ETV Bharat / state

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, କଳାହାଣ୍ଡି ଜିଲ୍ଲାସ୍ତରରେ ୧୧୭ ଛାତ୍ରଛାତ୍ରୀ ପୁରସ୍କୃତ - Kalahandi

Mukhyamantri Sikhya Puraskar: ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଡିଆଇଇଟି ପଡିଆରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ଉତ୍ସବ

author img

By ETV Bharat Odisha Team

Published : Feb 18, 2024, 3:51 PM IST

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ଉତ୍ସବ

ଭବାନୀପାଟଣା: ରାଜ୍ୟରେ ଆରମ୍ଭ ହୋଇଛି ଶିକ୍ଷାର ଉତ୍ସବ । ଏହି କ୍ରମରେ ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଡିଆଇଇଟି ପଡିଆରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଜିଲ୍ଲାର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ପୁରାତନ ଛାତ୍ର କମିଟି, ଗ୍ରାମ ପଞ୍ଚାୟତ, ଶିକ୍ଷା ଅଧିକାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ସମସ୍ତଙ୍କୁ ଉତ୍ସାହିତ କରିବା ସହିତ ତାଙ୍କ ମନୋବଳ ବୃଦ୍ଧି କରିବ ବୋଲି ଆଶା କରାଯାଉଛି ।

ଭବାନୀପାଟଣା ଡିଆଇଇଟି ପଡିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମଗଡ ବିଧାୟକ ମୌଶଧୀ ବାଗ, ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାରଙ୍କ ସମେତ ସମସ୍ତ ବ୍ଲକର ଅଧ୍ୟକ୍ଷ ଏବଂ ଅଧ୍ୟକ୍ଷା ମାନେ ସାମିଲ ହୋଇଥିଲେ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅନୁଯାୟୀ ୧୧୭ ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ସ୍ତରୀୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ୧୩୩୪ ଜଣ ଛାତ୍ରଛାତ୍ରୀଙ୍କୁ ବ୍ଲକ ସ୍ତରୀୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି । ୧୨ଟି ବ୍ଲକ ସ୍ତରୀୟ ଆଲୁମିନା କମିଟିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ୧୩ ଜଣଙ୍କୁ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି।

ଏହା ମଧ୍ୟ ପଢ଼ନ୍ତୁ.... ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା, ପ୍ରଥମ ଦିନରେ କପି କରି ଧରାପଡ଼ିଲେ ୫୪ ପରିକ୍ଷାର୍ଥୀ

ପିଲାଙ୍କ ସ୍ବପ୍ନକୁ ଅଧିକ ଉଚ୍ଚ କରିବା ଏବଂ ପୂରଣ କରିବାର ଆତ୍ମବିଶ୍ବାସକୁ ବୃଦ୍ଧି କରିବା ଦିଗରେ ଏହି ପୁରସ୍କାର ସହାୟକ ହେବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି । ଅନ୍ୟପଟେ ରାଜ୍ୟ ସଭା ସାଂସଦ ସୁଜିତ କୁମାର କହିଛନ୍ତି ଯେ,‘‘ ଶିକ୍ଷା ହିଁ ପ୍ରଗତି, ଶିକ୍ଷିତ ସମାଜ ହିଁ ପ୍ରଗତିଶୀଳ ସମାଜ ଏହାକୁ ମୂଳମନ୍ତ୍ର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ପରିବର୍ତ୍ତନ କରି ରୂପାନ୍ତରଣରେ ଏକ ନୂଆ ଇତିହାରେ ସୃଷ୍ଟି କରିଛନ୍ତି । କଳାହାଣ୍ଡି ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଅନେକ ବିକାଶ ହୋଇପାରିଛି । ବିଦ୍ୟାଳୟ ମାନଙ୍କର ରୂପାନ୍ତିକରଣ କରାଯାଇ ପିଲା ମାନଙ୍କୁ ଏକ ଉତ୍ତମ ପରିବେଶରେ ଶିକ୍ଷା ପ୍ରଦାନ କରାଯାଉଛି ।’’

କୌଣସି ଦେଶ କୌଣସି ସମାଜ ଆଗକୁ ଯିବାକୁ ହେଲେ ଶିକ୍ଷା ହିଁ ତାକୁ ରାସ୍ତା ଦେଖାଇ ଥାଏ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ।ସଭା କାର୍ଯ୍ୟ ପରେ ପରେ କଳାହାଣ୍ଡି ଜିଲ୍ଲାର ଲୋକ ସଂସ୍କୃତି ଓ ପରମ୍ପରାକୁ ନେଇ ସାଂସ୍କତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରକୁ ନେଇ ଉତ୍ସାହ ଦେଖା ଦେଇଥିଲା।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.