ETV Bharat / state

ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ - ନବରଙ୍ଗପୁର ସାଂସଦ ରମେଶ ମାଝୀ

Accident Of MP Ramesh Majhi: ଦୁର୍ଘଟଣାର ଶିକାର ହେଲେ ନବରଙ୍ଗପୁର ସାଂସଦ ରମେଶ ମାଝୀ । ଦୁର୍ଘଟଣାରେ ସାଂସଦ ଆହତ ହୋଇଥିବା ଜଣାପଡ଼ିଛି। ଅଧିକ ପଢନ୍ତୁ

Nabrangpur MP Ramesh Majhi Injured
Nabrangpur MP Ramesh Majhi Injured
author img

By ETV Bharat Odisha Team

Published : Feb 11, 2024, 9:13 AM IST

Updated : Feb 11, 2024, 10:06 AM IST

Nabrangpur MP Ramesh Majhi Injured

ନବରଙ୍ଗପୁର: ଦୁର୍ଘଟଣାର ଶିକାର ହେଲେ ନବରଙ୍ଗପୁର ସାଂସଦ ରମେଶ ମାଝୀ । ଗତକାଲି(ଶନିବାର) ବିଳମ୍ବିତ ରାତିରେ ଉମରକୋଟର ଦର୍ଗାଗୁଡ଼ା ନିକଟରେ ତାଙ୍କର ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ସାଂସଦ ଓ ତାଙ୍କ ଡ୍ରାଇଭରଙ୍କ ସମେତ 3 ଜଣ ଆହତ ହୋଇଛନ୍ତି । ତେବେ ସାଂସଦ ରମେଶ ମାଝୀଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଛି । ଏହାପରେ ସେ ଘରକୁ ଫେରିଯାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ...ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ; 6 ମୃତ, 15 ଆହତ

ସୂଚନା ଅନୁସାରେ, ସାଂସଦ ରମେଶ ମାଝୀ ଗତକାଲି ଦିଲ୍ଲୀରୁ ଅଧିବେଶନ ସାରି ବିମାନରେ ଛତିଶଗଡ଼ରେ ପହଞ୍ଚିଥିଲେ । ସେଠାରୁ କାର୍ ଯୋଗେ ନିଜ ଉମରକୋଟ ସ୍ଥିତ ବାସଭବନକୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ବାଟରେ ତାଙ୍କ ଗାଡ଼ିର ଚକା ଫାଟି ଯାଇଥିଲା । ଫଳରେ ଗାଡି ଭାରସାମ୍ୟ ହରାଇ ଏକ ଖାତ ଭିତରକୁ ପଶିଯିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣାରେ ସାଂସଦଙ୍କ ଡ୍ରାଇଭର ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଗତକାଲି ଶେଷ ହୋଇଛି ସଂସଦର ବଜେଟ ଅଧିବେଶନ । ସେଠାରୁ ଫେରିବା ବେଳେ ସାଂସଦ ଦୁର୍ଘଟଣାର ଶିକାର ହୋଇଛନ୍ତି । ସାଂସଦ ଓ ତାଙ୍କ ଡ୍ରାଇଭରଙ୍କ ସମେତ 3 ଜଣ ଆହତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଯିବାବେଳେ କଳାକାରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବି କଲା ବିଜେପି

ଏହା ମଧ୍ୟ ପଢନ୍ତୁ...ଦୁଇଟି କାର୍ ମୁହାଁମୁହିଁ ଧକ୍କା; ଚାଲିଗଲା ମାଆ-ଝିଅଙ୍କ ଜୀବନ, ଭାଉଜ ଗୁରୁତର

ସାଂସଦ ରମେଶ ମାଝୀଙ୍କ ଗାଡ଼ି ଦୁର୍ଘଟଣାର ଶିକାର ହେବା ପରେ ସ୍ଥାନୀୟ ଲୋକ ସେଠାରେ ପହଞ୍ଚି ସାଂସଦଙ୍କୁ ଉଦ୍ଧାର କରିଥିଲେ । ତେବେ ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ସାଂସଦ ରମେଶ ମାଝୀଙ୍କୁ ଉପରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସାଂସଦଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗି ଥିବାବେଳେ ପ୍ରାଥମିକ ଚିକିତ୍ସା କରିଥିଲେ ଡାକ୍ତର । ଚିକିତ୍ସା ପରେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି ।

ତେବେ ଗତକାଲି ସଂସଦ ଅଧିବେଶନର ଅନ୍ତିମ କାର୍ଯ୍ୟ ଦିବସ ଥିଲା । ଦିଲ୍ଲୀରୁ ନବରଙ୍ଗପୁର ସ୍ଥିତ ବାସଭବନ ଫେରିବା ବେଳେ ସାଂସଦଙ୍କ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଖାତ ଭିତରକୁ ପଶିଯାଇଥିବା କୁହାଯାଉଛି । ଗାଡ଼ିର ଅଧିକାଂଶ ଅଂଶ ଭାଙ୍ଗିରୁଜି ଯାଇଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସାଂସଦ ରମେଶ ମାଝୀଙ୍କ ସମେତ ଡ୍ରାଇଭର । ଦୁର୍ଘଟଣାସ୍ଥଳରେ ସକାଳୁ ସକାଳୁ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Feb 11, 2024, 10:06 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.