ETV Bharat / state

୨୨ରୁ ଖୋଲିବ ସବୁ ସ୍କୁଲ, ସ୍ବାଭାବିକ ହେବ ପାଠପଢ଼ା, ଆଉ ଦିନକ ପାଇଁ ସକାଳୁଆ - TOMORROW MORNING SCHOOL

author img

By ETV Bharat Odisha Team

Published : Jun 20, 2024, 4:29 PM IST

Updated : Jun 20, 2024, 5:08 PM IST

Morning School In Odisha: ଆସନ୍ତା ୨୨ ତାରିଖରୁ ସ୍ବାଭାବିକ ସମୟରେ ଚାଲିବ ସ୍କୁଲ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସିଛି ନିର୍ଦ୍ଦେଶ । ଅଧିକ ପଢନ୍ତୁ

Morning School In Odisha
Morning School In Odisha (ETV Bharat Odisha)

ଭୁବନେଶ୍ବର: ଆସନ୍ତାକାଲି ଖୋଲିବ ସ୍କୁଲ । କେବଳ ଆସନ୍ତାକାଲି ପାଇଁ ଚାଲିବ ସକାଳୁଆ ସ୍କୁଲ । ଖରା ଓ ଗୁଳୁଗୁଳିକୁ ଦେଖି ଆଉ ଦିନକ ପାଇଁ ବଢିଛି ସକାଳୁଆ ସ୍କୁଲ ଅବଧି । ସକାଳ ସାଢେ ୬ ରୁ ସାଢେ ୧୦ ଯାଏଁ ଚାଲିବ କ୍ଲାସ । ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଏହା ଲାଗୁ ହେବ । ଆସନ୍ତା ୨୨ ତାରିଖରୁ ସ୍ବାଭାବିକ ଚାଲିବ ସ୍କୁଲ । ପାଣିପାଗ ବିଭାଗର ସୂଚନା ନେଇ ନିଆଯାଇଛି ନିଷ୍ପତ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ନେଇ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ ବୋଲି ନିର୍ଦ୍ଦେଶ ହୋଇଥିଲା । ଏହି ନିର୍ଦ୍ଦେଶ ୨୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ସୂଚନା ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ... ସ୍କୁଲ ଖୋଲିବା ନେଇ ବଦଳିଲା ନିଷ୍ପତ୍ତି, ଏସବୁ ଜିଲ୍ଲାରେ ଖୋଲିବ ସ୍କୁଲ - Reschedule Opening Of Schools

ଅତ୍ୟଧିକ ଗରମକୁ ନଜରରେ ରଖି ଭଦ୍ରକ, ଗଞ୍ଜାମ, ସୁବର୍ଣ୍ଣପୁର,, ବରଗଡ଼, ନୂଆପଡ଼ା, ବଲାଙ୍ଗିର, ସୁନ୍ଦରଗଡ଼, ଗଜପତି, ସମ୍ବଲପୁର ଓ ମୟୂରଭଞ୍ଜରେ ୨୦ ଯାଏଁ ଛୁଟି ଘୋଷଣା କରିଥିଲେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ । ନୟାଗଡ଼ ଜିଲ୍ଲାରେ ୧୯ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଥିଲା । ଏହାପରେ ୨୦ରୁ ୨୨ ପର୍ଯ୍ୟନ୍ତ ସକାଳ ସାଢ଼େ ୬ରୁ ସାଢ଼େ ୧୦ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବ ବୋଲି ନିର୍ଦ୍ଦେଶ ଦେଇଥିଲେ ନୟାଗଡ଼ ଜିଲ୍ଲାପାଳ ।

ସେପଟେ ଝାରସୁଗୁଡା, ବୌଦ୍ଧ, ବାଲେଶ୍ବର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୮ ତାରିଖ ଦିନ ଦିନକ ପାଇଁ ସବୁ ସ୍କୁଲ ଛୁଟି ରହିଥିଲା । ଏହାବାଦ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କନ୍ଧମାଳ, ମାଲକାନଗିରି, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଦେବଗଡ଼, କେନ୍ଦୁଝର, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ସକାଳୁଆ ସ୍କୁଲ ପାଇଁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇଥିଲେ ।

ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରାଯାଇ ଲେଖାଯାଇଛି କି, ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୨୧ ତାରିଖ ଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଖୋଲା ରହିବ। ୨୨ ତାରିଖରୁ ସ୍ବାଭାବିକ ଭାବରେ ବିଦ୍ୟାଳୟ ପରିଚାଳନା ହେବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 20, 2024, 5:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.