ETV Bharat / state

ଗୋଟିଏ ରେଳ ଲାଇନରେ ଏକାଧିକ ଟ୍ରେନ ଆସିବା ତ୍ରୁଟି ନୁହେଁ, ଭୁଲ ତଥ୍ୟ ପ୍ରସାରଣ ଉପରେ ପୂର୍ବତଟ ରେଳପଥର ନଜର - Multiple trains on a same track

author img

By ETV Bharat Odisha Team

Published : Sep 7, 2024, 10:46 AM IST

East Coast Railway: ଗୋଟିଏ ରେଳ ଲାଇନରେ ଏକାଧିକ ଟ୍ରେନ ଆସିବା ତ୍ରୁଟି ନୁହେଁ, ସିଗ୍ନାଲିଂ ପ୍ରକ୍ରିୟାର ଏକ ଅଂଶ । ଏହାକୁ ରେଳବାଇ ସିଗ୍ନାଲିଂ ତ୍ରୁଟି ଦର୍ଶାଯାଇ ଖବର ପ୍ରସାରଣ ଫଳରେ ଯାତ୍ରୀଙ୍କ ମଧ୍ୟରେ ବଢୁଛି ଭୟ । ଏପରି ଖବର ଉପରେ ଏବେ ନଜର ରଖିବ ପୂର୍ବତଟ ରେଳପଥ । ଅଧିକ ପଢନ୍ତୁ

ଗୋଟିଏ ରେଳ ଲାଇନରେ ଏକାଧିକ ଟ୍ରେନ ଆସିବା ତ୍ରୁଟି ନୁହେଁ, ଭୁଲ ତଥ୍ୟ ପ୍ରସାରଣ ଉପରେ ପୂର୍ବତଟ ରେଳପଥର ନଜର
ଗୋଟିଏ ରେଳ ଲାଇନରେ ଏକାଧିକ ଟ୍ରେନ ଆସିବା ତ୍ରୁଟି ନୁହେଁ, ଭୁଲ ତଥ୍ୟ ପ୍ରସାରଣ ଉପରେ ପୂର୍ବତଟ ରେଳପଥର ନଜର (ETV Bharat Odisha)

ଭୁବନେଶ୍ବର: ଗୋଟିଏ ରେଳ ଲାଇନରେ ଏକାଧିକ ଟ୍ରେନ ପଛକୁ ପଛ ରହିପାରିବେ । ଏହା କୌଣସି ଯାନ୍ତ୍ରିକ କିମ୍ବା ସିଗ୍ନାଲିଂ ବ୍ୟବସ୍ଥାଗତ ତ୍ରୁଟି ନୁହେଁ । ଏହା କୌଣସି ଦୁର୍ଘଟଣାର କାରଣ ହେବ ନାହିଁ । ରେଳସେବାରେ ଟ୍ରାଫିକିଂ କାରଣରୁ ବିଭିନ୍ନ ଆବଶ୍ୟକତା ସମୟରେ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଥାଏ । ଏହାକୁ ରେଳ ବିଭାଗର ତ୍ରୁଟି ଓ ଆସନ୍ନ ଦୁର୍ଘଟଣା ସ୍ଥିତି ବୋଲି କହିବା ଅନୁଚିତ କହିଛି ରେଳ ବିଭାଗ । ଏହା ସହ ଏହି ସମ୍ପର୍କିତ ଭୁଲ ତଥ୍ୟ ପ୍ରସାରିତ ହେବା ଫଳରେ ରେଳଯାତ୍ରୀମାନେ ଅସୁରକ୍ଷିତ ଓ ଭୟଭୀତ ଅନୁଭବ କରୁଛନ୍ତି । ତେଣୁ ଏ ସମ୍ପର୍କରେ ଭୁଲ ତଥ୍ୟ ପ୍ରସାରଣ ଉପରେ ପୂର୍ବତଟ ରେଳପଥ ନଜର ରଖିଛି ।

ସୁରକ୍ଷିତ ଏବଂ ଅଧିକ ଦକ୍ଷ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବାକୁ ଭାରତୀୟ ରେଳବାଇ ଏହାର ଭିତ୍ତିଭୂମିକୁ କ୍ରମାଗତ ଭାବରେ ନବୀକରଣ କରିଆସୁଅଛି । ଏହି ଆଧୁନିକୀକରଣର ଏକ ଅଂଶ ଭାବରେ ପୂର୍ବତଟ ରେଳପଥର ଯଖପୁରା-ନିର୍ଗୁଣ୍ଡି ଏବଂ ଖୋର୍ଦ୍ଧା ରୋଡ୍- ଗୋଳନ୍ଥରା ରେଳ ସେକ୍ସନ ସମେତ ପ୍ରମୁଖ ରେଳ ସେକ୍ସନରେ ଅଟୋମେଟିକ୍ ବ୍ଲକ୍ ସିଗନାଲ୍ (ଏବିଏସ୍) ଅଥବା ସ୍ୱୟଂଚାଳିତ ସାଙ୍କେତିକ ପ୍ରଣାଳୀ ବ୍ୟବସ୍ଥା ନିୟୋଜିତ ହେଉଛି । ଏହି ଉନ୍ନତ ପ୍ରଣାଳୀ ଟ୍ରେନର କାର୍ଯ୍ୟକ୍ଷମତା ଏବଂ ଟ୍ରେନର ସୁରକ୍ଷାକୁ ବୃଦ୍ଧି କରାଇବାକୁ ଲକ୍ଷ୍ୟ ରଖିଛି ।

ଗୋଟିଏ ବ୍ଲକ ସେକ୍ସନରେ ଏକାଧିକ ଟ୍ରେନ୍:-

‘ଏବିଏସ’ ସିଷ୍ଟମ ଅଥବା ସ୍ୱୟଂଚାଳିତ ସାଙ୍କେତିକ ପ୍ରଣାଳୀ ବ୍ୟବସ୍ଥା ଏକାଧିକ ଟ୍ରେନ୍ କୁ ଗୋଟିଏ ବ୍ଲକ୍ ସେକ୍ସନରେ ରହିବାକୁ ଅନୁମତି ଦେଇଥାଏ । ଯାହା ସ୍ୱୟଂଚାଳିତ ସାଙ୍କେତିକ ପ୍ରଣାଳୀ ଦ୍ୱାରା ଟ୍ରେନ ଚଳାଚଳ କାର୍ଯ୍ୟର ଏକ ସାଧାରଣ ବିଷୟ । ଏହି ପ୍ରକ୍ରିୟାରେ କୌଣସି ଅସାଧାରଣ କିମ୍ବା ଅସୁରକ୍ଷିତ କିଛି ନାହିଁ। ଯେହେତୁ ସ୍ୱୟଂଚାଳିତ ସେକ୍ସନ ଅଞ୍ଚଳରେ ସୁରକ୍ଷିତ ଏବଂ ଦକ୍ଷତାର ସହିତ ଟ୍ରେନ୍ ଚଳାଇବା ପାଇଁ ପ୍ରଣାଳୀକୁ ଡିଜାଇନ୍ କରାଯାଇଅଛି"ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ଗୋଟିଏ ରେଳ ଲାଇନରେ ଏକାଧିକ ଟ୍ରେନ ଆସିବା ତ୍ରୁଟି ନୁହେଁ
ଗୋଟିଏ ରେଳ ଲାଇନରେ ଏକାଧିକ ଟ୍ରେନ ଆସିବା ତ୍ରୁଟି ନୁହେଁ (ETV Bharat Odisha)
ଭୁଲ ତଥ୍ୟ ଉପରେ ରେଳ ବିଭାଗର ନଜର:- ଗୋଟିଏ ବ୍ଲକ ସେକ୍ସନରେ ଏକାଧିକ ଟ୍ରେନର ଉପସ୍ଥିତି ବିଷୟରେ ଭୁଲ ତଥ୍ୟ ବିସ୍ତାର ନକରିବାକୁ ପୂର୍ବତଟ ରେଳପଥ ଜନସାଧାରଣ ଏବଂ ପ୍ରଭାବଶାଳୀ ପ୍ରସାରକ ମାନଙ୍କୁ ଅନୁରୋଧ କରିଛି। ପ୍ରତିଟି ମୁହୂର୍ତ୍ତରେ ପ୍ରସାରଣ ଉପରେ ନଜର ରଖିଛି। ଏହି ପ୍ରଣାଳୀ ସଂପୂର୍ଣ୍ଣ ସ୍ୱୟଂଚାଳିତ ଏବଂ ନିରାପତ୍ତାର ଆବଶ୍ୟକୀୟ ମାନ ସୁନିଶ୍ଚିତ କରୁଛି" ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ପ୍ରକଳ୍ପଗୁଡିକ :-ଯଖପୁରା -ନିର୍ଗୁଣ୍ଡି ଏବଂ ଖୋର୍ଦ୍ଧା ରୋଡ୍ -ଗୋଳନ୍ଥରା ରେଳ ସେକ୍ସନରେ ଖୁବ୍ ଶୀଘ୍ର ସ୍ୱୟଂଚାଳିତ ସାଙ୍କେତିକ ପ୍ରଣାଳୀ ବ୍ୟବସ୍ଥା କରାଯିବ । ଏହି ଗୁରୁତ୍ୱପୂର୍ଣ୍ଣ ରେଳ ସେକ୍ସନରେ ସ୍ୱୟଂଚାଳିତ ବ୍ଲକ୍ ସାଙ୍କେତିକ ପ୍ରଣାଳୀ ପ୍ରକଳ୍ପ ପାଇଁ ୧୬୦ କୋଟି ମୂଲ୍ୟର ଟେଣ୍ଡର ପ୍ରଦାନ କରାଯାଇଛି। ଏହା ସହ ଖୋର୍ଦ୍ଧା ରୋଡ୍ -ନିର୍ଗୁଣ୍ଡି ଏବଂ ଭଦ୍ରକ- ଯଖପୁରା ରେଳ ସେକ୍ସନ ସୁରକ୍ଷିତ ଏବଂ ଦକ୍ଷ ଟ୍ରେନ୍ ଚଳାଚଳକୁ ସୁନିଶ୍ଚିତ କରି ଏବିଏସ୍ ସଫଳତାର ସହ କାର୍ଯ୍ୟକାରୀ କରାଯାଉଛି ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ୱୟଂଚାଳିତ ସାଙ୍କେତିକ ପ୍ରଣାଳୀର ଲାଭ:-

ଏବିଏସ୍ ପ୍ରଣାଳୀ ରେଳ ଧାରଣା କ୍ଷମତା ବୃଦ୍ଧି କରାଇବା ସହିତ କାର୍ଯ୍ୟକ୍ଷମ ଖର୍ଚ୍ଚ ହ୍ରାସ କରିଥାଏ । ବ୍ୟସ୍ତବହୁଳ ମାର୍ଗରେ ଟ୍ରେନଗୁଡ଼ିକର ଚଳାଚଳକୁ ସୁଗମ କରିଥାଏ । ସ୍ୱୟଂଚାଳିତ ବ୍ଲକ୍ ସାଙ୍କେତିକ ପ୍ରଣାଳୀ ବ୍ୟବସ୍ଥା ରେଳ ଲାଇନକୁ ଛୋଟ ବିଭାଗ କିମ୍ବା ‘ବ୍ଲକ’ ରେ ବିଭକ୍ତ କରେ । ଟ୍ରାକ ସର୍କିଟ ଏବଂ ଅନ୍ୟାନ୍ୟ ଚିହ୍ନଟ ପ୍ରଣାଳୀ ବ୍ୟବହାର କରି ଏହା ଟ୍ରେନ୍ ସ୍ଥିତିକୁ ଆଧାର କରି ସିଗନାଲ୍ ଅପରେସନଗୁଡ଼ିକୁ ସ୍ୱୟଂଚାଳିତ କରିଥାଏ । ଏହା ସହ ଟ୍ରେନର ଚଳାଚଳ ଦକ୍ଷତାକୁ ସୁନିଶ୍ଚିତ କରିବା ସହିତ ଧକ୍କାକୁ ପ୍ରତିହତ କରିଥାଏ ବା ରୋକିଥାଏ । ଆଧୁନିକ ଟ୍ରେନ ଚଳାଚଳ କାର୍ଯ୍ୟ ପାଇଁ ଏହି ପ୍ରଣାଳୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଏକାଧିକ ଟ୍ରେନ ଗୋଟିଏ ବ୍ଲକ ସେକ୍ସନ ମଧ୍ୟରେ ଯାତ୍ରା କରିବାକୁ ଅନୁମତି ଦେଇଥାଏ । ଯାହା ସୁରକ୍ଷାକୁ ଧ୍ୟାନ ଦେବା ସହିତ ରେଳବାଇର କ୍ଷମତାର ସର୍ବୋତ୍ତମ ଉପଯୋଗ କରିଥାଏ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ସୁରକ୍ଷା ଏବଂ ଦକ୍ଷତା ପାଇଁ ପ୍ରତିବଦ୍ଧତା:-

ଭାରତୀୟ ରେଳବାଇ ଏହାର ସାଙ୍କେତିକ ପ୍ରଣାଳୀର କ୍ରମାଗତ ଉନ୍ନତିକରଣ ମାଧ୍ୟମରେ ଏହାର କାର୍ଯ୍ୟକାରିତାର ନିରାପତ୍ତାକୁ ବୃଦ୍ଧି କରାଇବାପାଇଁ ପ୍ରତିଶ୍ରୁତିବଦ୍ଧ। ଏହି ପ୍ରୟାସଗୁଡ଼ିକରେ ନିରାପଦ ଏବଂ ଦକ୍ଷ ଟ୍ରେନ୍ ପରିଚାଳନା ପାଇଁ ସ୍ୱଦେଶୀ ଟ୍ରେନ୍ ଧକ୍କା ଏଡାଇବା ସିଷ୍ଟମ୍ (ପ୍ରଣାଳୀ) ବା (TCAS) କିମ୍ବା ‘KAVACH’ ସିଷ୍ଟମ୍ (କବଚ ପ୍ରଣାଳୀ) ନିୟୋଜନ ଅନ୍ତର୍ଭୁକ୍ତ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.