ETV Bharat / state

ଆଚରଣ ବିଧି ଉଲ୍ଲଙ୍ଘନ ଉପରେ କଡା ନଜର, କାରରୁ ମିଳିଲା ଲକ୍ଷାଧିକ ଟଙ୍କା - Money Seized IN boudh - MONEY SEIZED IN BOUDH

Money Seized Before Election: ବୌଦ୍ଧରେ ପାଣିପାଗ ତାତିଠୁ ରାଜନୈତିକ ତାତି ଅଧିକ ବୃଦ୍ଧି ପାଉଛି । ସରକାରୀ କର୍ମଚାରୀମାନେ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରୁଥିବା ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ

ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଉପରେ କଡା ନଜର, କାରରୁ ଜବତ ହେଲା ଲକ୍ଷାଧିକ ଟଙ୍କା

author img

By ETV Bharat Odisha Team

Published : Apr 25, 2024, 10:11 PM IST

ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଉପରେ କଡା ନଜର, କାରରୁ ଜବତ ହେଲା ଲକ୍ଷାଧିକ ଟଙ୍କା

ବୌଦ୍ଧ: କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନୀ ମଣ୍ଡଳୀରେ ସରଗରମ ହେବାରେ ଲାଗିଛି ରାଜନୈତିକ ପାଣିପାଗ । ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଛି ନିର୍ବାଚନୀ ପ୍ରଚାର । ଦଳୀୟ ପ୍ରଚାରରେ କମ୍ପୁଛି ଗାଁଠୁ ସହର । ଏହାରି ଭିତରେ ଜିଲ୍ଲାର କିଛି ସ୍ଥାନାରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ହୋଇଥିବା ଦେଖିବାକୁ ମିଳିଛି । କିଛି ସରକାରୀ କର୍ମଚାରୀ ଦଳୀୟ କାର୍ଯ୍ୟକ୍ରମରେ ଲିପ୍ତଥିବା ଅଭିଯୋଗ ହୋଇଛି । ସେହିପରି ନିର୍ବାଚନ ପୂର୍ବରୁ ଲକ୍ଷାଧିକ ଟଙ୍କା ଚାଲାଣ ସମୟରେ ମାଡି ବସିଛି ଫ୍ଲାଇଙ୍ଗ ସ୍କ୍ୱାର୍ଡ ।

ଗତକାଲି ସଂଧ୍ୟାରେ ବୌଦ୍ଧ ମହାନଦୀ ସେତୁ ଛକ ଠାରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏକ କାରରୁ ଲକ୍ଷାଧିକ ଟଙ୍କା ଜବତ କରିଥିବା ସୂଚନା ମିଳିଛି । କଣ୍ଟାମାଳ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ଏକ ଲକ୍ଷ ପନ୍ଦର ହଜାର ଟଙ୍କା ଜବତ କରାଯାଇଥିବା ବେଳେ ବ୍ୟକ୍ତି ଜଣକ ଏନେଇ କୌଣସି ହିସାବ ଦେଇନପାରିବାରୁ ନିର୍ବାଚନ ବିଭାଗ ଏହାର ତଦନ୍ତ ଆରମ୍ଭ କରିଛି । ସେପଟେ ଏତେ ପରିମାଣର ଟଙ୍କା ବ୍ୟକ୍ତି ଜଣକ କେଉଁ ଠାରୁ ଆଣିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ।

ଜିଲ୍ଲାରେ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ବୌଦ୍ଧ ଜିଲ୍ଲାର ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ନିର୍ବାଚନର ମାହୋଲ ସରଗରମ ହେବାରେ ଲାଗିଛି । ତେବେ ବିଭିନ୍ନ ରାଜନୈତିକ ରାଲି ଓ ସମାବେଶରେ ସରକାରୀ କର୍ମଚାରୀମାନଙ୍କର ସମ୍ପୃକ୍ତି ରହୁଥିବା ଦେଖିବାକୁ ମିଳିଛି । ବିଶେଷ ଭାବରେ ଶିକ୍ଷା ବିଭାଗର ରାଜନୈତିକ ଦଳ ପ୍ରତି ଅଧିକ ଆକର୍ଷଣ ରହୁଥିବା ପରିଲକ୍ଷିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ ......ଅର୍ଥ କି କ୍ଷମତା ନାହିଁ, ଯୁବ ସମାଜକୁ ସୁଦୃଢ କରିବାକୁ ନିର୍ବାଚନ ଲଢିବି: ସ୍ମୃତି ଶାସ୍ବତୀ ମିଶ୍ର - Odisha Assembly Election 2024

ଏହା ମଧ୍ୟରେ ଏଭଳି ୪ ଜଣ ସରକାରୀ କର୍ମଚାରୀଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ନିଲମ୍ବିତ କରିଥିଲେ । ହେଲେ ବର୍ତ୍ତମାନ ମଧ୍ୟ ଅନେକ ସ୍ଥାନରେ ଏଭଳି କର୍ମଚାରୀମାନେ ଖୁଲମଖୁଲା ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ହୋଇଛି । ସେହିିପରି ସାମାଜିକ ଗଣମାଧ୍ୟମରେ ବର୍ତ୍ତମାନ ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଜଣେ କର୍ମଚାରୀ ଖୋଲାଖୋଲି ବିଜେଡି ଦଳ ତଥା ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ସହିତ ଡୋରଟୁ ଡୋର୍ ପ୍ରଚାରରେ ସାମିଲ ହୋଇଥିବା ଦେଖିବାକୁ ମିିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.