ETV Bharat / state

ରଣଭୂମିର ଭ୍ରମ ସୃଷ୍ଟି କରୁଛି ବ୍ଲୁ ଫ୍ଲାଗ ବିଚ୍‌ - NAVY DAY 2024

ପୁରୀ ବ୍ଲୁ ଫ୍ଲାଗ ବିଚରେ ବ୍ୟାପକ ପ୍ରସ୍ତୁତି । ଆରମ୍ଭ ହେଲା କାଉଣ୍ଟଡାଉନ । ଯୁଦ୍ଧକୌଶଳ ଦେଖାଇବାକୁ ପ୍ରସ୍ତୁତ ନୌସେନା ।

NAVY DAY PREPARATION
NAVY DAY PREPARATION (ETV Bharat Odisha)
author img

By ETV Bharat Odisha Team

Published : Nov 30, 2024, 6:15 PM IST

ପୁରୀ: କାଉଣ୍ଟଡାଉନ ଆରମ୍ଭ... ଆଉ 3 ଦିନର ଅପେକ୍ଷା । ପୁରୀ ମାଟିରେ ପରାକ୍ରମ ଦେଖାଇବ ନୌସେନା । ପ୍ରସ୍ତୁତ ନୌସେନା..ପ୍ରସ୍ତୁତ ପ୍ରଶାସନ । ନୌସେନା ଦିବସ ଉତ୍ସବକୁ ସ୍ମରଣୀୟ କରାଇବା ପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି ।‌ ଆସନ୍ତା ଡିସେମ୍ବର ୪ରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ନୌସେନା ଶତ୍ରୁକୁ କିଭଳି ମାତ୍ ଦିଆଯାଏ ସେନେଇ ଯୁଦ୍ଧ କଳା କୌଶଳ ପ୍ରଦର୍ଶନ କରିବ । ଏଥିପାଇଁ ବ୍ଲୁ ଫ୍ଲାଗ ବିଚରେ ନୌସେନାର ଯବାନ ମାନେ ଯୁଦ୍ଧାଭ୍ୟାସ ଜାରି ରଖିଥିବାବେଳେ ବ୍ଲୁ ଫ୍ଲାଗ ବିଚ ଏବେ ଯୁଦ୍ଧର ରଣକ୍ଷେତ୍ର ପରି ମନେ ହେଉଛି । ନୌସେନାର ଲଢୁଆ ଯବାନ ବ୍ଲୁ ଫ୍ଲାଗ ବିଚରେ ପ୍ରତିକୂଳ ପାଗକୁ ଖାତିର ନକରି ବିଭିନ୍ନ ଦୁଃସାହସିକ ଯୁଦ୍ଧ କଳା କୌଶଳ ଅଭ୍ୟାସ ଜାରି ରଖିଛନ୍ତି ।

ବେଳାଭୂମିରେ ଜାରି ରହିଛି ଅଭ୍ୟାସ:

NAVY DAY PREPARATION (ETV Bharat Odisha)

ବେଳାଭୂମିରେ ଜିପ୍ ଯୁଦ୍ଧ କୌଶଳ, ଲ୍ୟାଣ୍ଡମାଇନ ବିସ୍ପୋରଣ, ଯୁଦ୍ଧ ହେଲିକପ୍ଟରର ଦୁଃସାହସିକ ଉଡାଣ କୌଶଳ ପ୍ରଦର୍ଶନ, ଫ୍ଲାଗ ମାର୍ଚ୍ଚ, ସମୁଦ୍ର ଭିତରୁ ଉଦ୍ଧାର କାର୍ଯ୍ୟ, ଟ୍ୟାଙ୍କ ଗୁଡିକର ଯୁଦ୍ଧ କୌଶଳ, କମାଣ୍ଡଙ୍କ ବନ୍ଧୁକ ଚାଳନା, ଜାହାଜରେ ଯୁଦ୍ଧ ହେଲିକପ୍ଟରର ଅବତରଣ ଏବଂ ଉଡ଼ାଣ, ହେଲିକପ୍ଟରରୁ ଗୋଳା ବର୍ଷଣ, ଜେଟ୍ ବିମାନ ଗୁଡିକର ଯୁଦ୍ଧ କଳା ଏବଂ ଗୋଳା ବର୍ଷଣ, ଆଣ୍ଟି ଏୟାର ଡିଫେନ୍ସ କୌଶଳ, ଯୁଦ୍ଧ ଜାହାଜରୁ ଗୋଳା ବର୍ଷଣ, ଯବାନଙ୍କ ଫାୟାର ଗନ୍ ଡ୍ରିଲ୍ ପ୍ରଭୃତି ଗୋଟିଏ ପରେ ଗୋଟିଏ ଦୁଃସାହସିକ ଯୁଦ୍ଧ କୌଶଳ ଅଭ୍ୟାସ କରିଥିବା ବେଳେ ଏହା ଉପସ୍ଥିତ ଦର୍ଶକଙ୍କୁ ବେଶ୍ ଉତ୍ସାହିତ କରିଛି ।

ଡିସେମ୍ବର 2ରେ ଡେମୋ, 4ରେ ଫୁଲ ସୋ’:

Navy day Preparation
Navy day Preparation (ETV Bharat Odisha)

ଭାରତୀୟ ନୌସେନା ଶତ୍ରୁ ସେନାକୁ ପରାସ୍ତ କରିବାରେ ସମ୍ପୂର୍ଣ୍ଣ ସମର୍ଥ ବୋଲି ଦେଶବାସୀଙ୍କୁ ଏହି ଯୁଦ୍ଧ କୌଶଳ ଜରିଆରେ ବାର୍ତ୍ତା ଦେଇଛି ନୌସେନା । ତେବେ ଆଗାମୀ ଦୁଇ ତାରିଖରେ ନୌସେନା ପକ୍ଷରୁ ଯୁଦ୍ଧ କଳା କୌଶଳ ନେଇ ଡେମୋ ସୋ’ ଥିବାବେଳେ ୪ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମୁଖରେ ନୌସେନାର ଯବାନ ମାନେ ଆକାଶ, ଜଳ ଏବଂ ସ୍ଥଳ ପଥରେ ଚୁଡାନ୍ତ ଯୁଦ୍ଧ କଳା କୌଶଳ ପ୍ରଦର୍ଶନ କରିବେ‌ । ଏହି ପ୍ରଦର୍ଶନ ଦେଖିବାକୁ ପର୍ଯ୍ୟଟକମାନେ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

ନୌସେନା ଦିବସ ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା:

ଅନ୍ୟପଟେ ନୌସେନା ଦିବସକୁ ସଫଳତାର ସହ ସମାପନ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ପୁରୀ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏଥିସହ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯାଉଛି । ସୁରକ୍ଷା ଦୃଷ୍ଟିକୋଣରୁ ସିଟି ରୋଡ ବାଙ୍କି ମୁହାଣ ଠାରୁ ସମୁଦ୍ର କୂଳ ଥାନା ହରିହର ଛକ ପର୍ଯ୍ୟନ୍ତ ନୋ ମ୍ୟାନ୍ସ ଲ୍ୟାଣ୍ଡ ତଥା ସମ୍ପୂର୍ଣ୍ଣ ନିଷିଦ୍ଧାଞ୍ଚଳ ରହିବ । ସେହିପରି ପର୍ଯ୍ୟଟକଙ୍କ ଯାତାୟତରେ ଯେଭଳି କୌଣସି ଅସୁବିଧା ନହୁଏ ସେନେଇ ହୋଟେଲ ମାଲିକଙ୍କ ସହ ପୁରୀ ଏସପି ବିନୀତ ଅଗ୍ରୱାଲ ଆଲୋଚନା କରିଛନ୍ତି ।

ଉଠା ଦୋକାନୀ ବସିବେନି, ପର୍ଯ୍ୟଟକଙ୍କ ପାଇଁ କଟକଣା:

ଆସନ୍ତା ୧ରୁ ୫ ତାରିଖ ଯାଏଁ ବଡ଼ଦାଣ୍ଡରେ କୌଣସି ଉଠା ଦୋକାନୀଙ୍କୁ ବସିବା ପାଇଁ ଅନୁମତି ମିଳିବ ନାହିଁ । ନୌସେନା ଦିବସ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ନିମନ୍ତେ ବଡ଼ଦାଣ୍ଡ ସମେତ ପୁରୀ ବେଳାଭୂମିରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସମୁଦ୍ର ଭିତରକୁ ପ୍ରବେଶ ନେଇ ମଧ୍ୟ ପର୍ଯ୍ୟଟକଙ୍କ ଉପରେ କଟକଣା ଜାରି କରାଯିବ । ପୁରୀ ସହର ସମେତ ବିଭିନ୍ନ ପ୍ରବେଶ ପଥରେ ସିସିଟିଭି କ୍ୟାମେରା ଲଗାଯାଇ କଡ଼ା ନଜର ରଖାଯାଇଛି । ନୌସେନା ଭଳି ଏକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ପୁରୀରେ ଆୟୋଜିତ ହେବା ଆମପାଇଁ ଗର୍ବର ବିଷୟ ହୋଇଥିବା ବେଳେ ଏହାକୁ ସଫଳତାର ସହ ଆୟୋଜନ ନେଇ ପୁରୀ ପୋଲିସ ପକ୍ଷରୁ ଯାହା କିଛି ବ୍ୟବସ୍ଥା ହୋଇଛି ସେନେଇ ସହଯୋଗ କରିବାକୁ ପୁରୀ ଆସୁଥିବା ପର୍ଯ୍ୟଟକ ଏବଂ ସହରବାସୀ ପୋଲିସକୁ ସହଯୋଗ କରିବା ପାଇଁ ଏସପି ନିବେଦନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ପୁରୀରେ ଯୁଦ୍ଧ ଜାହାଜ, ନୌସେନା ଦିବସରେ ପରାକ୍ରମ ଦେଖିବ ଦେଶ

ପୁରୀରେ ଶକ୍ତି ପ୍ରଦର୍ଶନ କରିବେ ନୌବୀର, ମହାପ୍ରଭୁଙ୍କୁ ପ୍ରଥମ ନିମନ୍ତ୍ରଣ ପତ୍ର

ନୌସେନା ଦିବସ: ଆସୁଛନ୍ତି ରାଷ୍ଟ୍ରପତି, ସଜେଇ ହେଲାଣି ପୁରୀ

Navy Day ସେଲିବ୍ରେସନ ପାଇଁ ଜୋରଦାର ପ୍ରସ୍ତୁତି, ପୁରୀ ସମୁଦ୍ରରେ ନୌସେନାର ଅଭ୍ୟାସ

ରାଷ୍ଟ୍ରପତିଙ୍କ ଠାରୁ ଗୃହମନ୍ତ୍ରୀ ହେବେ ସାମିଲ:

ନୌସେନା ଦିବସ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ଉଚ୍ଚପଦସ୍ଥ ଅଧିକାରୀ ଏବଂ ଭିଭିଆଇପି ଯୋଗ ଦେବେ । ଏହି ଉତ୍ସବରେ ନୌସେନାର ୨୪ଟି ଯୁଦ୍ଧ ଜାହାଜ, ୪୦ଟି ଯୁଦ୍ଧ ହେଲିକପ୍ଟର, ଜେଟ୍ ଓ ବିମାନ ସାମିଲ୍ ହୋଇ ବିଭିନ୍ନ ଯୁଦ୍ଧ କଳା କୌଶଳ ପ୍ରଦର୍ଶନ କରିବେ‌ ।

କାର୍ଯ୍ୟକ୍ରମ ଦେଖିବାକୁ ଆମେ ଉତ୍ସାହିତ:

ବ୍ଲୁ ଫ୍ଲାଗ ବିଚକୁ ଆସିଥିବା ପୁରୀ ବାସିନ୍ଦା ସଞ୍ଜୟ କହିଛନ୍ତି, ‘ଆମ ପୁରୀ ସହରରେ ନୌସେନାର ଏହି ଭଳି ଏକ ବିରାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ତାହା ଆମେ ବିଶ୍ବାସ କରିନଥିଲୁ । ତେବେ ଏହା ଆୟୋଜନ ହେବା ବହୁତ୍ ସୁନ୍ଦର୍ ପଦକ୍ଷେପ । ବିଭିନ୍ନ ସ୍ଥାନରୁ ବହୁତ୍ ଲୋକ ଆସୁଛନ୍ତି ନୌସେନାର ଏହି ଭବ୍ୟ କାର୍ଯ୍ୟକ୍ରମ ଦେଖିବା ପାଇଁ । ଏଥି ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ଆମେ ନୌସେନା ଯବାନଙ୍କ ଯୁଦ୍ଧ ଅଭ୍ୟାସ ଦେଖୁଛୁ । ଏହା ଦେଖିବାକୁ ବହୁତ୍ ଭଲ ଲାଗୁଛି । ତେବେ ଡିସେମ୍ବର 4ରେ ଚୁଡାନ୍ତ କାର୍ଯ୍ୟକ୍ରମ ଦେଖିବା ପାଇଁ ଆମେ ଅପେକ୍ଷାରେ ରହିଛୁ ।

ଟିଭିରେ ଦେଖୁଥିଲୁ ଏବେ ସତରେ ଦେଖୁଛୁ:

ଆଉ ଜଣେ ପୁରୀ ବାସିନ୍ଦା ଝୁନାରାଣୀ କହିଛନ୍ତି, ପୁରୀରେ ନୌସେନା ଦିବସ ପାଳନ ହେବା ଆମ ଖୁସିର ବିଷୟ । ଆମେ ସବୁଦିନ ଆସି ନୌସେନାର ଅଭ୍ୟାସ ଯୁଦ୍ଧ କୌଶଳ ଦେଖୁଛୁ । ଏହା ଦେଖିବାକୁ ବହୁତ୍ ଭଲ ଲାଗୁଛି । ବିଭିନ୍ନ ପ୍ରସ୍ତୁତି ଚାଲିଛି । ପ୍ୟାରେଡ ଅଭ୍ୟାସ ବି ଆମେ ଦେଖୁଛୁ । ଟ୍ୟାଙ୍କ ସହିତ ବିଭିନ୍ନ ଯୁଦ୍ଧାସ୍ତ୍ର ଆମେ ଦେଖିବାକୁ ପାଉଛୁ । ଏହା ପୂର୍ବରୁ ଆମେ ଟିଭିରେ ଦେଖୁଥିଲୁ । ଏବେ ନିଜେ ଦେଖୁଛୁ । ଏହା ବହୁତ୍ ଭଲ ଲାଗୁଛି । ଆସନ୍ତା 4 ତାରିଖରେ ଆମେ ବନ୍ଧୁ ବାନ୍ଧବଙ୍କ ସହ ଆସି ପୁରୀ ବେଳାଭୂମିରେ ନୌସେନା ଦିବସର ସ୍ଵତନ୍ତ୍ର ଉତ୍ସବକୁ ଦେଖିବୁ ।

ସବୁ ବ୍ୟବସ୍ଥା କରାଯାଇଛି:

ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି, ‘ଆଗାମୀ ଡିସେମ୍ବର 4ରେ ବ୍ଲୁ ଫ୍ଲାଗ ବିଚରେ ନୌସେନା ଦିବସ ପାଳନ ହେବ । ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଉପସ୍ଥିତ ରହିବେ । ସେଥିପାଇଁ ପୁରୀ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଟ୍ରାଫିକ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ସହ କେତେକ କଟକଣା ରହିବ । ଆମର ବିଶ୍ୱାସ ରହିଛି ନୌସେନା ଦିବସ ଭଲରେ ଅନୁଷ୍ଠିତ ହେବ । ସମୁଦ୍ର କୂଳରେ ମଧ୍ୟ କଡ଼ା ସୁରକ୍ଷା ରହିବ । ନୌସେନା ସୋ’ ଦେଖିବାକୁ ଆସିଥିବା ଲୋକ ମାନେ ଭଲରେ କାର୍ଯ୍ୟକ୍ରମକୁ ଉପଭୋଗ କରି କିଭଳି ଫେରିବେ ସେ ନେଇ ସବୁ ବ୍ୟବସ୍ଥା କରାଯାଉଛି । ଏହି କାର୍ଯ୍ୟକ୍ରମ ଦେଖିବାକୁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖାଯାଇ ଶାନ୍ତି ଶୃଙ୍ଖଳା ପାଇଁ ବିଭିନ୍ନ ସାମାଜିକ ଅନୁଷ୍ଠାନ, ସ୍ବେଚ୍ଛାସେବୀ, ବିଭିନ୍ନ ସାହିର ମୁରବୀ ଓ ହୋଟେଲିୟରଙ୍କ ସହ ପୋଲିସ୍ ପକ୍ଷରୁ ଆଲୋଚନା ହୋଇଛି । ପୁରୀକୁ ଆସିଥିବା ପର୍ଯ୍ୟଟକ ଓ ପୁରୀ ବାସିନ୍ଦାଙ୍କୁ ଯାତାୟାତ ସହିତ ଅନ୍ୟ କାର୍ଯ୍ୟରେ ଯେଭଳି କୌଣସି ଅସୁବିଧା ନ ହୁଏ ସେ ଦିଗରେ ପୋଲିସର ନଜର ମଧ୍ୟ ରହିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.