ETV Bharat / state

ନବ ଦାସ ହତ୍ୟାକାଣ୍ଡ ମାମଲା, ଆଉ ଦୁଇ ସାକ୍ଷୀଙ୍କ ବୟାନ ରେକର୍ଡ

author img

By ETV Bharat Odisha Team

Published : Mar 19, 2024, 11:31 AM IST

Naba Das Death Case: ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣା । କୋର୍ଟରେ ଆଉ ଦୁଇ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ । ଅଧିକ ପଢନ୍ତୁ

Naba Das Death Case
Naba Das Death Case
Naba Das Death Case

ଝାରସୁଗୁଡା: ବହୁଚର୍ଚ୍ଚିତ ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ ଘଟଣା । ଝାରସୁଗୁଡା ଏସଡିଜେଏମ କୋର୍ଟରେ ଅଭିଯୁକ୍ତ ଗୋପାଳ ଦାସ ବିରୋଧରେ ଆଉ ଦୁଇ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି । ଏହି ସମୟରେ ଭିସି ଯୋଗେ କୋର୍ଟରେ ହାଜର ହୋଇଥିଲା ଗୋପାଳ । କେମିତି ଗୋପାଳ ଦାସ ନବ ଦାସଙ୍କୁ ଗୁଳି କରିଥିଲା, ସେନେଇ ସୋମବାର କୋର୍ଟରେ 10 ଓ 11ତମ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ ହୋଇଥିଲା । ଅଦାଲତ ସମ୍ମୁଖରେ ଶୁଭେନ୍ଦୁ ପଟ୍ଟନାୟକ ଏବଂ ମୃତଞ୍ଜୟ ପଣ୍ଡା ନିଜ ବୟାନ ଦେଇଥିଲେ । ଗୋପାଳଙ୍କ ଓକିଲ ମଧ୍ୟ ସାକ୍ଷୀଙ୍କୁ ଅଦାଲତ ସମ୍ମୁଖରେ ପ୍ରଶ୍ନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ନବ ଦାସ ହତ୍ୟାକାଣ୍ଡ: ଆଉ ଦୁଇଜଣଙ୍କ ସାକ୍ଷ୍ୟ ଗ୍ରହଣ କଲେ କୋର୍ଟ

ତଦନ୍ତ ବେଳେ ଗୋପାଳ ସହଯୋଗ କରିବା ସହ ସବୁ ପ୍ରଶ୍ନର ଉତ୍ତର ବୁଝି ବିଚାରି ଦେଉଥିଲା । ଯାହାକି ତାର ମାନସିକ ସ୍ଥିତି ସ୍ଥିର ରହିଥିବା ଏବଂ ସେ ସୁସ୍ଥ ମସ୍ତିଷ୍କରେ ଏହି ହତ୍ୟାକାଣ୍ଡ ଘଟାଇଥିବା କ୍ରାଇମବ୍ରାଞ୍ଚ ନିଜ ରିପୋର୍ଟରେ ଉଲ୍ଲେଖ କରିଥିଲା । ଗୋପାଳ ଦାସ ପୂର୍ବ ଶତ୍ରୁତା ତଥା ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ନବ ଦାସଙ୍କୁ ହତ୍ୟା କରିଥିବା କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଉଲ୍ଲେଖ କରିଥିଲା । ନବ ଦାସ ହତ୍ୟା ଘଟଣାକୁ ବର୍ଷେ ପୂରିବା ପରେ ମଧ୍ୟ ଜେଲରେ ଥିବା ଅଭିଯୁକ୍ତ ଗୋପାଳ ବିରୋଧରେ ଚାଲିଛି ସାକ୍ଷ୍ୟ ଗ୍ରହଣ । ବର୍ତ୍ତମାନ ସେ ଚୌଦ୍ୱାର ଜେଲରେ ରହିଛି । ଏହି ହତ୍ୟାକାଣ୍ଡର 145ରୁ ଊର୍ଦ୍ଧ୍ବ ସାକ୍ଷୀ ରହିଥିବା ବେଳେ ଗତକାଲି ଏସଡିଜେଏମ କୋର୍ଟରେ 10ମ ଓ 11ତମ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ନବ ଦାସଙ୍କ ହତ୍ୟାକାଣ୍ଡକୁ ପୂରିଲା ବର୍ଷେ, ସ୍ମୃତିରେ ଦୌଡିଲା ଝାରସୁଗୁଡା

2023 ଜାନୁଆରୀ 29 ତାରିଖରେ ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଗୋପାଳ ଦାସ ତାଙ୍କୁ ଗୁଳି କରିଥିଲା । ଫଳରେ ଘଟଣାସ୍ଥଳରେ ଟଳି ପଡିଥିଲେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ । ପ୍ରଥମେ ତାଙ୍କୁ ଝାରସୁଗୁଡାର ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନବ ଦାସଙ୍କ ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.