛନ୍ତି । ଓଡିଶା କ୍ୟାଡରର ଏହି ଆଇପିଏସ ଏବେ ନିକଟରେ କେନ୍ଦ୍ରୀୟ ଡେପୁଟସନରୁ ଫେରି ଓଡ଼ିଶା ଫେରିଛନ୍ତି । ତେଣୁ ବିଏସ୍‌ଏଫ୍‌ର ସ୍ବତନ୍ତ୍ର ଡିଜି ପଦରେ ଦାୟିତ୍ବ ତୁଲାଇ ଫେରିଥିବା ଏହି ଅଭିଜ୍ଞ ଅଫିସରଙ୍କ ନାମ ଚର୍ଚ୍ଚାରେ ଥିଲା ।

ପୂର୍ବରୁ ଚର୍ଚ୍ଚାରେ ଥିଲେ ଖୁରାନିଆ-

ସ୍ବାଧୀନତା ଦିବସ ପୂର୍ବରୁ ଓଡିଶା ପୋଲିସର ନୂଆ ମୁଖିଆଙ୍କ ନାମ ଘୋଷଣା ହେବା ଚର୍ଚ୍ଚା ହୋଇଥିଲା । ଏନେଇ ମୋହନ ସରକାରର ନୂଆ ଡିଜିପି ଚୟନ ନେଇ ଚାଲିଥିଲା ପ୍ରକ୍ରିୟା । ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ପରେ ଆସିବ ନୂଆ ଡିଜିଙ୍କ ନାମ ବୋଲି ଚର୍ଚ୍ଚା ଚାଲିଥିଲା । ୟୁପିଏସିର ତିନି ଜଣିଆ ଚୟନ ତାଲିକାରୁ ଜଣଙ୍କୁ ନାମରେ ମୋହର ମାରିବେ ମୋହନ ସରକାର ବୋଲି ଖବର ଆସିଥିଲା । ଏପଟେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଖୁରାନିଆଙ୍କ ନାମ ଆଗରେ ଥିଲା । ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ପରେ ପାଓ୍ବାର କରିଡରରେ ଡିଜିପି ଚୟନ ନେଇ ଚର୍ଚ୍ଚା ହୋଇଥିଲା । ତେବେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରୁ ଆସିବା ପରେ ସ୍ବାଧୀନତା ଦିବସର ଠିକ ଦିନକ ପରେ ନୂଆ ଡିଜିପିଙ୍କ ନାମ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ଗୃହ ବିଭାଗ 3 ବରିଷ୍ଠ ପୋଲିସ ଅଧିକାରୀଙ୍କ ନାମ ପରବର୍ତ୍ତୀ ଡିଜିପି ପାଇଁ ସୁପାରିଶ କରିବାକୁ ପୋଲିସ ବିଭାଗକୁ ଚିଠି କରିଥିଲା । ଏହା ପରେ ୟୁପିଏସସି ପକ୍ଷରୁ 3 ଜଣଙ୍କ ନାମ ସୁପାରିଶ ହୋଇଥିଲା । ଓ୍ବାବି ଖୁରାନିଆଙ୍କ ସହିତ ରେସରେ ଥିଲେ IPS ଏସ୍‌.ଏମ୍‌ ନରୱାଣେ । 1988 ବ୍ୟାଚର ଆଇପିଏସ ଅଫିସର ନରୱାଣେ । ବର୍ତ୍ତମାନ ଗୃହ ବିଭାଗର ଓଏସଡି ଦାୟିତ୍ବରେ ରହିଛନ୍ତି । ଏହାସହିତ 1988ର ଆଇପିଏସ ଅଫିସର IPS ଏ.କେ ରାୟ ମଧ୍ୟ ଚର୍ଚ୍ଚାରେ ଥିଲେ । ସେ ବର୍ତ୍ତମାନ ପ୍ରିଣ୍ଟିଂ ଷ୍ଟେସେନାରୀ ଆଣ୍ଡ ପବ୍ଲିକେସନ ନିର୍ଦ୍ଦେଶକ ରହିଛନ୍ତି ।

ଏହା ବି ପଢନ୍ତୁ- ସ୍ବାଧୀନତା ଦିବସ ପୂର୍ବରୁ ନୂଆ ଡିଜିପି; ଦିଲ୍ଲୀରୁ ଫେରିଲେ ମୋହର ମାରିବେ ମୁଖ୍ୟମନ୍ତ୍ରୀ ମୋହନ, ଚର୍ଚ୍ଚାରେ 3 ବରିଷ୍ଠ ଅଧିକାରୀ - New Odisha DGP before 15 AUG

Last Updated : Aug 16, 2024, 5:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.