ETV Bharat / state

ସ୍ଥାୟୀ ନିଯୁକ୍ତି ଅପେକ୍ଷାରେ ୬ଶହ କର୍ମଚାରୀ, ଦାବି ପୂରଣ ନହେଲେ 29ରୁ ଆନ୍ଦୋଳନ - Balasore NESCO

NESCO Workers on Job issues: ନେସ୍କୋ ଶକ୍ତି କର୍ମଚାରୀ ସଙ୍ଘର ଆନ୍ଦୋଳନ ଡାକରା । 600 ଜଣ କର୍ମଚାରୀଙ୍କୁ ସ୍ଥାୟୀ କରାଯିବା ନେଇ ଦାବି କରିଛି ସଙ୍ଘ । ଅଧିକ ପଢ଼ନ୍ତୁ

ସ୍ଥାୟୀ ନିଯୁକ୍ତି ଅପେକ୍ଷାରେ ୬ଶହ ଆଉଟ ସୋର୍ସ କର୍ମଚାରୀ,

author img

By ETV Bharat Odisha Team

Published : Jan 28, 2024, 8:07 AM IST

ସ୍ଥାୟୀ ନିଯୁକ୍ତି ଅପେକ୍ଷାରେ ୬ଶହ ଆଉଟ ସୋର୍ସ କର୍ମଚାରୀ,

ବାଲେଶ୍ବର: ନେସ୍କୋ ଶକ୍ତି କର୍ମଚାରୀ ସଂଘର ଆନ୍ଦୋଳନ ଡାକରା । 600 ଜଣ କର୍ମଚାରୀଙ୍କୁ ସ୍ଥାୟୀ କରାଯିବା ନେଇ ଦାବି କରିଛି ସଂଘ । ସାମିଲ ହେବେ ଚାରି ଜିଲ୍ଲାର ପାଞ୍ଚଟି ସଂଘ । ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ପଦକ୍ଷେପ ନନିଆଗଲେ ଆସନ୍ତା 29 ତାରିଖରୁ TPNODL କାର୍ଯ୍ୟାଳୟ ଆଗରେ ସାମୁହିକ ଭାବେ ଧାରଣା, ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ବାଲେଶ୍ୱର ସମେତ ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ଥିବା ବିଭିନ୍ନ ବିଦ୍ୟୁତ କର୍ମଚାରୀ ସଂଘ ପକ୍ଷରୁ ଦୀର୍ଘ ଦିନରୁ କର୍ମଚାରୀଙ୍କୁ ସ୍ଥାୟୀ କରାଯିବା ନେଇ ଦାବି କରାଯାଉଛି । ତେବେ ଆଗରୁ ନେସ୍କୋ ଶକ୍ତି କର୍ମଚାରୀ ସଂଘ ଦୀର୍ଘ 11 ମାସ ଧରି ଧାରଣାରେ ବସିଥିଲେ । ପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ 600 ଆଉଟ ସୋର୍ସ କର୍ମଚାରୀଙ୍କୁ ସ୍ଥାୟୀ କରାଯିବା ନେଇ ମ୍ୟାନେଜମେଣ୍ଟ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ କେବଳ ଆଇଟିଆଇ ପିଲାମାନଙ୍କୁ ନିଯୁକ୍ତି ପାଇଁ ପ୍ରବେଶିକା ପରୀକ୍ଷା ଜରିଆରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଥିଲା । ଡିସେମ୍ବର 31 ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ନେଇ ସିଇଓ କହିଥିଲେ । ମାତ୍ର ଆଜି ପର୍ଯ୍ୟନ୍ତ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ । ହେଲେ ଏହାରି ଭିତରେ ବାହାର ରାଜ୍ୟର ପ୍ରାୟ ଦୁଇଶହ ପିଲାଙ୍କୁ TPNODL ନିଯୁକ୍ତି ଦେଇ ସାରିଥିବା ଅଭିଯୋଗ କରାଯାଉଛି । ଏନେଇ ନେସ୍କୋ ଶକ୍ତି କର୍ମଚାରୀ ସଙ୍ଘର ଡାକରାରେ ଚାରି ଜିଲ୍ଲାର ପାଞ୍ଚଟି ସଂଘକୁ ନେଇ ନିଜର ଦାବି ପୂରଣ ପାଇଁ ଲଢେଇ କରାଯିବ ବୋଲି ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.... ଶ୍ମଶାନ ଦାବିରେ ପଞ୍ଚପାଇକ ପୀଠରେ ତାଲା ପକାଇ ପ୍ରତିବାଦ

ବାଲେଶ୍ୱର ସମେତ ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ଥିବା ବିଭିନ୍ନ ବିଦ୍ୟୁତ କର୍ମଚାରୀ ସଂଘ ଏହି ଆନ୍ଦୋଳନରେ ଭାଗ ନେବେ । ଏଥିପାଇଁ ବାରମ୍ବାର ଆନ୍ଦୋଳନ, ଆମରଣ ଅନଶନ କରାଯାଇଥଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ସୂଚନା ଅନୁସାରେ, ନେସ୍କୋ ଶକ୍ତି କର୍ମଚାରୀ ସଂଘ, OSEB ବିଜୁଳି କର୍ମଚାରୀ ସଂଘ, କେନ୍ଦୁଝର ବିଦ୍ୟୁତ କର୍ମଚାରୀ ସଂଘ, କୁଳିଗାଁ ବିଦ୍ୟୁତ କର୍ମଚାରୀ ସଂଘ, ଟେକ୍ନିକାଲ କର୍ମଚାରୀ ସଂଘ ଏବଂ ନେସ୍କୋ କର୍ମଚାରୀ ଆଣ୍ଡ ୱାର୍କର୍ସ ୟୁନିଅନ ମିଳିତ ଭାବେ ଆନ୍ଦୋଳନରେ ସାମିଲ ହେବେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ପଦକ୍ଷେପ ନନିଆଗଲେ ଆସନ୍ତା 29 ତାରିଖରୁ TPNODL କାର୍ଯ୍ୟାଳୟ ଆଗରେ ସାମୁହିକ ଭାବେ ଧାରଣା, ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.