ETV Bharat / state

ଅଣ୍ଡାରଗ୍ରାଉଣ୍ଡରୁ ଜବତ ହେଲା ୩୦୦ ଲିଟରରୁ ଊର୍ଦ୍ଧ୍ବ ଦେଶୀ ମଦ, 2 ଗିରଫ - COUNTRY MADE LIQUOR RACKET - COUNTRY MADE LIQUOR RACKET

300 liters country made liquor seized in Kendrapara: କେନ୍ଦ୍ରାପଡା ପାଟକୁରାରେ ଅଣ୍ଡରଗ୍ରାଉଣ୍ଡରୁ ଜବତ ହେଲା 3ଶହ ଲିଟରରୁ ଅଧିକ ଦେଶୀ ମଦ । 2 ଗିରଫ । ଅବକାରୀ ବିଭା ଗର ସ୍ପେଶାଲ ଡ୍ରାଇଭରେ ଗିରଫ ହେଲେଣି 12 ଜଣ । ଅଧିକ ପଢନ୍ତୁ

ଅଣ୍ଡାରଗ୍ରାଉଣ୍ଡରୁ ଜବତ ହେଲା ୩୦୦ ଲିଟରରୁ ଊର୍ଦ୍ଧ୍ବ ଦେଶୀ ମଦ, 2 ଗିରଫ
ଅଣ୍ଡାରଗ୍ରାଉଣ୍ଡରୁ ଜବତ ହେଲା ୩୦୦ ଲିଟରରୁ ଊର୍ଦ୍ଧ୍ବ ଦେଶୀ ମଦ, 2 ଗିରଫ (ETV Bharat Odisha)
author img

By ETV Bharat Odisha Team

Published : Aug 24, 2024, 7:44 AM IST

କେନ୍ଦ୍ରାପଡା: ସାରା ରାଜ୍ୟରେ ଏବେ ଚିନ୍ତା ବଢାଇଛି ବିଷାକ୍ତ ମଦ । ଗଞ୍ଜାମ ଜିଲ୍ଲା ଚିକିଟିରେ ଦୁଇଜଣଙ୍କ ମୃତ୍ୟୁ ହେବା ପରେ ଏବେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏହି ଘଟଣାରେ ବିଧାନସଭା ମଧ୍ୟ ଅଚଳ ହେବାକୁ ବସିଲାଣି । ସାରା ରାଜ୍ୟରେ ଯେଭଳି ଅନ୍ୟ କୌଣସି ପ୍ରକାର ମଦଜନିତ ଅଘଟଣ ନଘଟେ ସେନେଇ ଅବକାରୀ କମିଶନର କଡା ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ପାଟକୁରାରେ ଗତକାଲି ଅବକାରୀ ବିଭାଗର ଚଢାଉରେ ପ୍ରାୟ 3ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ ହୋଇଛି । ଏଥିରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଣ୍ଡରଗ୍ରାଉଣ୍ଡରେ ଏହି ମଦକୁ ରଖାଯାଇଥିଲା । ଯାହାକୁ ଅବକାରୀ ଟିମ ନଷ୍ଟ କରିଛି ।

ଅଣ୍ଡାରଗ୍ରାଉଣ୍ଡରୁ ଜବତ ହେଲା ୩୦୦ ଲିଟରରୁ ଊର୍ଦ୍ଧ୍ବ ଦେଶୀ ମଦ, 2 ଗିରଫ (ETV Bharat Odisha)

ଗତକାଲି (ଶୁକ୍ରବାର) ସକାଳୁ ଅବକାରୀ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ନୂଆପଡା ଗାଁର ରାକେଶ ବେହେରାଙ୍କ ଘରେ ଚଢ଼ାଉ କରିଥିଲା । ସେଠାରେ ଅଭିନବ ଉପାୟରେ ତିଆରି କରାଯାଉଥିବା ଦେଶୀ ମଦ ଦେଖି ତାଟକା ହୋଇ ଯାଇଥିଲା ଅବକାରୀ ବିଭାଗ । ସେହିପରି ଏହି ଗାଁର ଅନ୍ୟଜଣେ ମଦ ପ୍ରସ୍ତୁତକାରୀ ଓ ମହାକାଳପଡ଼ା ଥାନା ଅନ୍ତର୍ଗତ ତିଖିରି ଇଟାଭାଟି ନିକଟରେ ଥିବା ଅସ୍ଥାୟୀ ଚୋରା ଦେଶୀ ମଦ ଷ୍ଟକ ପଏଣ୍ଟ ଉପରେ ଚଢ଼ାଉ କରି ମଦ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ ।

ଅଣ୍ଡାରଗ୍ରାଉଣ୍ଡରୁ ଜବତ ହେଲା ୩୦୦ ଲିଟରରୁ ଊର୍ଦ୍ଧ୍ବ ଦେଶୀ ମଦ, 2 ଗିରଫ
ଅଣ୍ଡାରଗ୍ରାଉଣ୍ଡରୁ ଜବତ ହେଲା ୩୦୦ ଲିଟରରୁ ଊର୍ଦ୍ଧ୍ବ ଦେଶୀ ମଦ, 2 ଗିରଫ (ETV Bharat Odisha)

କେନ୍ଦ୍ରାପଡାରେ ଚୋରା ଦେଶୀ ମଦ ପ୍ରସ୍ତୁତି ଓ ଷ୍ଟକ ପଏଣ୍ଟ ଉପରେ ଚଢ଼ାଉ:

ଗତ ୨୦ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚୋରା ଦେଶୀ ମଦ ପ୍ରସ୍ତୁତକାରୀଙ୍କ ସମ୍ପର୍କରେ ଟିକିନିଖି ଖବର ନେଇ ମଦ ପ୍ରସ୍ତୁତ ହେଉଥିବା ସ୍ଥାନରେ ପହଞ୍ଚି ଅବକାରୀ ବିଭାଗସେଗୁଡ଼ିକୁ ନଷ୍ଟ କରିବା ପ୍ରକ୍ରିୟା ଜାରି ରଖିଛନ୍ତି । ଜାରି ରହିଥିବା ସ୍ପେଶାଲ ଡ୍ରାଇଭରେ ଏପର୍ଯ୍ୟନ୍ତ ୯୦୦ ଲିଟରରୁ ଊର୍ଦ୍ଧ୍ବ ଚୋରା ଦେଶୀ ମଦ ଠାବ କରାଯାଇ ସେଗୁଡ଼ିକୁ ନଷ୍ଟ କରିବା ସହ 12 ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଲାମଇ ଅବକାରୀ ବିଭାଗ ।

ଅବକାରୀ ବିଭାଗ ମଦ ପ୍ରସ୍ତୁତ ସ୍ଥାନ ଖୋଜିବା ପାଇଁ ହେଲେ ନୟାନ୍ତ:

କେନ୍ଦ୍ରାପଡା ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ କହିବାନୁଯାୟୀ,"ପାଟକୁରା ନୂଆପଡା ଅଞ୍ଚଳର ରାକେଶ ବେହେରା ଦୀର୍ଘଦିନ ଧରି ଚୋରା ମଦ ପ୍ରସ୍ତୁତ କରି ବିକ୍ରୟ କରି ଆସୁଥିଲେ । ବାରମ୍ବାର ତାଙ୍କୁ ଧରିବା ପାଇଁ ପ୍ରୟାସ କରା ଯାଇଥିଲେ ମଧ୍ୟ ସବୁଥର ଅବକାରୀ ବିଭାଗ ଫେଲ ମାରୁଥିଲା। ରାକେଶ ଘର ଭିତରେ ଅଣ୍ଡରଗ୍ରାଉଣ୍ଡ କରି ଅଭିନବ ଉପାୟରେ ମଦ ପ୍ରସ୍ତୁତ ଓ ବ୍ୟବସାୟ କରୁଥିଲା ଯାହାକି କୌଣସି ନୂଆ ଲୋକ ପାଇଁ ଠିକଣା ପାଇବା କାଠିକର ପାଠ ଥିଲା । ତେବେ ଅବକାରୀ ବିଭାଗ ପାଖରେ ଠୋସ ଖବର ଥିବାରୁ ଚଢାଉରେ ଯାଇଥିବା ଇନିସ୍ପେକ୍ଟରଙ୍କୁ ଯେକୌଣସି ପ୍ରକାର ରାକେଶର ଆଡ୍ଡା ଉପରେ ଚଢ଼ାଉ କରି ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲି ଓ ଶେଷରେ ତାକୁ ଗିରଫ କରାଯିବା ସହ ତା ନିକଟରୁ (ଅଣ୍ଡରଗ୍ରାଉଣ୍ଡ) ସ୍ଥାନରୁ ଦୁଇଶହ ପୋଚ ଓ ଦେଶୀ ରନ୍ଧା ମଦ ଜବତ କରାଯାଇ ସେଗୁଡିକୁ ଜବତ ସ୍ଥାନରେ ଢଳା ଯାଇଛି ।’’

ଆକ୍ସନମୋଡରେ ଅବକାରୀ ବିଭାଗ :
୨୦ ତାରିଖରୁ ଆରମ୍ଭ ହୋଇଥିବା ଚୋରା ମଦର ଏହି ସ୍ପେଶାଲ ଡ୍ରାଇଭ ରେ ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୫୦୦ରୁ ଉର୍ଦ୍ଧ୍ବ ଦେଶୀ ଚୋରା ରନ୍ଧା ମଦ ଜବତ ହେଲାଣି । ଆଜି ରାକେଶ ବେହେରା ସହ ନୂଆପଡାର ଭାଗ୍ୟଧର ବେହେରା ଓ ବ୍ରଜମୋହନ ନାଥକୁ ଗିରଫ କରାଯାଇଛି । ରାକେଶ ନିକଟରୁ ୧୭୫ ଲିଟର, ଭାଗ୍ୟଧର ନିକଟରୁ ୯୦ ଲିଟର ଓ ବ୍ରଜମୋହନ ଠାରୁ ୯୦ ଲିଟରକୁ ମିଶାଇ ମୋଟ ୩୫୫ ଲିଟର ଦେଶୀ ଚୋରା ମଦକୁ ଢଳା ଯାଇଥିବା ସୂଚନା ମିଳିଛି।ଆଗକୁ ଏହି ଚଢ଼ାଉ ଜୋରଦାର କରାଯିବ ବୋଲି କହିଛନ୍ତି ଅବକାରୀ ଅଧୀକ୍ଷକ ।

ଇଟିଭି ଭାରତ,କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.