ETV Bharat / state

ମେଡିକାଲ ପାଇଁ କରୁଥିଲେ NEET ପ୍ରସ୍ତୁତି, ପରୀକ୍ଷା ପୂର୍ବରୁ କୋଚିଂ ସେଣ୍ଟରରେ ହାରିଲେ ଜୀବନ - NEET STUDENT DEATH

ଭୁବନେଶ୍ବରରେ ଜଣେ NEET ଛାତ୍ରୀଙ୍କ ମୃତ୍ୟୁ । ପରୀକ୍ଷା ଚାପ ସନ୍ଦେହ । ଗୋଟିଏ କୋଚିଂ ସେଣ୍ଟରରେ ୨ ମାସରେ ଦ୍ବିତୀୟ ମୃତ୍ୟୁ ।

SUSPICIOUS DEATH OF STUDENT
SUSPICIOUS DEATH OF STUDENT (ETV Bharat)
author img

By ETV Bharat Odisha Team

Published : Nov 8, 2024, 8:15 AM IST

Updated : Nov 8, 2024, 9:36 AM IST

ଭୁବନେଶ୍ବର: ରାଜଧାନୀର‌ ଏକ ଘରୋଇ କୋଚିଂ ସେଣ୍ଟରରେ ଛାତ୍ରୀଙ୍କ ମୃତ୍ୟୁ । ପଢା ଚାପରେ ରହି ଛାତ୍ରୀ ଜଣଙ୍କ ଜୀବନ ହାରିଥିବା ଅଭିଯୋଗ ଆଣିଲେ ସମ୍ପର୍କୀୟ । ଗତକାଲି (ଗୁରୁବାର) ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଏକ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ହେଉଛନ୍ତି କଟକ ଜିଲ୍ଲା ସାଲେପୁର ଅଞ୍ଚଳର କଲ୍ୟାଣୀ ସାହୁ । ସେ ଯୁକ୍ତ ୨ ବିଜ୍ଞାନରେ ପଢିବା ସହ ମେଡିକାଲ ଆଡମିସନ ପାଇଁ NEET କୋଚିଂ ନେଉଥିଲେ ।

ଗତ ଦୁଇ ମାସ ପୂର୍ବରୁ ସମାନ କୋଚିଂ ସେଣ୍ଟରରେ ଏପରି ସମାନ ଘଟଣା ଘଟିଥିଲା । ଜଣେ ଅଣ ଓଡ଼ିଆ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ଦୁଇ ମାସରେ ଗୋଟିଏ କୋଚିଂ ସେଣ୍ଟରରେ 2 ଜଣଙ୍କର ମୃତ୍ୟୁ ପରେ ଏବେ ସେଠାକାର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।

SUSPICIOUS DEATH OF STUDENT (ETV Bharat Odisha)

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର:

ଗୁରୁବାର ଦିନ ଘରୋଇ କୋଚିଂ ସେଣ୍ଟର ହଷ୍ଟେଲରୁ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀଙ୍କ ମୃତଦେହ ଠାବ ହୋଇଛି । ଛାତ୍ରୀ ଜଣଙ୍କ ବୁଧବାର ରାତିରେ ମାଆଙ୍କ ସହ ଫୋନରେ କଥା ହୋଇଥିଲେ । କିନ୍ତୁ ସକାଳ ସମୟରେ ପରିବାର ଲୋକେ ଝିଅକୁ ଫୋନ କରିଥିଲେ । ଝିଅ ଫୋନ ନ ଉଠାଇବାରୁ ହଷ୍ଟେଲ ଓ୍ବାର୍ଡେନକୁ ଫୋନ କରିଥିଲେ ପରିବାର ଲୋକେ । ପରେ ଓ୍ବାର୍ଡେନ ହଷ୍ଟେଲ ରୁମ ଭିତରକୁ ଯିବା ପରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏନେଇ ଖବର ପାଇ ଚନ୍ଦ୍ରଶେଖରପୁର ଥାନା‌ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା ।

ରୋଷେଇ ଘରେ ରହୁଥିଲେ ଛାତ୍ରୀ !

ଏହି ଘଟଣାରେ ଚନ୍ଦ୍ରଶେଖରପୁର ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ସମୟରେ ହଷ୍ଟେଲ ରୁମ୍‌ ଦେଖି ପୋଲିସ ଚକିତ ହୋଇଯାଇଥିଲା । ଏକ ୧୦ ଫୁଟ ଲମ୍ବା ୬ ଫୁଟ ଓସାର ରୋଷେଇ ଘରେ ଭିତରେ ଛାତ୍ରୀଙ୍କ ଖଟ ପଡିଥିଲା । ଖଟ ଉପରେ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ରହିଥିଲା । ଘରର କବାଟ ଖୋଲା ଥିଲା‌ । ଯାହା ହଷ୍ଟେଲର ସୁବିଧା ଉପରେ ପ୍ରଶ୍ନ ଉଠାଉଛି । ପରିବାର ଲୋକ ଅଭିଯୋଗ ଆଣିଛନ୍ତି ଯେ, ''ଝିଅ ଯେଉଁ ପରିବେଶରେ ରହି ପାଠ ପଢ଼ୁଥିଲା ଏହା ତାର ମାନସିକ ସ୍ଥିତି ଉପରେ ପ୍ରଭାବ ପକାଇଛି । ସେ ପାଠପଢ଼ା ନେଇ ମାନସିକ ଚାପରେ ଏଭଳି କାମ କରିଥାଇପାରେ । ''

ପାଠପଢା ପ୍ରେସରରେ ରହୁଥିଲେ ଛାତ୍ରୀ:

ଏନେଇ ମୃତ ଛାତ୍ରୀଙ୍କ ବାପା ମହିମା ମହେଶ ସାହୁ କହିଛନ୍ତି, "ଝିଅ +୨ ପଢ଼ିବା ସହ NEET ପାଇଁ ପ୍ରସ୍ତୁତ ହେଉଥିଲା । ଫିଜିକ୍ସ (Physics) ପରୀକ୍ଷା ଥିଲା । ଝିଅ ପାଠ ପ୍ରେସର ରହୁଥିଲା । ତା ମାଆକୁ ଫୋନ କରିଥିଲା । କହୁଥିଲା ଫିଜିକ୍ସ ପରୀକ୍ଷା ଅଛି, ଟିକେ କଷ୍ଟ ଲାଗୁଛି । ଘରୁ ଫୋନ କରିବା ପରେ ଝିଅ ଫୋନ ଉଠାଇ ନଥିଲା । ପରେ ୱାର୍ଡେନଙ୍କୁ ଜଣାଇବାରୁ ସେ ଯାଇ ହଷ୍ଟେଲ ରୁମରେ ଝିଅକୁ ମୃତ ଅବସ୍ଥାରେ ଦେଖିଥିଲେ । ପାଠପଢା ଚାପ ପାଇଁ ଝିଅ ଏମିତି କରିଥାଇପାରେ ।"

ଛାତ୍ରୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଘରୋଇ କୋଚିଂ ଅନୁଷ୍ଠାନରେ ଛାତ୍ରୀଙ୍କ ମୃତ ପଛର କାରଣ କ'ଣ ? ପରିବାର‌ ଲୋକ ପାଠ ପଢା ପ୍ରେସର୍ କହୁଥିବା ବେଳେ‌ ଛାତ୍ରୀଙ୍କ ମନରେ‌ କଣ ଚାଲିଥିଲା ? କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ଏଭଳି ଚରମ ନିଷ୍ପତି ନେଲେ ତାକୁ ନେଇ ପୋଲିସ ୭୩/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ...ସ୍ତ୍ରୀର ହତ୍ୟା ଷଡଯନ୍ତ୍ର ରଚିଥିଲା ସ୍ବାମୀ, ଲୁଟର ରୂପ ଦେଇ ଖସିଯିବାକୁ କରିଥିଲା ଉଦ୍ୟମ

ଏହା ମଧ୍ୟ ପଢ଼ନ୍ତୁ...ଅପରାଧୀଙ୍କ ଚରାଭୂଇଁ ପାଲଟିଛି କି ଭୁବନେଶ୍ୱର ? ଥମୁନି ଅପରାଧ, ବଢୁଛି ଆତଙ୍କ

୨ ମାସ ତଳେ ମିଳିଥିଲା ଛାତ୍ରଙ୍କ ମୃତଦେହ:

ସମାନ କୋଚିଂ ସେଣ୍ଟରରେ ଅଗଷ୍ଠ ମାସରେ ଜଣେ ଅଣ ଓଡ଼ିଆ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏହାପରେ କୋଚିଂ ସେଣ୍ଟର ବିରୋଧରେ ଚରମ ଅବହେଳାର ଅଭିଯୋଗ ଆଣିଥିଲେ ତାଙ୍କର ପରିବାର ଲୋକେ । ମୃତକ ଜଣଙ୍କ ଘରୋଇ କୋଚିଂ ସେଣ୍ଟରରେ ନିଟ ପାଇଁ କୋଚିଂ ନେଉଥିଲେ । ସେ ଝାରଖଣ୍ଡର ଅର୍ନବ କ୍ରିଷ୍ଣା । ସେ ରୁମରେ ଏକାକି ରହୁଥିବାରୁ ମୃତ୍ୟୁର ତିନିଦିନ ପରେ ହଷ୍ଟେଲ ରୁମରୁ ମୃତଦେହ ମିଳିଥିଲା।

ଗାଇଡଲାଇନ ପାଳନ ହେଉଛି କି ନାହିଁ ?

ଭୁବନେଶ୍ୱରରେ ଅନେକ ଘରୋଇ କୋଚିଂ ସେଣ୍ଟର ଓ ଶିକ୍ଷାନୁଷ୍ଠାନ ରହିଛି। ଯେଉଁଠି ଅନେକ ଛାତ୍ର ଛାତ୍ରୀ ନିଜର ଭବିଷ୍ୟତ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସି ପାଠ ପଢୁଛନ୍ତି। ଛାତ୍ର ଛାତ୍ରୀଙ୍କ ରହିବା ପାଇଁ ଅର୍ଥାତ୍ କୋଚିଂ ଓ ଘରୋଇ ଶିକ୍ଷାନୁଷ୍ଠାନ ପରିଚାଳନା କ୍ଷେତ୍ରରେ ଉଚ୍ଚ ଶିକ୍ଷା ମନ୍ତ୍ରାଳୟ ଭାରତ ସରକାର ପକ୍ଷରୁ ୨୦୨୪ ଏକ ଗାଇଡ ଲାଇନ କାର୍ଯ୍ୟକାରି ହେଉଛି । ଏନେଇ କମିଶନରେଟ ପୋଲିସ ହେଉ ବା ଭୁବନେଶ୍ୱର ମହାନଗର ପକ୍ଷରୁ ସେହି ସବୁ ଗାଇଡଲାଇନର ପାଳନ ନେଇ ଯାଞ୍ଚ ହେଉଛି କି ନାହିଁ ? ନା ବିନା ଗାଇଡଲାଇନରେ ଛତୁ ଫୁଟିଲା ଭଳି ଏଭଳି ବ୍ୟବସାୟିକ ପାଇଁ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ କୁ ଦାଉରେ ଲଗାଯାଉଛି ? ତେବେ ଦୁଇ ମସ ମଧ୍ୟରେ ଗୋଟିଏ କୋଚିଂ ସେଣ୍ଟରରେ ଦୁଇ ଜଣଙ୍କ ଏପରି ସନ୍ଦେହ ଜନକ ମୃତ୍ୟୁ ଆଲୋଚନାର ବିଷୟ ହୋଇଛି।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 8, 2024, 9:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.